Posted inପୁରୀ

ସାତଶଙ୍ଖ ଶୀତଳଭଣ୍ଡାରରେ ୧ ହଜାର କୁଇଣ୍ଟାଲ ଆଳୁ ଗଜା

ପୁରୀ ଅଫିସ, ୨।୮ : ରାଜ୍ୟବାସୀ ଯେମିତି କମ୍‌ ଦାମରେ ବର୍ଷସାରା ଆଳୁ ପାଇପାରିବେ ସେଥିପାଇଁ ସରକାର ଆଳୁ ମିଶନ ଆରମ୍ଭ କରିଥିଲେ। ହେଲେ ଏହି ମିଶନ ଏବେ ଦିଗହରା ହୋଇଥିବା ବେଳେ ସରକାରୀ ପ୍ରୋତ୍ସାହନ ଅଭାବ ଏବଂ ସଂରକ୍ଷଣ ସୁବିଧା ନ ଥିବାରୁ ଚାଷୀମାନେ ଆଳୁ ଚାଷ କରିବାକୁ ବିଶେଷ ଆଗ୍ରହ ପ୍ରକାଶ କରୁନାହାନ୍ତି। ପୁଣି ଶୀତଳଭଣ୍ଡାର ଅଭାବରୁ ଚାଷୀମାନେ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଏପରି କି କେତେକ ଚାଷୀ ଶୀତଳଭଣ୍ଡାରରେ ରଖିଲେ ବି ସେମାନଙ୍କ ଆଳୁ ସୁରକ୍ଷିତ ରହିବ ତାହାର କୌଣସି ଗ୍ୟାରେଣ୍ଟି ନାହିଁ। ଶୀତଳଭଣ୍ଡାରରେ ରଖିଥିବା ଆଳୁ ଚାଖଣ୍ଡେରୁ ଊର୍ଦ୍ଧ୍ୱ ଲେଖାଏ ଗଜା ବାହାରିବା ଘଟଣା ଏବେ ପୁରୀ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଶୀତଳଭଣ୍ଡାରକୁ ଭରସା କରିଥିବା ଚାଷୀମାନେ ଗଜାଆଳୁ ବସ୍ତାକୁ ଗାଡ଼ି ପଛରେ ବାନ୍ଧି ମନଦୁଃଖରେ ଘରକୁ ଫେରୁଛନ୍ତି ସିନା କହାକୁ କିଛି କହିପାରୁ ନାହାନ୍ତି। ଏହାକୁ ନେଇ ଭାଜପା କୃଷକ ମୋର୍ଚ୍ଚା ଗଭୀର ଉଦ୍‌ବେଗ ପ୍ରକାଶ କରିଛି।
ପୁରୀ ଏକ କୃଷି ବହୁଳ ଜିଲା। ଏଠାରେ ମୁଖ୍ୟତଃ ଅଧିକାଂଶ ଚାଷୀ ଧାନ ଫସଲ ଉପରେ ନିର୍ଭରଶୀଳ। ତଥାପି ବହୁ ଚାଷୀ ଆଳୁ ଏବଂ ଅନ୍ୟାନ୍ୟ ପନିପରିବା ଚାଷ ମଧ୍ୟ କରିଥାନ୍ତି। ହେଲେ ୧୧ଟି ବ୍ଲକକୁ ନେଇ ଗଠିତ ଏହି ଜିଲାରେ ମାତ୍ର ଗୋଟିଏ ଶୀତଳଭଣ୍ଡାର ସାତଶଙ୍ଖଠାରେ ଅଛି, ତାହା ପୁଣି ଦୟନୀୟ ସ୍ଥିତିରେ। ତଥାପି ଏହା ଉପରେ ଭରସା କରି ଆଖପାଖ ଅଞ୍ଚଳ ଯଥା ପିପିଲି, ସତ୍ୟବାଦୀ, କଣାସ, ଡେଲାଙ୍ଗ ଓ ନିମାପଡ଼ା ବ୍ଲକର ଆଳୁ ଚାଷୀମାନେ ଆଳୁ ଆଣି ରଖିଥାନ୍ତି। ଜମିରେ ପରିଶ୍ରମ କରି ସେମାନଙ୍କ କଷ୍ଟ ଉପାର୍ଜିତ ଆଳୁ ଶୀତଳଭଣ୍ଡାରରେ ସୁରକ୍ଷିତ ରହିବ ବୋଲି ଚାଷୀମାନେ ଭରସା କରିଥିଲେ। ହେଲେ ସରକାରଙ୍କ ଖାମଖିଆଲ ମନୋଭାବ ଯୋଗୁ ଆଳୁଗୁଡ଼ିକ ସବୁ ଗଜା ହୋଇଯାଇଛି। ସାତଶଙ୍ଖ ଶୀତଳଭଣ୍ଡାରରେ ପ୍ରାୟ ୧ ହଜାର କୁଇଣ୍ଟାଲ ଆଳୁ ଗଜା ହୋଇଯାଇଥିବା ଭାଜପା କୃଷକ ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ କହିଛନ୍ତି। ଚାଷୀମାନଙ୍କ ପ୍ରତି ସରକାରଙ୍କ କେତେ ଦରଦ ତାହା ସ୍ପଷ୍ଟ କରୁଛି ବୋଲି ସେ କହିଛନ୍ତି। ପିପିଲି ଥାନା ଅନ୍ତର୍ଗତ ବରହମ୍‌ପୁର ଗ୍ରାମର ବିଭୂତିଭୂଷଣ ପରିଡ଼ା କହିଛନ୍ତି, ଆମର ପ୍ରାୟ ୪୦ ପ୍ୟାକେଟ ଆଳୁ ରଖାଯାଇଥିଲା। ସବୁ ପ୍ୟାକେଟରେ ଆଳୁ ଗଜା ହୋଇଯାଇଛି। ବିକ୍ରି କଲେ କେହି ନେବେ ନାହିଁ। ତେଣୁ ବାଧ୍ୟ ହୋଇ ଆମେ ଖାଇବୁ ଏବଂ ଆଉ ଯାହା ନଷ୍ଟ ହେବ। କେବଳ ଆମର ନୁହେଁ, ସବୁ ଚାଷୀଙ୍କ ଆଳୁ ଗଜା ହୋଇଯାଇଛି ବୋଲି ସେ କହିଛନ୍ତି।
ଏ ନେଇ ଗୁରୁବାର ପୁରୀ ଜିଲା ଭାଜପା ପକ୍ଷରୁ ଜିଲା କାର୍ଯ୍ୟାଳୟଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନ ଏଥିରେ ଅଧ୍ୟକ୍ଷତା କରିଥିଲେ। ସାତଶଙ୍ଖଠାରେ ଥିବା ଜିଲାର ଏକମାତ୍ର ଶୀତଳଭଣ୍ଡାରରେ ସରକାରଙ୍କ ରକ୍ଷଣା ବେକ୍ଷଣ ଏବଂ ଅପରିଣାମଦର୍ଶିତା ଯୋଗୁ ଚାଷୀଙ୍କ ୧ ହଜାର କୁଇଣ୍ଟାଲ ଆଳୁ ଗଜା ହେବା ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ବିଶ୍ୱାଳ ଯୋଗଦେଇ ରାଜ୍ୟ ସରକାରଙ୍କ ଆଳୁ ମିଶନ ଏବଂ କୃଷି କମିଶନ ପ୍ରହସନରେ ପରଣତ ହୋଇଛି ବୋଲି କହିଥିଲେ। ଜିଲା ଭାଜପା ସଭାପତି ପ୍ରଭଞ୍ଜନ ମହାପାତ୍ର ପୁରୀ ଜିଲାରେ କୃଷକ ମୋର୍ଚ୍ଚାର ୨୦ ହଜାର ଚାଷୀଙ୍କୁ ନୂତନ ସଦସ୍ୟତା ପ୍ରଦାନ କରିବା ପାଇଁ ଆହ୍ବାନ ଦେଇଥିଲେ। ରାଜ୍ୟ କୃଷକ ମୋର୍ଚ୍ଚା ତରଫରୁ ଦିଲୀପ ସ୍ବାଇଁ ଏବଂ କୃଷକ ମୋର୍ଚ୍ଚା ଜିଲା ପ୍ରଭାରୀ ଭାବେ ଉପସଭାପତି ଶ୍ରୀରଞ୍ଜନ ମଙ୍ଗରାଜ ଅଭିଯାନ କିପରି କ୍ରିୟାଶୀଳ ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଜିଲା କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଅକ୍ଷୟ କୁମାର ମହାନ୍ତି ଓ ମୋର୍ଚ୍ଚା ନଗର ସଭାପତି ଅନୀଲ କୁମାର ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ୟାମସୁନ୍ଦର ସାହୁ ଉପସ୍ଥିତ ଥିଲେ।


All Right Reserved By Dharitri.Com

ଅତିଥି ଅଧ୍ୟାପକ ଚୟନରେ ଅନିୟମିତତା ଅଭିଯୋଗ : ତଦନ୍ତ ପାଇଁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ

ପୁରୀ ଅଫିସ,୫ା୮: ପୁରୀ ସରକାରୀ ମହିଳା ମହାବିଦ୍ୟାଳୟରେ ଅତିଥି ଅଧ୍ୟାପକ ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ କେତେଜଣ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା...

୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ପୁରୀ ଅଫିସ,୧୬।୧୦: ବେଆଇନ ଗଞ୍ଜେଇ କାରବାର ନେଇ ପୁରୀ ଅବକାରୀ ବିଭାଗ ପକ୍ଷରୁ ପିପିଲି ଅଞ୍ଚଳରେ ଚଢ଼ାଉ କରାଯାଇ ବୁଧବାର ଜଣଙ୍କୁ ଗିରଫ କରାଯାଇଛି। ସେ...

କଟକଣାକୁ ବେଖାତିର: ନିତିଦିନିଆ ହେଲାଣି ଶ୍ରୀମନ୍ଦିରରେ ନୀତି ବିଳମ୍ବ

ପୁରୀ ଅଫିସ, ୮।୩: କୌଣସି ପରିସ୍ଥିତିରେ ମହାପ୍ରଭୁଙ୍କ ସେବାପୂଜାରେ ବିଳମ୍ବ କିମ୍ବା ବିଭ୍ରାଟକୁ ବରଦାସ୍ତ କରାଯିବ ନାହିଁ। ଯେଉଁ ପାଳିଆସେବକ ୩ଥର ନୀତିରେ ବିଳମ୍ବ କରିବେ...

ବଗଲା ଧର୍ମଶାଳା ଜମିକୁ ନେଇ ପିକେଡିଏ ସଚିବଙ୍କୁ ସ୍ମାରକପତ୍ର: ବିଲ୍ଡିଂ ପ୍ଲାନ ଅନୁମୋଦନ କରା ନ ଯାଉ

ପୁରୀ ଅଫିସ, ୧୬ା୧୧: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ବିସ୍ଥାପିତ ହେବାକୁ ଥିବା ଲଜ୍‌ ମାଲିକମାନଙ୍କୁ ବଗଲା ଧର୍ମଶାଳା ଜମି ପ୍ରଦାନ କରାଯିବ। ଯେଉଁ ଲଜ୍‌ ମାଲିକମାନେ...

ସୁନନ୍ଦାଙ୍କ ବାସଭବନ ହେବ ସ୍ମୃତି ସଦନ: ପୁରୀ ଘର ଦେଖିଲେ ସଂସ୍କୃତି ବିଭାଗ ଅଧିକାରୀ

ପୁରୀ ଅଫିସ,୧୯ା୨:ଓଡ଼ିଶାର ପ୍ରଥିତଯଶା ଶାସ୍ତ୍ରୀୟ କଣ୍ଠଶିଳ୍ପୀ ତଥା ଭାରତୀୟ ସଙ୍ଗୀତ ଦୁନିଆର ମହାନ୍‌ ପ୍ରତିଭା ଡ. ସୁନନ୍ଦା ପଟ୍ଟନାୟକଙ୍କ ବଳିଆପଣ୍ଡା ଦାମୋଦର ରୋଡ଼ସ୍ଥିତ ବାସଭବନକୁ ସ୍ମୃତି...

ଶ୍ରୀକ୍ଷେତ୍ରରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଅବହେଳିତ

ପୁରୀ ଅଫିସ,୧୨।୧୦: ଶ୍ରୀକ୍ଷେତ୍ରର ବିକାଶ ଲାଗି ସରକାର ଗୁରୁତ୍ୱାରୋପ କରୁଛନ୍ତି। ଅନ୍ୟପଟେ ପୁରୀ ସହରରେ ଅବହେଳିତ ହୋଇପଡିଛନ୍ତି ମହାପୁରୁଷ। ଶ୍ରୀକ୍ଷେତ୍ରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷଙ୍କ...

ଶ୍ରୀଜୀଉଙ୍କ ଦର୍ଶନ ପୂର୍ବରୁ ଫର୍ମ ପୂରଣ କରିବେ ଶ୍ରଦ୍ଧାଳୁ: ଥଣ୍ଡାଜ୍ୱର ଥିଲେ ନ ଆସିବାକୁ ପରାମର୍ଶ, ସ୍ପର୍ଶ ବାରଣ

ପୁରୀ ଅଫିସ,୧୫।୩: କରୋନା ସତର୍କତାକୁ ନେଇ ରବିବାର ଶ୍ରୀମନ୍ଦିର ଛତିଶା ନିଯୋଗର ଏକ ବୈଠକ ବସିଛି। ମୁଖ୍ୟ ପ୍ରଶାସକ ଡ . କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ...

ଆସୁଛି ନୂଆବର୍ଷ: ପୁରୀ ପ୍ୟାକ୍‌, ହୋଟେଲରେ ମିଳୁନି ରୁମ୍‌; ଜମିଲାଣି ପର୍ଯ୍ୟଟକଙ୍କ ଗହଳି

ପୁରୀ ଅଫିସ, ୨୯ା୧୨: ଆସୁଛି ନୂଆବର୍ଷ। ଏଥିପାଇଁ ପର୍ଯ୍ୟଟନ ସହର ପୁରୀରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼ ଜମିଲାଣି। ସହରର ବିଭିନ୍ନ ହୋଟେଲ, ଲଜିଂ, ମଠ,...

Leave a comment

Your email address will not be published. Required fields are marked *