ଅନୁଙ୍କୁ ସୋନାଙ୍କ ଟାର୍ଗେଟ

ମୁମ୍ବାଇ: ପ୍ରସିଦ୍ଧ ଓଡିଆ କଣ୍ଠଶିଳ୍ପୀ ସୋନା ମହାପାତ୍ର ସଂଗୀତ ନିର୍ଦ୍ଦେଶକ ଅନୁ ମଲିକ ଏବଂ ସୋନି ଟିଭିକୁ ଭର୍ତ୍ସନା କରିଛନ୍ତି। ପିଲାଙ୍କ ନିମିତ୍ତ ଏକ ରିୟଲିଟି ଶୋ ପ୍ରସ୍ତୁତ ହେବାକୁ ଯାଉଥିବାବେଳେ ଏଥିପାଇଁ ସୋନି ଟିଭି ଅନୁଙ୍କୁ ସୁଯୋଗ ଦେଇଥିବାରୁ ସୋନା ତାଙ୍କ ବିରୋଧରେ ‘ମିଟୂ’ ଅଭିଯୋଗ ପୁଣି ଶେୟାର କରିଛନ୍ତି। ଅନୁ ପୁଣିଥରେ ପ୍ୟାରି ଜି.ଙ୍କ ମିଳିତ ସହଯୋଗରେ ଏକ କିଡ୍‌ସ ଶୋ’ ପ୍ରସ୍ତୁତ କରିବାକୁ ଯାଉଥିବାବେଳେ ସୋନା ଏହାକୁ ନାପସନ୍ଦ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଗତବର୍ଷ ଭାରତରେ ‘ମିଟୂ’ ଆନ୍ଦୋଳନ ବ୍ୟାପକ ରୂପ ଧାରଣ କରିଥିବାବେଳେ ଅନୁଙ୍କୁ ଯୌନ ଉତ୍ପୀଡନ ଅଭିଯୋଗରେ ରିୟଲିଟି ଶୋ ‘ଇଣ୍ଡିଆନ୍‌ ଆଇଡଲ’ରୁ ବହିଷ୍କାର କରାଯାଇଥିଲା। ଅନୁ ମଲିକଙ୍କ ବିରୋଧରେ ଯେତେଜଣ ଅଭିଯୋଗ କରିଥିଲେ ସେମାନଙ୍କ ମଧ୍ୟରେ ସୋନା ମହାପାତ୍ର ଥିଲେ ଅନ୍ୟତମ। କୌଣସି କାରଣ ନ ଥାଇ ତାଙ୍କୁ ଅଚାନକ କାର୍ଯ୍ୟରୁ ବିଦାକରାଗଲା ବୋଲି ଅନୁ ଟୁଇଟ୍‌ କରିଥିବାବେଳେ ଏହାର ଜବାବ ଦେବାକୁ ଯାଇ ସୋନା କହିଛନ୍ତି, ‘ଚଳିତବର୍ଷ ପ୍ରାରମ୍ଭରେ ଶ୍ୱେତା ପଣ୍ଡିତ ଓ ଅନ୍ୟମାନେ ଆପଣଙ୍କ ବିରୋଧରେ ଯେଉଁ ଯୌନ ଅସଦାଚରଣ ଅଭିଯୋଗ ଆଣିଥିଲେ ତାହା ମନେ ପକାନ୍ତୁ।’ ଗତବର୍ଷ ବହୁ ବଡ ବଡ ସେଲିବ୍ରିଟି ନିଜ କ୍ଷମତାର ଅପବ୍ୟବହାର କରି ଯୌନ ନିର୍ଯାତନା ଭଳି ଘଟଣାରେ ଅଭିଯୁକ୍ତ ହୋଇଥିଲେ। ଗାୟିକା ଶ୍ୱେତା ପଣ୍ଡିତ ମଧ୍ୟ ଅନୁଙ୍କୁ ଜଣେ ଯୌନ ନିର୍ଯାତନାକାରୀ ବୋଲି ଭର୍ତ୍ସନା କରିଛନ୍ତି।


All Right Reserved By

ଲୁଚାଉଛନ୍ତି ହୁମ୍ମା

ଯେମିତି ବୁଲେଇ ବଙ୍କେଇ ପଚାରିଲେ ହୁମ୍ମାଙ୍କ ମୁହଁରୁ ସେହି ଗୋଟିଏ ଉତ୍ତର ଶୁଣିବାକୁ ମିଳୁଛି-‘ସେ ମୋ ପ୍ରେମିକ ନୁହନ୍ତି ଭଲ ବନ୍ଧୁ।’ କଥା କ’ଣ କି...

ସୁପର୍‌ଷ୍ଟାରଙ୍କୁ ପଛରେ ପକାଇ ରଣବୀରଙ୍କ ୩ ଫିଲ୍ମ ଆୟ କରିଛି ୭ଶହ କୋଟି

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର ସିଂ ଏବେ ଲାଇମ୍‌ ଲାଇଟ୍‌ରେ ଗତ କିଛିଦିନ ମଧ୍ୟରେ ସେ ଅଭିନୟ କରିଥିବା ୩ଟି ଫିଲ୍ମ ବକ୍ସ ଅଫିସରେ ହିଟ୍‌...

ପ୍ରଭାସଙ୍କ ପୋଷ୍ଟରକୁ କ୍ଷୀରରେ ଗାଧୋଇ ଦେଲେ ପ୍ରଶଂସକ

ହାଇଦ୍ରାବାଦ,୩୦।୮: ଏବେ ପୁଣି ଥରେ ବଡ ପରଦାରେ ଦେଖିବାକୁ ମିଳିଛି ସାଉଥ୍‌ ଷ୍ଟାର ପ୍ରଭାସଙ୍କ ଅଭିନୟ। ଏଥର ଫ୍ରାଇଡେ ରିଲିଜ୍‌ରେ ସାମିଲ ହୋଇଛି ପ୍ରଭାସଙ୍କ ବହୁ...

ବଡ଼ ପରଦାରେ ଦେଶପ୍ରେମ

ଦେଶପ୍ରେମକୁ ନେଇ କେବଳ ପ୍ରାନ୍ତୀୟ ଭାଷାରେ ନୁହେଁ, ବଲିଉଡ୍‌ରେ ଅନେକ ସିନେମା ନିର୍ମିତ ହୋଇଛି। ଉପଯୁକ୍ତ କାହାଣୀ ଚୟନ, ମନକୁ ଛୁଇଁଲା ଭଳି ଉପସ୍ଥାପନା ଶୈଳୀ...

ବିବାହ ବନ୍ଧନରେ ରାକ୍ଷୀ

ମୁମ୍ବାଇ: ନିଜର ମନ୍ତବ୍ୟକୁ ନେଇ ସର୍ବଦା ବିବାଦ ଘେରକୁ ଆସୁଥିବା ରାକ୍ଷୀ ସାଓ୍ବନ୍ତ ବିବାହ କରିଛନ୍ତି। ଏନ୍‌ଆର୍‌ଆଇ ରିତେଶଙ୍କୁ ସେ ବିବାହ କରିସାରିଥିବା ନିକଟରେ ସ୍ବିକାର...

ସ୍ତ୍ରୀ ହେମାମାଳିନୀଙ୍କୁ ଟ୍ରୋଲ କରି ପୁଣି କ୍ଷମା ମାଗିଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ, ୧୭।୭: ବଲିଉଉ ଅଭିନେତ୍ରୀ ତଥା ସ୍ତ୍ରୀ ହେମାମାଳିନୀଙ୍କୁ ଟ୍ରୋଲକ କରି ପୁଣି କ୍ଷମା ମାଗିଛନ୍ତି ଅଭିନେତା ଧର୍ମେନ୍ଦ୍ର। ନିକଟରେ ସଂସଦ ପରିସରରେ ଆୟୋଜିତ ଏକ...

ଓଡ଼ିଶା ଅପେରାରୁ ସୂର୍ଯ୍ୟମନ୍ଦିର

ଓଡ଼ିଆ ଯାତ୍ରା ଜଗତରେ ଜଣେ ପରିଚିତା ମଦର ଆର୍ଟିଷ୍ଟ (ମା’ କଳାକାର) ହେଉଛନ୍ତି ଅମିତା ସେନାପତି। ତେବେ କଳାକାରମାନଙ୍କ ନିକଟରେ ସେ ତାରିଣୀ ବୋଲି ବେଶି...

ପୁସ୍ତକ ଉନ୍ମୋଚନରେ ଭୁଲ୍‌ କଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ନାୟିକା ଜାହ୍ନବୀ କପୁର ଏବେ ସୋସିଆଲ ମିଡିଆରେ ୟୁଜର୍ସଙ୍କ ଟ୍ରୋଲର ଶିକାର ହୋଇଛନ୍ତି। ନିକଟରେ ସେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *