Posted inଜାତୀୟ

ଅଯୋଧ୍ୟା ମଧ୍ୟସ୍ଥ କମିଟି ରିପୋର୍ଟ ଦାଖଲ: ସୁପ୍ରିମକୋର୍ଟରେ ଶୁଣାଣି ଆଜି

ନୂଆଦିଲ୍ଲୀ, ୨।୮(ପି.ଟି.):ସୁପ୍ରିମକୋର୍ଟରେ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦ ମାମଲାର ଶୁଣାଣି ଶୁକ୍ରବାର ପୂର୍ବାହ୍ନ ୧୦ଟା ୩୦ରେ ହେବ। ଅଦାଲତଙ୍କ ହ୍ବାରା ନିଯୁକ୍ତ ମଧ୍ୟସ୍ଥ କମିଟି ସୋମବାର ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଅନ୍ତରୀଣ ରିପୋର୍ଟ ଜଉମୁଦା ଲଫାପାରେ ଦାଖଲ କରିଥିଲେ। ଶୁକ୍ରବାର ସର୍ବୋଚ୍ଚ ଅଦାଲତ ଉକ୍ତ ରିପୋର୍ଟ ଉପରେ ଶୁଣାଣି କରିପାରନ୍ତି ବୋଲି ଜଣାପଡିଛି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେ, ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଏବଂ ଏସ୍‌. ଅବଦୁଲ ନାଜିରଙ୍କୁ ନେଇ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ମାମଲାର ଶୁଣାଣି କରିବେ।
ଅଯୋଧ୍ୟା ଜମି ବିବାଦ ମାମଲା ଦୀର୍ଘଦିନ ହେଲା ଅଦାଲତରେ ବିଚାରାଧୀନ ଥିବାରୁ ମଧ୍ୟସ୍ଥତା ଜରିଆରେ ଏହାର ଆପୋସ ସମାଧାନ ଲାଗି ସୁପ୍ରିମକୋର୍ଟ ଗତ ମାର୍ଚ୍ଚରେ ଏକ କମିଟି ଗଠନ କରିଥିଲେ। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଏଫ୍‌.ଏମ୍‌.ଆଇ. କଲିଫୁଲ୍ଲାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିକୁ ମାର୍ଚ୍ଚ ୩ ସୁଦ୍ଧା ସମ୍ପୃକ୍ତ ପକ୍ଷମାନଙ୍କ ସହ ଆଲୋଚନା କରି ନିଷ୍ପତ୍ତି ଜଣାଇବାକୁ କୁହାଯାଇଥିଲା। ଉକ୍ତ କମିଟିରେ ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କର ଓ ବରିଷ୍ଠ ଆଇନଜୀବୀ ଶ୍ରୀରାମ ପଞ୍ଚୁ ସଦସ୍ୟ ଅଛନ୍ତି।


All Right Reserved By Dharitri.Com

ରାମ ଜେଠ୍‌ମାଲାନୀଙ୍କ ପରଲୋକ

ନୂଆଦିଲ୍ଲୀ,୮।୯: ବରିଷ୍ଠ ଆଇନଜୀବୀ ରାମ ଜେଠ୍‌ମାଲାନୀଙ୍କ ରବିବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ...

ସୁରକ୍ଷିତ ନୁହେଁ ‘ଜୁମ୍‌’ ଆପ

ନୂଆଦିଲ୍ଲୀ,୧୬।୪: କରୋନା ଭାଇରସ ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ପରସ୍ପର ସହ ସମ୍ପର୍କ ରଖିବାକୁ ଲୋକେ ଭିଡିଓ କଲିଂ ବା କନଫରେନ୍ସିଂର...

ମେଦବହୁଳତାରୁ ଦୂରେଇ ରହିବା ପାଇଁ ଚାହୁଁଛନ୍ତି କି…

ଏବେ କେତେକଙ୍କଠାରେ ମେଦବହୁଳତା ଦେଖାଦେଉଛି। ଏଥିରୁ ରକ୍ଷା ପାଇବା ଲାଗି ବ୍ୟାୟାମ ସହିତ ଖାଦ୍ୟପେୟ ଉପରେ ଗୁରୁତ୍ୱ ଦିଆଯାଇଥାଏ। ତେବେ ପ୍ରତିଦିନ ସକାଳେ ଆଖୁରସ ପିଇବା...

ପ୍ରିୟଙ୍କାଙ୍କ ପଛଘୁଞ୍ଚା ରଣନୀତି

ନୂଆଦିଲ୍ଲୀ,୨୭ା୪: ପ୍ରଥମେ କଳ୍ପନାଜଳ୍ପନା, ପରେ ନିଜେ ସଙ୍କେତ ଦେଇଥିଲେ ‘ରାହୁଲ କହିଲେ ଲଢ଼ିବି’ ଆଉ ଶେଷରେ ପଛଘୁଞ୍ଚା। ଦେଶର ସବୁଠୁ ହଟ୍‌ ସିଟ୍‌ କୁହାଯାଉଥିବା ଉତ୍ତରପ୍ରଦେଶ...

ସୁପ୍ରିମକୋର୍ଟରେ ପୋଲାଭରମ୍‌ ଶୁଣାଣି ଆଜି

ନୂଆଦିଲ୍ଲୀ,୧୪ା୧: ଗୋଦାବରୀ ନଦୀ ଉପରେ ଆନ୍ଧ୍ରପ୍ରଦେଶ ସରକାର ବିବାଦୀୟ ପୋଲାଭରମ୍‌ ଡ୍ୟାମ ପ୍ରକଳ୍ପ ନିର୍ମାଣ କରୁଥିବାବେଳେ ଏହାକୁ ବନ୍ଦକରିବା ଲାଗିି ସୁପ୍ରିମକୋର୍ଟରେ ଓଡ଼ିଶା ପକ୍ଷରୁ କରାଯାଇଥିବା...

ହିମାଚଳରେ ପର୍ଯ୍ୟଟକଙ୍କ ଭିଡ଼: ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ

ଶିମଲା,୧୦।୬: ଗ୍ରୀଷ୍ମ ପ୍ରବାହରେ ସାରା ଦେଶ ସିଝୁଥିବା ବେଳେ ଗରମରୁ ନିସ୍ତାର ପାଇବା ପାଇଁ ଲୋକେ ପାହାଡିଆ ଅଞ୍ଚଳ ମୁହଁା ହେଉଛନ୍ତି। ଏଭଳି ସ୍ଥିତିରେ ଶିମଲା,...

ଶୋଭାଯାତ୍ରା ବେଳେ ବାଣ ବିସ୍ଫୋରଣ

ଚଣ୍ଡିଗଡ଼,୯ା୨; ପଞ୍ଜାବର ତରନ୍‌ ତାରନ୍‌ ଜିଲା ଅନ୍ତର୍ଗତ ପହଓ୍ବିନ୍ଦ୍‌ ଗ୍ରାମରେ ଶନିବାର ଅନୁଷ୍ଠିତ ଏକ ଧାର୍ମିକ ଶୋଭାଯାତ୍ରା ବେଳେ ବାଣ ବିସ୍ଫୋରଣ ହୋଇ ୨ ଜଣ...

କ୍ୟାବିନେଟ ବୈଠକରେ ମୋବାଇଲ ଫୋନ୍‌ ବାରଣ କଲେ ଉତ୍ତର ପ୍ରଦେଶ ସରକାର

ଲକ୍ଷ୍ନୌ,୧।୬: ଏଥର ଅଫିସିଆଲ୍‌ ମିଟିଙ୍ଗ ସହ କ୍ୟାବିନେଟ ବୈଠକରେ କୌଣସି ମନ୍ତ୍ରୀ ମୋବାଇଲ ଫୋନ୍‌ ବ୍ୟବହାର କରିପାରିବେ ନାହିଁ ବୋଲି ଶନିବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ...

Leave a comment

Your email address will not be published. Required fields are marked *