Posted inଜାତୀୟ

ଟିକ୍‌ଟକ୍‌ ଆପ୍‌ ଭାରତରେ ହେଲା ବ୍ଲକ୍‌: ଗୁଗଲ ନେଲା ପଦକ୍ଷେପ

ନୂଆଦିଲ୍ଲୀ,୧୭।୪: ଏଣିକି ଭାରତରେ ଟିକ୍‌ଟକ୍‌ ଆପ୍‌ ଆଉ ଡାଉନଲୋଡ୍‌ ହେବନାହିଁ। ଗୁଗଲ୍‌ ପକ୍ଷରୁ ଟିକ୍‌ଟକ୍‌ ଭିଡିଓ ଆପକୁ ଭାରତରେ ବ୍ଲକ୍‌ କରାଯାଇଛି। ଏହି ଆପ୍‌ ଦ୍ୱାରା କିଶୋରୀ କିଶୋରଙ୍କ ମଧ୍ୟରେ ଅଶ୍ଳୀଳ ଏବଂ ଅରୁଚିକର ବାର୍ତ୍ତା ବ୍ୟାପୁଥିବା ଅଭିଯୋଗ ହେବାପରେ ଏପ୍ରିଲ ୩ ରେ ମାଡ୍ରାସ ହାଇକୋର୍ଟ ଏହି ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା। ପରେ ଗୁଗୁଲ ଏବଂ ଆପଲ ପ୍ଲେ ଷ୍ଟୋରରୁ ଏହି ଆପ୍‌କୁ ହଟାଇବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ମଙ୍ଗଳବାର ବିଳମ୍ବିତ ରାତିପରେ ଏହାକୁ ହଟାଇ ଦିଆଯାଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ଟିକ୍‌ଟକ୍‌ ଆପ୍‌କୁ ଚାଇନାର ବାଇଟ୍‌ ଡ୍ୟାନ୍ସ୍‌ ଟୋକ୍ନୋଲୋଜି ପକ୍ଷରୁ ପ୍ରସ୍ତୁତ କରାଯାଇଥିଲା। ଏହାଦ୍ୱାରା ଲିପ୍‌ ସିକିଙ୍ଗ୍‌ କରି ଶର୍ଟ ଭିଡ଼ିଓ ତିଆରି କରିବା ଯୁବବର୍ଗଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ ହୋଇପାରିଥିଲା।


All Right Reserved By Dharitri.Com

ଶ୍ରୀନଗରରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ଆକ୍ରମଣ

ଜମ୍ମୁ,୧୨।୧୦: ଜମ୍ମୁ-କଶ୍ମୀର ଶ୍ରୀନଗରର ହରି ସିଂ ହାଇ ଷ୍ଟ୍ରିଟରେ ଶନିବାର ସକାଳେ ଆତଙ୍କବାଦୀଙ୍କ ଦ୍ୱାରା ଗ୍ରେନେଡ୍‌ ଆକ୍ରମଣ ହୋଇଛି। ଭାରତୀୟ ସେନା ପକ୍ଷରୁ ଉକ୍ତ ଅଞ୍ଚଳକୁ...

ମାସିକ ୬ ହଜାର ଟଙ୍କା ଆୟ କରୁଥିବା ଯୁବକଙ୍କ ନାଁରେ ଆସିଲା ୩.୪୯ କୋଟି ଟଙ୍କାର ଆୟକର ନୋଟିସ

ଭୋପାଳ,୧୬।୧: ମଧ୍ୟପ୍ରଦେଶ ଭିଣ୍ଡର ରବି ଗୁପ୍ତା ନାମକ ଜଣେ ଯୁବକଙ୍କ ନିକଟକୁ ୩.୪୯ କୋଟି ଟଙ୍କାର ଆୟକର ନୋଟିସ ଆସିଥିବା ସେ ପ୍ରକାଶ କରିଛନ୍ତି। ତାଙ୍କର...

ନିର୍ବାଚନ ପୂର୍ବରୁ ହୁଏ ସର୍ଜିକାଲ ଷ୍ଟ୍ରାଇକ୍‌: କଂଗ୍ରେସ

ନୂଆଦିଲ୍ଲୀ,୨୦।୧୦: ଜମ୍ମୁ କଶ୍ମୀର ଟଙ୍ଗଧାର ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ ଭାରତ କଡା ଜବାବ ଦେଇଛି। ଭାରତୀୟ ସେନା ପାକ ଅଧିକୃତ କଶ୍ମୀର(ପିଓକେ)...

ଗୋଟିଏ ଦିନରେ ଫିଲ୍ମରୁ ୧୨୦ କୋଟି ଆୟ ହେଉଛି, ଦେଶରେ ମାନ୍ଦାବସ୍ଥା କୁଆଡୁ ଆସିଲା: ଆଇନ ମନ୍ତ୍ରୀ

ମୁମ୍ବାଇ,୧୨।୧୦: ମାନ୍ଦା ଅର୍ଥ ବ୍ୟବସ୍ଥାକୁ ନେଇ ସରଗରମ ଦେଶ। ସବୁ ମାହୋଲରେ ଅର୍ଥନୀତିକୁ ନେଇ ଚର୍ଚ୍ଚା। ତେବେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହାକୁ...

ସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ,୧ା୬(ପି.ଟି.): କେନ୍ଦ୍ର ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଆସିଥିବା ବିମ୍‌ଷ୍ଟେକ୍‌ (ବେ ଅଫ୍‌ ବେଙ୍ଗଲ ଇନିସିଏଟିଭ୍‌ ଫର ମଲ୍ଟି-ସେକ୍ଟରାଲ ଟେକ୍‌ନିକାଲ ଆଣ୍ଡ ଇକୋନୋମିକ୍‌ କୋଅପରେଶନ)...

ଅସହ୍ୟ ତାତି: ୪୯ ବର୍ଷରେ ନେଇଛି ୧୬ ହଜାରରୁ ଅଧିକ ଜୀବନ

ନୂଆଦିଲ୍ଲୀ, ୧୧।୬: ଦେଶର ୧୫ରୁ ଅଧିକ ରାଜ୍ୟରେ ତାତି ଅସହ୍ୟ ହେବାରେ ଲାଗିଛି। ପ୍ରବଳ ଗରମରେ ୭୨ କୋଟିରୁ ଅଧିକ ଲୋକେ ବ୍ୟତିବ୍ୟସ୍ତ ହେଉଛନ୍ତି। ଏସବୁ...

ବୁଦ୍ଧ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮।୫: ଗୌତମ ବୁଦ୍ଧଙ୍କ ଜନ୍ମଦିନ ଅବସରରେ ଶନିବାର ସାରା ଦେଶରେ ବୁଦ୍ଧ ପୂର୍ଣ୍ଣିମା ଉତ୍ସବ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ...

ଅସହାୟଙ୍କୁ ଆଇନ ସେବା ସୁନିଶ୍ଚିତ ଲକ୍ଷ୍ୟ

ଭାରତରେ ସବୁ ନାଗରିକଙ୍କୁ ଯେପରି ଭାବେ ନିରପେକ୍ଷ ଆଇନ ସେବା ମିଳିପାରିବ ତାକୁ ସୁନିଶ୍ଚିତ କରିବା ସହ ଏହା ସମ୍ପର୍କରେ ବ୍ୟାପକ ଜନ ସଚେତନତା ସୃଷ୍ଟିକରିବା...

Leave a comment

Your email address will not be published. Required fields are marked *