ବିପର୍ଯ୍ୟସ୍ତ ଅବସ୍ଥାରେ ମାର୍କେଟ କମ୍ପ୍ଲେକ୍ସ : ଭଡ଼ା ଅର୍ଥ କିଏ ନେଉଛି ଜଣାନାହିଁ

ନାଉଗାଁ,୨ା୮(ସ୍ବ.ପ୍ର.): ଗ୍ରାମାଞ୍ଚଳର ବେକାର ଯୁବକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ବିଭିନ୍ନ ପଞ୍ଚାୟତର ଛକ ଜାଗା, ବଜାର ଆଦି ସ୍ଥାନରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରୁଛନ୍ତି। ଏସବୁ ମାର୍କେଟ କମ୍ପ୍ଲେକ୍ସର ତଦାରଖ ଦାୟିତ୍ୱ ପଞ୍ଚାୟତକୁ ପ୍ରଦାନ କରାଯାଇଛି। ହେଲେ ନାଉଗଁା ବ୍ଲକରେ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ କେଉଁଠି ଭଡ଼ାରେ ଲାଗିଛି ତ ଆଉ କେଉଁଠି ଭଡ଼ାରେ ଲାଗିବା ପୂର୍ବରୁ ଭାଙ୍ଗିଯାଇ ପୁନର୍ବାର ନିର୍ମାଣ ଚାଲିଛି। ଏହି ବ୍ଲକ ଜାମୁଗଁା ପଞ୍ଚାୟତରେ ନିର୍ମାଣ ହୋଇଥିବା ମାର୍କେଟ କମ୍ପ୍ଲେକ୍ସରୁ ଭଡ଼ା ସୂତ୍ରରେ ମିଳୁଥିବା ଅର୍ଥରେ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ହେବା କଥା। କିନ୍ତୁ ଯେଉଁ ସ୍ଥାନରେ ମାର୍କେଟ କମ୍ପ୍ଲେକ୍ସ ଭଡ଼ାରେ ଲାଗିଛି, ସେଠାରୁ ଆଦାୟ ହେଉଥିବା ଅର୍ଥ କିଏ ନେଉଛି ତାହା ଜଣାପଡୁନାହିଁ। ଫଳରେ ମାର୍କେଟ କମ୍ପ୍ଲେକ୍ସ ଗୃହ ରକ୍ଷଣାବେକ୍ଷଣା ଅଭାବରୁ ଭାଙ୍ଗିରୁଜି ଗଲାଣି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନାଉଗଁା ବ୍ଲକ କୋରୁଅ ପଞ୍ଚାୟତର ଗାରୋଇଠାରେ। ପଞ୍ଚାୟତ ଓ ପଞ୍ଚାୟତ ସମିତି ମିଳିତ ଆନୁକୂଲ୍ୟରେ ଗାରୋଇ ଆଶ୍ରମ ନିକଟ ଗୋବରୀ ନଦୀପଠାରେ ନିର୍ମାଣ କରାଯାଇଥିଲା ୧୦ ଗୃହ ବିଶିଷ୍ଟ ଏକ ମାର୍କେଟ କମ୍ପ୍ଲେକ୍ସ। ଲକ୍ଷ୍ୟ ଥିଲା ଏହି ମାର୍କେଟ କମ୍ପ୍ଲେକ୍ସ ମାଧ୍ୟମରେ ପଞ୍ଚାୟତର କେତେଜଣ ଅନୁସୂଚିତ ଜାତିର ଯୁବକଙ୍କୁ କମ୍‌ ଦାମ୍‌ରେ ଭଡ଼ାରେ ଦେଇ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଯିବ। କିନ୍ତୁ ସେହି ସମୟରେ ଉକ୍ତ ବର୍ଗର କୌଣସି ବ୍ୟକ୍ତି ନ ମିଳିବାରୁ ପଞ୍ଚାୟତ ତରଫରୁ ଦୋକାନ ଗୃହଗୁଡିକ ସେଠାକାର କିଛି ବ୍ୟକ୍ତିଙ୍କୁ ପ୍ରଦାନ କରାଗଲା। ସମ୍ପୃକ୍ତ ଲୋକମାନେ ଉକ୍ତ ଦୋକାନ ଭଡ଼ାରେ ନେଇ ନିଜେ ଦୋକାନ ନ କରି ଭଡ଼ା ସୂତ୍ରରେ ଅନ୍ୟକୁ ପ୍ରଦାନ କରିଥିବା ଜଣାପଡିଛି। ମାର୍କେଟ କମ୍ପ୍ଲେକ୍ସଟି ଦୀର୍ଘଦିନ ହେବ ଭଡ଼ାରେ ଲାଗିଥିଲେ ମଧ୍ୟ ପଞ୍ଚାୟତକୁ ଟଙ୍କାଟିଏ ଆସୁ ନ ଥିବା ସରପଞ୍ଚ ଅରଣ୍ୟ ନାୟକ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଯେଉଁମାନେ ଘର ଭଡ଼ାରେ ଦେଇଛନ୍ତି, ସେମାନେ ପ୍ରତିମାସରେ ଟଙ୍କା ଆଦାୟ କରିନେଉଥିବା ଦୋକାନୀମାନେ କହିଛନ୍ତି। ପଞ୍ଚାୟତକୁ ଅର୍ଥ ଯାଉ ନ ଥିବାରୁ ପଞ୍ଚାୟତ ଏହାର ରକ୍ଷଣାବେକ୍ଷଣା କରୁନାହିଁ। ଫଳରେ ଘର ଛାତରୁ ପ୍ଲାଷ୍ଟର ଖସିବା ସହ ଗୃହ ସବୁ ନଷ୍ଟ ହୋଇଗଲାଣି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ମାର୍କେଟ କମ୍ପ୍ଲେକ୍ସ ନଦୀ ମଧ୍ୟରେ ଥିବାବେଳେ ଏହାର ସୁରକ୍ଷା ବାଡ଼ା ନାହିଁ। କେତେବେଳେ ଦୋକାନୀ କିମ୍ବା ଗ୍ରାହକ ଅସାବଧାନତା ବଶତଃ ନଦୀ ମଧ୍ୟକୁ ପଡିଯିବେ ତାହା କହି ହେବ ନାହିଁ। ମୁଖ୍ୟ ରାସ୍ତାଠାରୁ ମାର୍କେଟ କମ୍ପ୍ଲେକ୍ସକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟ ବିପଯର୍‌ୟସ୍ତ ହୋଇଗଲାଣି। ବର୍ଷାଦିନେ ଏହି ରାସ୍ତାରେ ଯାତାୟାତ କରିବା କଷ୍ଟକର। ତେଣୁ ଯେଉଁ ଉଦ୍ଦେଶ୍ୟ ନେଇ ଏହି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିଲା, ତାହା ପୂରଣ ହୋଇପାରୁ ନ ଥିବାବେଳେ କେବଳ ଅଳ୍ପ କେତେଜଣ ଲୋକଙ୍କ ସ୍ବାର୍ଥରେ ଆସୁଥିବା ଜଣାଯାଇଛି। ତେଣୁ ଏହି ମାର୍କେଟ କମ୍ପ୍ଲେକ୍ସରୁ ଆସୁଥିବା ଅର୍ଥ ଠିକ୍‌ ଭାବେ ଉପଯୋଗ କରିବା ସହ ଏହାର ରକ୍ଷଣା ବେକ୍ଷଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଦିନେଶ ରାୟଙ୍କୁ ପଚାରିବାରେ ଏହାର ରିଜୋଲ୍ୟୁଶନ କରାଯାଇ ଜିଲା ପଞ୍ଚାୟତ ଅଧିକାରୀଙ୍କ ନିକଟକୁ ପଠାଯାଇଥିବା ସେ କହିଛନ୍ତି।


All Right Reserved By

କୋରିୟର ପେଟିରୁ ବାହାରିଲା ୬ ଫୁଟର ନାଗସାପ

ବାରିପଦା ଅଫିସ,୨୫।୮: ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ସହରର ୫ନଂ. ୱାର୍ଡର ମୃତ୍ୟୁକୁମାର ନାମକ ଜଣେ ବ୍ୟକ୍ତିଙ୍କ ନିକଟକୁ ରବିବାର ଆସିଥିବା ଏକ ପେଟିରୁ ନାଗ ସାପ...

ଏଣିକି ଏସ୍‌ଏଚ୍‌ଜି ଗ୍ରୁପ୍‌କୁ ୩୦ ସେକେଣ୍ଡରେ ମିଳିବ ୫୦ହଜାର ଋଣ: ଧର୍ମେନ୍ଦ୍ର

ଭୁବନେଶ୍ୱର,୪।୧୦(ବ୍ୟୁରୋ): ଏଣିକି ଏସ୍‌ଏଚ୍‌ଜି ଗ୍ରୁପ୍‌ମାନଙ୍କୁ ୩୦ ସେକେଣ୍ଡରେ ୫୦ହଜାର ଟଙ୍କାର ଋଣ ମିଳିବ। କେବଳ ସେତିକି ନୁହେଁ ୫୯ ମିନିଟ୍‌ରେ ୧ କୋଟି ପର୍ଯ୍ୟନ୍ତ ଋଣ...

୫୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ରେମୁଣା,୨୪।୭(ଡି.ଏନ.ଏ.)-ଖନ୍ତାପଡ଼ା ଥାନା ବରପଦା ଗାଁରୁ ଏକ କାର୍‌(ନଂ. ଓଡ଼ି୩୧-୭୦୭୦)ରେ ଥିବା ୭ ପେଟି ଗଞ୍ଜେଇ (ଆନୁମାନିକ ଓଜନ ୫୦କେଜି)କୁ ମଙ୍ଗଳବାର ରାତି ପ୍ରାୟ ସାଢେ ୮ଟା...

ଚିନ୍ତାରେ ପକାଉଛି ଭୋଟ ବିଭାଜନ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟର ୨୧ ଲୋକ ସଭା ଏବଂ ୧୪୬ ବିଧାନସଭା ଆସନର ଫଳାଫଳ ଆସିସାରିଛି। ଭାଜପା ଚଳିତ ନିର୍ବାଚନରେ ପୂର୍ବାପେକ୍ଷା ଭଲ...

ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ସପ୍ତମ ଦିବସ:ଷ୍ଟାର ଇଲେଭେନ୍‌-ଇଭିନିଂ କ୍ଲବ ମ୍ୟାଚ୍‌ ଡ୍ର

ଭବାନୀପାଟଣା,୨୨।୯(ଡି.ଏନ.ଏ.) ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ଠାରେ କଳାହାଣ୍ଡି କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ଶନିବାର ସପ୍ତମ ମ୍ୟାଚ୍‌ ଷ୍ଟାର ଇଲେଭେନ୍‌...

ଅସହାୟ ୨ ଶିଶୁଙ୍କୁ ଉଦ୍ଧାର କଲା: ପ୍ରଶାସନମୁକ୍ତ ଆଶ୍ରୟ ସ୍ଥଳରେ ଥଇଥାନ

ନୂଆପଡା ଅଫିସ,୧।୮: ନୂଆପଡା ଜିଲା ସିନାପାଲି ବ୍ଲକ ନୂଆପଡା ଗ୍ରାମପଞ୍ଚାୟତ ସଦର ଗାଁର ମା’ବାପାଙ୍କ ମୃତ୍ୟୁ ପରେ ଅସହାୟ ଭାବେ ଜୀବନ କାଟୁଥିବା ୨ ଶିଶୁଙ୍କୁ...

ହାଟଡ଼ିହୀ ଅଞ୍ଚଳର ୩ ପ୍ରମୁଖ ରାସ୍ତାର ଶିଳାନ୍ୟାସ କଲେ ବିଧାୟକ

ହାଟଡ଼ିହୀ,୨୮।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନ ତିନୋଟି ସ୍ଥାନରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ବୁଧବାର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକର ଶିଳାନ୍ୟାସ କରିଛନ୍ତି। ଛେନାପଦିରୁ...

ଫର୍ଜନା ଏବେ ସ୍ବପ୍ନାରାଣୀ

ତିହିଡ଼ି, ୧୬।୭ (ଡି.ଏନ.ଏ.) – ଭଲପାଇବା ମାନେନି ଜାତିଭେଦ କି ସାମାଜିକ ବନ୍ଧନ। ପ୍ରଶାନ୍ତ ଓ ଫର୍ଜନା ଏହା ବିରୋଧରେ ସାହସର ସହ ଲଢ଼ି ଏବେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *