ଧରପଗଡ଼ ସତ୍ତ୍ୱେ କମୁନି ଗଞ୍ଜେଇ କାରବାର:ସନ୍ଦେହଘେରରେ ନିର୍ଦ୍ଦିଷ୍ଟ ପୋଲିସ କର୍ମଚାରୀଙ୍କ ଭୂମିକା

ବୈପାରୀଗୁଡ଼ା,୨ା୮(ଡି.ଏନ୍‌.ଏ.)-ପ୍ରାକୃତିକ ସୌନ୍ଦର୍ଯ୍ୟ, ମନୋରମ ପର୍ଯ୍ୟଟନ ସ୍ଥଳ ଓ ଆଦିବାସୀ ଭାଷା, ସଂସ୍କୃତି ପାଇଁ ଏକଦା ପରିଚିତ ଥିବା ଅବିଭକ୍ତ କୋରାପୁଟ ଏବେ ଗଞ୍ଜେଇ ଚାଷ ଓ ଚାଲାଣ ପାଇଁ କୁଖ୍ୟାତି ଅର୍ଜିଲାଣି। ଏଠାକୁ ବାହାର ରାଜ୍ୟର ପର୍ଯ୍ୟଟକଙ୍କ ଆଗମନ ବଢ଼ିବା ବଦଳରେ ଗଞ୍ଜେଇ ମାଫିଆଙ୍କ ଆଡ୍ଡା ଜମୁଛି। ସେମାନେ କୋଟି କୋଟି ଟଙ୍କାର କାରବାର କରୁଛନ୍ତି, ସେମାନଙ୍କ ହାତରେ ଅସ୍ତ୍ରଶସ୍ତ୍ର ବି ଅଛି। ଏଥିପାଇଁ ଶାନ୍ତିପ୍ରିୟ କୋରାପୁଟର ସାମାଜିକ ଓ ଅର୍ଥନୀତିକ ସମୃଦ୍ଧି ଏବେ ଧୂଳିସାତ୍‌ ହେବାରେ ଲାଗିଛି। କିଛି ମାସ ହେବ ବିଭିନ୍ନ ସମୟରେ ଗଞ୍ଜେଇ ଧରପଗଡ଼ ଖବର ଖବରକାଗଜ ପୃଷ୍ଠା ମଣ୍ଡନ କରୁଛି। ପୋଲିସ ଏସବୁର ଶସ୍ତା ବାହାଦୁରି ନେଉଛି; କିନ୍ତୁ ବାସ୍ତବରେ ଏଭଳି ସ୍ଥିତି ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପୋଲିସର ଭୂମିକା ସନ୍ଦେହଘେରରେ ରହୁଛି।
ପୂର୍ବରୁ ମାଲକାନଗିରି ଜିଲା ବିଚ୍ଛିନାଞ୍ଚଳରେ କେତେକ ଆଦିବାସୀ ଲୁଚାଛପାରେ ପାହାଡ଼ିଆ ଜମିରେ ଗଞ୍ଜେଇ ଚାଷ କରୁଥିଲେ। ଅନ୍ୟ କେତେକ ଆଦିବାସୀ ଏହାର ସେବନ କରୁଥିଲେ। ମାଲକାନଗିରି ଜିଲାରେ ରହୁଥିବା କେତେକ ବଙ୍ଗିୟ ଶରଣାର୍ଥୀ ତଥା ଉପକୂଳ ଅଞ୍ଚଳର ଛୋଟ ବ୍ୟବସାୟୀ ବସ୍‌ରେ ଗଞ୍ଜେଇ ଚାଲାଣ କରୁଥିଲେ ଓ ଅନେକ ସମୟରେ ଧରା ବି ପଡୁଥିଲେ। ଅବିଭକ୍ତ କୋରାପୁଟରେ ମାଓବାଦୀଙ୍କ ପ୍ରଭାବ ବୃଦ୍ଧି ପାଇବା ପରେ ଗଞ୍ଜେଇ କାରାବର ଅହେତୁକ ଭାବେ ବୃଦ୍ଧି ପାଇଛି। ଏହି ଚାଲାଣରେ କେତେକ ଅସାଧୁ ପୋଲିସ କର୍ମଚାରୀଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସଂପୃକ୍ତି ରହିଛି ା ପୂର୍ବରୁ କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନାର ଜଣେ ଅଧିକାରୀଙ୍କ ଭୂମିକା ସନ୍ଦେହ ଘେରକୁ ଆସିବା ପରେ ତତ୍କାଳୀନ ଏସ୍‌ପି ତାଙ୍କୁ ନିଲମ୍ବିତ କରିଥିଲେ। ବୋରିଗୁମ୍ମାରେ ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିବା ଜଣେ ଆଇଆରବି ବାଟାଲିୟନ କର୍ମଚାରୀ ଧରାପଡ଼ି ନିଲମ୍ବିତ ହୋଇଥିଲେ। ଏଥିରେ ଅନେକ ହୋମଗାର୍ଡଙ୍କ ସମ୍ପର୍କୀୟ ମଧ୍ୟ ଧରାପଡୁଛନ୍ତି। ନିୟମ ଅନୁସାରେ ଯେଉଁ ଜାଗାରେ ଗଞ୍ଜେଇ ଧରାପଡ଼େ, ସେଠାରେ ହିଁ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇ ଜଉମୁଦ କରାଯାଏ ା କିନ୍ତୁ ଅନେକ ସମୟରେ ମାଜିଷ୍ଟ୍ରେଟ୍‌ କେବଳ ଔପଚାରିକ ଭୂମିକା ତୁଲାଉଛନ୍ତି। ଅନେକ ସମୟରେ ଗଞ୍ଜେଇ ଧରପଗଡ଼ ହେଲେ ପୋଲିସ ଗଣମାଧ୍ୟମକୁ ତୁରନ୍ତ ତଥ୍ୟ ଦେବା ବଦଳରେ ତଦନ୍ତ ଆଳରେ ଅଭିଯୁକ୍ତଙ୍କୁ ୨/୩ ଦିନ ହାଜତରେ ରଖୁଛି। ଗୁପ୍ତ ବୁଝାମଣା ହୋଇ ନ ପାରିଲେ ତାରିଖ ବଦଳେଇ ମାମଲା ରୁଜୁ କରାଯାଉଛି। ଯେତିକି ଗଞ୍ଜେଇ ଜବତ ହେଉଛି, ତାହାଠାରୁ କମ୍‌ ଉପସ୍ଥାପନ କରାଯାଉଛି। ଅଭିଯୁକ୍ତଙ୍କ ସଂଖ୍ୟାରେ ମଧ୍ୟ ଫରକ ରହୁଛି। ବହୁ ସମୟରେ ମାମଲା ଥାନାକୁ ଅଣା ନଯାଇ ବାହାରେ ରଫାଦଫା କରାଯାଉଛି। ଗଞ୍ଜେଇ ଚାଲାଣକାରୀଙ୍କୁ ଡକାୟତ ଦର୍ଶାଇ ଜେଲ୍‌ ପଠାଯାଉଛି ଓ ସେମାନଙ୍କର ମୁକୁଳିବା ବାଟ ସହଜ ହେଉଛି ା କୋରାପୁଟ ଜିଲାର ବୈପାରୀଗୁଡ଼ା ଓ ଲମତାପୁଟ ଥାନା ଇଲାକା ଦେଇ ମାଲକାନଗିରି ଜିଲାରୁ ପ୍ରାୟ ୯୦ ପ୍ରତିଶତ ଗଞ୍ଜେଇ ବାହାରକୁ ଚାଲାଣ ହେଉଛି ା କେବଳ ୧୦ ପ୍ରତିଶତ ଗଞ୍ଜେଇ ଧରାପଡୁଛି ା ଏବେ ଏହା ଲମତାପୁଟ ଓ ବୈପାରୀଗୁଡ଼ା ଇଲାକାରେ ମଧ୍ୟ ଚାଷ ହେଲାଣି ା କିଛି ମାସ ତଳେ ବୈପାରୀଗୁଡ଼ା ଥାନାର ବାଙ୍କୁଲି ଅଞ୍ଚଳରେ ବ୍ୟାପକ ପରିମାଣର ଗଞ୍ଜେଇ ଚାଷକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନଷ୍ଟ କରିଥିଲା ପୋଲିସ।
ଉଦ୍‌ବେଗର ବିଷୟ ହେଲା, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ମଜୁରି ଲାଗୁଥିବା ଶ୍ରମିକ ସ୍ବଳ୍ପ ମଜୁରି ପାଇବା ପାଇଁ ମାସ ମାସ ଅପେକ୍ଷା କରୁଛନ୍ତି। ତାହାର ସୁଯୋଗ ନେଇ ମାଫିଆମାନେ ସେମାନଙ୍କୁ ଦୈନିକ ୨ରୁ ୩ ହଜାର ଟଙ୍କା ଦେଇ ତାଙ୍କରି କାନ୍ଧରେ ଗଞ୍ଜେଇ କାଉଡ଼ି ବୁହାଇ ମାଇଲ ମାଇଲ ବାଟ ସୁରକ୍ଷିତ ଭାବେ ଚାଲାଣ କରିନେଉଛନ୍ତି। ସେହିପରି ସ୍ଥାନୀୟ ଅଞ୍ଚଳର ବହୁ ଛାତ୍ର, ଯୁବକ ଗଞ୍ଜେଇ ନିଶାରେ ପଡୁଛନ୍ତି। ସିଗାରେଟ୍‌ରୁ ତମାଖୁ ବାହାର କରି ସେଥିରେ ଗଞ୍ଜେଇ ଭର୍ତ୍ତି କରାଯାଇ ଚଢ଼ାଦରରେ ପାଦ ଦୋକାନରେ ବିକ୍ରି ହେଉଛି। ପୋଲିସ ପାଖରେ ଖବର ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନାହିଁ। କେବଳ ଚାଲାଣକାରୀ ଧରାପଡୁଥିବା ବେଳେ ଗଞ୍ଜେଇ ଚାଷୀ, ସ୍ଥାନୀୟ ବେପାରୀ ଓ ଗୋଦାମ ମାଲିକଙ୍କ ବିରୋଧରେ ଅତି ନଗଣ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ମାଓବାଦୀ ଇଲାକାରେ ସୁରକ୍ଷାକର୍ମୀଙ୍କ ମୁତୟନ ସତ୍ତ୍ୱେ ଗଞେଇ ଚାଷକୁ ସମୂଳେ ଶେଷ କରାଯାଇପାରୁ ନାହିଁ।


All Right Reserved By Dharitri.Com

ଲକ୍‌ଡାଉନ୍‌ ଯୋଗୁ ବଢ଼ିଛି ଦେଶୀ ମଦ ମାଫିଆଙ୍କ ପ୍ରାର୍ଦୁଭାବ: ଜଙ୍ଗଲରେ ଚଢ଼ାଉ କରି ୧୨୦୦ଲିଟର ମହୁଲ ପୋଚ ନଷ୍ଟ କଲା ବାଲିଗୁଡ଼ା ପୋଲିସ, ଜଣେ ଗିରଫ

ବାଲିଗୁଡ଼ା,୧୮।୪.(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା କଟପଡ଼ି ଜଙ୍ଗଲରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ଏଥିରେ ପୋଲିସ ୧୨୦୦ ଲିଟର ମହୁଲ ପୋଚ ସହ ମଦ...

ଗାନ୍ଧୀ ବିଶେଷାଙ୍କ ଲୋକାର୍ପିତ କଲେ ରାଜ୍ୟପାଳ

ପୁରୀ ଅଫିସ,୨୯।୨: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ତ୍ରୈମାସିକ ସାହିତ୍ୟ ପତ୍ରିକା ସୁଲେଖା ପକ୍ଷରୁ ଗାନ୍ଧୀ ବିଶେଷାଙ୍କ ପ୍ରସ୍ତୁତ କରାଯାଇଛି। ଓଡ଼ିଶାର ବିଭିନ୍ନ କବି...

ଦିନକ ପରେ ଦୀପାବଳି: ବ୍ୟବସାୟୀଙ୍କୁ ମିଳିଲାନି ଲାଇସେନ୍ସ, ବାଣ ବଜାର ଖୋଲିବା ନେଇ ଅନିଶ୍ଚିତତା

ବ୍ରହ୍ମପୁର ଅଫିସ,୨୬ା୧୦-ଦିନକ ପରେ ରବିବାର ପବିତ୍ର ଦୀପାବଳି। ଦକ୍ଷିଣ ଓଡ଼ିଶାର ଏକମାତ୍ର ବୃହତମ ବାଲୁଙ୍କେଶ୍ୱର ବାଣ ବଜାର ଏ ଯାଏ ଖୋଲିନାହିଁ। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା...

ବାଇକ୍‌ ଡିକି ଭାଙ୍ଗି ଦେଢ଼ଲକ୍ଷ ଟଙ୍କା ଲୁଟ୍‌

ପାଟଣା/ଢେଙ୍କିକୋଟ,୨୦।୯(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଏକ କମ୍ପାନୀ ଶୋ’ ରୁମ ନିକଟରୁ ଶୁକ୍ରବାର ଅପରାହ୍ନରେ ଜଣେ...

କୋମ୍ବିଂ ଅପରେଶନ ବେଳେ ମହୁମାଛି ଆକ୍ରମଣରେ ୫ ଯବାନ ଆହତ

ଝରିଗାଁ,୧୮।୧୧(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଏସ୍‌ଓଜି ପକ୍ଷରୁ କୋମ୍ବିଂ ଅପରେଶନ ଚାଲିଥିବା ବେଳେ ମହୁମାଛି ଆକ୍ରମଣରେ ୫ ଜଣ ଏସ୍‌ଓଜି ଯବାନ ଆହତ ହୋଇଛନ୍ତି।...

ନର୍ସିଂହୋମ୍‌ରେ ପ୍ରସୂତିଙ୍କୁ ବଳାତ୍କାର ଉଦ୍ୟମ : ଫାର୍ମାସିଷ୍ଟ ଗିରଫ

ଭଦ୍ରକ ଅଫିସ,୨୩।୯: ଗାନ୍ଧୀ ପଡ଼ିଆସ୍ଥିତ ଏକ ନର୍ସିଂହୋମ୍‌ରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ପ୍ରସୂତିଙ୍କୁ ଇଞ୍ଜେକ୍ସନ ଦେବା ବାହାନାରେ...

ଅର୍ଦ୍ଧାହାରରେ ବିତୁଛି ଦିନ

ହାଟଡିହୀ, ୪।୯(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ କାନପୁର ଗ୍ରାମର ବିଧବା ମହିଳା ବାସନ୍ତୀ ମଣ୍ଡଳ(୫୫) ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ତାଙ୍କ ସ୍ବାମୀ...

କର୍ଲାମୁଣ୍ଡା ସମବାୟ ସମିତି: ୨୩ ହଜାର କୁଇଣ୍ଟାଲ ଧାନ କିଣିବାକୁ ଲକ୍ଷ୍ୟ

କର୍ଲାମୁଣ୍ଡା,୨୯।୫(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର କର୍ଲାମୁଣ୍ଡା ସମବାୟ ସମିତି ପକ୍ଷରୁ ବୁଧବାର ମଣ୍ଡି ଉଦ୍‌ଘାଟନ କରାଯାଇ ଧାନ କ୍ରୟ କରିବା ଆରମ୍ଭ ହୋଇଯାଇଛି।...

Leave a comment

Your email address will not be published. Required fields are marked *