ଜିଲାସ୍ତରୀୟ ବିଜ୍ଞାନଡ୍ରାମା ପ୍ରତିଯୋଗୀତା

ନୂଆପଡା ଅଫିସ,୨|୮-ସ୍ଥାନୀୟ ନ୍ୟାଶନାଲ ହାଇସ୍କୁଲରେ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଜିଲାସ୍ତରୀୟ ବିଜ୍ଞାନଡ୍ରାମା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲା ଶିକ୍ଷାଧିକାରୀ ଲକ୍ଷ୍ମଣ କୁମାର ଭୋଇ ଅଧ୍ୟକ୍ଷତା କରିଥିବାବେଳେ ଜିଲା ବିଜ୍ଞାନ ନିରୀକ୍ଷକ ଅଶ୍ୱିନୀ କୁମାର ଭୋଇ, ନ୍ୟାଶନାଲ ହାଇସ୍କୁଲ ପ୍ରଧାନଶିକ୍ଷକ ସୁକାନ୍ତ ସତପଥୀ ପ୍ରମୁଖ ଯୋଗଦେଇଥିବାବେଳେ ବିଚାରକ ଭାବେ ଅମୀୟ ଦାସ, ପ୍ରବୋଧ ହୋତା, ଅମ୍ବିକା ପ୍ରସାଦ ଦାସ ଯୋଗଦେଇଥିଲେ। ଜିଲାର ବିଭିନ୍ନ ହାଇସ୍କୁଲଗୁଡିକରୁ ଛାତ୍ରୀଛାତ୍ରମାନେ ଯୋଗଦେଇଥିଲେ। ଏଥିରେ ଆଦର୍ଶ ବିଦ୍ୟାଳୟ ଝଗ୍ରାହୀ ପ୍ରଥମ ସ୍ଥାନ ଅକ୍ତିଆର କରିଥିବାବେଳେ ଆଦର୍ଶ ବିଦ୍ୟାଳୟ କେଶରାଜପୁର ଦ୍ୱିତୀୟ ଓ ଉନ୍ନୀତ ହାଇସ୍କୁଲ କଲ୍ୟାଣପୁର ତୃତୀୟ ସ୍ଥାନ ଅଧିକାର କରିଥିଲା। ପ୍ରଥମ ସ୍ଥାନ ଅଧିକାର କରିଥିବା ଆଦର୍ଶ ବିଦ୍ୟାଳୟ ଝଗ୍ରାହୀ ଆଗାମୀ ୬ ତାରିଖରେ ବଲାଙ୍ଗୀରରେ ହେବାକୁ ଥିବା ଜୋନାଲସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବ। କାର୍ଯ୍ୟକ୍ରମ ପରିଚାଳନାରେ କିଶୋର କୁମାର ପରିଡା, ଜୟନ୍ତ ସିଂଦେଓ ପ୍ରମୁଖ ସହଯୋଗ କରିଥିଲେ।


All Right Reserved By Dharitri.Com

ଝାରସୁଗୁଡ଼ାରେ କରୋନା କଟକଣା ମାନୁନାହାନ୍ତି ଲୋକେ: ସଚେତନ ନ କରାଇ ଜରିମାନା ଆଦାୟରେ ମାତିଛି ପୋଲିସ

ଝାରସୁଗୁଡ଼ା ଅଫିସ,୨୨।୪: କରୋନା ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ ଜାରିରହିଛି। କିଛି ସ୍ଥାନରେ ଗତ ୨୦ ତାରିଖରୁ ଲକ୍‌ଡାଉନ କଟକଣା କୋହଳ କରାଯାଇଛି।...

ଋଷିକୁଲ୍ୟା ମୁହାଣରେ ଅଲିଭ୍‌ ରିଡ୍‌ଲେଙ୍କ ମିଳନ ପ୍ରକ୍ରିୟା ଅବ୍ୟାହତ: ସମୟ ପୂର୍ବରୁ ଅଣ୍ଡାଦାନ

ଗଞ୍ଜାମ,୪୧୨(ଡି.ଏନ.ଏ.)-ଗଞ୍ଜାମ ଜିଲା ପୁରୁଣା ବନ୍ଧ ଗ୍ରାମ ନିକଟସ୍ଥ ଋଷିକୁଲ୍ୟା ବେଳାଭୂମିରେ ନଭେମ୍ବରରୁ ଅଲିଭ ରିଡ୍‌ଲେଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହା ଜାନୁୟାରୀ ୧୫ ପର୍ଯ୍ୟନ୍ତ...

ବୋମା ବିସ୍ଫୋରଣରେ ଜଣେ ଆହତ: ଯୁବକ ଗିରଫ

ବନ୍ତ,୧୩।୧୧ (ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ଥାନା ଅନ୍ତର୍ଗତ ଟିଲୋ ତାଳପଦା ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ କେତେକ ଯୁବକଙ୍କ ବୋମା ବିସ୍ଫୋରଣରେ ଜଣେ ବ୍ୟକ୍ତି...

ଜିଲା ଭିଜିଲାନ୍ସ ଓ ମନିଟରିଂ କମିଟି ବୈଠକ

ଫୁଲବାଣୀ ଅଫିସ, ୬ା୨-ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଠ ଆଇନର ଜିଲାସ୍ତରୀୟ ଭିଜିଲାନ୍ସ ମନିଟରିଂ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡା. ବୃନ୍ଦା...

ଜେଲରେ ଅନଶନ, ୧୦ ଅସୁସ୍ଥ

ତାଳଚେର, ୮ା୧୨(ନି.ପ୍ର.)- ଖଣି ବନ୍ଦ ଆନ୍ଦୋଳନ ଯୋଗୁ ଗତ ୫ରେ କଲିୟାରୀ ପୋଲିସ ଡଅଁରା ଗ୍ରାମର ୧୯ ଜଣଙ୍କୁ ଗିରଫ କରିଥିଲା। ପୋଲିସର ଏହି ଗିରଫଦାରୀକୁ...

ଚୋରାମଦ ବିକ୍ରି ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ମହିଳା

ଭଦ୍ରକ ଅଫିସ, ୨୦।୫- ଗଁାରେ ବେଆଇନ ଚୋରାମଦ ବିକ୍ରି ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ମହିଳା। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଖଣ୍ଡିଆବଜାରର ଶତାଧିକ ଆଦିବାସୀ...

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିପାରିବେ ପ୍ରବାସୀ ଗର୍ଭବତୀ: ଗଞ୍ଜାମ ଜିଲାପାଳ

ଛତ୍ରପୁର, ୬।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାକୁ ସୁରଟ, କେରଳରୁ ପ୍ରବାସୀମାନେ ଆସିବାରେ ଲାଗିଛନ୍ତି। ଏହି ପ୍ରବାସୀମାନଙ୍କ ମଧ୍ୟରେ କେତେକ ଗର୍ଭବତୀ ରହିଥିବା ଦେଖାଯାଇଛି। ଆବଶ୍ୟକ ହେଲେ କ୍ୱାରାଣ୍ଟାଇନ...

‘ପାଣିପିଆ ଘଣ୍ଟା’ ଅଭିଯାନ: ଭିଭିଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ବାଜିଲା ଘଣ୍ଟା

ବ୍ରହ୍ମପୁର ଅଫିସ,୨୫।୧୧: ଛାତ୍ରୀଛାତ୍ରଙ୍କ ପାଇଁ ଗଞ୍ଜାମ ଜିଲାରେ ଏକ ଅଭିନବ ଅଭିଯାନ ଆରମ୍ଭ ହୋଇଛି। ପାଣି ପିଇବା ପାଇଁ ପିଲାମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସୋମବାରଠାରୁ...

Leave a comment

Your email address will not be published. Required fields are marked *