ବାଲିସାହି-ସୁରାବ ରାସ୍ତା କଦର୍ଯ୍ୟ

ଅନୁଗୋଳ ଅଫିସ, ୨।୮-ଅନୁଗୋଳ ଜିଲା ବଲାସିଂହା ପଞ୍ଚାୟତ ବାଲିସାହିଠାରୁ ସୁରାବ ଯାଇଥିବା ୪ କିମି ରାସ୍ତା ଶୋଚନୀୟ ହୋଇପଡିଛି। ଅସରାଏ ବର୍ଷା ହେଲେ ସେଠାରେ ପାଣି ଜମି କାଦୁଅରେ ଭର୍ତ୍ତି ହୋଇଯାଉଥିବାରୁ ଏହା ଯାତାୟାତ ଉପଯୋଗୀ ହେଉନାହିଁ। ଫଳରେ ଏହା ଉପରେ ନିର୍ଭର କରୁଥିବା ଲୋକେ ଅସୁବିଧା ଭୋଗୁଛନ୍ତି। ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଳକ ପ୍ରଶାସନକୁ ସମସ୍ୟା ଜଣାଇଥିଲେ ମଧ୍ୟ ରାସ୍ତା ମରାମତି କିମ୍ବା ନୂତନ ଭାବେ ଏହା ନିର୍ମାଣ ହେଉ ନ ଥିବା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଅଞ୍ଚଳବାସୀଙ୍କ କହିବା ମୁତାବକ, ଅନୁଗୋଳ ସହରଠାରୁ ମାତ୍ର ୧୦ କିମି ଦୂରରେ ଥିବା ସେହି ରାସ୍ତା ଉପରେ ପାଖାପାଖି ୩ ହଜାରରୁ ଊର୍ଦ୍ଧ୍ୱ ଲୋକ ନିର୍ଭର କରନ୍ତି। ହେଲେ ଥରେ ବର୍ଷା ହୋଇଗଲେ ଉକ୍ତ ରାସ୍ତାରେ ଯିବାଆସିବା କଷ୍ଟକର ହୋଇପଡେ। ଏହି ୪ କିମି ରାସ୍ତା ପାଇଁ ଲୋକେ ସମସ୍ୟାରେ ପଡ଼ୁଛନ୍ତି। ବାଲିସାହିରେ ବାସ କରୁଥିବା ଲୋକେ ସହରକୁ ଆସିବା ପାଇଁ ହେଲେ ଚଣ୍ଡିଖମଣ ଦେଇ ଛେଳିଆପଡ଼ା ରାସ୍ତା ନଚେତ ଚଣ୍ଡିଖମଣ ଦେଇ କାଙ୍ଗୁଲା ରାସ୍ତାରେ ଅନୁଗୋଳ ଯିବାକୁ ବାଟ ରହିଛି। ସେହିପରି ମହୀଧରପୁର ଯିବାକୁ ହେଲେ ସୁରାବ ଦେଇ ଖଣ୍ଡହତା ରାସ୍ତାରେ ମୁଖ୍ୟ ରାସ୍ତାକୁ ବାହାରିଥାନ୍ତି। କିନ୍ତୁ ବାଟରେ ପଡୁଥିବା ଉକ୍ତ ୪ କିମି ରାସ୍ତା ପାଇଁ ସମସ୍ୟା ଉପୁଜୁଛି। ବାଲିସାହିରେ ୟୁପି ସ୍କୁଲ ଥିବାବେଳେ ବଲାସିଂହାଠାରେ ଉଚ୍ଚ ବିଦ୍ୟାଳୟ ରହିଛି। ବର୍ଷାଦିନେ ସ୍କୁଲକୁ ଯିବାକୁ ଛାତ୍ରୀଛାତ୍ରମାନେ ଅସୁବିଧାରେ ପଡୁଥିବା ଅଭିଭାବକମାନେ ପ୍ରକାଶ କରିଛନ୍ତି। ତୁରନ୍ତ ଏହାର ମରାମତି ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ବଲାସିଂହା ସରପଞ୍ଚ ଅଶୋକ ସାହୁଙ୍କୁ ପଚାରିବାରେ କହିଛନ୍ତି, ଉକ୍ତ ରାସ୍ତା ସମ୍ପର୍କରେ ସ୍ଥାନୀୟ ଲୋକେ ଅବଗତ କରିଛନ୍ତି। କିନ୍ତୁ ପଞ୍ଚାୟତରେ ଏତେ ପରିମାଣର ଟଙ୍କା ନ ଥିବାରୁ ରାସ୍ତା ନିର୍ମାଣ ହୋଇପାରୁନି। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିଲୁ। କିନ୍ତୁ ରାସ୍ତାଟି ୫ କିମିରୁ କମ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ ହୋଇପାରି ନ ଥିଲା। ତେବେ ଆର୍‌ଡି ବିଭାଗ ପକ୍ଷରୁ ବଲାସିଂହା ଫୁଲପାଳ ଗାଁ ଦେଇ ଚଣ୍ଡିଖମଣକୁ ଏକ ରାସ୍ତା ଯିବ ବୋଲି ପ୍ରୋଜେକ୍ଟ ପ୍ରସ୍ତୁତ ହୋଇଛି। ଏହା ମଞ୍ଜୁର ହେବା ପରେ ବାଲିସାହି ଲୋକଙ୍କ ସମସ୍ୟା ଦୂର ହେବ ବୋଲି ସରପଞ୍ଚ କହିଛନ୍ତି।


All Right Reserved By Dharitri.Com

ମୋବାଇଲ ଫୋନ ବ୍ୟବହାର କଲେ ଜରିମାନା ଦେବେ ଛାତ୍ରୀ

ଭଞ୍ଜନଗର,୧୦ା୯(ଡି.ଏନ.ଏ.)- ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)ର ବାର୍ଷିକ ଯୋଜନା ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ...

ଡକାୟତି ଉଦ୍ୟମ ପଣ୍ଡକଲା ଅନୁଗୋଳ ପୋଲିସ: ୭ ଜଣଙ୍କୁ ମାଡ଼ି ବସିଲା, ଜଣେ ଫେରାର

ଅନୁଗୋଳ ଅଫିସ, ୪।୯-ଅନୁଗୋଳ ପୋଲିସ ସୋମବାର ବିଳମ୍ବିତ ରାତିରେ ଏକ ଡକାୟତ ଗ୍ୟାଙ୍ଗକୁ କାବୁ କରିଛି। ଗ୍ୟାଙ୍ଗର ୭ ସଦସ୍ୟଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ...

ଏମିତି ଚାଲିଛି ସୂଚନା ଅଧିକାର ଆଇନ: ୧୨ବର୍ଷ ପରେ ଅଧା ତଥ୍ୟ ଦେଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର, ୩୧ା୭(ବ୍ୟୁରୋ): ରାଜ୍ୟରେ ଘଟିଥିବା ହାଜତ ମୃତ୍ୟୁ ତଥ୍ୟକୁ ୧୨ବର୍ଷ ହେବ ଦେଉ ନ ଥିଲା କ୍ରାଇମବ୍ରାଞ୍ଚ। ଏହା ସୂଚନା ଅଧିକାର ପରିସରଭୁକ୍ତ ନୁହେଁ ବୋଲି...

ଘୁଞ୍ଚିଲା ଯୁକ୍ତ ୩ ସେମିଷ୍ଟର ପରୀକ୍ଷା

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ):ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ଡିଗ୍ରୀ ମହାବିଦ୍ୟାଳୟଗୁଡିକରେ ସେମିଷ୍ଟର ପରୀକ୍ଷା ତାରିଖ ଘୁଞ୍ଚାଇବା ଦାବି ନେଇ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ପରେ ପରୀକ୍ଷା ତାରିଖକୁ ପରିବର୍ତ୍ତନ କରାଯାଇଛି। ବର୍ଷକ...

କୃଷିବୀମାରେ ଅନିୟମିତତା, ଆନ୍ଦୋଳନ ପାଇଁ ସଜବାଜ

ପଦ୍ମପୁର, ୨୮।୭ (ଡି.ଏନ.ଏ):ପଦ୍ମପୁର ଅଞ୍ଚଳର ଚାଷୀମାନଙ୍କୁ ବୀମା କମ୍ପାନୀ ଚଞ୍ଚକତା କରିଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ପ୍ରଶାସନକୁ ବହୁବାର ଜଣାଇଥିଲେ...

ନାବାଳିକା ଛାତ୍ରୀଙ୍କୁ ବଳାତ୍କାର: ଅଭିଯୁକ୍ତ ଶିକ୍ଷକ ଗିରଫ

ସମ୍ବଲପୁର, ୧୭।୭(ବ୍ୟୁରୋ): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଞ୍ଚଳରେ ଜଣେ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ପରିବାରଲୋକଙ୍କ ଅଭିଯୋଗକ୍ରମେ ବାଉରୀଗୁଡ଼ା ସ୍କୁଲର...

ରାଇକିଆରୁ ଯୁବତୀ ଚାଲାଣ: ଘରୋଇ ବସ୍‌ରୁ ୨ ନାବାଳିକା, ୮ ଯୁବତୀ ଉଦ୍ଧାର; ୨ ଦଲାଲ ଅଟକ

ରାଇକିଆ,୧୦।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଅଞ୍ଚଳରୁ ରାଜ୍ୟ ବାହାରକୁ ଯୁବତୀ ଓ ନାବାଳିକା ଚାଲାଣ ହେଉଥିବା ସନ୍ଦେହ କରି ରାଇକିଆ ପୋଲିସ ବୁଧବାର ଏକ ଘରୋଇ ବସ୍‌...

ଯୌତୁକ ଦାବିରେ ସ୍ତ୍ରୀଙ୍କୁ ଆକ୍ରମଣ ମାମଲା: ଅଭିଯୁକ୍ତ ସ୍ବାମୀ କୋର୍ଟଚାଲାଣ

ଛତ୍ରପୁର,୧୫।୬(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ପୋଡ଼ାପଦର ଗାଁରେ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ସମ୍ପୃକ୍ତ ସ୍ବାମୀଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ...

Leave a comment

Your email address will not be published. Required fields are marked *