ବନ ମହୋତ୍ସବରେ ଜିଲାପାଳଙ୍କ ପ୍ରତିଶ୍ରୁତି: ମାଝିସାହି ହେବ ଆଦର୍ଶ ଗ୍ରାମ

ଢେଙ୍କାନାଳ ଅଫିସ, ୨ା୮-ଢେଙ୍କାନାଳ ଜିଲା ସପ୍ତଶଯ୍ୟା ପଞ୍ଚାୟତ ଅଧୀନ ବଣଜଙ୍ଗଲ ଘେରା ମାଝିସାହି ଗ୍ରାମରେ ସଚେତନ ନାଗରିକ ଫୋରମ୍‌ ପକ୍ଷରୁ ଗୁରୁବାର ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ଆଦିବାସୀ ନୃତ୍ୟ, ବାଦ୍ୟର ତାଳେ ତାଳେ ଚାରା ରୋପଣ କରାଯାଇଥିଲା।
ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ସୁନାରି ଚାରା ଲଗାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସ୍ଥାନୀୟ ହାଇସ୍କୁଲ ପରିସରରେ ଆୟୋଜିତ ସଭାରେ ଯୋଗଦେଇ ଜିଲାପାଳ କହିଲେ, ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି ମାଝିସାହି। ଏହାକୁ ଆଦର୍ଶ ଗ୍ରାମରେ ପରିଣତ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯିବ। ପାନୀୟ ଜଳ, ରାସ୍ତାଘାଟ ସମସ୍ୟାର ତ୍ୱରିତ ସମାଧାନ କରାଯିବ। ସ୍କୁଲ ଚାରିପଟେ ସୁରକ୍ଷା ପାଚେରି ନିର୍ମାଣ ହେବ। ଗ୍ରାମର ବିକାଶ ପାଇଁ ପ୍ରଶାସନ ପକ୍ଷରୁ ଶତ ପ୍ରତିଶତ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।
ମୁଖ୍ୟବକ୍ତା ଭାବେ ଯୋଗଦେଇ ଜିଲା ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ସୁଦର୍ଶନ ପାତ୍ର କହିଲେ, ଗ୍ରାମ ପରିବେଶକୁ ସୁରକ୍ଷିତ ରଖିବାକୁ ସୁନାରି ଚାରାରୋପଣ କରାଯାଉଛି। ଗଛକୁ ନିଜର ସନ୍ତାନ ଭାବି ଯତ୍ନ ନେବାକୁ ସେ ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ ଗ୍ରାମବାସୀଙ୍କ ଆର୍ଥିକ ମାନଦଣ୍ଡର ବିକାଶ କରିବାକୁ ସମୁଚିତ ପଦକ୍ଷେପ ନିଆଯିବ। ଏସ୍‌ଏଚ୍‌ଜି ମହିଳାଙ୍କୁ ବିକାଶମୂଳକ କାର୍ଯ୍ୟରେ ସାମିଲ କରାଯିବ ବୋଲି ଡିଏଫ୍‌ଓ କହିଛନ୍ତି। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲା ଉଦ୍ୟାନକୃଷି ଉପନିର୍ଦ୍ଦେଶକ ଡ. ଭଗବାନ ଦାସ କହିଲେ, ଗ୍ରାମରେ ଖୁବଶୀଘ୍ର ପିଜୁଳି ବଗିଚା କରାଯିବ। ଫଳ ଗଛର ସୁରକ୍ଷା ପାଇଁ ସୌରଶକ୍ତିସମ୍ପନ୍ନ ବାଡ଼ ତିଆରି କରାଯିବ। ଏ ନେଇ ଅଞ୍ଚଳର ଲୋକଙ୍କୁ ଆବଶ୍ୟକ ତାଲିମ ଦିଆଯିବ ବୋଲି ସେ ସୂଚନା ଦେଇଥିଲେ। ସଙ୍ଗଠନର ସଭାପତି ପ୍ରଦ୍ୟୁମ୍ନ ରଥ କହିଲେ, ଫୋରମ୍‌ ପକ୍ଷରୁ ମାଝିସାହିକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରାଯାଇଛି। ଏହାର ବିକାଶ ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରିରହିବ। ଏହି ଅବସରରେ ସରପଞ୍ଚ ଜେଶସ ସାହୁ, ସାମାଜିକ କର୍ମୀ ସରୋଜ ଶତପଥୀ, ଗ୍ରାମ ସଭାପତି ରୁପେଇ ବାସ୍କେ ପ୍ରମୁଖ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ, ପାନୀୟଜଳ ସମସ୍ୟା ସମାଧାନ ପାଇଁ ଜିଲାପାଳଙ୍କୁ ଅନୁରୋଧ କରିଥିଲେ। ଏ ନେଇ ସେମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ପ୍ରାରମ୍ଭରେ ପାରମ୍ପରିକ ବାଦ୍ୟନୃତ୍ୟ ମାଧ୍ୟମରେ ପୂଜାର୍ଚ୍ଚନା ସହ ଗ୍ରାମବାସୀ ଗଁା ସୀମା ଆରମ୍ଭରେ ଚାରାରୋପଣ କରିଥିଲେ। ସଦର ରେଞ୍ଜର ମୁନାୱର ଖଁା, ଫୋରମ୍‌ ଉପସଭାପତି ପଙ୍କଜ ନାୟକ, ଅଖିଳ ମହାପାତ୍ର, ସମ୍ପାଦକ ଭରତ ଦାସ, ଯୁଗ୍ମ ସମ୍ପାଦକ ଗୁପ୍ତେଶ୍ୱର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


All Right Reserved By Dharitri.Com

ବ୍ରଜରାଜନଗରରେ କିଶୋର ମହାନ୍ତି ଆଗୁଆ

ବ୍ରଜରାଜନଗର,୨୩।୫: ୫ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବ୍ରଜରାଜନଗର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ କିଶୋର ମହାନ୍ତି ଆଗୁଆ ରହିଛନ୍ତି। କିଶୋର ୧୦୬୬୩ ଭୋଟ ପାଇଥିବାବେଳେ...

ବିଦ୍ୟୁତ୍‌ ଲୋଭୋଲଟେଜ ସମସ୍ୟା: ଜିଲାପାଳଙ୍କୁ ଦେଖାକଲେ ଚାଷୀ ପ୍ରତିନିଧି

ନୂଆପଡା ଅଫିସ,୧୭ା୪: ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଦର୍ଲିପଡା, ସିଆଲଟି ଗ୍ରାମପଞ୍ଚାୟତରେ ବିଦ୍ୟୁତ୍‌ ଲୋଭୋଲଟେଜ ସମସ୍ୟା ଯୋଗୁ ଶତାଧିକ ଏକର ଜମିର ରବି ଚାଷ...

ଶିକ୍ଷୟିତ୍ରୀଙ୍କ ସାବୁନରେ ବାସନ ମାଜିବାରୁ ଛାତ୍ରଙ୍କୁ ମାଡ଼

ପାପଡାହାଣ୍ଡି,୨୮।୧୦(ଡି.ଏନ.ଏ)- ଶିକ୍ଷୟିତ୍ରୀଙ୍କ ବାସନମଜା ସାବୁନରେ କେତେ ଜଣ ଛାତ୍ର ନିଜ ବାସନ ମାଜି ଦେଇଥିଲେ। ଏହାକୁ ନେଇ ଶିକ୍ଷୟିତ୍ରୀ ରାଗିଯାଇ ଛାତ୍ରମାନଙ୍କୁ ମାଡ ମାରିଥିଲେ। ଶିକ୍ଷୟିତ୍ରୀଙ୍କ...

ସୁବ୍ରତଙ୍କୁ ଭାରତୀୟ ଯୁବ ପୁରସ୍କାର

ବାରିପଦା ଅଫିସ,୧୩।୧୦- ମୟୂରଭଞ୍ଜ ଜିଲାର ଯୁବ ପ୍ରତିଭା ସୁବ୍ରତ ଦାସ ଓଡ଼ିଶାର ଏକମାତ୍ର ଯୁବକ ଭାବେ ଚଳିତବର୍ଷ ଭାରତୀୟ ଯୁବ ପୁରସ୍କାର ସମ୍ମାନ ଲାଭ କରିଛନ୍ତି।...

ମହାପ୍ରଭୁଙ୍କୁ ଦର୍ଶନ କଲେ ଲାବଣ୍ୟା

ପୁରୀ ଅଫିସ, ୪ା୮: ସର୍ବାଭାରତୀୟ ସ୍ତରରେ ଅନୁଷ୍ଠିତ ଟିନ୍‌ ଡିଭା ଇଣ୍ଡିଆ ଇଣ୍ଟରନ୍ୟାଶନାଲ ୨୦୧୯ ମୁକୁଟ ବିଜୟିନୀ ଲାବଣ୍ୟା ଦାସ ଶନିବାର ଶ୍ରୀକ୍ଷେତ୍ରକୁ ଆସି ମହାପ୍ରଭୁଙ୍କ...

ଭରତପୁର କୋଇଲା ଖଣି ଦୁର୍ଘଟଣା: ଏମ୍‌ସିଏଲ୍‌ର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନବାଚୀ

ତାଳଚେର,୨୯ା୭(ନି.ପ୍ର.) ଅନୁଗୋଳ ଜିଲା ତାଳଚେରସ୍ଥିତ ମହାନଦୀ କୋଲ୍‌ ଫିଲ୍‌ଡସ ଲିମିଟେଡ (ଏମ୍‌ସିଏଲ୍‌)ର ଭରତପୁର କୋଇଲା ଖଣିରେ ଗତ ୨୩ ତାରିଖ ରାତିରେ ଘଟିଥିବା ଦୁର୍ଘଟଣାରେ ଏଯାଏ ୩ଜଣଙ୍କ...

ଆଜି ନୂଆଁଖାଇ, ପୁରପଲ୍ଲୀ ଉତ୍ସବମୁଖର

ସମ୍ବଲପୁର,୩।୯(ବ୍ୟୁରୋ): ମଙ୍ଗଳବାର ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ପୁରପଲ୍ଲୀ ଉତ୍ସବମୁଖର ହୋଇଛି। ପରମ୍ପରା ଅନୁସାରେ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଏହି ଗଣପର୍ବ ପାଳିତ...

ବଢ଼ୁଛି ତାଳଚେରବାସୀଙ୍କ ଅସନ୍ତୋଷ: ରାଜପଥରେ ଆଣ୍ଠୁଏ ଖାଲ

ତାଳଚେର୨୯ା୯(ନି.ପ୍ର) – ତାଳଚେର ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ବାଙ୍କଧରା ଛକ ଠାରୁ ତାଳଚେର ବାଇପାସ ଅଞ୍ଚଳ ପର୍ଯ୍ୟନ୍ତ ଜାତୀୟ ରାଜପଥ...

Leave a comment

Your email address will not be published. Required fields are marked *