କବିସୂର୍ଯ୍ୟନଗର ବ୍ଲକ ପିଇଓ ନିଲମ୍ବିତ

ଛତ୍ରପୁର,୨ା୮(ଡି.ଏନ.ଏ.)- ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ ପିଇଓ (ପଞ୍ଚାୟତ ନିର୍ବାହୀ ଅଧିକାରୀ) ଡି. ସନ୍ତୋଷ ପ୍ରଧାନଙ୍କୁ ଗଞ୍ଜାମ ଜିଲାପାଳ ବୁଧବାର କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ମଦ୍ୟପାନ କରି କବିସୂର୍ଯ୍ୟନଗର ବ୍ଲକ ପରିସରରେ ଗଣ୍ଡଗୋଳ କରିବା ଓ କର୍ମଚାରୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ତାଙ୍କୁ ନିଳମ୍ବନ କରାଯାଇଛି। ନିଲମ୍ବନ ପରେ ସେ ସଦରମହକୁମା ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରତିଦିନ ରିପୋର୍ଟ କରି କାର୍ଯ୍ୟଦିବସରେ ସେଠାରେ ଉପସ୍ଥାନ ଦର୍ଶାଇବେ ବୋଲି ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କୁ ଚାକିରୀ ସର୍ତ୍ତାବଳୀ ଓଡିଶା ସର୍ଭିସ କୋଡ ୧୯୬୨ ରୁଲ୍‌ ୯୦ ଅନୁଯାୟୀ ତାଙ୍କର ମାସିକ ଦେୟ ନିର୍ଦ୍ଧାରଣ ପୂର୍ବକ ପ୍ରଦାନ କରାଯିବ ବୋଲି ଜଣାପଡିଛି। ଏଥିସହ ତାଙ୍କ ବିରୋଧରେ ପୃଥକ୍‌ ପୃଥକ୍‌ ଡ୍ରାଫ୍‌ ଚାର୍ଜ ପ୍ରସ୍ତୁତ କରି ୭ ଦିନ ମଧ୍ୟରେ ଦାଖଲ କରିବାକୁ କବିସୂର୍ଯ୍ୟନଗର ବିଡିଓ ଓ ସୋରଡା ବିଡିଓଙ୍କୁ ଜିଲପାଳ ନିର୍ଦ୍ଦେଶ ଦେଇଛନ୍ତିି। ସୂୂଚନାଯୋଗ୍ୟ, ପୂର୍ବରୁ ସେ ସୋରଡା ବ୍ଲକ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ।


All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ପ୍ରବଳ ବର୍ଷା: ନାଳରେ ଭାସିଯିବା ବେଳେ ଯୁବକ ଉଦ୍ଧାର

ଦାରିଙ୍ଗବାଡ଼ି,୭।୮(ଡି.ଏନ.ଏ)-ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମଙ୍ଗଳବାର ପ୍ରବଳ ବର୍ଷା ହୋଇଛି। ସକାଳ ୭ଟାରୁ ବର୍ଷା ଆରମ୍ଭ ହୋଇ ଅପରାହ୍ନରେ ବଜ୍ରପାତ ସହ ପ୍ରବଳ ବର୍ଷା ହୋଇଥିଲା। ଅଞ୍ଚଳର...

ବିରୋଧୀଦଳ ନେତା ହେବା ନେଇ ପ୍ରଦୀପ୍ତଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣା,୧୪।୮(ଡି.ଏନ୍‌.ଏ.): ଭବାନୀପାଟଣା ଭାଜପା ବିଧାୟକ ପ୍ରଦୀପ୍ତ କୁମାର ନାଏକ ବିରୋଧୀ ଦଳର ନେତା ହେବା ପରେ ପ୍ରଥମକରି କଳାହାଣ୍ଡି ଗସ୍ତରେ ଆସିଛନ୍ତି। ଏ ନେଇ କେସିଙ୍ଗା...

ଉଠାଦୋକାନୀଙ୍କ କବ୍‌ଜାରେ ରାସ୍ତାଘାଟ : ଜରୁରିକାଳୀନ  ସେବା ବ୍ୟାହତ

ଆନନ୍ଦପୁର,୨୧।୯(ସ୍ବ.ପ୍ର.) : କେନ୍ଦୁଝର ଜିଲା ଘସିପୁରା ବ୍ଲକ ବାଲିପାଳ ବଜାରରେ ବିଭିନ୍ନ ସମୟରେ ଟ୍ରାଫିକ୍‌ ସମସ୍ୟା ଗୁରୁତର ହୋଇପଡ଼ୁଛି। ଆନନ୍ଦପୁର ଆର୍‌ଏମ୍‌ସି ଦ୍ୱାରା କରାଯାଇଥିବା ମାର୍କେଟ...

ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ତାଲା

ଖଇରା, ୧୨।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସାଦିକପୁର ୟୁଜିୟୁପି ସ୍କୁଲର ବିଜ୍ଞାନ ଶିକ୍ଷକଙ୍କୁ ବଦଳି ପ୍ରତିବାଦରେ ଗୁରୁବାର ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇ ବିରୋଧ...

ପ୍ରହସନ ପାଲଟିଛି ୧୦୮ ଆମ୍ବୁଲାନ୍ସ ସେବା

ଆନନ୍ଦପୁର, ୨। ୮(ସ୍ବ.ପ୍ର.)- ରୋଗୀମାନଙ୍କୁ ମାଗଣାରେ ଚିକିତ୍ସାଳୟ ନେବା ପାଇଁ ସରକାର ଆମ୍ବୁଲାନ୍ସ ସେବା ଯୋଗାଇ ଦେଇଛନ୍ତି। ଶତ ପ୍ରତିଶତ ଆମ୍ବୁଲାନ୍ସ ସେବା ବିଫଳତାର ନମୁନା...

ପୌର ଓ ବ୍ଲକ କାର୍ଯ୍ୟାଳୟରେ ଏମ୍‌ପିଙ୍କ ସମୀକ୍ଷା:ସଫେଇ ପାଇଁ କର୍ତ୍ତୃପକ୍ଷଙ୍କୁ ତାଗିଦ

ଅନୁଗୋଳ ଅଫିସ, ୨୪।୯ ଅନୁଗୋଳ ବ୍ଲକ ଓ ପୌରପାଳିକାର କାର୍ଯ୍ୟ ସମୀକ୍ଷା କରିଛନ୍ତି ଢେଙ୍କାନାଳ ଏମ୍‌ପି ମହେଶ ସାହୁ। ପ୍ରଥମେ ସେ ପୌରପାଳିକା କାର୍ଯ୍ୟାଳୟରେ ପହଞ୍ଚି...

ଦୁର୍ଗମ ଗାଁର ଦୁଃଖ

ରାଇସୁଆଁ, ୩୦।୯(ଡି.ଏନ.ଏ.)- କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ଓ ମହାଦେଇଯୋଡା ପଞ୍ଚାୟତର କେତେକ ଗାଁ ଆଜି ବି ଦୁର୍ଗମ ଇଲାକା ହୋଇ ରହିଛି।...

ଦୁର୍ଘଟଣାରେ ବୌଦ୍ଧ ଏଡିଏମ୍‌ ଗୁରୁତର

ବୌଦ୍ଧ,୨୬।୮(ସ୍ବ.ପ୍ର.) : ବୌଦ୍ଧ ଜିଲା କରଡ଼ାକୋଠା ନିକଟରେ ସୋମବାର ସକାଳୁ କାର୍‌ ଦୁର୍ଘଟଣାରେ ବୌଦ୍ଧ ଏଡିଏମ୍‌ ରମାକାନ୍ତ ସେଠୀ ଗୁରୁତର ହୋଇଥିବା ଜଣାପଡ଼ିଛି। ପ୍ରକାଶ ଯେ,...

Leave a comment

Your email address will not be published. Required fields are marked *