ବାଲି ଚୋରାଚାଲାଣ ୧୦ ଗାଡିରୁ ୧ଲକ୍ଷ ଟଙ୍କା ଜରିମାନା ଆଦାୟ

ଚନ୍ଦ୍ରଗିରି,୧ା୮(ଡି.ଏନ.ଏ.): ମୋହନା ବ୍ଲକ ଖସଡ଼ା ରାମନଦୀରୁ ବେଆଇନ ବାଲି ଚାଲାଣ ହେଉଛି। ମୋହନା ତହସିଲଦାର ତଥା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ କଲ୍ୟାଣୀ ସଂଘମିତ୍ରା ଦେବୀ ଗୁରୁବାର ବାଲି ଚୋରାଚାଲାଣ ବେଳେ ଚଢାଉ କରି ୫ ଟ୍ରାକ୍ଟର ଜବତ କରିଥିଲେ। ଯାଞ୍ଚବେଳେ କାଗଜପତ୍ର ନ ଥିବାରୁ ଟ୍ରାକ୍ଟରଗୁଡିକୁ ଚନ୍ଦ୍ରଗିରି ଆର୍‌ଆଇ କାର୍ଯ୍ୟାଳୟକୁ ଅଣାଯାଇଥିଲା। ସେହିପରି ଘାଇବାଲି ଓ ମୋହନା-ଅଡବା ମଧ୍ୟରେ ଆଉ ୫ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରିଥିଲେ। ଜବତ ଗାଡିମାଲିକ ମାନେ ଆସିବା ପରେ ଜରିମାନା ଆଦାୟ କରି ଗାଡି ଛଡା ଯାଇଥିବା ଜଣାପଡିଛି। ୧ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଥିବା ତହସିଲଦାର କହିଛନ୍ତି। ମୋହନା ଅଡବା ଏବଂ ଘାଇବାଲି ଅଞ୍ଚଳରେ ଚଢାଉବେଳେ ଅତିରିକ୍ତ ତହସିଲଦାର ପ୍ରଭାତୀ ମହାରଣା ଉପସ୍ଥିତ ଥିଲେ।


All Right Reserved By Dharitri.Com

ମାଛ ଧରାକୁ ନେଇ ସଂଘର୍ଷ ଘଟଣା: ୩ ମାମଲା ରୁଜୁ, ଗ୍ରାମରେ ପୋଲିସ ଛାଉଣୀ

ଗୋପାଳପୁର,୩ା୧୦-ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ରାମେୟାପାଟଣା ଓ ଚନ୍ଦନବାଡ଼ ଗ୍ରାମର ବାହୁଦା ନଦୀରେ ମାଛ ଧରିବାକୁ ନେଇ ମଙ୍ଗଳବାର ୨ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ...

ପୁଣି ଲାଗିଲା ମାଓବାଦୀ ପୋଷ୍ଟର

ଫିରିଙ୍ଗିଆ,୨୦ା୭-କିଛି ଦିନ ବ୍ୟବଧାନ ପରେ ପୁଣି ଫିରିଙ୍ଗିଆ ବ୍ଲକର ବିଭିନ୍ନ ସ୍ଥାନରେ ମାଓବାଦୀ ଶୁକ୍ରବାର ପୋଷ୍ଟର ଲଗାଇଛନ୍ତି। ଫିରିଙ୍ଗିଆ ଅଞ୍ଚଳର ସାଡିଙ୍ଗିଆ, ସୁମେରୁବନ୍ଧ, ଲେଣ୍ଡ୍ରିଗୁଡା, ମାଲା...

ପୁଣି ବୋଟ୍‌ରେ ଆସିଲେ ୩୩ ମତ୍ସ୍ୟଜୀବୀ

ଛତ୍ରପୁର,୨୯ା୪(ଡି.ଏନ୍‌.ଏ.): ଲକ୍‌ଡାଉନ୍‌ ଯୋଗୁ ଚେନ୍ନାଇରେ ଫସି ରହିଥିବା ମତ୍ସ୍ୟଜୀବୀ ଓ ଶ୍ରମିକମାନେ ନିଜ ଉଦ୍ୟମରେ ବୋଟ୍‌ କିଣି ସମୁଦ୍ର ପଥରେ ଗଞ୍ଜାମ ଫେରିବାରେ ଲାଗିଛନ୍ତି। କରୋନା...

ସରପଞ୍ଚଙ୍କୁ ଆକ୍ରମଣ, ଗଁ। ପୁଣି ଅଶାନ୍ତ

ଦିଗପହଣ୍ଡି,୧୬ା୨(ଡି.ଏନ୍‌.ଏ.) – ଦିଗପହଣ୍ଡି ବ୍ଲକ କରପଡା ସରପଞ୍ଚ ଗାୟତ୍ରୀ ପ୍ରଧାନଙ୍କୁ ବିପକ୍ଷ ଗୋଷ୍ଠୀର ରାମେଶ୍ୱର ପ୍ରଧାନ ଓ ପ୍ରଶାନ୍ତ ପ୍ରଧାନ ଶନିବାର ଅପରାହ୍ନରେ ଗାଳିଗୁଲଜ କରିଥିଲେ।...

ବାହାର ରାଜ୍ୟ ଶ୍ରମିକଙ୍କୁ କାଉନ୍ସେଲିଂ କଲା ମନସ୍ତତ୍ୱବିତ୍ ଟିମ୍

ଛତ୍ରପୁର,୫।୪ (ଡି.ଏନ.ଏ. )- ବାହାର ରାଜ୍ୟର ଶ୍ରମିକମାନଙ୍କୁ ଅତିଥି ଭାବେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସମ୍ମାନ ଦେବା ସହ ସେମାନଙ୍କ ପାଇଁ ସବୁ ବ୍ୟବସ୍ଥା...

ଖବରଦାତାଙ୍କୁ ମଦ ବେପାରୀଙ୍କ ଆକ୍ରମଣ: ଏତଲା ପରେ ଜଣେ ଅଟକ

ପାତ୍ରପୁର,୨୧ା୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପାତ୍ରପୁର ବ୍ଲକର ଧରିତ୍ରୀ ଖବରଦାତା ଉମାଶଙ୍କର କରଙ୍କୁ ମଙ୍ଗଳବାର ରାତିରେ ମଦବେପାରୀ ଆକ୍ରମଣ କରିଛନ୍ତି। ଏନେଇ ଜରଡା ଥାନାରେ ଏତଲା ପରେ...

ବିପୁଳ ପରିମାଣର ଦେଶୀ ମଦ ଜବତ

ଆର.ଉଦୟଗିରି,୨୯ା୪(ଡି.ଏନ.ଏ.)- ଗଜପତି ଜିଲାପାଳ ଅନୁପମ ସାହା ଏବଂ ଅବକାରୀ ଅଧ୍ୟକ୍ଷ ପ୍ରଦୀପ କୁମାର ପାଣିଗ୍ରାହିଙ୍କ ନିର୍ଦ୍ଦେଶକ୍ରମେ ଆର.ଉଦୟଗିରି ଅବକାରୀ ବିଭାଗ, ରାମଗିରି ପୋଲିସ ଓ ବ୍ରହ୍ମପୁର...

ଛତ୍ରପୁର ହସ୍ପିଟାଲରେ କାର୍ଯ୍ୟକ୍ଷମ ହେଲା ସାନିଟାଇଜେଶନ ମେଶିନ

ଛତ୍ରପୁର,୨୯ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ହସ୍ପିଟାଲରେ ସମ୍ପୂର୍ଣ୍ଣ ଅଟୋମେଟିକ୍‌ ସାନିଟାଇଜେଶନ ମେଶିନ ସ୍ଥାପନ ହୋଇଛି। ଛତ୍ରପୁର ରୋଟାରି କ୍ଲବ ପକ୍ଷରୁ ଏହି ମେଶିନ ହସ୍ପିଟାଲକୁ ଦିଆଯାଇଛି।...

Leave a comment

Your email address will not be published. Required fields are marked *