ଆଜିର ଅର୍ଥନୀତି/ ନିଅଣ୍ଟିଆ ବୃଷ୍ଟି

ମୌସୁମୀ ଏ ବର୍ଷ ଓଡ଼ିଶା ପ୍ରତି ବେଶି ସଦୟ ହୋଇନାହିଁ। ବର୍ତ୍ତମାନ ସୁଦ୍ଧା ସ୍ବାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇଥିବା ବେଳେ ବିଭିନ୍ନ ଜିଲାରେ ବୃଷ୍ଟିପାତର ଆବଣ୍ଟନ ହାର ମଧ୍ୟ ସୁଷମ ନୁହେଁ। ଜୁଲାଇ ମାସରେ ଓଡ଼ିଶାରେ ମୋଟ ୯ ପ୍ରତିଶତ କମ୍‌ ବୃଷ୍ଟିପାତ ହୋଇଛି। ଜୁନ୍‌ ମାସରେ ୩୧.୫ ପ୍ରତିଶତ କମ୍‌ ବୃଷ୍ଟିପାତ ହୋଇଥିଲା। ଜୁଲାଇ ମାସରେ ଦୀର୍ଘକାଳୀନ ହାରାହାରି (ଏଲ୍‌ଟିଏ) ୩୩୯.୯ ମିଲିମିଟର ବୃଷ୍ଟି ହେବା ସ୍ଥଳେ ଏହି ସମୟ ଭିତରେ ଓଡ଼ିଶା ପାଇଛି ୩୦୯.୪ ମିଲିମିଟର ବୃଷ୍ଟିଜଳ। ଜୁନ୍‌ ଓ ଜୁଲାଇ ଉଭୟ ମାସକୁ ହିସାବକୁ ନେଲେ ଏହି ଦୁଇମାସରେ ଦୀର୍ଘକାଳୀନ ହାରାହାରି ୫୫୬.୪ ମିଲିମିଟର ବୃଷ୍ଟି ହେବା ସ୍ଥଳେ ହୋଇଛି ୪୫୭.୭ ମିଲିମିଟର, ଅର୍ଥାତ୍‌ ୧୭.୭ ପ୍ରତିଶତ ନିଅଣ୍ଟିଆ ବୃଷ୍ଟି ହୋଇଛି। ୧୧ଟି ଜିଲାରେ ସ୍ବାଭାବିକ ବୃଷ୍ଟି ହୋଇଥିବା ବେଳେ ୧୭ଟି ଜିଲାରେ ୧୯ରୁ ୩୯ ପ୍ରତିଶତ ପର୍ଯ୍ୟନ୍ତ କମ୍‌ ବୃଷ୍ଟିପାତ ହୋଇଛି। ଅପରପକ୍ଷେ କୋରାପୁଟ ଜିଲାରେ ସ୍ବାଭାବିକଠାରୁ ୧୯ ପ୍ରତିଶତରୁ ଅଧିକ ବୃଷ୍ଟି ହୋଇଥିବା ବେଳେ ମାଲକାନଗିରି ଜିଲା ପାଇଛି ସର୍ବାଧିକ ୬୩୩.୮ ମିଲିମିଟର ବୃଷ୍ଟିପାତ, ଯାହା ସ୍ବାଭାବିକଠାରୁ ୩୬.୧ ପ୍ରତିଶତ ଅଧିକ। ସବୁଠାରୁ କମ୍‌ ବୃଷ୍ଟିପାତ ହୋଇଥିବା ଜିଲାଗୁଡ଼ିକ ଭିତରେ ଅଛି ସୁନ୍ଦରଗଡ଼ ଜିଲା (ବିଯୁକ୍ତ ୩୯ ପ୍ରତିଶତରୁ ବିଯୁକ୍ତ ୫୯ ପ୍ରତିଶତ ପର୍ଯ୍ୟନ୍ତ)। ବ୍ଲକ୍‌ଓ୍ବାରି ହିସାବ ଦେଖିଲେ ଜୁନ୍‌ ମାସରେ ୧୯ଟି ବ୍ଲକ୍‌ରେ ଅଧିକ ବୃଷ୍ଟିପାତ ହୋଇଥିବା ବେଳେ ୭୩ଟି ବ୍ଲକ୍‌ରେ ସ୍ବାଭାବିକ ବୃଷ୍ଟିପାତ ହୋଇଛି। ଅପରପକ୍ଷେ ଜୁନ୍‌ ମାସରେ ୯୦ଟି ବ୍ଲକ୍‌ରେ ନିଅଣ୍ଟିଆ ବୃଷ୍ଟିପାତ ହୋଇଥିବା ବେଳେ ୮୫ଟି ବ୍ଲକ୍‌ରେ ଅତି ନିଅଣ୍ଟିଆ ଏବଂ ୪୭ଟି ବ୍ଲକ୍‌ରେ କାଁ ଭାଁ ବୃଷ୍ଟି ହୋଇଛି।
ଓଡ଼ିଶାର ୭୫ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରୁଥିବା ବେଳେ ଯଥେଷ୍ଟ ଜଳସେଚନର ଅଭାବ ଯୋଗୁ କୃଷି ମୁଖ୍ୟତଃ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାଏ। ବର୍ତ୍ତମାନ ଏହି ନିଅଣ୍ଟିଆ ବୃଷ୍ଟି କୃଷକମାନଙ୍କ ପାଇଁ ଘୋର ସମସ୍ୟାର କାରଣ ହୋଇଛି। ଧାନ ଅମଳ ଦୃଷ୍ଟିରୁ ଉପକୂଳବର୍ତ୍ତୀ ଅଞ୍ଚଳ ତୁଳନାରେ ଅଧିକ ଉତ୍ପାଦନଶୀଳ ପଶ୍ଚିମ ଓଡ଼ିଶାର ଅନେକ ଜିଲାରେ ସ୍ବଳ୍ପ ବୃଷ୍ଟିପାତ ସମ୍ପ୍ରତି ମରୁଡ଼ି ପରିସ୍ଥିତି ସୃଷ୍ଟି କରିଛି। ଦୁର୍ବଳ ମୌସୁମୀ କୃଷକମାନଙ୍କ ଅନେକ ଦୁଃଖର କାରଣ ହେବା ସହ ଅର୍ଥନୀତିରେ ମାନ୍ଦାବସ୍ଥା ସୃଷ୍ଟି କରିବ ଏବଂ କୃଷି କ୍ଷେତ୍ର ଉପରେ ନିର୍ଭର କରି ବଞ୍ଚୁଥିବା ଶ୍ରମିକ ଶ୍ରେଣୀର ଲୋକମାନେ ବାହାର ଜିଲା ଓ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯିବାର ଆଶଙ୍କା ରହିଛି। ମୌସୁମୀ ବର୍ଷା ଭଲ ହେଲେ ବିଶେଷତଃ ଗ୍ରାମାଞ୍ଚଳରେ ଖାଉଟି ସାମଗ୍ରୀର ଚାହିଦା ଅଧିକ ରହିଥାଏ। ଅଟୋମାବାଇଲ ଶିଳ୍ପରେ କାରବାର ବୃଦ୍ଧିରେ ମଧ୍ୟ ଏହା ସାହାଯ୍ୟ କରିଥାଏ। କିନ୍ତୁ ଦୁର୍ବଳ ମୌସୁମୀ ବାଣିଜି୍ୟକ ଗାଡ଼ିଘୋଡ଼ା ଓ ଦୁଇଚକିଆ ଯାନର ବିକ୍ରି ଉପରେ ଘୋର ପ୍ରତିକୂଳ ପ୍ରଭାବ ପକାଇବ। ଗାଡ଼ି ଉତ୍ପାଦନ ମଧ୍ୟ ହ୍ରାସ ପାଇବ। ଗ୍ରାମାଞ୍ଚଳରେ ଗାଡ଼ି ବିକ୍ରି କରୁଥିବା କମ୍ପାନୀଗୁଡ଼ିକର ଷ୍ଟକ୍‌ ମୂଲ୍ୟ ଉପରେ ମଧ୍ୟ ଏହା ପ୍ରଭାବ ପକାଇବ।
ଓଡ଼ିଶା କେବଳ ଧାନରେ ଆତ୍ମନିର୍ଭରଶୀଳ ନୁହେଁ, ବରଂ ଧାନ ଉତ୍ପାଦନରେ ଏହା ଏକ ବଳକା ରାଜ୍ୟ ଭାବେ ଜଣାଶୁଣା। ଦୁର୍ବଳ ମୌସୁମୀ ଧାନ ସଂଗ୍ରହକୁ ପ୍ରଭାବିତ କରିବ। କୃଷକମାନେ ଅମଳ କରିଥିବା ସୀମିତ ଧାନକୁ ବିକ୍ରି ନ କରି ନିଜର ଆବଶ୍ୟକତା ପାଇଁ ରଖିବାକୁ ପସନ୍ଦ କରିବେ। ବିକ୍ରି କରିବାକୁ ଯଥେଷ୍ଟ ଧାନ ଅମଳ ନ ହେବାରୁ ଚାଷ ପାଇଁ ଋଣ କରିଥିବା କୃଷକମାନେ ଋଣ ଶୁଝି ନ ପାରି ଚିନ୍ତାଗ୍ରସ୍ତ ରହିବେ ଓ ଖିଲାପୀ ଋଣୀଙ୍କ ସଂଖ୍ୟା ବୃଦ୍ଧି ପାଇବ। ମରୁଡ଼ି ପରିସ୍ଥିତି ଯୋଗୁ ବିଭିନ୍ନ ପ୍ରକାର ଡାଲି ଏବଂ ପାମୋଲିନ୍‌, ସୋୟାବିନ୍‌ ଓ ସୂର୍ଯ୍ୟମୁଖୀ ତେଲ ପ୍ରଭୃତିର ଆମଦାନି ବୃଦ୍ଧି ପାଇବ। ନିଅଣ୍ଟିଆ ବୃଷ୍ଟି ଯୋଗୁ ବିଭିନ୍ନ ଜଳଭଣ୍ଡାରର ଜଳ ଓ ଭୂତଳ ଜଳ ହ୍ରାସ ପାଇବ, ଯାହା ଜଳସେଚନରେ ବାଧା ସୃଷ୍ଟି କରିବା ସହ ଜଳବିଦ୍ୟୁତ୍‌ ଉତ୍ପାଦନକୁ ମଧ୍ୟ ପ୍ରଭାବିତ କରିବ। ବୃଷ୍ଟିପାତ ଅଧିକ ହୋଇଥିଲେ କୂଅରୁ ପାଣି କାଢ଼ି ଜଳସେଚନ କରିବା ପାଇଁ ରିହାତି ମୂଲ୍ୟର ଡିଜେଲ ଚାହିଦା ହ୍ରାସ ପାଇଥାନ୍ତା। ଫଳରେ ଏ ବାବଦରେ ସରକାରଙ୍କ ଖର୍ଚ୍ଚ କମିଥାନ୍ତା। ମରୁଡ଼ି ପରିସ୍ଥିତି ଯୋଗୁ ପନିପରିବା ଓ ଡାଲିର ମୂଲ୍ୟ ବୃଦ୍ଧି ପାଇବ। ଫଳରେ ଜନମଙ୍ଗଳ ଯୋଜନାରେ ସରକାରଙ୍କ ଖର୍ଚ୍ଚ ବୃଦ୍ଧି ପାଇବା ସହ ଶାସକ ଦଳ ପାଇଁ ଏହା ଏକ ରାଜନୈତିକ ଅସ୍ତ୍ର ପାଲଟିବା କଥା। ଏହି ଦୃଷ୍ଟିରୁ ବିଶେଷତଃ ନିର୍ବାଚନ ବର୍ଷ ହୋଇଥିଲେ ମରୁଡ଼ି ପରିସ୍ଥିତି ସବୁବେଳେ ସରକାରଙ୍କ ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ ଏହା ନିର୍ବାଚନ ବର୍ଷ ନୁହେଁ, ତେଣୁ ଏଥିରୁ ସରକାରଙ୍କର କିଛି ଫାଇଦା ହେବାର ନାହିଁ, ବରଂ ସାଧାରଣ ଲୋକମାନେ ହିଁ କେବଳ ଦୁଃଖ ଭୋଗିବା ସାର ହେବ।


All Right Reserved By

ଏଇ ଭାରତରେ

ମା’ଓ ପୁଅ ସମ୍ପର୍କ ଅତି ନିବିଡ଼। ପୁଅ ପାଇଁ ମା’ ଜୀବନକୁ ବାଜି ଲଗାଇପାରେ। ମା’ର ସ୍ନେହଳ ଡାକରେ ରହିଛି ଚମତ୍କାରିତା। ମା’ଙ୍କ ବିକଳ କାନ୍ଦରେ...

ଏଇ ଭାରତରେ

ଉତ୍ତରପ୍ରଦେଶ ବରେଲିର ଇଜ୍ଜତନଗର ଥାନା ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଚକିତ କଲାଭଳି। ନୁରୁଲ ହାସନ ନାମକ ଜଣେ ରିକ୍ସା ଚାଳକ...

ବିଦାୟ ପାହାଡ଼ରାଣୀ

ଡ. ଆଲୋକ ରଞ୍ଜନ ମିଶ୍ର ଇତିହାସ ରଚିବାକୁ ଯାଇ ନିଜେ ଇତିହାସ ପାଲଟିଗଲ। ଭାରତୀୟ ସଂସ୍କୃତିର ପ୍ରତୀକ ଶାଢ଼ି ପରିଧାନ କରି ତୁମେ ଅଷ୍ଟ୍ରେଲିଆର ସର୍ବୋଚ୍ଚ...

ନୀଳ ବିପ୍ଳବର ଶୁଭାରମ୍ଭ

ଡ. ବିନ୍ଦୁ ଆର୍‌. ପିଲାଇ, ଡ. ବିଭୁଦତ୍ତ ମିଶ୍ର ୨୦୦୧ ମସିହାରୁ ଭାରତ ସରକାର ୧୦ ଜୁଲାଇକୁ ଜାତୀୟ ମତ୍ସ୍ୟପାଳକ ଦିବସ ଭାବେ ପାଳନ କରିଆସୁଛନ୍ତି।...

ଏଇ ଭାରତରେ

ପରିବେଶ ସଚେତନତାର ଝଲକ ଦେଖିବାକୁ ମିଳିଛି ଇନ୍ଦୋରସ୍ଥିତ ସେଣ୍ଟ୍‌ ରାଫାୟଲ୍ସ ହାୟର ସେକେଣ୍ଡାରୀ ସ୍କୁଲ୍‌ରେ। ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ସ୍କୁଲ୍‌ର ଛାତ୍ରୀମାନେ ‘ପ୍ଲାଷ୍ଟିକ୍‌ମୁକ୍ତ...

ଏଇ ଭାରତରେ

ପରିବାରକୁ ନୂଆ ସନ୍ତାନଟିଏ ଆସିବାକୁ ଥିଲେ ଝିଅ କି ପୁଅ ହେବ ତାହାକୁ ନେଇ ଆରମ୍ଭ ହୋଇଯାଏ ଜ୍ୟୋତିଷ ଗଣନା। ଅନେକେ ବି ଗର୍ଭବତୀଙ୍କ ଲକ୍ଷଣକୁ...

ଏଇ ଭାରତରେ

ସରକାରୀ ଚାକିରିରୁ ଅବସର ଗ୍ରହଣ ଦିନ କେଉଁ କର୍ମଚାରୀଙ୍କୁ ଖୁସି ଲାଗେ ତ, କାହାର ମନ ବିଷାଦରେ ଭରିଯାଏ। ଖୁସି ଲାଗେ ଏଇଥିପାଇଁ, କିଛିବର୍ଷ ରୁଟିନବନ୍ଧା...

ଆଚାରରେ ଫୁଟୁ ଗାନ୍ଧୀ ବିଚାର

ମୋହନ ଭାଗବତ ସନାତନ କାଳରୁ ପ୍ରଚଳିତ ଭାରତର ଇତିହାସ ଗାଥାର ଏକ ପର୍ବ ଭାରତର ଆଧୁନିକ ଇତିହାସ ତଥା ସ୍ବାଧୀନ ଭାରତର ଉତ୍ଥାନର କାହାଣୀ। ସେଥିରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *