Posted inUncategorized

ଚିତା ଲାଗି ଅମାବାସ୍ୟା: ମହାପ୍ରଭୁଙ୍କ ଶ୍ରୀମୁଖରେ ଝଲସିଲା ସୁବର୍ଣ୍ଣ ଚିତା

ପୁରୀ ଅଫିସ, ୧ା୮: ଚିତାଲାଗି ଅମାବାସ୍ୟା ତିଥିରେ ଗୁରୁବାର ଶ୍ରୀମନ୍ଦିରରେ ତିନିଠାକୁରଙ୍କ ଚିତା ଲାଗି ନୀତି ସମ୍ପନ୍ନ ହୋଇଛି। ଦଇତା ଓ ପତିମହାପାତ୍ର ସେବକମାନେ ଚିତା ଲାଗି କରାଇଛନ୍ତି। ମହାପ୍ରଭୁଙ୍କ ଶ୍ରୀମୁଖରେ ଝଲସି ଉଠୁଛି ରତ୍ନଖଚିତ ସୁବର୍ଣ୍ଣ ଚିତା। ଶ୍ରୀମନ୍ଦିରରେ ସକାଳଧୂପ ଏବଂ ଭୋଗମଣ୍ଡପ ନୀତି ସମ୍ପନ୍ନ ପରେ ପୁଷ୍ପାଳକ ସେବକ ତିନିବାଡ଼ରେ ମଇଲମ କରିଥିଲେ। ରତ୍ନସିଂହାସନରୁ ଶ୍ରୀଦେବୀ ଓ ଭୁଦେବୀଙ୍କୁ ହାତରେ ନେଇ ଖଟଶେଜ ଘରେ ବିଜେ କରାଯାଇଥିଲା। ଏହାପରେ ଦଇତାପତିମାନେ ଗର୍ଭଗୃହକୁ ପ୍ରବେଶ କରିଥିଲେ। ରତ୍ନସିଂହାସନକୁ ଯାଇ ପ୍ରଥମେ ବଡଠାକୁର, ପରେ ସୁଭଦ୍ରା ଏବଂ ଶେଷରେ ଶ୍ରୀଜଗନ୍ନାଥଙ୍କୁ ରତ୍ନ ଖଚିତ ସୁବର୍ଣ୍ଣ ଚିତା ଲାଗି କରାଇଥିଲେ। ଶୁଦ୍ଧସୁଆରଙ୍କ ଘରୁ ଆସିଥିବା ଓଷ ଏବଂ ପାଟରା ସେବକଙ୍କଠାରୁ ଆସିଥିବା ପାଟଡୋର ଦ୍ୱାରା ତିନିଠାକୁରଙ୍କ ଶ୍ରୀମୁଖରେ ଏହି ଚିତା ଲାଗି କରାଇଥିଲେ। ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ୱେତ ହୀରା ଖଚିତ ସୂବର୍ଣ୍ଣ ଚିତା ପରିଧାନ କରିଥିବାବେଳେ ବଡଠାକୁର ନୀଳା ଖଚିତ ସୁବର୍ଣ୍ଣ ଚିତା ଓ ଦେବୀ ସୁଭଦ୍ରା ମାଣିକ୍ୟ ଖଚିତ ସୁବର୍ଣ୍ଣ ଚିତା ଧାରଣ କରିଥିଲେ। ଚିତା ଲାଗି ସମ୍ପନ୍ନ ପରେ ପୂଜାପଣ୍ଡା ସାମନ୍ତ ତିନିବାଡରେ ମହାସ୍ନାନ କରିଥିଲେ। ପରେ ଖଟଶେଜ ଘରେ ଥିବା ଶ୍ରୀଦେବୀ, ଭୁଦେବୀଙ୍କୁ ରତ୍ନସିଂହାସନୁ ବିଜେ କରାଯାଇଥିଲା। ମାଳଫୁଲ ଲାଗି ବେଶ ବଢିବା ପରେ ମହାପ୍ରଭୁଙ୍କୁ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇଥିଲା। ମଧ୍ୟାହ୍ନ ଧୂପ ବଢି ପାଣି ପଡିଲା ପରେ ପୂଜାପଣ୍ଡା, ମୁଦିରସ୍ତ ଏବଂ ପତିମହାପାତ୍ର ତିନି ବାଡରେ ବନ୍ଦାପନା କରିଥିଲେ। ଏହାପରେ ଶ୍ରୀମନ୍ଦିରରେ ଅନ୍ୟାନ ନୀତି ବଢିଥିଲା। ଚିତାଲାଗି ତଥା ଚିତଉ ଅମାବାସ୍ୟ। ଏହି ପବିତ୍ର ତିଥିରେ ଠାକୁରଙ୍କୁ ସକାଳ ଧୂପରେ ଚିତଉ ପିଠା ଲାଗି କରାଯାଇଥିଲା। ସୂଚନାଯୋଗ୍ୟ, ସ୍ନାନ ପୂର୍ଣ୍ଣିମା ଦିନ ଅଣସର ଘରେ ଠାକୁରମାନଙ୍କ ଶ୍ରୀମସ୍ତକରୁ ଚିତାମାନ ଓଲାଗି କରାଯାଇ ଭଣ୍ଡାରଘରେ ରହିଥାଏ। ଶ୍ରୀଗୁଣ୍ଡିଚାରେ ତିନିଠାକୁର ରଥରେ ସୋଲ ନିର୍ମିତ ଚିତା ଧାରଣ କରିଥାନ୍ତି। ଚିତାଲାଗି ଅମାବାସ୍ୟରେ ସୋଲ ଚିତା ଓଲାଗି ହୋଇ ରତ୍ନ ଖଚିତ ସୁବର୍ଣ୍ଣ ଚିତା ଠାକୁରମାନେ ଲାଗି ହୋଇଥାନ୍ତି।
୨ ଘଣ୍ଟା ୪୫ ମିନିଟ୍‌ ବନ୍ଦ ରହିଲା ଦର୍ଶନ
ଅପରାହ୍ନ ୧ଟା ୩୫ରେ ଭୋଗମଣ୍ଡପ ବଢିଥିଲା। ଶ୍ରୀଦେବୀ, ଭୁଦେବୀ ଖଟଶେଜ ଘରକୁ ବିଜେ ହେବା ପରେ ଅପରାହ୍ନ ୨ଟା ୧୫ରେ ଦଇତାପତି ସେବକମାନେ ଗର୍ଭଗୃହକୁ ପ୍ରବେଶ କରିଥିଲେ। ଏହାପରେ ମହାପ୍ରଭୁଙ୍କ ଚିତାଲାଗି ଆରମ୍ଭ ହୋଇ ୪ଟା ୩୦ରେ ଶେଷ ହୋଇଥିଲା। ଅପରାହ୍ନ ୫ଟାରେ ମହାସ୍ନାନ ଶେଷ ହେବା ପରେ ଭକ୍ତଙ୍କୁ ଦର୍ଶନ ପାଇଁ ଛଡା ଯାଇଥିଲା। ଦଇତାପତି ସେବକଙ୍କ ପ୍ରବେଶଠାରୁ ମହାସ୍ନାନ ଶେଷ ହେବା ପର୍ଯ୍ୟନ୍ତ ଅର୍ଥାତ୍‌ ୨ ଘଣ୍ଟା ୪୫ ମିନିଟ୍‌ ଦର୍ଶନ ବନ୍ଦ ରହିଥିଲା ବୋଲି ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି।


All Right Reserved By Dharitri.Com

Posted inUncategorized View All

ଟାଏକୋଣ୍ଡୋ ମାଷ୍ଟର ସୌମ୍ୟବ୍ରତଙ୍କୁ ଜାତୀୟସ୍ତରୀୟ କୋଚ୍‌ ମାନ୍ୟତା

ଢେଙ୍କାନାଳ ଅଫିସ, ୨।୭ ଜାତୀୟସ୍ତରରେ କୋଚ୍‌ ମାନ୍ୟତା ପାଇଛନ୍ତି ଢେଙ୍କାନାଳର ଟାଏକୋଣ୍ଡୋ ମାଷ୍ଟର ସୌମ୍ୟବ୍ରତ ସାହୁ। କେରଳ ଥିରୁଭାନନ୍ତପୁରମ୍‌ରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପକ୍ଷରୁ...

ପୁଲଓ୍ବାମା ଶହୀଦଙ୍କ ପୁଅଙ୍କୁ କ୍ରିକେଟ ଟ୍ରେନିଂ ଦେଉଛନ୍ତି ବୀରେନ୍ଦ୍ର ସେହ୍ବାଗ, ଶେୟାର କଲେ ଫଟୋ

ନୂଆଦିଲ୍ଲୀ,୧୪।୨: ପୁଲଓ୍ବାମା ଆକ୍ରମଣକୁ ବର୍ଷେ ପୂରିଛି। ଏହି ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କୁ ଦେଶବାସୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଥିରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର...

ରାଶିଫଳ: ଗୁରୁବାର, ଜାନୁଆରି ୯ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ଶୁକ୍ର ଯୋଗୁ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ବନ୍ଧୁମାନଙ୍କ ଆନୁଷଙ୍ଗିକ ସାହାଯ୍ୟ ଓ ସହଯୋଗ ଅବ୍ୟାହତ ରହିବ । ଚନ୍ଦ୍ର ପାପଗ୍ରହ ରାହୁ...

ସବୁଠାରୁ ମହଙ୍ଗା ଭାରତୀୟ ଅଭିନେତା ତାଲିକାରେ ପ୍ରଭାସ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଅପ୍‌ କମିଂ ଆକ୍ସନ ଫିଲ୍ମ ‘ସାହୋ’ ଅଗଷ୍ଟ ୩୦ରେ ପରଦାକୁ ଆସିବ। ତେଲଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରୁଥିବା ଶ୍ରଦ୍ଧା କପୁର...

ଦିଲ୍ଲୀରେ ବଡ଼ ଧରଣର ଆକ୍ରମଣ ପାଇଁ ସେଓ ବଗିଚାରେ ଷଡ଼ଯନ୍ତ୍ର ରଚିଥିଲେ ଆତଙ୍କବାଦୀ

ନୂଆଦିଲ୍ଲୀ,୪।୧୦: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ରକ୍ତକୁଖା ହୋଇପଡ଼ିଛି। ଭାରତରେ ବଡ଼ ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିବାରେ ଲାଗିଛି ପାକିସ୍ତାନ। ଏନେଇ...

ଅମ୍ଫନ୍‌ର ପ୍ରଭାବ: ୨୪ ଘଣ୍ଟା ଧରି ବନ୍ଦ ରହିଛି ବିଦ୍ୟୁତ୍‌ ସରବରାହ

ଚିତ୍ରଡ଼ା,୨୧ା୫(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ବାତ୍ୟା ଅମ୍ପନ୍‌ର ପ୍ରଭାବ ବୁଧବାର ଦେଖିବାକୁ ମିଳିଥିଲା। ଫଳରେ ବିଭିନ୍ନ ଘର କ୍ଷତିଗ୍ରସ୍ତ ହେବା ସହ ଗଛ ଏବଂ...

ବାଘ ଠାବ ପାଇଁ ଟ୍ରାପ୍‌ କ୍ୟାମେରା ଲାଗିପାରୁନାହିଁ: ଗୁଣ୍ଡିରିବାଡ଼ିବାସୀ ଆତଙ୍କିତ, ଘୁରି ବୁଲିଛି ବନ ବିଭାଗ

ଭଞ୍ଜନଗର,୫।୧୧(ଡି.ଏନ.ଏ)- ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ରେଞ୍ଜ ଗୁଣ୍ଡିରିବାଡ଼ି, ତେନ୍ତୁଳିଆ, ଲଣ୍ଡେଇହିଲ୍‌ ଅଞ୍ଚଳବାସୀଙ୍କୁ ବିଗତ କିଛିଦିନ ହେବ ବାଘ ଆତଙ୍କ ଘାରିଛି। ସୋମବାର ରାତିରେ...

କଟକବାସୀଙ୍କ ଲାଗି ପାଇଲଟ ପ୍ରୋଜେକ୍ଟ, ପ୍ରତି ଘରକୁ ମିଳିବ ଗୋଟିଏ ବାଲ୍‌ଟି: ପ୍ରତାପ ଜେନା

କଟକ ଅଫିସ,୧୨।୬: କଟକବାସୀଙ୍କ ଲାଗି ସରକାରଙ୍କ ନୂଆ ଯୋଜନା। ଅଳିଆ ଆବର୍ଜନାକୁ ଏଣେ ତେଣେ କିମ୍ବା ନାଳ ନର୍ଦ୍ଦମାରେ ନ ଫିଙ୍ଗିବା ଲାଗି ନୂଆ ପନ୍ଥା...

Leave a comment

Your email address will not be published. Required fields are marked *