ଭଡ଼ା ବାକିଥିବା ଦୋକାନରେ ଝୁଲିଲା ତାଲା

କାମାକ୍ଷାନଗର,୧।୮(ଡି.ଏନ୍‌.ଏ.)-କାମାକ୍ଷାନଗର ଏନ୍‌ଏସି ପକ୍ଷରୁ ବ୍ୟବସାୟ ପାଇଁ ଲିଜ୍‌ସୂତ୍ରରେ ଦିଆଯାଇଛି ଦୋକାନ ଗୃହ। ହେଲେ ବ୍ୟବସାୟୀମାନେ ବର୍ଷ ବର୍ଷ ଧରି ଭଡ଼ା ଦେଉନାହାନ୍ତି। ବାରମ୍ବାର ନୋଟିସ୍‌ ଦିଆଯିବା ସତ୍ତ୍ୱେ ଏହାକୁ ଅଣଦେଖା କରି ଚାଲିଛନ୍ତି। ଫଳରେ ଆକ୍ସନ ମୁଡ଼କୁ ଆସିଛନ୍ତି ଏନ୍‌ଏସି କର୍ତ୍ତୃପକ୍ଷ। କାର୍ଯ୍ୟାନୁଷ୍ଠାନ ସ୍ବରୂପ ଗୁରୁବାର ବକେୟା ଦେଇ ନ ଥିବା ୩୭ଟି ଦୋକାନରେ ତାଲା ପକାଯାଇଥିଲା। ଖବର ଲେଖାଯିବା ସୁଦ୍ଧା ୧୯ ଜଣ ବ୍ୟବସାୟୀ ଭଡ଼ା ବାବଦକୁ ୩ ଲକ୍ଷ ୨୫ ହଜାର ଟଙ୍କା ପ୍ରଦାନ କରିଛନ୍ତି। ସେମାନଙ୍କୁ ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ ଦିଆଯାଇଛି। ଅବଶିଷ୍ଟ ଦୋକାନୀଙ୍କୁ ଶୁକ୍ରବାର ଯାଏ ସମୟ ଦିଆଯାଇଛି। ଧାର୍ଯ୍ୟ ସମୟ ମଧ୍ୟରେ ଟଙ୍କା ପୈଠ ନ କଲେ କାର୍ଯ୍ୟାନୁଷ୍ଠାନ ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଥିବା ନିର୍ବାହୀ ଅଧିକାରୀ ଇଂ. ବିରଜା ପ୍ରସାଦ ରଥ ସୂଚନା ଦେଇଛନ୍ତି।


All Right Reserved By Dharitri.Com

ତୃତୀୟ ଶ୍ରୀକ୍ଷେତ୍ର ନୀଳିଗିରି ସ୍ନାନମଣ୍ଡପରେ ତିନିଠାକୁର

ସଜନାଗଡ଼,୧୭ା୬(ଡି.ଏନ୍‌.ଏ.): ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାଲେଶ୍ୱର ଜିଲାର ନୀଳଗିରି ସ୍ନାନମଣ୍ଡପରେ ବିଜେ କରିଛନ୍ତି ତିନି ଠାକୁର। ସ୍ନାନପୂର୍ଣ୍ଣିମା ଅବସରରେ ସକାଳ ୮ଟାରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର,...

ରାସ୍ତାକଡ଼ରେ ମହିଳାଙ୍କ ପ୍ରସବ ଘଟଣା :ତଦନ୍ତ କଲା ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ଟିମ୍‌

ବ୍ରହ୍ମପୁର ଅଫିସ୍‌,୨୭ା୮-ବ୍ରହ୍ମପୁର ସହର କୋର୍ଟପେଟା ଛକରେ ଗତ ୨୩ତାରିଖରେ କେ.ପାର୍ବତୀ ନାମ୍ନୀ ଜଣେ ମହିଳା ରାସ୍ତା କଡ଼ରେ ପ୍ରସବ କରିଥିଲେ। ପ୍ରସବ କରାଇ ମାନବିକତାର ପରିଚୟ...

ବେଆଇନ ପଥର ଖଣିରେ ଚଢ଼ାଉ, ୧ ଲକ୍ଷ ୩୬ ହଜାର ଜରିମାନା ଆଦାୟ, ୫ ଗାଡ଼ି ଜବତ

ପୁରୁଷୋତ୍ତମପୁର,୩ା୭(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ବେଆଇନ ଭାବେ ବାଲି, ପଥର ଚାଲାଣ ନେଇ ତହସିଲଦାର ଅରୁଣ କୁମାର ନାୟକ ବିଭିନ୍ନ ସ୍ଥାନରେ ଥିବା...

ଆବାସ ଯୋଜନାରେ ଦୁର୍ନୀତି ଘଟଣା: ପିଇଓଙ୍କୁ କାରଣ ଦର୍ଶାଅ ନୋଟିସ

ଅନୁଗୋଳ ଅଫିସ, ୧୭।୧୦- ଅନୁଗୋଳ ବ୍ଲକ ବେଡ଼ାଶାସନ ପଞ୍ଚାୟତରେ ୩ଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗର ତଦନ୍ତ ରିପୋର୍ଟ ଆସିବା ପରେ ଉକ୍ତ ପଞ୍ଚାୟତ...

୩୪ତମ ବୋଇତ ବନ୍ଦାଣ ମହୋତ୍ସବ ଉଦ୍‌ଘାଟିତ: ସୁଦୃଢ଼ ପାଇଁ ସହଯୋଗ କରିବ ସଂସ୍କୃତି ବିଭାଗ

ଅନୁଗୋଳ ଅଫିସ, ୧୦।୧୧ – ଅନୁଗୋଳର ସେବା ଓ ସାଂସ୍କୃତିକ ଅନୁଷ୍ଠାନ ‘କଳାକାର’ ପକ୍ଷରୁ ୩୪ତମ ବୋଇତ ବନ୍ଦାଣ ମହୋତ୍ସବ ୨୦୧୯ ଶନିବାର ଉଦ୍‌ଘାଟିତ ହୋଇଯାଇଛି।...

ପୁଣି ବିଦ୍ୟାଳୟରେ ଭୂତଭୟ

ବୁଗୁଡା,୨୨ା୧୦(ଡି.ଏନ୍‌.ଏ.)-ବୁଗୁଡା ବ୍ଲକ ବାଲିପଦର ଶ୍ରୀରଘୁନାଥ ସ୍ବାମୀ ବାଳିକା ବିଦ୍ୟାଳୟରେ ସୋମବାର ପୁଣି ଛାତ୍ରୀମାନଙ୍କ ଠାରେ ଅସ୍ବାଭାବିକ ଆଚରଣ ଦେଖା ଦେଇଛି। ସକାଳେ ପ୍ରାର୍ଥନା ସଭା ଚାଲିଥିବାବେଳେ...

ଐତିହ୍ୟସ୍ଥଳୀର ସୁରକ୍ଷା, ମୂର୍ତ୍ତି ଚୋରି ର଼୍ୟାକେଟ୍‌ ସନ୍ଧାନ ନେଇ ଦାବିପତ୍ର

ଭଦ୍ରକ ଅଫିସ, ୧୭।୭: ଭଦ୍ରକ ଜିଲାର ପ୍ରସିଦ୍ଧ ଐତିହ୍ୟସ୍ଥଳୀରୁ ଗତ କିଛିବର୍ଷ ଧରି ଦୁର୍ଲଭ ଭାସ୍କର୍ଯ୍ୟରାଜି ମୂର୍ତ୍ତି ଚୋରି ହେବାରେ ଲାଗିଛି। ଏହାମଧ୍ୟରେ ଜଣେ ମଧ୍ୟ...

ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ବେତନଟୀ,୧।୯(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବେତନଟୀ ଥାନା ଅଧୀନ କେଶିପୁର ଫାଣ୍ଡି ଅଞ୍ଚଳ ସରୁଶୋଳ ଗ୍ରାମ ନିକଟରୁ ରବିବାର ପୂର୍ବାହ୍ନରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।...

Leave a comment

Your email address will not be published. Required fields are marked *