ଢାବାରେ ନାବାଳକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଆଇଆଇସିଙ୍କୁ ଆକ୍ରମଣ ମାମଲାରେ ୧୩ ଗିରଫ

ବାଲିଆପାଳ,୧।୮(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ଥାନା ଇଡ଼କୋଛକ ସ୍ଥିତ ରାଜଧାନୀ ଢାବାରେ ନାବାଳକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ୭ଦିନ ପୂରିଲାଣି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଢାବା ମାଲିକ ସାହାବୁଦ୍ଦିନ ସାହାଙ୍କ ଟେର୍‌ ପାଇପାରିନି ପୋଲିସ। ଅନ୍ୟପକ୍ଷରେ ବାଲିଆପାଳ ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କୁ ଆକ୍ରମଣ ଘଟଣାରେ ପୋଲିସ ପ୍ରତିଶୋଧ ପରାୟଣ ହୋଇ ରାତିଅଧିଆ ଚଢାଉ କରି ୧୩ଜଣ ଲୋକଙ୍କୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି ା ପୋଲିସ ଆହୁରି ଅଧିକ ଲୋକଙ୍କୁ ଗିରଫ କରିବା ଲାଗି ତାଲିକା ପ୍ରସ୍ତୁତ କରୁଥିବା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।
ଗତ ଜୁଲାଇ ୨୬ତାରିଖରେ ଉକ୍ତ ଢାବାରେ କାମ କରୁଥିବା ଭୋଗରାଇ ବ୍ଲକର ଓଲୁଡା ଗ୍ରାମର ନାବାଳକ ବିଜୟ ଦଳାଇ(୧୫)ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଢାବା ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ କ୍ଷତିପୂରଣ ଦାବି କରି ମୃତକଙ୍କ ପରିବାର ଏବଂ ଜନସାଧରଣ ରାସ୍ତାରୋକୋ ଆନ୍ଦୋଳନ କରିଥିଲେ। ତତ୍କାଳୀନ ଆଇଆଇସି ଆଚାର୍ଯ୍ୟ ସେଠାରେ ପହଞ୍ଚି ଏହା ଏକ ଆମତ୍ହତ୍ୟା ବୋଲି ମନ୍ତବ୍ୟ ଦେବା ପରେ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇପଡିଥିଲେ। ସେମାନେ ଆଇଆଇସିଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିଲେ। ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ପୋଲିସ ଉପରେ ଆକ୍ରମଣ ଘଟଣାରେ ବୁଧବାର ରାତିରେ ଏକ ସ୍ବତନ୍ତ୍ର ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୩ଜଣଙ୍କୁ ଗିରଫ କରିଥିଲା। ସେମାନେ ହେଲେ ଭାଜପା ନେତା ମନୋଜ କୁମାର ସି, ସୁଶାନ୍ତ ଜେନା, ପ୍ରଭାକର ଜେନା, ସେକ ଜୁଲୁ, ଖରିଫ ମହମ୍ମଦ, ଗୋପାଳ କୃଷ୍ଣ ମହାପାତ୍ର, ଅମିୟ ମହାପାତ୍ର, ଚୈତନ୍ୟ ଜେନା, ଦୀନବନ୍ଧୁ ଗିରି, ଶାନ୍ତନୁ କରଣ, ବରେନ୍ଦ୍ର ପ୍ରଧାନ, ମନ୍ମଥ ମହୁରୀ, ମୂଷା ଜେନା ପ୍ରମୁଖ। ଗିରଫ ୧୩ ଜଣଙ୍କୁ ସୁରକ୍ଷା ଦୃଷ୍ଟିରୁ ବାଲିଆପାଳ ଥାନାରେ ନ ରଖାଯାଇ ରୂପ୍‌ସା ଥାନା ହେପାଜତରେ ରଖାଯାଇଥିଲା। ଗୁରୁବାର ପୂର୍ବାହ୍ନରେ ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସମସ୍ତଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପରେ କୋର୍ଟଚାଲାଣ କରାଯାଇଥିଲା। ଢାବା ମାଲିକଙ୍କୁ ଗିରଫ କରିବାକୁ ମୃତ ନାବାଳିକାଙ୍କ ପରିବାର ଓ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି। ଗିରଫ ହୋଇଥିବା ଭାଜପା ନେତା ମନୋଜ କୁମାର ସି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ପୋଲିସକୁ ମାଡ଼ ଘଟଣାରେ ସେ ସମ୍ପୃକ୍ତ ନ ଥିଲେ ହେଁ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଗିରଫ କରାଯାଇଛି। ବାଲେଶ୍ୱର ଏମ୍‌ପିଙ୍କ ଲୋକସଭା କ୍ଷେତ୍ର ପ୍ରତିନିଧି ଉମାକାନ୍ତ ମହାପାତ୍ର ଏ ସମ୍ପର୍କରେ ବାଲିଆପାଳ ଆଇଆଇସି ରଣଜିତ ସାହୁଙ୍କ ସହ ଆଲୋଚନା କରିଛନ୍ତି। ନୀରିହ ଜନସାଧାରଣଙ୍କୁ ବାଦ୍‌ ଦେଇ ପ୍ରକୃତ ଦୋଷୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସେ ଦାବି କହିଛନ୍ତି।


All Right Reserved By Dharitri.Com

ରସୁଲଗଡ଼ ଓଭରବ୍ରିଜ୍‌ରେ ଝୁଲିଥିଲା କଂକ୍ରିଟ୍‌ ଖଣ୍ଡ

ଭୁବନେଶ୍ୱର,୨୭ା୨ (ବ୍ୟୁରୋ): ରସୁଲଗଡ଼ ଓଭରବ୍ରିଜ୍‌ରେ ଝୁଲି ରହିଥିଲା ବଡ଼ କଂକ୍ରିଟ୍‌ ଖଣ୍ଡ। ତଳେ ଯାତାୟାତ ଚାଲିଥିବାବେଳେ ମୁଣ୍ଡ ଉପରେ ଚାହିଁ ରହିଥିଲା ବଡ଼ ବିପଦ। ନା...

ପାର୍କିଂ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ କଲେ ମଲ୍‌ ଖୋଲିବା ମନା

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ଉଦ୍‌ଘାଟନ ଅପେକ୍ଷାରେ ଥିବା ଉତ୍କଳ କଳିକା ମଲ୍‌କୁ ଲାଗିଛି ଝଟ୍‌କା। ପାର୍କିଂ ସହ ଅନ୍ୟ କେତେକ ବ୍ୟବସ୍ଥା ନ ଥିବାରୁ ମଲ୍‌ ସଂକ୍ରାନ୍ତରେ...

ଅଁଳାନବମୀ ପ୍ରଥମ ସମନ୍ବୟ ବୈଠକ: ରାଧାପାଦ ଛୁଁଇବେ ନାହିଁ ଶ୍ରଦ୍ଧାଳୁ

ସାକ୍ଷୀଗୋପାଳ, ୨୩-୧୦(ଡି.ଏନ୍‌.ଏ.):ପୁରୀ ଜିଲା ସତ୍ୟବାଦୀ ବ୍ଲକ ସାକ୍ଷୀଗୋପାଳ ମନ୍ଦିରରେ ଅଁଳାନବମୀ ଚଳିତ ବର୍ଷ ନଭେମ୍ବର ୫ରେ ଅନୁଷ୍ଠିତ ହେବ। ଏନେଇ ପ୍ରଥମ ସମନ୍ବୟ ବୈଠକ ସାକ୍ଷୀଗୋପାଳ...

ଅଟୋ-ବୋଲେରୋ ଧକ୍କା: ଜଣେ ମୃତ

ଜି.ଉଦୟଗିରି,୨୧ା୧(ଡି.ଏନ.ଏ.)-ଜି.ଉଦୟଗିରି ସହରର ଡୁଗୁଡ଼ି ଶଙ୍ଖ ସାହି ରାସ୍ତାରେ ସୋମବାର ଏକ ଅଟୋ ସହ ବୋଲେରୋ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ...

କଲେଜ ପରିଚାଳନା କମିଟିରୁ ବାଦ୍‌ପଡ଼ିବେ ରାଜନେତା

ଭୁବନେଶ୍ୱର,୨୪ା୧(ବ୍ୟୁରୋ):ଏବେ କଲେଜ ପରିଚାଳନା ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାକୁ ଉଚ୍ଚଶିକ୍ଷା ବିଭାଗ ଉଦ୍ୟମ ଆରମ୍ଭ କରିଛି। କଲେଜ ପରିଚାଳନା କମିଟିରେ ସ୍ଥାନୀୟ ବିଧାୟକ କିମ୍ବା ରାଜନେତାମାନେ ସ୍ଥାନ...

କାଳିଆ ଟଙ୍କା ମିଳୁ ନ ଥିବାରୁ ବିଧାୟକଙ୍କ ଉଦ୍‌ବେଗ

ଛତ୍ରପୁର,୩୦ା୧(ଡି.ଏନ୍‌.ଏ.) -ଗଞ୍ଜାମ ଜିଲାପରିଷଦ ସାଧାରଣ ଅଧିବେଶନ ବୈଠକ ବୁଧବାର ଛତ୍ରପୁରସ୍ଥିତ ଜିଲା ପରିଷଦ ଭବନ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପରିଷଦ ଅଧ୍ୟକ୍ଷା ସୋନମ...

କଲେଜ ଯିବେନି ଅଧ୍ୟାପକ, କର୍ମଚାରୀ

ଭୁବନେଶ୍ୱର, ୧୭।୩(ବ୍ୟୁରୋ): କରୋନା ସଂକ୍ରମଣ ମୁକାବିଲାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଅଧ୍ୟାପକ ଏବଂ କର୍ମଚାରୀମାନଙ୍କୁ ଶିକ୍ଷାନୁଷ୍ଠାନକୁ ନ ଆସିବାକୁ ବାରଣ କରିଛି ଉଚ୍ଚଶିକ୍ଷା ବିଭାଗ।...

୨୦ କଲେଜ ପାଇଁ ନାହାନ୍ତି ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିସ୍‌,୧୫ା୭-ଚଳିତବର୍ଷର ଯୁକ୍ତ ୨ ନାମଲେଖା ଚାଲୁ ରହିଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ସରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଶନିବାର କଟ୍‌ଅଫ୍‌ ମାର୍କ ପ୍ରକାଶ...

Leave a comment

Your email address will not be published. Required fields are marked *