ପଞ୍ଚାୟତ ଅଫିସ୍‌ ତାଲା ଭାଙ୍ଗି ଚୋରି

ସଜନାଗଡ଼, ୧।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଫିସ୍‌ରୁ ବୁଧବାର ରାତ୍ରିରେ ତାଲା ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ସରପଞ୍ଚଙ୍କ ଅଫିସ୍‌ କବାଟ ତାଲା ଭାଙ୍ଗି ଭିତରକୁ ପଶି ଥିଲେ। ଅଫିସ୍‌ ଭିତରେ ଥିବା ୨ଟି ଆଲମିରାର ତାଲା ଭାଙ୍ଗି ୪ହଜାର ୫ଶହ ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଚୋରି ହୋଇଥିବା ଜଣାପଡ଼ିଛି। ଗୁରୁବାର ପୂର୍ବାହ୍ନରେ ସରପଞ୍ଚ ଉଷାମଣି ରାଉଳ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ତୁଷାରକାନ୍ତ ମହଲ ଅଫିସ୍‌କୁ ଆସି ତାଲା ଭାଙ୍ଗି ଚୋରି ହୋଇଥିବା ଦେଖିଥିଲେ। ଏହାପରେ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍‌ ପହଞ୍ଚତ୍ ତଦନ୍ତ ଜାରି ରଖିଛି।
ସେହିପରି ପଞ୍ଚାୟତ ଅଫିସ୍‌ଠାରୁ କିଛି ଦୂରରେ ଥିବା ଦିବ୍ୟ କୁମାର ଗୋସ୍ବାମୀଙ୍କ ତେଜରାତି ଦୋକାନରୁ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଦୋକାନ ସାମଗ୍ରୀ ସହ ବହୁ ଜିନିଷପତ୍ର ଚୋରି କରିନେଇଛନ୍ତି। ଏନେଇ ଥାନାରେ ଅଭିଯୋଗ ହୋଇଛି।


All Right Reserved By Dharitri.Com

ଟ୍ରାଫିକ୍‌ ନିୟନ୍ତ୍ରଣ,ବାଟ ପାଉନି ଜିଲା ପ୍ରଶାସନ

ଦେବଗଡ଼,୧୪।୭(ଡି.ଏନ.ଏ.) – ୧୯୯୪ ମସିହାରେ ଦେବଗଡ଼ ଜିଲା ଗଠନ ହୋଇଥିଲା ା ଇତିମଧ୍ୟରେ ୨୫ ବର୍ଷ ବିତିଛି ା ହେଲେ ପ୍ରଶାସନିକ ଅବହେଳା କାରଣରୁ ଏହି...

ଶ୍ରମିକଙ୍କ ଛଟେଇକୁ ନେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ସୁନ୍ଦରଗଡ଼,୨୩।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁରସ୍ଥିତ ଡାଲ୍‌ମିଆ ସିମେଣ୍ଟରେ କେତେକ ଶ୍ରମିକଙ୍କ ଛଟେଇକୁ ନେଇ ଅଶାନ୍ତ ଦେଖାଦେଇଛି। ଏ ନେଇ ବୁଧବାର ଶ୍ରମିକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରି...

ଝିଅମାନେ କୌଣସି ଗୁଣରେ ପୁଅଙ୍କଠାରୁ କମ୍‌ ନୁହନ୍ତି

ଦିଗପହଣ୍ଡି,୨୦ା୮(ଡି.ଏନ.ଏ.)-ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର କନ୍ୟାରତ୍ନ ସୁରକ୍ଷା ଉଦ୍ଦେଶ୍ୟରେ ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ଗ୍ରାମରେ ଜିଲାସ୍ତରୀୟ ମୋ ଗେହ୍ଲା ଝିଅ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ...

ସୁବର୍ଣ୍ଣରେଖା ବାଲିସୈରାତ ଅନୁଧ୍ୟାନ କଲେ ଏନଜିଟି, ଇଏନଭି ଟିମ୍‌

ଜଳେଶ୍ୱର, ୪।୧୨(ଡି.ଏନ.ଏ./ସ୍ବ.ପ୍ର)-ଓଡ଼ିଶା ଓ ପଶ୍ଚିମବଙ୍ଗର ସୀମାରେ ପ୍ରବାହିତ ସୁବର୍ଣ୍ଣରେଖା ନଦୀରୁ ବେଆଇନ ଭାବେ ବାଲି ଲୁଟ୍‌ ଘଟଣା ଥମିବାର ନାଁ ଧରୁ ନାହିଁ। ପଶ୍ଚିମବଙ୍ଗ ମାଫିଆମାନେ...

୯ ବଖରା ଜଳିଗଲା

ଭଣ୍ଡାରିପୋଖରୀ/ତିହିଡ଼ି, ୧୫।୧୨(ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ନେଉଳିଆ ଓ ତିହିଡ଼ି ଥାନା ବାରସର ପଞ୍ଚାୟତ ଅଧୀନ ଚକରାସାହି ଗ୍ରାମରେ ଅଗ୍ନିକାଣ୍ଡ ଘଟି...

ଖଣ୍ଡପଡ଼ା ଅଞ୍ଚଳରେ ଅବାଧ ବାର୍‌ହା ଶିକାର

ଖଣ୍ଡପଡା,୨୦।୧୦(ସ୍ବ.ପ୍ର.)-ଖଣ୍ଡପଡ଼ା ବନାଞ୍ଚଳ ଅଧୀନ ସଂରକ୍ଷିତ ଜଙ୍ଗଲଗୁଡ଼ିକରେ ବାର୍‌ହାଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି। ଫଳରେ ବାର୍‌ହା ଗ୍ରାମଗୁଡିକରେ ପଶି ଫସଲ ଖାଇବା ସହ ନଷ୍ଟ...

ଚମ୍ପୁଆକୁ ପଶିଲେ ୪ ଝାଡ଼ଖଣ୍ଡ ହାତୀ

ଚମ୍ପୁଆ,୨ା୬(ଡି.ଏନ.ଏ)- ଦୀର୍ଘଦିନ ବ୍ୟବଧାନ ପରେ କେନ୍ଦୁଝର ଜିଲା ଚମ୍ପୁଆ ସେକ୍ସନକୁ ଝାଡ଼ଖଣ୍ଡ ହାତୀପଲ ଚାଲି ଆସିଛନ୍ତି। ଉକ୍ତ ପଲରେ ଦୁଇ ମାଈ ଓ ୨ ଅଣ୍ଡିିରା...

ସାହିତ୍ୟ ପତ୍ରିକା ‘ନବନୀତାର ଶାରଦୀୟ’ ସଂଖ୍ୟା ଉନ୍ମୋଚିତ

ବଲାଙ୍ଗୀର ଅଫିସ, ୧୮।୧୦: ବଲାଙ୍ଗୀର ସର୍କିଟ ହାଉସଠାରେ ସାହିତ୍ୟ ପତ୍ରିକା ‘ନବନୀତାର ଶାରଦୀୟ’ ସଂଖ୍ୟା ଶୁକ୍ରବାର ଉନ୍ମୋଚିତ ହୋଇଯାଇଛି। ଜିଲାପାଳ ଅରିନ୍ଦମ ଡାକୁଆ ମୁଖ୍ୟଅତିଥି ଭାବେ...

Leave a comment

Your email address will not be published. Required fields are marked *