ବାସୋପଯୋଗୀ ଗ୍ରହର ସନ୍ଧାନ କରିବ ବୃହତ୍ତମ ଟେଲିସ୍କୋପ୍‌

ବେଜିଂ: ବିଶ୍ୱର ସର୍ବବୃହତ୍‌ ରେଡିଓ ଟେଲିସ୍କୋପ୍‌ ମହାକାଶରେ ପୃଥିବୀ ଭଳି ଗ୍ରହର ସନ୍ଧାନ କରିବା ସହ ଏଲିଅନ୍‌ଙ୍କ ସଙ୍କେତକୁ ଖୋଜିପାଇବ। ଏହି ସେନ୍‌ସିଟିଭ୍‌ ଟେଲିସ୍କୋପ୍‌ ମହାକାଶରେ ପୃଥିବୀଠାରୁ ୧୦୦ ଆଲୋକ ବର୍ଷ ଦୂରରେ ପୃଥିବୀ ଭଳି ଚୁମ୍ବକୀୟ କ୍ଷେତ୍ର ରହିଥିବା ଅନ୍ୟ ସୌରମଣ୍ଡଳୀୟ ଗ୍ରହ କିମ୍ବା ସୌରମଣ୍ଡଳ ବାହାରେ ରହିଥିବା ଉପଗ୍ରହର ସନ୍ଧାନ କରିପାରିବ। ଚାଇନା ଓ ଫ୍ରାନ୍ସର ଜ୍ୟୋତିର୍ବିଜ୍ଞାନୀମାନେ ଫାଇଭ ହଣ୍ଡ୍ରେଡ୍‌ ମିଟର ଆପେର୍‌ଚର ସ୍ପିୟରିକାଲ ରେଡିଓ ଟେଲିସ୍କୋପ (ଏଫଏଏସ୍‌ଟ) ମାଧ୍ୟମରେ କିଭଳି ମହାକାଶରେ ଅନୁଧ୍ୟାନ କରାଯିବ ସେ ସମ୍ପର୍କିତ ଯୋଜନା ରିସର୍ଚ୍ଚ ଇନ୍‌ ଆଷ୍ଟ୍ରୋନୋମୀ ଆଣ୍ଡ୍‌ ଆଷ୍ଟ୍ରୋଫିଜିକ୍ସର ଜର୍ନାଲରେ ପ୍ରକାଶ କରିଛନ୍ତି। ଏହି ଟେଲିସ୍କୋପରେ କେଉଁ ଗ୍ରହରେ ରେଡିଓ ରାଡିଏସନ୍‌ ଓ ଚୁମ୍ବକୀୟ କ୍ଷେତ୍ର ରହିଛି, ତାହା ଜଣାପଡିବ। ସୌରମଣ୍ଡଳ ମଧ୍ୟରେ ଥିବା ଗ୍ରହରେ ଚୁମ୍ବକୀୟ କ୍ଷେତ୍ର ରହିଥାଏ, କିନ୍ତୁ ସୌରମଣ୍ଡଳ ବାହାରେ ଥିବା ଗ୍ରହରେ ଚୁମ୍ବକୀୟ କ୍ଷେତ୍ର କିଭଳି ସମ୍ଭବ ତା’ର କାରଣ ଖୋଜି ପାଇବାରେ ଏହି ଟେଲିସ୍କୋପ ସାହାଯ୍ୟ କରିବ। ଗ୍ରହରେ ଚୁମ୍ବକୀୟ କ୍ଷେତ୍ର ନ ରହିଲେ ସେଥିରେ ବାୟୁମଣ୍ଡଳ ରହିବା ଅସମ୍ଭବ ।


All Right Reserved By Dharitri.Com

୩୭୦ ଉଚ୍ଛେଦ ବିରୋଧରେ ଜେକେଏଲ୍‌ଏଫ୍‌ର ଫ୍ରିଡମ୍‌ ମାର୍ଚ୍ଚ : ଏଲ୍‌ଓସି ଅଭିମୁଖେ ପିଓକେବାସୀ

ଇସ୍‌ଲାମାବାଦ,୭ା୧୦ (ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ଦୁଇମାସ ପୂରିଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ପାକିସ୍ତାନରେ ଜୋର୍‌ଦାର...

ଚାଇନାକୁ ଟ୍ରମ୍ପଙ୍କ ଚେତାବନୀ: ସାଲିସ ନ କଲେ ପରିଣାମ ଭୋଗିବ

ନୂଆଦିଲ୍ଲୀ,୧୩।୫: ଆମେରିକା ଏବଂ ଚାଇନା ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧ ଥମୁନାହିଁ। ଏପରିସ୍ଥିତିରେ  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନାକୁ ଚେତାବନୀ ଦେଇଛନ୍ତି। ବାଣିଜ୍ୟ ନେଇ...

୬୧ ବର୍ଷ ବୟସରେ ଯୁବ ମଡେଲଙ୍କୁ ପଛରେ ପକାଇଛନ୍ତି ଏହି ଭାରତୀୟ

ମଡେଲିଂ କରିବାର ଏକ ବୟସ ଥାଏ ବୋଲି କୁହାଯାଏ ବିଶେଷ କରି ଯୁବକ ଯୁବତୀମାନେ ଏହି କ୍ଷେତ୍ରରେ ଆଗକୁ ଆସୁଥିବା ବେଳେ ଏମିତି ମଡେଲଙ୍କୁ ପ୍ରାୟ...

ଇରାନ ଉପରେ ନୂଆ କଟକଣା

ଓ୍ବାଶିଂଟନ,୧୧ା୧ (ପି.ଟି.): ଇରାକସ୍ଥିତ ଆମେରିକାର ସେନା ଶିବିରକୁ ମିଶାଇଲ ମାଡ଼ ପରେ ଟ୍ରମ୍ପ୍‌ ପ୍ରଶାସନ ପକ୍ଷରୁ ଇରାନ ଉପରେ ନୂଆ କଟକଣା ଲଗାଯାଇଛି। ଆମେରକା ପରରାଷ୍ଟ୍ର...

ଆନିମେସନ୍‌ ଷ୍ଟୁଡ଼ିଓରେ ଅଗ୍ନିକାଣ୍ଡ

ଟୋକିଓ,୧୮।୭: ଜାପାନର ଏକ ଆନିମେସନ୍‌ ଷ୍ଟୁଡ଼ିଓରେ ଗୁରୁବାର ପୂର୍ବାହ୍ନ ୧୦ଟା ୩୦ରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୨ରୁ ଅଧିକ ଲୋକ ଜୀବନ ଦଗ୍ଧ ହୋଇଥିବା କୁହାଯାଉଛି।...

ଶ୍ମଶାନରେ ପାଳିଲେ ଜନ୍ମଦିନ

ସାଧାରଣତଃ କୌଣସି ବନ୍ଧୁଙ୍କର ଜନ୍ମଦିନ ପାଳନ କରିବା ପାଇଁ କେତେକ’ଣ ପୂର୍ବ ପ୍ରସ୍ତୁତି ଚାଲିଥାଏ। କେଉଁଠି କେକ୍‌ କଟାଯିବ, କେତେ ଅତିଥି ଯୋଗଦେବେ, ଭୋଜିରେ ଖାଦ୍ୟ...

ବିବାହର ୩୩ ବର୍ଷ ପରେ ସ୍ତ୍ରୀ-ସ୍ବାମୀ ଜାଣିଲେ ଏହି କଥା, ତା’ପରେ ପାଦତଳୁ ଖସିଗଲା ମାଟି

ଆମେରିକା: ବିବାହ ଏକ ପବିତ୍ର ବନ୍ଧନ। କୁହାଯାଏ, ଏହା ସ୍ବର୍ଗରେ ସ୍ଥିର ହୋଇଥାଏ। କିନ୍ତୁ ବିବାହ ପରେ ଯଦି ଜଣାପଡ଼େ ସେ ଆପଣଙ୍କ ରକ୍ତ ସମ୍ପର୍କୀୟ।...

କ୍ୟାନ୍‌ସର ଓ ମସଲାଯୁକ୍ତ ଖାଦ୍ୟ

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚିନ୍ତାର କାରଣ ସାଜିଥିବା କେତେକ ପ୍ରମୁଖ ରୋଗ ମଧ୍ୟରୁ କ୍ୟାନ୍‌ସର ଅନ୍ୟତମ। ଅବଶ୍ୟ ଏବେ କେତେକ କ୍ୟାନ୍‌ସରକୁ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ...

Leave a comment

Your email address will not be published. Required fields are marked *