୨୦୧୭ରୁ କେବିକେ ଯୋଜନା ବନ୍ଦ କରିଛି କେନ୍ଦ୍ର: ଏହି ଯୋଜନାରେ ରାଜ୍ୟ ସରକାର ପାଇଛନ୍ତି ୩୩୪୩. ୯୫ କୋଟି

ଭୁବନେଶ୍ୱର,୧।୮(ବ୍ୟୁରୋ): ଅବିଭକ୍ତ କୋରାପୁଟ, କଳାହାଣ୍ଡି, ବଲାଙ୍ଗୀର ଜିଲା ପାଇଁ କେନ୍ଦ୍ର ସରକାର ୧୯୯୮ରେ କେବିକେ ଯୋଜନା ଆରମ୍ଭ କରିଥିଲେ। ୨୦୧୭ରୁ ଏହି ଯୋଜନା ବନ୍ଦ ହୋଇଯାଇଛି। ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ କେବିକେର ୮ଟି ଜିଲାରେ ବିଜୁ କେବିକେ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ୧୯୯୮ରୁ ୨୦୧୭ ପର୍ଯ୍ୟନ୍ତ ରାଜ୍ୟ ସରକାର କେବିକେ ଯୋଜନାରେ କେନ୍ଦ୍ର ସରକାରଙ୍କଠାରୁ ୩୩୪୩.୯୫ କୋଟି ଟଙ୍କା ଅନୁଦାନ ପାଇଥିଲେ। ଏଥିରୁ ୩୨୮୯.୮୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଅବଶିଷ୍ଟ ୫୪ କୋଟି ଟଙ୍କାର କାର୍ଯ୍ୟ ଚାଲିଛି। ଏହି ଅର୍ଥରେ ଉକ୍ତ ଅଞ୍ଚଳକୁ ବିଦ୍ୟୁତ୍‌ ଶକ୍ତି ବାବଦରେ ୬୦ କୋଟି, ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣ ବାବଦରେ ୨୫୫ କୋଟି, ଜଳ ସମ୍ପଦ ପାଇଁ ୧୦୫ କୋଟି ଟଙ୍କା ଦିଆଯାଇଛି। ଗୁରୁବାର ପ୍ରଶ୍ନୋତ୍ତର ବେଳେ ଯୋଜନା ଏବଂ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି। ବିଜେଡି ସଭ୍ୟ ମୌଷଧୀ ବାଗ୍‌ ମୂଳପ୍ରଶ୍ନରେ ପଚାରିଥିଲେ ଯେ, ଗତ ୫ ବର୍ଷରେ କେନ୍ଦ୍ର ସରକାର କେବିକେ ଯୋଜନା ପାଇଁ ପଞ୍ଚାୟତିରାଜ ବିଭାଗକୁ ଦାବି ତୁଳନାରେ କେତେ ଅନୁଦାନ ଦେଇଛନ୍ତି। ମନ୍ତ୍ରୀ କହିଥିଲେ, କେବିକେ ଜିଲା ପାଇଁ ରାଜ୍ୟ ସରକାର ଏକ ସ୍ବତନ୍ତ୍ର ଯୋଜନାରେ ଗତ ୫ ବର୍ଷରେ ୭୫୦ କୋଟି ଟଙ୍କା ଅନୁଦାନ ପାଇବାକୁ ବାକି ରହିଛି। ୨୦୧୪-୧୫ରୁ ୨୦୧୬-୧୭ ମଧ୍ୟରେ ଏହି ଅର୍ଥ ମିଳିନାହିଁ। ୨୦୧୭-୧୮ରୁ କେନ୍ଦ୍ର ସରକାର ଏହି ଯୋଜନାକୁ ବନ୍ଦ କରିଦେଇଛନ୍ତି। କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା ଅତିରିକ୍ତ ପ୍ରଶ୍ନରେ କହିଥିଲେ ଯେ, ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ କେବିକେ ଯୋଜନା ଆରମ୍ଭ କରିଥିଲେ। ଏଥିପାଇଁ କେନ୍ଦ୍ର ସରକାର ୯୦ ପ୍ରତିଶତ ଓ ରାଜ୍ୟ ସରକାର ୧୦ ପ୍ରତିଶତ ଖର୍ଚ୍ଚ ବହନ କରୁଥିଲେ। କେଉଁ ଉଦ୍ଦେଶ୍ୟରେ ଏହାକୁ ବନ୍ଦ କରାଗଲା? ରାଜ୍ୟ ସରକାର ଭାଜପା ପରିଚାଳିତ ଏନ୍‌ଡିଏ ସରକାରଙ୍କୁ ଟ୍ରିପଲ ତଲାକ୍‌ଠାରୁ ଆରମ୍ଭକରି ବିଭିନ୍ନ କ୍ଷେତ୍ରରେ ସହଯୋଗ କରୁଛନ୍ତି। ଏପରିକି ତାଙ୍କୁ ରାଜ୍ୟ ସଭା ସଦସ୍ୟ ଉପହାର ଦେଇଛନ୍ତି। କେବିକେ ଅଞ୍ଚଳର ୮୦ ବ୍ଲକ୍‌ରେ ବିକାଶ କେମିତି ହେବ ସେ ନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରନ୍ତୁ ବୋଲି କହିଥିଲେ। କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି କେବିକେ ଯୋଜନା ବାବଦରେ ରାଜ୍ୟ ସରକାର କେନ୍ଦ୍ରଠାରୁ କେତେ ଟଙ୍କା ପାଇଛନ୍ତି ଓ କେଉଁ କେଉଁ ବାବଦରେ ଏହି ଅର୍ଥ ଖର୍ଚ୍ଚ କରାଯାଇଛି । କଂଗ୍ରେସ ସଭ୍ୟ ନରସିଂହ ମିଶ୍ର ଅତିରିକ୍ତ ପ୍ରଶ୍ନରେ କହିଥିଲେ ଯେ, ଅବିଭକ୍ତ କୋରାପୁଟ, କଳାହାଣ୍ଡି, ବଲାଙ୍ଗୀର ଜିଲା ସମଗ୍ର ଦେଶରେ ପଛୁଆ। ବର୍ତ୍ତମାନର କେନ୍ଦ୍ର ସରକାର ବୃହତ୍‌ ଜଳସେଚନ, ସ୍କୁଲ, କଲେଜ, କୋଠା ଆଦି ତିଆରି କରିଛନ୍ତି କି? କେବିକେ ଯୋଜନା ପାଇଁ ଓଡ଼ିଶା ସରକାର ଯେଉଁ ଅର୍ଥ ଦେଉଛନ୍ତି ତାହା ରାଜନୈତିକ କର୍ମୀଙ୍କୁ ନ ଦେଇ ଟେଣ୍ଡର ଜରିଆରେ ଖର୍ଚ୍ଚ କରାଯାଉ ବୋଲି ସେ କହିଥିଲେ। ମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାର କେବିକେ ଜିଲାରେ ବିଜୁ କେବିକେ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ସେହି ଅଞ୍ଚଳର ଶିକ୍ଷା, ଜଳସେଚନ ଓ ପିଇବା ପାଣି ପାଇଁ ଏହି ଯୋଜନାରେ ବ୍ୟୟ ବରାଦ ହେଉଛି। ଏହି ଜିଲାଗୁଡ଼ିକ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଧ୍ୟାନ ଦେଉଛନ୍ତି। ସମସ୍ତ ପ୍ରକଳ୍ପ ୨ ଲକ୍ଷ ଟଙ୍କାରୁ କମ୍‌ ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।


All Right Reserved By Dharitri.Com

୨୦ କଲେଜ ପାଇଁ ନାହାନ୍ତି ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିସ୍‌,୧୫ା୭-ଚଳିତବର୍ଷର ଯୁକ୍ତ ୨ ନାମଲେଖା ଚାଲୁ ରହିଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ସରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଶନିବାର କଟ୍‌ଅଫ୍‌ ମାର୍କ ପ୍ରକାଶ...

ଭାଜପା ପ୍ରଚାରକୁ ବିରୋଧ କରି ଆକ୍ରମଣ: ୨ ଭାଜପା ନେତା ଆହତ

ଭୁବନେଶ୍ୱର, ୧୮ା୪ (ବ୍ୟୁରୋ)- ରାଜଧାନୀରେ ନିର୍ବାଚନୀ ପ୍ରଚାର ସରଗରମ ହୋଇଯାଇଥିବାବେଳେ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଦେଖିବାକୁ ମିଳୁଛି। ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ନୀଳାଦ୍ରିବିହାରରେ ପ୍ରଚାରକୁ ନେଇ...

ରିକଭରି ଏଜେନ୍ସି ପରିଚାଳନା ନିର୍ଦ୍ଦେଶକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ ରୋଡ,୧୩ା୯(ଡି.ଏନ୍‌.ଏ.): ବଡ଼ଗଡ଼ ଥାନା ପୋଲିସ ଗୁରୁବାର ଏକ ଘରୋଇଅର୍ଥ ଲଗାଣକାରୀ ସଂସ୍ଥାର କାର୍ଯ୍ୟାଳୟ ପରିସରରୁ ପରିଚାଳନା ନିର୍ଦ୍ଦେଶକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ସେ...

ଦାରିଙ୍ଗବାଡ଼ି ଅଞ୍ଚଳରେ କାଜୁ ଚାଷ ନୈରାଶ୍ୟଜନକ

ଦାରିଙ୍ଗବାଡି,୨୩।୫(ଡି.ଏନ.ଏ)-ଦାରିଙ୍ଗବାଡି ବ୍ଲକ ଅଞ୍ଚଳ ସମେତ ପଡୋଶୀ ଜିଲା ଗଜପତିର ପାଣିଗଣ୍ଡା, କଟାମାହା ଆଦି ଅଞ୍ଚଳରେ ଏବେ କାଜୁ ଚାଷ ପ୍ରତି ଆଗ୍ରହ ବୃଦ୍ଧି ପାଉଛି। ତେବେ...

ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ଦାବି: କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

ଜୟପୁର,୧୯।୮(ନି.ପ୍ର.): କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସୋମବାର ଛାତ୍ର ଅଶାନ୍ତି ଦେଖାଦେଇଛି। ବିଶ୍ୱବିଦ୍ୟାଳୟରେ ସଂସ୍କୃତ ଏବଂ ମ୍ୟାନେଜମେଣ୍ଟ ବିଭଗ ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ଦାବିରେ ଛାତ୍ରୀଛାତ୍ର ଶ୍ରେଣୀ...

ରାଜନଗରର ୩ ବୁଲ୍‌ବୁଲ୍‌

ରାଜନଗର, ୧୧।୧୧ (ଡି.ଏନ୍‌.ଏ.) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ବୁଲ୍‌ବୁଲ୍‌ ରାଜନଗର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ବେଳେ ରାଜନଗରକୁ ୩ ‘ବୁଲ୍‌ବୁଲ୍‌’...

ଟ୍ରାକ୍ଟର-ଟ୍ରଲି ଚାପି ହୋଇ ଯୁବକଙ୍କ ଜୀବନ ଗଲା

ଝରିଗାଁ,୨ା୬(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ଥାନା ଅନ୍ତର୍ଗତ ଚିତାବେଡ଼ା ଗ୍ରାମରେ ରବିବାର ସକାଳେ ଟ୍ରାକ୍ଟର – ଟ୍ରଲି ଚାପି ହୋଇ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ...

ରାସ୍ତା କଡ଼କୁ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌: ୫ ଆହତ, କଣ୍ଡକ୍ଟରଙ୍କ ଗୋଡ଼ ଭାଙ୍ଗିଲା

ପଟ୍ଟାଙ୍ଗି,୭।୬(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟାଙ୍ଗି ଥାନା ଅନ୍ତର୍ଗତ ରାଲେଗଡ଼ା ପଞ୍ଚାୟତ ଅଧୀନ ତେଲରାଇ ଗ୍ରାମ ଛକ ତଥା ୨୬ନଂ ଜାତୀୟ ରାଜପଥ କଡ଼କୁ ଶୁକ୍ରବାର ଏକ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *