Posted inଫୁରସତ

୧୯୮୧ ଫୁଟ ଉଚ୍ଚରେ ତିଆରି ହେବ ହୋଟେଲ, ଯେତିକି ସୁନ୍ଦର ସେତିକି ଭୟଙ୍କର, ଜାଣନ୍ତୁ କେଉଁଠି…

ଏମିତି ଏକ ହୋଟେଲ ତିଆରି ହେବାକୁ ଯାଉଛି ଯାହା ଦେଖିବାକୁ ଯେତିକି ସୁନ୍ଦର ସେତିକି ଭୟଙ୍କର ମଧ୍ୟ। ଏମିତି ହୋଟେଲ ୟୁରୋପରେ ତିଆରି ହେବାକୁ ଯାଉଛି। ଏହି ହୋଟେଲକୁ ଦେଖିଲେ ଭୟରେ ଦେହ ଥରି ଉଠିବ। କିନ୍ତୁ ଏହାର ନିର୍ମାଣ ଶୈଳୀ ଖୁବ୍‌ ସୁନ୍ଦର ଏବଂ ମନଲୋଭା। ଏଠାରେ ଥାଇ ପ୍ରକୃତିକୁ ବେଶ୍‌ ଭଲ ଭାବେ ଅନୁଭବ କରିପାରିବେ ଗ୍ରାହକ।

ତୁର୍କୀର ଏକ ଷ୍ଟୁଡିଓରେ ଏହି ହୋଟେଲର ଡିଜାଇନ୍‌ ପ୍ରସ୍ତୁତ କରାଯାଉଛି। ଏହି ହୋଟେଲ ଡିଜାଇନ୍‌ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଯାଇଛି। ଆର୍କିଟେକ୍ଟ ଷ୍ଟୁଡିଓ ହୟାରୀ ଅଟକ୍‌ ଦକ୍ଷିଣ ନର୍‌ଓ୍ବେରେ ୧୯୮୧ ଫୁଟ ଉଚ୍ଚରେ ଏହି ହୋଟେଲ କରିବାକୁ ପ୍ରସ୍ତାବ ରଖିଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ହୋଟେଲ ତିଆରି ସରିବା ପରେ ଗ୍ରାହକମାନେ ଉଚ୍ଚରୁ ଥାଇ ପ୍ରାକୃତିକ ତଥା ମନୋରମ ଦୃଶ୍ୟ ଦେଖିପାରିବେ। ଏଥିରେ ୩/୪ଟି ଫ୍ଲୋର ନିର୍ମାଣ କରାଯାଉଛି। ପ୍ରତି ଫ୍ଲୋର୍‌ରେ ଗୋଟିଏ ଲେଖାଏ ବାଲକୋନି ରହିବ, ଯେଉଁଠି ଠିଆ ହୋଇ ଆଗନ୍ତୁକମାନେ ନର୍‌ଓ୍ବେର ସୁନ୍ଦର ଦୃଶ୍ୟରାଜି ଉପଭୋଗ କରିପାରିବେ।

ହୋଟେଲର ତଳଭାଗରେ ଏକ ସୁଇମିଂ ପୁଲ୍‌ ହେବା ପାଇଁ ମଧ୍ୟ ଯୋଜନା ରହିଛି। ଏହି ହୋଟେଲ୍‌ରେ ଝୁଲନ୍ତା ଚଟାଣ ନିିର୍ମାଣ କରାଯିବ। ସମୁଦ୍ର କିମ୍ବା ନଦୀକୂଳରେ ବସିଥିବା ପରି ଗ୍ରାହକଙ୍କୁ ଅନୁଭବ ହେବ।


All Right Reserved By Dharitri.Com

ପାରା ପରରେ ତିଆରି ହେଲା ସ୍ବୟଂଚାଳିତ ରୋବୋଟିକ୍‌ ବିମାନ…

କାଲିଫର୍ନିଆ, ୧୮।୧: ପ୍ରତିଦିନ ବୈଜ୍ଞାନିକମାନେ ନୂଆ ନୂଆ ଗବେଷଣା କରୁଛନ୍ତି। ସମ୍ପ୍ରତି ଆମେରିକାର କାଲିଫର୍ନିଆ ସ୍ଥିତ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକ ୪୦ଟି ପାରା ପରରେ ସ୍ବୟଂଚାଳିତ...

ଟ୍ରେନ୍‌ର ଭ୍ରମ ସୃଷ୍ଟି କରୁଛି ଏହି ସ୍କୁଲ, ଷ୍ଟେଶନ ପରି ସଜେଇ ହୋଇଛି ପାରିପାର୍ଶ୍ୱ

ରେଲ୍‌ଓ୍ବେ ଷ୍ଟେଶନ ତ ଦେଖିଥିବେ ନିଶ୍ଚିତ। କିନ୍ତୁ ଏମିତି ଏକ ସ୍କୁଲ ରହିଛି ଯାହା ଦେଖିବାକୁ ଅବିକଳ ରେଲ୍‌ଓ୍ବେ ଷ୍ଟେଶନ ପରି। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ...

ଧନ ପ୍ରାପ୍ତି ପାଇଁ ଧନତେରାସ୍‌ରେ କରନ୍ତୁ ଏହି ଉପାୟ

ଦୀପାବଳି ଅମାବାସ୍ୟା ପୂର୍ବରୁ ପଡୁଥିବା ତ୍ରୟୋଦଶୀକୁ ଧନତେରାସ୍‌ ଭାବେ ପାଳନ କରାଯାଇଥାଏ। ଏହି ଦିନ ପ୍ରଭୁ ଧ୍ୱନନ୍ତରୀ ଜନ୍ମଗ୍ରହଣ କରିଥିବାରୁ ଏହାକୁ ଧନ୍ବନ୍ତରୀ ଜୟନ୍ତୀ ମଧ୍ୟ...

ନ୍ୟୁୟର୍କରୁ ମିଳିଲା ଦୋମୁହାଁ ମାଛ

ନ୍ୟୁୟର୍କ, ୨୨।୮: ନ୍ୟୁର୍କରେ ଜଣେ ମାଛ ଧରାଳି ଦୋମୁହାଁ ମାଛ ଧରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ହୋଇଛି। ନ୍ୟୁୟର୍କରେ ଡେବୀ...

ବ୍ୟକ୍ତିତ୍ୱ: ସମାଜ ସଚେତକ ସ୍ରଷ୍ଟା ମୁଲକ ରାଜ ଆନନ୍ଦ

କେବଳ ଏହି ଗୋଟିଏ ଉପନ୍ୟାସ ନୁହେଁ; ସେ ତାଙ୍କ ପ୍ରତ୍ୟେକ ରଚନାରେ ସମାଜର ଅବ୍ୟବସ୍ଥାକୁ ଆଗକୁ ଆଣିଛନ୍ତି। ସେଥିଲାଗି ଯଥାର୍ଥରେ ତାଙ୍କୁ ଜଣେ ସମାଜ ସଚେତକ...

ଆଜି ବି ବ୍ରିଟେନ୍‌କୁ ଏହି ସ୍ଥାନର ଟ୍ୟାକ୍ସ ଦେଉଛି ଭାରତ

ବ୍ରିଟେନ ବା ଇଂରେଜମାନଙ୍କ କବଳରୁ ଭାରତ ୭୩ ବର୍ଷ ହେଲା ସ୍ବାଧୀନ ହୋଇସାରିଲାଣି। କିନ୍ତୁ ଆଜି ମଧ୍ୟ କିଛି ଅଂଶ ଇଂରେଜମାନଙ୍କ କବଳରେ ରହିଛି। ବ୍ରିଟେନ୍‌ର...

ସ୍ଥାପତ୍ୟ କହେ କରୁଣ କାହାଣୀ

ମାନବ ଇତିହାସରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ହେଉଛି ଏକ କଳଙ୍କିତ ଅଧ୍ୟାୟ। ଏହା ନେଇଥିଲା ଲକ୍ଷ ଲକ୍ଷ ନିରୀହ ଜୀବନ। ଉଭୟ ନାଜି ଓ ସୋଭିଏଟ ୟୁନିୟନ୍‌...

ଅଳ୍ପ ବୟସରେ କଠିନ କାମ

ଇଚ୍ଛାଶକ୍ତି ନିକଟରେ ବୟସର ବାଧକତା ହାର ମାନିଥାଏ। ସେଥିଲାଗି ଅଳ୍ପ ବୟସର ପିଲାମାନେ ବି ଅନେକ କଠିନ କାମ କରି ଦେଖେଇଥାନ୍ତି। ଚାଇନାର ଝାଙ୍ଗ୍‌ ହୁଇମିନ୍‌ଙ୍କୁ...

Leave a comment

Your email address will not be published. Required fields are marked *