Posted inଜାତୀୟ

ବିମୁଦ୍ରୀକରଣରେ ଚାକିରି ହରାଇଥିଲେ ୫୦ ଲକ୍ଷରୁ ଅଧିକ ଲୋକ

ନୂଆଦିଲ୍ଲୀ,୧୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ୨୦୧୬ରେ ହୋଇଥିବା ବିମୁଦ୍ରୀକରଣରେ ଦେଶର ୫୦ ଲକ୍ଷରୁ ଅଧିକ ଲୋକ ଚାକିରି ହରାଇ ବେକାର ହୋଇଥିଲେ। ଏନେଇ ବାଙ୍ଗାଲୁର୍‌ ଅଜମୀ ପ୍ରେମ୍‌ଜୀ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ ହୋଇଛି। ୨୦୧୬ ରୁ ୨୦୧୮ ମଧ୍ୟରେ ବିମୁଦ୍ରୀକରଣ ପ୍ରଭାବରୁ ଦେଶରେ ଲୋକଙ୍କ ଆର୍ଥିକ ଅବସ୍ଥା ଖରାପ ହୋଇଥିଲା। ଲୋକଙ୍କ ପାଖରେ ନଗଦ ଅଭାବରୁ କେତେକ କାରବାର ବନ୍ଦ ହୋଇଯାଇଥିଲା। ୨୦୧୬ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ମୂଲ ମଜୁରୀ ଲାଗୁଥିବା ଲୋକଙ୍କ ପାଖରେ ଖାଇବାକୁ ମଧ୍ୟ ପଇସା ନ ଥିଲା। କାମଧନ୍ଧା ଅଭାବର ପ୍ରଭାବ ଯୋଗୁ ଗ୍ରାମୀଣ ଲୋକଙ୍କ ଆର୍ଥିକ ସ୍ଥିତି ଗୁରୁତର ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଲୋକ ସଭା ନିର୍ବାଚନ ଚାଲୁଥିବା ବେଳେ ଏହି ରିପୋର୍ଟ ପ୍ରକାଶ ପାଇଥିବାରୁ ଏହାର ଫାଇଦା ବିରୋଧୀଙ୍କ ସପକ୍ଷରେ ଯିବ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।


All Right Reserved By

ଜୟାଙ୍କୁ ଟାର୍ଗେଟ କଲେ ଅମର

ନୂଆଦିଲ୍ଲୀ,୨୬।୭: ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ରାଜ୍ୟସଭା ଏମ୍‌ପି ଅମର ସିଂ ଏଥର ପୁଣି ଆସିଛନ୍ତି ଚର୍ଚ୍ଚାକୁ। ଏଥିର ସେ ବଲିଉଡ୍‌...

କାଉଡିଆଙ୍କ ସେବା କଲେ ବିଦେଶୀ ମହିଳା

ମିରଟ,୨୯।୭: ଉତ୍ତର ପ୍ରଦେଶର ମିରଟରେ ଜଣେ ବିଦେଶୀ ମହିଳା ତାଙ୍କ ଶ୍ୱଶୁରଙ୍କ ସହ ମିଶି କାଉଡି ଯାତ୍ରାରେ ଯାଉଥିବା ଶିବ ଭକ୍ତଙ୍କର ସେବା କରିଛନ୍ତି। ଚେକୋସ୍ଲୋଭାକିଆର...

ମାଗ୍‌ସେସେ ବିଜେତା ସନ୍ଦୀପ ଗୃହବନ୍ଦୀ

ଲକ୍ଷ୍ନୌ, ୧୨ା୮: ମାଗ୍‌ସେସେ ପୁରସ୍କାରପ୍ରାପ୍ତ ସାମାଜିକ କର୍ମୀ ସନ୍ଦୀପ ପାଣ୍ଡେଙ୍କୁ ରବିବାର ଗୃହବନ୍ଦୀ କରାଯାଇଛି। ୩୭୦ ଉଚ୍ଛେଦ ପ୍ରତିବାଦରେ ଜିପିଓ ପାର୍କ ନିକଟରେ ଧାରଣା ଦେବା...

ରିସାଟ୍‌-୨-ବି ଉପଗ୍ରହର ସଫଳ ଉତ୍‌କ୍ଷେପଣ: ସୀମାରେ ରହିବ କଡ଼ା ନଜର

ଶ୍ରୀହରିକୋଟା,୨୨।୫: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଶ୍ରୀହରିକୋଟାଠାରୁ ବୁଧବାର ରିସାଟ୍‌-୨-ବି ଉପଗ୍ରହର ସଫଳ ଉତ୍‌କ୍ଷେପଣ କରାଯାଇଛି। ଏହା ପିଏସ୍‌ଏଲ୍‌ଭି-ସି-୪୬ରୁ ଉତ୍‌କ୍ଷେପଣ କରାଯାଇଛି। ଏହି...

ମୋଦିଙ୍କୁ ଭେଟିଲେ ୟେଦୁରପ୍ପା

ନୂଆଦିଲ୍ଲୀ,୧୬।୮: କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୂଆଦିଲ୍ଲୀଠାରେ ଭେଟିଛନ୍ତି। କର୍ନାଟକ ବନ୍ୟା କ୍ଷୟକ୍ଷତିକୁ ନେଇ ସେ ମୋଦିଙ୍କ ସହ ଆଲୋଚନା...

ସ୍ବାଧୀନତାର ୭୨ ବର୍ଷ ପରେ ବି ସରେୟା ଗାଁ ବାସିନ୍ଦା କୌଣସି ବିବାଦରେ ମାଡ଼ି ନାହାଁନ୍ତି ଥାନା

ପାଟନା,୧୭।୮: ଲୋକଙ୍କ ମଧ୍ୟରେ ବେଳେବେଳେ ଉପୁଜୁଥିବା ବିବାଦର ସମାଧାନ ପାଇଁ ଆଇନର ଆଶ୍ରୟ ନିଆଯାଇଥାଏ। ଏଥିଲାଗି ଥାନାରେ ମାମଲା ରୁଜୁ କରାଯାଇଥାଏ। ତେବେ ବିହାରର କୈମୁର...

ଶହୀଦଙ୍କ ପୁଅକୁ କୋଳରେ ଧରି କୋହ ସମ୍ଭାଳି ପାରିଲେନି ଏସ୍‌ଏସ୍‌ପି

ଶ୍ରୀନଗର,୧୮।୬: ସୋସିଆଲ ମିଡିଆରେ ଏବେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ପୋଲିସ ଅଧିକାରି ଅନ୍ୟଜଣେ ଶହୀଦ ପୋଲିସ ଅଧିକାରୀଙ୍କ ୪ ବର୍ଷର...

ପୁଲ୍‌ଓ୍ବାମାରେ ପୁଣି ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୧୮ା୬(ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମା ଜିଲାରେ ଆତଙ୍କବାଦୀମାନେ ପୁଣି ଥରେ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିଛନ୍ତି। ସେମାନଙ୍କ ଆକ୍ରମଣରେ ୪ ଜଣ ଯବାନ ଆହତ ହୋଇଛନ୍ତି। ସୋମବାର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *