Posted inଜାତୀୟ

ୟୁପି ପୋଲିସକୁ ଛାତ୍ରୀଙ୍କ ପ୍ରଶ୍ନ: ଅଭିଯୋଗ କଲେ ଆମକୁ ଉନ୍ନାଓ ପୀଡିତାଙ୍କ ଭଳି ଦୁର୍ଘଟଣାର ଶିକାର ହେବାକୁ ପଡିବନି ତ

ବାରବାଙ୍କି,୧।୮: ବାଳିକା ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଜରିଆରେ ଉତ୍ତର ପ୍ରଦେଶ ପୋଲିସ ପକ୍ଷରୁ ଆୟୋଜିତ ହେଉଛି ସତେଚନତା କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଜରିଆରେ ବୁଧବାର ଉତ୍ତର ପ୍ରଦେଶ ପୋଲିସ ବାରବାଙ୍କିରେ ଥିବା ଏକ ସ୍କୁଲରେ ଛାତ୍ରୀମାନଙ୍କୁ ସୁରକ୍ଷା ସମ୍ପର୍କରେ ସଚେତନ କରାଉଥିବା ସମୟରେ ଏମିତି ଏକ ପ୍ରଶ୍ନର ସାମ୍ନା କରିଛି ଯାହାକୁ ନେଇ ଏବେ ବିରୋଧି କଂଗ୍ରେସ ପ୍ରଶ୍ନ ଉଠାଇଲାଣି। ଛାତ୍ରୀଙ୍କ ସୁରକ୍ଷା ପାଇଁ ଏବେ ଟୋଲ୍‌ ଫ୍ରି ନମ୍ବର ଜାରି କରାଯାଉଛି। ଏହି କ୍ରମରେ ଉକ୍ତ ସ୍କୁଲରେ ପୋଲିସ ଛାତ୍ରୀମାନଙ୍କୁ ଏକ ଟୋଲ୍‌ ଫ୍ରି ନମ୍ବର ଦେବା ସହ କହିଥିଲା କି ତୁମେମାନେ ଯେତେବେଳେ ଅସୁବିଧାରେ ପଡିବ ସେତେବେଳେ ଏହି ଟୋଲ୍‌ ଫ୍ରି ନମ୍ବରରେ ଫୋନ୍‌ କଲେ ପୋଲିସ ତୁରନ୍ତ ସାହାଯ୍ୟ ଯୋଗାଇ ଦେବ। ହେଲେ ଏହାକୁ ନେଇ ଜଣେ ଛାତ୍ରୀ ପଶ୍ନ କରିଥିଲେ, ଆପଣ ଯାହା କହୁଛନ୍ତି ତାହା ଠିକ୍‌, ହେଲେ ଯେତେବେଳେ ଆମେ ଅସୁବିଧାରେ ପଡି ଅଭିଯୋଗ କରିବୁ ତା’ରେ ଅଭିଯୁକ୍ତ ଯଦି ଆମର ଦୁର୍ଘଟଣା ଘଟାଇ ଦିଏ ସେଠାରେ ପୋଲିସ କିପରି ସାହାଯ୍ୟ କରିବ? ଯେମିତି ଜଣେ ବିଧାୟକଙ୍କ ଦ୍ୱାରା ବଳାତ୍କାର ଶିକାର ହୋଇଥିବା ଉନ୍ନାଓ ପୀଡିତା ଅଭିଯୋଗ କରିବା ପରେ ତାଙ୍କର ଦୁର୍ଘଟଣା କରାଇ ଦିଆଯାଇଛି। କାରଣ ଦୁର୍ଘଟଣା ଘଟାଇଥିବା ଟ୍ରକର ନମ୍ବର ନାହିଁ। ତେଣୁ ଏହା ଏକ ଯୋଜନା ବଦ୍ଧ ଦୁର୍ଘଟଣା ବୋଲି ଛାତ୍ରୀ ଜଣକ କହିବା ପରେ ପୋଲିସ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଦ୍ୱନ୍ଦରେ ପଡିଯାଇଥିଲା। ଆଉ ନିଜକୁ ବଞ୍ଚାଇବାକୁ ଯାଇ କହିଥିଲା ଟୋଲ୍‌ ଫ୍ରି ନମ୍ବରରେ ଫୋନ୍‌ କଲେ ପୋଲିସ ତୁରନ୍ତ ସାହାଯ୍ୟ ଯୋଗାଇ ଦେବ।


All Right Reserved By Dharitri.Com

ମେଟ୍ରୋ ଟ୍ରେନ୍‌ରେ ଠିଆ ହୋଇ ଯାତ୍ରା କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଜଳ ଓ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କରୁଥିବାର ଏକ ଫଟୋ ସୋସିଆଲ୍‌...

୩୭୦ ଉଠିବା ପରେ ଆଜି ପ୍ରଥମଥର ଜମ୍ମୁ-କଶ୍ମୀର ଯିବେ ସେନା ମୁଖ୍ୟ

ଶ୍ରୀନଗର,୨୯।୮: ୩୭୦ ଉଠିବା ପରେ ଆଜି ପ୍ରଥମଥର ଜମ୍ମୁ-କଶ୍ମୀର ଯିବେ ସେନା ମୁଖ୍ୟ ବିପିନ୍‌ ରାଓ୍ବତ୍‌। ଶ୍ରୀନଗରରେ ସୁରକ୍ଷା ପରିସ୍ଥିତି ଏବଂ କଶ୍ମୀର ଘାଟିରେ ସ୍ଥିତି...

ପ୍ରସ୍ତୁତି ଲାଗି ଯଥେଷ୍ଟ ସମୟ ଥିଲା

ନୂଆଦିଲ୍ଲୀ,୨୫ା୩: ଭାରତରେ ଏବେ ଚାରିଆଡ଼େ ଭୟ ଓ ଆତଙ୍କର ପରିବେଶ। ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। କରୋନା ଭାଇରସ୍‌ରେ ୫୧୧ ଆକ୍ରାନ୍ତ ହେବା ପରେ...

ଜମ୍ମୁ-କଶ୍ମୀରରେ ଆତଙ୍କବାଦର ବୀଜ ବପନ କରିଛି କଂଗ୍ରେସ: ରାମ ମାଧବ

ନୂଆଦିଲ୍ଲୀ,୨୯।୬: ଭାଜପାର ରାଷ୍ଟ୍ରୀୟ ମହାସଚିବ ରାମ ମାଧବ ଜମ୍ମୁ-କଶ୍ମୀର ଆତଙ୍କବାଦକୁ ନେଇ ସିଧା କଂଗ୍ରେସ ଓ ନ୍ୟାଶନାଲ କନଫରେନ୍ସ(ଏନ୍‌ସି)କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି କଂଗ୍ରେସ...

ବିଶ୍ୱକୁ ବିପଦ ଆତଙ୍କବାଦ

ମାଲେ,୯।୬(ପି.ଟି.): ରାଷ୍ଟ୍ର ପ୍ରାୟୋଜିତ ଆତଙ୍କବାଦ ମାନବ ସମାଜ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ବୋଲି ମାଳଦ୍ୱୀପ ପାର୍ଲାମେଣ୍ଟକୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।...

ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ: ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଦେଲେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୧୬।୮: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ। ଏହି ଅବସରରେ ନୂଆଦିଲ୍ଲୀରେ ଥିବା ତାଙ୍କ ସ୍ମୃତିସ୍ଥଳ ‘ସଦା ଅଟଳ’ରେ...

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ: ଯୋଗଦେବେ ପଶ୍ଚିମବଙ୍ଗ ରାଜନୈତିକ ହିଂସାରେ ମୃତ୍ୟୁବରଣ କରିଥିବା ଭାଜପା କାର୍ଯ୍ୟକର୍ତ୍ତାଙ୍କ ପରିବାର

ନୂଆଦିଲ୍ଲୀ, ୨୯।୫: ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ପଶ୍ଚିମବଙ୍ଗ ରାଜନୈତିକ ହିଂସାରେ ମୃତ୍ୟୁବରଣ କରିଥିବା ଭାଜପା କାର୍ଯ୍ୟକର୍ତ୍ତାଙ୍କ ପରିବାର। ୬ବର୍ଷ ଭିତରେ ରାଜ୍ୟରେ...

ମଧ୍ୟପ୍ରଦେଶ ଦ୍ୱାଦଶ ବୋର୍ଡ: ବାପା-ଝିଅ ପରୀକ୍ଷା ଦେବାକୁ ଗୋଟିଏ କେନ୍ଦ୍ରରେ ପହଞ୍ଚିଲେ

ଭୋପାଳ,୨।୩: ମଧ୍ୟପ୍ରଦେଶ ମାଧ୍ୟମିକ ଶିକ୍ଷା ମଣ୍ଡଳ(ଏମ୍‌ଏସ୍‌ଏମ୍‌) ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ସୋମବାରଠାରୁ ଆରମ୍ଭ ହୋଇଛି। ଏହା ପ୍ରଥମ ପରୀକ୍ଷା ମାତୃଭାଷା ହିନ୍ଦୀ...

Leave a comment

Your email address will not be published. Required fields are marked *