Posted inଜାତୀୟ

ଅବସର ଗ୍ରହଣ ଦିନ ଖୁସିରେ ହେଲିକପ୍ଟରରେ ଉଡ଼ିଲେ ଚତୁର୍ଥ ଶ୍ରେଣୀ କର୍ମଚାରୀ

ଫରିଦାବାଦ୍‌,୧।୮: ଚାକିରିରୁ ଅବସର ନେବା ଦିନ ଏକ ସ୍କୁଲରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରୁଥିବା ଜଣେ ବ୍ୟକ୍ତି ଏକ ନିଆରା ପଦକ୍ଷେପ ନେଇଛନ୍ତି। ତାଙ୍କର କାର୍ଯ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ହରିୟାଣା ଫରିଦାବାଦ୍‌ର ନିମକା ଗାଁ ବାସିନ୍ଦା କୁଦେରାମ୍‌ ସ୍ଥାନୀୟ ସରକାରୀ ସ୍କୁଲରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରନ୍ତି। ମଙ୍ଗଳବାର ତାଙ୍କର ଅବସର ଗ୍ରହଣ ଦିବସ ଥିଲା। ଏହି ଅବସରରେ କୁଦେରାମ୍‌ ହେଲିକପ୍ଟର ଭଡ଼ାରେ ଆଣି ସେଥିରେ ଉଡ଼ି ବୁଲିଛନ୍ତି। କୁଦେରାମ୍‌ଙ୍କ ଏଭଳି କାର୍ଯ୍ୟ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ହେଲିକପ୍ଟରରେ ଉଡ଼ିବା ପାଇଁ ତାଙ୍କୁ ସାଢ଼େ ତିନି ଲକ୍ଷ ଟଙ୍କା ଭଡ଼ା ଦେବାକୁ ପଡ଼ିଛି। ସେ ଗତ ମାର୍ଚ୍ଚ ମାସଠାରୁ ହେଲିକପ୍ଟରକୁ ଭଡ଼ାରେ ନେବା ଲାଗି ବୁକିଂ କରିଥିଲେ।


All Right Reserved By Dharitri.Com

ଭିଡ କମାଇବାକୁ ବଢିଲା ଫ୍ଲାଟଫର୍ମ ଟିକେଟର ଦାମ

ମୁମ୍ବାଇ,୧୭।୩: କରୋନା ଭାଇରସକୁ ରୋକିବାକୁ ସରକାର କୌଣସି ସ୍ଥାନରେ ୫୦ ଜଣରୁ ଊର୍ଦ୍ଧ୍ୱ ଲୋକ ଏକାଠି ନ ହେବାକୁ ପରାମର୍ଶ ଦେଇଛନ୍ତି। ଏପରି ସ୍ଥିତିରେ ରେଲଓ୍ବେ...

ଡାକ୍ତରଙ୍କ ଚେୟାରରେ ବସି ଅନ୍ୟ ରୋଗୀଙ୍କୁ ଚିକିତ୍ସା କଲେ ମାନସିକ ରୋଗୀ

ଭୋପାଳ,୨୨।୨: ମଧ୍ୟପ୍ରଦେଶର ଛତରପୁରରୁ ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମାନସିକ ରୋଗୀ ଡାକ୍ତରଙ୍କ ଚେୟାରରେ ବସିବା ସହ କେତେଜଣ ରୋଗୀଙ୍କୁ...

ବାଜପେୟୀ ସରକାରଙ୍କ ସମୟରେ ମଧ୍ୟ ହୋଇଥିଲା ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍‌ ଯୋଜନା

ନୂଆଦିଲ୍ଲୀ,୧।୭: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ମଧ୍ୟ ପାକିସ୍ତାନ ପରେ ଏୟାର ଷ୍ଟ୍ରାଇକ୍‌ କରାଯିବାର ନିଷ୍ପତ୍ତି ହୋଇଥିଲା। ତେବେ ଶେଷ ମୁହୂର୍ତ୍ତରେ...

ଗଗନୟାନ ଲାଗି ପ୍ରସ୍ତୁତି ଜୋର୍‌ଦାର

ବେଙ୍ଗାଲୁରୁ, ୭ା୯(ପି.ଟି.) : ଚନ୍ଦ୍ରୟାନ-୨ ପରେ ଗଗନୟାନ ଲାଗି ଭାରତର ପ୍ରସ୍ତୁତି ଜୋର୍‌ ଧରିବାରେ ଲାଗିଛି। ଏଥିଲାଗି ପ୍ରଥମ ପର୍ଯ୍ୟାୟରେ ଭାରତୀୟ ମହାକାଶଚାରୀଙ୍କ ଚୟନ ଶେଷ...

ସ୍ବଚ୍ଛତା ଅଭିଯାନ ଜନକଙ୍କୁ ଭୁଲି ଗଲେ ମୋଦି ସରକାର

ମୁମ୍ବାଇ,୩।୧୦: କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କ୍ଷମତାକୁ ଆସିବା ପରେ ସ୍ବଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି। ତେବେ କେନ୍ଦ୍ର ସରକାର ସ୍ବଚ୍ଛତା ଅଭିଯାନ...

ମାନବ ସେବା ହିଁ ମାଧବ ସେବା: କାଉଡିଆଙ୍କ ପାଦ ଦାବିଲେ ଏସ୍‌ପି

ଲକ୍ଷ୍ନୌ, ୨୮।୭: ଶ୍ରାବଣରେ ଆରମ୍ଭ ହୋଇଯାଇଛି କାଉଡି ଯାତ୍ରା। ବିଶେଷ କରି ଉତ୍ତର ପ୍ରଦେଶରେ କାଉଡିଆଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାମାନ କରାଯାଇଛି। ଏମାନଙ୍କ ପାଇଁ ଖୋଲାଯାଇଥିବା...

ସିବିଆଇସିର ୨୨ ଅଧିକାରୀଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର

ନୂଆଦିଲ୍ଲୀ,୨୬।୮: କେନ୍ଦ୍ରୀୟ ଅପ୍ରତ୍ୟକ୍ଷ କର ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି)ବା The Central Board of Indirect Taxes and Customs (CBIC) ୨୨...

ଏଥର ଦଳକୁ ନେଇ ନୁହେଁ ଯେମିତି ବ୍ୟକ୍ତି କୈନ୍ଦ୍ରିକ ହେଲା ନିର୍ବାଚନ

ନୂଆଦିଲ୍ଲୀ,୨୦।୫: ସରିଛି ଲୋକ ସଭା ନିର୍ବାଚନ। ହେଲେ ଏବେ ସମସ୍ତଙ୍କ ନଜର ଫଳାଫଳ ଉପରେ। ଆଉ ୨ ଦିନ ପରେ ସ୍ପଷ୍ଟ ହେବ ଯେ ଇତିହାସର...

Leave a comment

Your email address will not be published. Required fields are marked *