Posted inଜାତୀୟ

୨୦୨୧ ନିର୍ବାଚନ: ଦିଦିଙ୍କ ରାଗ ଶାନ୍ତ କରିବାକୁ ଚେଷ୍ଟା କରିବେ ପ୍ରଶାନ୍ତ କିଶୋର

କୋଲକାତା,୧।୮: ଆସନ୍ତା ୨୦୨୧ରେ ପଶ୍ଚିମବଙ୍ଗ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏବେଠାରୁ ଏହାକୁ ନେଇ ସଜବାଜ ହେଲାଣି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତ୍ରୁଣମୂଳ କଂଗ୍ରେସ। ତେବେ ଗତ ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାସ୍ତ ପରେ ଏବେ କୁଆଡେ ଦିଦିଙ୍କୁ ବିଜୟ ମନ୍ତ୍ର ଦେବେ ରଣନୀତି ବିଶାରଦ ପ୍ରଶାନ୍ତ କିଶୋର। ତେବେ ପ୍ରଶାନ୍ତ ପ୍ରଥମେ ଦିଦିଙ୍କ ରାଗ ଶାନ୍ତ କରିବାକୁ ଚାହିଁବେ। ‘ଦିଦି କେ ବୋଲ୍‌’ କାମ୍ପେନ୍‌ ଜରିଆରେ ସେ ଭୋଟରଙ୍କ ନିକଟତର ହେବାକୁ ଚେଷ୍ଟା କରିବେ ବୋଲି କୁହାଯାଉଛି। ସେପଟେ କିଛି ଦିନ ହେବ ଭାଜପା ସହ ଦିଦିଙ୍କର ଯେପରି ତୁତୁମେମେ ଲାଗି ରହିଛି ତାକୁ ଭୁଲି ଯାଇ ଦଳ ଉପରେ ଫୋକସ୍‌ କରିବା ଉପରେ ପ୍ରଶାନ୍ତ ଯୋର୍‌ ଦେବେ ବୋଲି ଜଣାପଡିଛି। ଗଣମାଧ୍ୟମର ସୂଚନା ଅନୁଯାୟୀ, ଏଥର ମମତାଙ୍କ ପାଇଁ ପ୍ରଶାନ୍ତଙ୍କ ପ୍ରଥମ ରଣନୀତି ରହିବ ଶାନ୍ତ ମନୋଭାବ ଓ ଭାଜପାର କୌଣସି ଟିପ୍ପଣୀକୁ ନେଇ ପ୍ରତିକ୍ରିୟା ପ୍ରକାଶ ନ କରିବା ବା ହଠାତ୍‌ ରାଗି ନ ଯିବା।


All Right Reserved By Dharitri.Com

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ପଥେ ସବୁ ରାଜନୈତିକ ଦଳ

ନୂଆଦିଲ୍ଲୀ,୬।୧: ଦିଲ୍ଲୀ ବିଧାନସଭା ନିର୍ବାଚନର କାର୍ଯ୍ୟକାଳ ଆସନ୍ତା ଫେବୃୟାରୀରେ ପୂରଣ ହେଉଥିବା ବେଳେ ସୋମବାର ନିର୍ବାଚନ କମିଶନଙ୍କ ପକ୍ଷରୁ ଆସନ୍ତା ନିର୍ବାଚନର ତାରିଖ ଘୋଷଣା କରାଯାଇଛି।...

ଦିଲ୍ଲୀରେ ଆମ୍‌ ଆଦମୀ ପାର୍ଟି ମୂଳପୋଛ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଦିଲ୍ଲୀର ୭ ଆସନ ମଧ୍ୟରୁ ଭାଜପା ୫ଟିରେ ଆଗୁଆ ରହିଥିବାବେଳେ କଂଗ୍ରେସ ୨ଟିରେ ଆଗୁଆ ରହିଛି। ତେବେ ଏଠାରେ ଆମ୍‌...

କମିଲା ପିଆଜ ଦର

ନୂଆଦିଲ୍ଲୀ,୧୪।୧: ଗୋଟିଏ ମାସ ପୂର୍ବରୁ ଲୋକଙ୍କୁ କନ୍ଦାଉଥିବା ପିଆଜର ଦାମ୍‌ ଏବେ କମିଛି। ଉତ୍ତର ପ୍ରଦେଶରେ ଏବେ ସାଧାରଣ ପିଆଜ ଦର ୫୦-୬୦ ଟଙ୍କାରେ ପହଞ୍ଚିଛି।...

ସୁରଟ ଅଗ୍ନିକାଣ୍ଡ : କୋଚିଂ ସେଣ୍ଟର ମାଲିକ ଗିରଫ, ୨ ଅଗ୍ନିଶମ ଅଧିକାରୀ ନିଲମ୍ବିତ

ସୁରଟ,୨୫ା୫ : ଗୁଜୁରାଟର ହୀରା ସହର କୁହାଯାଉଥିବା ସୁରଟର ଏକ କୋଚିଂ ସେଣ୍ଟରରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟି ୨୦ରୁ ଊର୍ଦ୍ଧ୍ୱ ଛାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ...

ଜୁହୁ ବିମାନ ବନ୍ଦର ରନ୍‌ଓ୍ବେରେ ଖେଳିଲା ମାଗୁର ମାଛ: ଭିଡ଼ିଓ ଭାଇରାଲ

ମୁମ୍ବାଇ,୨।୭: ପ୍ରବଳ ବର୍ଷା ଯୋଗୁ ମୁମ୍ବାଇର ଅନେକ ଅଞ୍ଚଳରେ ବର୍ଷା ଜଳ ଜମି ରହିଛି। ଜୁହୁ ବିମାନ ବନ୍ଦରରେ ମଧ୍ୟ ଏଭଳି ସ୍ଥିତି ସୃଷ୍ଟି ହୋଇଛି।...

ଅଜବ ବାଳକ: ଶରୀରର କେତୋଟି ମୁଖ୍ୟ ଅଙ୍ଗ ରହିଛି ଓଲଟା

କାନପୁର,୧୦।୯: ଉତ୍ତରପ୍ରଦେଶ ବିଲହୋରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ନାବାଳକର ଶରୀରର କେତୋଟି ମୁଖ୍ୟ ଅଙ୍ଗ ନିର୍ଦ୍ଧିଷ୍ଟ ସ୍ଥାନରେ ନ ଥାଇ ବିପରୀତ...

ଏନ୍‌ଡିଏ ନେତାଙ୍କ ପାଇଁ ରାତ୍ରଭୋଜିର ଆୟୋଜନ କଲେ ଶାହ

ନୂଆଦିଲ୍ଲୀ,୨୦।୫: ଭାଜପା ଅଧ୍ୟକ୍ଷ ଅମିତ ଶାହ ମଙ୍ଗଳବାର ଏନ୍‌ଡିଏ ନେତାଙ୍କ ପାଇଁ ମଙ୍ଗଳବାର ଏକ ରାତ୍ରଭୋଜିର ଆୟୋଜନ କରିଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,...

ସାପ କାମୁଡ଼ିବାରୁ ୨ ଛାତ୍ରୀଙ୍କ ମୃତ୍ୟୁ: ଘଟଣାରେ ୨ଶିକ୍ଷକ ନିଲମ୍ବିତ

ଜଶପୁର,୨୭।୭: ଛତିଶଗଡ଼ର ଜଶପୁର ଜିଲାର ଏକ ପ୍ରାଥମିକ ସ୍କୁଲରେ ସାପ କାମୁଡ଼ିବାରୁ ୨ଛାତ୍ରଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପରେ ୨ଜଣ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି।...

Leave a comment

Your email address will not be published. Required fields are marked *