ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଭାଜପାର ଧାରଣା: ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାକୁ ଦାବି

ଭୁବନେଶ୍ୱର,୧।୮(ବ୍ୟୁରୋ): ରାଜଧାନୀବାସୀ ମୌଳିକ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। ଏହାର ପ୍ରତିବାଦରେ ବୁଧବାର ଭାରତୀୟ ଜନତା ପାର୍ଟି ଭୁବନେଶ୍ୱର ଜିଲା ପକ୍ଷରୁ ଜିଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ ନେତୃତ୍ୱରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କାର୍ଯ୍ୟାଳୟ ସମ୍ମୁଖରେ ଏକ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିଲା। ରାଜଧାନୀବାସୀଙ୍କ ସମସ୍ତ ସମସ୍ୟାକୁ ନେଇ ଏହି ଧାରଣା କରାଯାଇଥିଲା। ସାଧାରଣତଃ ବର୍ଷା ପାଣି , ବର୍ଜ୍ୟବସ୍ତୁ ନିଷ୍କାସନ ଓ ବାତ୍ୟା ଫନୀରେ କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ଅନୁକମ୍ପା ରାଶି ଦେବାରେ ବିଫଳ ହୋଇଥିବା କଥାକୁ ଦର୍ଶାଯାଇ ବିଏମ୍‌ସି ବିରୋଧରେ ନାରାବାଜି କରାଯାଇଥିଲା। ଭାଜପା ରାଜ୍ୟ ଉପସଭାପତି ସମୀର ମହାନ୍ତି, ପ୍ରବକ୍ତା ଦିଲୀପ ମହାନ୍ତି, ଜଗନ୍ନାଥ ପ୍ରଧାନ, ବାବୁ ସିଂ, ଜିଲା ଉପସଭାପତି ବସନ୍ତ ରାଉତ, ପଦ୍ମାବତୀ ଜେନାଙ୍କ ସହ ବହୁ କର୍ମୀ ଏ ନେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କୁ ବିଭିନ୍ନ ଦାବି ସମ୍ବଳିତ ସ୍ମାରକପତ୍ର ଦାବିପତ୍ର ପ୍ରଦାନ କରିଥିଲେ। ଏହା ବ୍ୟତୀତ ରାଜଧାନୀବାସୀଙ୍କୁ ଯଦି ଉପଯୁକ୍ତ ନାଗରିକ ସୁବିଧା ଯୋଗାଇ ନ ଦିଆଯାଏ ତାହା ହେଲେ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ଭାଜପା କହିଛି।


All Right Reserved By Dharitri.Com

ଘୋଷଣାକୁ ବିତିଲା ୮ବର୍ଷ: ନିରାଶ୍ରୟଙ୍କୁ ଆଶ୍ରୟ ଦେଇପାରୁନି ବିଏମ୍‌ସି

କଟକ ରୋଡ,୩।୮(ଡି.ଏନ୍‌.ଏ.): ରାସ୍ତା କଡ଼ରେ ବାସହରା, ଅସହାୟ ବ୍ୟକ୍ତି ଶୋଇବେ ନାହିଁ। ରାତ୍ରି ଆଶ୍ରୟସ୍ଥଳି ସହରରେ ନିର୍ମାଣ ହେବ। ଆଶ୍ରୟସ୍ଥଳିରେ ରହୁଥିବା ଲୋକଙ୍କୁ ମାଗଣା ଖାଦ୍ୟ,...

୮ ରେ ଭାରତ ବନ୍ଦ: କଂଗ୍ରେସ ଦେଲା ସମର୍ଥନ

ଭୁବନେଶ୍ୱର,୬।୧(ବ୍ୟୁରୋ): କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଜାନୁୟାରୀ ୮ରେ ଭାରତ ବନ୍ଦ ଡାକରା ଦିଆଯାଇଛି । ଦରଦାମ ବୃଦ୍ଧି, ବେକାରି ଓ ସିଏଏ ବିରୋଧରେ ଏହି...

ପୌରାଞ୍ଚଳରେ ପଲିଥିନ ନିଷେଧ: ଅକ୍ଟୋବର ୨ରୁ ସାରା ରାଜ୍ୟରେ ଲାଗୁ ହେବ

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ସମସ୍ତ ପୌରାଞ୍ଚଳରେ ପଲିଥିନ ଉପରେ ଲାଗିବ କଟକଣା। ସବୁ ସହରକୁ ପଲିଥିନ ମୁକ୍ତ କରାଯିବ। ଏନେଇ ଜଙ୍ଗଲ...

ହୃଷୀକେଶ ମଲ୍ଲିକଙ୍କୁ ଡି.ଲିଟ୍‌

ଭୁବନେଶ୍ୱର,୨୭ା୯(ବ୍ୟୁରୋ) : ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାହିତ୍ୟରେ ଡି.ଲିଟ୍‌ ଉପାଧି ପାଇବାକୁ ଡ. ହୃଷୀକେଶ ମଲ୍ଲିକ ଯୋଗ୍ୟ ବିବେଚିତ ହୋଇଛନ୍ତି। ତୁଳନାତ୍ମକ ଭାରତୀୟ ସାହିତ୍ୟରେ ଉଚ୍ଚତର ଗବେଷଣା...

ସର୍ବସାଧାରଣଙ୍କ ପାଇଁ ୫ରୁ ଖୋଲିବ ରାଜଭବନ ଉଦ୍ୟାନ

ଭୁବନେଶ୍ୱର, ୪ା୧(ବ୍ୟୁରୋ): ଆସନ୍ତା ୫ତାରିଖରୁ ରାଜଭବନ ଉଦ୍ୟାନ ସର୍ବସାଧାରଣ ଓ ଛାତ୍ରୀଛାତ୍ରଙ୍କ ପାଇଁ ଖୋଲିବ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଅନୁମତି କ୍ରମେ ଜାନୁୟାରୀ ୫ରୁ...

୩ୟ ଥର ସନ୍ତାନ ଜନ୍ମ ଦେବ ସ୍ନେହା

ବାରଙ୍ଗ, ୯ା୧(ଡି.ଏନ୍‌.ଏ.): ବାରଙ୍ଗସ୍ଥିତ ପ୍ରାଣୀଉଦ୍ୟାନ ନନ୍ଦନକାନନରେ ବାଘୁଣୀ ସ୍ନେହା ତୃତୀୟ ସନ୍ତାନକୁ ଜନ୍ମଦେବାକୁ ଯାଉଛି। ଯେପରି କୌଣସି ଅସୁବିଧା ନ ହୁଏ ସେ ନେଇ ନନ୍ଦନକାନନ...

ଶନିବାର ପାଟକୁରା ନିର୍ବାଚନ: ଭାଜପା ବୁଥ୍‌ ଦଖଲ କରିବା ଆଶଙ୍କାରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର,୧୯।୭(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲା ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ଶନିବାର ଭୋଟ ଗ୍ରହଣ କରାଯିବ। ଏଥିନିମନ୍ତେ ଗୁରୁବାର ସନ୍ଧ୍ୟାରୁ ପ୍ରଚାର ଶେଷ ହୋଇଛି। ସାରା ରାଜ୍ୟର ନଜର...

ବିଧାନ ପରିଷଦ ପାଇଁ ବାଟ ଫିଟୁଛି

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ):ଓଡ଼ିଶାରେ ବିଧାନ ପରିଷଦ ପ୍ରତିଷ୍ଠା ନେଇ ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଯାଇଛି। ଏଥିପାଇଁ କେବଳ କେନ୍ଦ୍ରର ଅନୁମତି ଆବଶ୍ୟକ। ତେଣୁ ଆସନ୍ତା ବଜେଟ ଅଧିବେଶନରେ...

Leave a comment

Your email address will not be published. Required fields are marked *