Posted inଜାତୀୟ

ଜଷ୍ଟିସ୍‌ ଶୁକ୍ଳାଙ୍କ ବିରୋଧରେ ରୁଜୁ ହେବ ମାମଲା

ନୂଆଦିଲ୍ଲୀ,୧ା୮(ପି.ଟି./ ଆଇଏଏନ୍‌ଏସ୍‌)-ଆଲ୍ଲାହାବାଦ୍‌ ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ୍‌.ଏନ୍‌. ଶୁକ୍ଲାଙ୍କ ବିରୋଧରେ ମାମଲା ରୁଜୁ କରିବା ଲାଗି ପ୍ରଧାନ ବିଚାରପତି (ସିଜେଆଇ)ଜଷ୍ଟିସ ରଞ୍ଜନ ଗୋଗୋଇ ସିବିଆଇକୁ ଅନୁମତି ଦେଇଛନ୍ତି। ଏମ୍‌ବିବିଏସ୍‌ ନାମଲେଖା ପାଇଁ ଏକ ଘରୋଇ କଲେଜକୁ ସେ ଅନୁକମ୍ପା ପ୍ରଦର୍ଶନ କରିଥିବା ନେଇ ଅଭିଯୋଗ ହେବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସିବିଆଇ ପକ୍ଷରୁ ଏନେଇ ଅନୁମତି ମଗାଯାଇଥିବାବେଳେ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ପରାମର୍ଶକ୍ରମେ ପୂର୍ବରୁ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଥିଲା। ଜଷ୍ଟିସ୍‌ ମିଶ୍ର ଏନେଇ କେତେକ ହାଇକୋର୍ଟ ବିଚାରପତିଙ୍କୁ ନେଇ ପ୍ୟାନେଲ ଗଠନ କରିଥିଲେ। ଏହି ପ୍ୟାନେଲ ଜଷ୍ଟିସ ଶୁକ୍ଳାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଆରମ୍ଭ କରିଥିଲା। ସିବିଆଇ ପକ୍ଷରୁ ଏ ସମ୍ପର୍କୀତ ତଥ୍ୟ କ୍ରମାନୁସାରେ ସିଜେଆଇଙ୍କୁ ପ୍ରଦାନ କରାଯାଇଛି। ସିବିଆଇ ରିପୋର୍ଟ ଦେଖିବା ପରେ ଜଷ୍ଟିସ୍‌ ଗୋଗୋଇ ତଦନ୍ତ ଆରମ୍ଭ କରିବା ଲାଗି ଅନୁମତି ପ୍ରଦାନ କରିଛନ୍ତି। ହାଇକୋର୍ଟର ଜଣେ କାର୍ଯ୍ୟକାରୀ ବିଚାରପତିଙ୍କ ବିରୋଧରେ ତଦନ୍ତ ଲାଗି ଅନୁମତି ଦିଆଯିବା ଓ ମାମଲା ରୁଜୁହେବା ପ୍ରଥମ ବୋଲି ସୁପ୍ରିମକୋର୍ଟ ଅଧିକାରୀଙ୍କଠାରୁ ଜଣାପଡ଼ିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୧୯୯୧ରେ ସର୍ବୋଚ୍ଚ ଅଦାଲତ ବିନା ପ୍ରମାଣ ଓ ତଥ୍ୟରେ ସୁପ୍ରିମକୋର୍ଟ ଓ ହାଇକୋର୍ଟର କୌଣସି କାର୍ଯ୍ୟକାରୀ ବିଚାରପତିଙ୍କ ବିରୋଧରେ ମାମଲା ରୁଜୁକରିବା ଲାଗି ତଦନ୍ତକାରୀ ସଂସ୍ଥାକୁ ଅନୁମତି ଦିଆଯିବନାହିଁ ବୋଲି କହିଥିଲେ।


All Right Reserved By Dharitri.Com

ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀଙ୍କ ମଧ୍ୟରେ ସାଭରକରଙ୍କ ନାଁ ଥିଲା: ଦିଗ୍‌ବିଜୟ

ନୂଆଦିଲ୍ଲୀ,୧୭।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ନିକଟରେ ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ଘୋଷଣା ପତ୍ର ଜାରି କରାଯାଇଥିଲା। ଆଉ ଏଥିରେ କୁହାଯାଇଥିଲା...

ଚଳନ୍ତା ଟ୍ରେନ୍‌ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ: ୩୫ ମିନିଟ୍‌ ଅଟକି ରହିଲା ମେଟ୍ରୋ ଟ୍ରେନ୍‌

କୋଲକତା,୧୨।୯: କୋଲକତା ବେଲ୍‌ଗାଛିଆ ଷ୍ଟେଶନରେ ଗୁରୁବାର ଜଣେ ଯୁବକ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି। ଫଳରେ ଏଠାରେ ୩୫ ମିନିଟ୍‌ ଧରି ମେଟ୍ରୋ ସେବା ବାଧାପ୍ରାପ୍ତ...

ଭାରତୀୟ ସେନାର କଡା ଜବାବ ପରେ ଠିକଣା ବଦଳାଇଲେ ପାକ୍‌ ଆତଙ୍କବାଦୀ

ଶ୍ରୀନଗର,୨୨।୧୦: ଉତ୍ତର କଶ୍ମୀରର କୁପଓ୍ବାଡା ଜିଲା ନିକଟରେ ଥିବା ସୀମାରେ ପାଖାପାଖି ଶହେ ଆତଙ୍କବାଦୀ ଭାରତରେ ପ୍ରବେଶ କରିବା ପାଇଁ ଅପେକ୍ଷା ରଖିଥିଲେ। ଏମାନେ କଶ୍ମୀରରେ...

ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତିଙ୍କ ସହ ମୋଦି

ଅହମଦାବାଦ,୧୮।୨: ପାଖେଇ ଆସୁଛି ସମୟ। ସଜେଇ ହେଲାଣି ଗୁଜରାଟର ଅହମଦାବାଦ ସହର। ସ୍ବାଗତ କରିବ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ଓ ରାଷ୍ଟ୍ରପତି ଡୋନାଲ୍ଡ...

ସୋମବାରରୁ ଅଯୋଧ୍ୟା ଶୁଣାଣି ଅଧିକ ଘଣ୍ଟାଏ

ନୂଆଦିଲ୍ଲୀ,୨୧ା୯(ପି.ଟି.): ସୁପ୍ରିମକୋର୍ଟରେ ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦ ମାମଲାର ଶୁଣାଣି ଜାରି ରହିଥିବାବେଳେ ଆସନ୍ତା ସୋମବାରରୁ ସାମ୍ବିଧାନିକ ପୀଠ ଅଧିକ ଏକଘଣ୍ଟା ବସିବ।...

ବସ୍‌ ଷ୍ଟପ୍‌ରୁ ମିଳିଥିବା ୪୦ ହଜାର ଫେରାଇଲେ ଶ୍ରମିକ: ପୁରସ୍କାର ଭାବେ ବସ୍‌ ଭଡ଼ା ପାଇଁ ନେଲେ କେବଳ ୭ ଟଙ୍କା

ମୁମ୍ବାଇ,୪।୧୧: କୁହାଯାଏ ଅଭାବରୁ ସ୍ବଭାବ ନଷ୍ଟ। ତେବେ ଏହା ମହାରାଷ୍ଟ୍ରର ଜଣେ ଶ୍ରମିକଙ୍କ ପାଖରେ ମିଥ୍ୟାରେ ପରିଣତ ହୋଇଛି। ସ୍ଥାନୀୟ ସାତାରାରେ ବାସ କରୁଥିବା ୫୪...

ସେଓ ବଗିଚାରେ ନିଆଁ ଲଗାଇଲେ ଆତଙ୍କବାଦୀ

ଶ୍ରୀନଗର,୧୫।୯: ଦକ୍ଷିଣ କଶ୍ମୀରରେ ଥିବା ‘ଗୋଲ୍ଡେନ’ ଭେରାଇଟିର ସେଓ ବଗିଚାରେ ନିଆଁ ଲଗାଇ ଦେଇଛନ୍ତି ଆତଙ୍କବାଦୀ। କଶ୍ମିରୀବାସୀଙ୍କ ଅର୍ଥନୀତିକ ମେରୁଦଣ୍ଡ ଭାଙ୍ଗିବାକୁ ଆତଙ୍କବାଦୀମାନେ ଏଭଳି କାମ...

ହୃଦଘାତରେ ଚାଲିଗଲା ୪ ପୋଲିଂ କର୍ମଚାରୀ ଜୀବନ

ଲକ୍ଷ୍ନୌ/ଭୋପାଳ, ୧୯।୫: ଶେଷ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ ପ୍ରକ୍ରିୟା। ଭୋଟ ଚାଲିଥିବାବେଳେ ଉତ୍ତର ପ୍ରଦେଶରେ ଦୁଇ ଏବଂ ମଧ୍ୟ ପ୍ରଦେଶରେ...

Leave a comment

Your email address will not be published. Required fields are marked *