Posted inUncategorized

ବିତ୍ତୀୟ ନିଅଣ୍ଟ ୬୧% ଟପିଲା

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାରଙ୍କ ବିତ୍ତୀୟ ନିଅଣ୍ଟ ପରିମାଣ ଜୁନ୍‌ରେ ଶେଷ ହୋଇଥିବା ତ୍ରୈମାସରେ ୪.୩୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ୟାଇଛି, ଯାହା କି ବଜେଟ ଅନୁମାନର ୬୧.୪%। ମହାଲେଖା ନିୟନ୍ତ୍ରକ(ସିଜିଏ) ବୁଧବାର ଜାରି କରିଥିବା ତଥ୍ୟ ଅନୁଯାୟୀ ନିରପେକ୍ଷ ରୂପରେ ବିତ୍ତୀୟ ନିଅଣ୍ଟ ପରିମାଣ ଜୁନ୍‌ରେ ବୃଦ୍ଧିପାଇଛି। ଆର୍ଥିକ ବର୍ଷ ୨୦୧୮-୧୯ରେ ଏହି ଅବଧିରେ ନିଅଣ୍ଟ ପରିମାଣ ବଜେଟର ୬୮.୭ ପ୍ରତିଶତ ରହିଥିଲା। ସୂଚନାଥାଉ କି, ଆର୍ଥିକ ବର୍ଷ ୨୦୧୯-୨୦ରେ ବିତ୍ତୀୟ ନିଅଣ୍ଟ ପରିମାଣ ୭.୦୩ ଲକ୍ଷ କୋଟି ଟଙ୍କା ହେବ ବୋଲି ସରକାର ଅନୁମାନ କରିଛନ୍ତି। ବିତ୍ତୀୟ ନିଅଣ୍ଟକୁ ଚଳିତ ଆର୍ଥିକ ବର୍ଷରେ ବଜେଟର ୩.୪% ମଧ୍ୟରେ ରଖିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ସିଜିଏ ତଥ୍ୟ ଅନୁଯାୟୀ ଏପ୍ରିଲ-ଜୁନ ଅବଧିରେ ସରକାର ବଜେଟ ଅନୁମାନର ୧୪.୪ ପ୍ରତିଶତ ରାଜସ୍ବ ଆୟ କରିଛନ୍ତି। ବର୍ଷକ ପୂର୍ବେ ଏହା ୧୫.୫% ରହିଥିଲା। ଜୁନ ସୁଦ୍ଧା ସରକାର ୨.୮୪ ଲକ୍ଷ କୋଟି ଟଙ୍କାର ରାଜସ୍ବ ହାସଲ କରିଛନ୍ତି।


All Right Reserved By Dharitri.Com

Posted inUncategorized View All

ଏସେଲ ଖଣି ସମ୍ମୁଖରେ ଶ୍ରମିକ ସଙ୍ଗଠନର ବିକ୍ଷୋଭ: ବିଭିନ୍ନ ସମସ୍ୟା ନେଇ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ

ଯୋଡ଼ା, ୧।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳରେ ଅବସ୍ଥିତ ଏସେଲ ଜିଲିଂ ଖଣିରେ ବିଭିନ୍ନ ଦାବି ନେଇ କେନ୍ଦୁଝର ମାଇନ୍ସ ଆଣ୍ଡ ଫରେଷ୍ଟ ଓ୍ବାର୍କର୍ସ ୟୁନିୟନ...

କୋଇଲା ଖଣିରେ ବିସ୍ଫୋରଣ: ୧୫ ମୃତ

ବେଜିଂ,୧୯।୧୧: ଚାଇନାର ଏକ କୋଇଲା ଖଣିରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣରେ ୯ରୁ ଅଧିକ ଲୋକ ଆହତ ହୋଇଥିବା...

ଖୁଣ୍ଟ ଅଛି ଜଳୁନି ଲାଇଟ୍‌

କେନ୍ଦୁଝର, ୨୮ା୪(ସ୍ବ.ପ୍ର.)-କେନ୍ଦୁଝର ସହରାଞ୍ଚଳରେ ବିଦ୍ୟୁତ ଯୋଗାଣରେ ବ୍ୟାପକ ହେରଫେର ହୋଇଥିବା ନେଇ ଅଭିଯୋଗ ହେଉଛି। କେଉଁଠି ନିମ୍ନମାନର ବିଦ୍ୟୁତ୍‌ ଖୁଣ୍ଟ ଓ ଲାଇଟ୍‌ ବ୍ୟବହାର ହୋଇଥିବାରୁ...

ମାନସିକ ପୂରଣ କରେ ଏହି ଯଜ୍ଞକୁଣ୍ଡ…

ହରିଦ୍ୱାରରେ ଏପରି ଏକ ଆଶ୍ରମ ରହିଛି। ଏହାର ଯଜ୍ଞଶାଳାରେ ଦୀର୍ଘ ୬୬ ବର୍ଷ ଧରି ଅଖଣ୍ଡ ଅଗ୍ନି ପ୍ରଜ୍ୱଳିତ ହୋଇରହିଛି । ୧୯୫୩ରେ ଏହାର ସ୍ଥାପନା...

ଗୁଗଲ୍‌ ଟ୍ରାନ୍ସଲେଟରରେ ‘ଓଡ଼ିଆ’ ଭାଷା

ଭୁବନେଶ୍ୱର,୨୮।୨(ବ୍ୟୁରୋ): ବହୁଦିନର ପ୍ରତୀକ୍ଷା ପରେ ଗୁଗଲ୍‌ ଟ୍ରାନ୍ସଲେଟର୍‌ରେ ସାମିଲ ହୋଇଛି ଓଡ଼ିଆ ଭାଷା। ବିଶ୍ୱର ସର୍ବାଧିକ ଲୋକପ୍ରିୟ ସର୍ଚ୍ଚଇଞ୍ଜିନ୍‌ ଗୁଗଲ୍‌ର ଅନୁବାଦ ବିଭାଗରେ ୫ ନୂଆ...

ପାଚେରିରେ ଅଟକିଛି ପ୍ଲାନେଟାରିୟମ ନିର୍ମାଣ

ବ୍ରହ୍ମପୁର ଅଫିସ,୧ା୨ – ଗୋପାଳପୁର ବେଳାଭୂମି ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଇବା ନିମନ୍ତେ ବିକ୍ରମପୁରଠାରେ ରାଜ୍ୟର ତୃତୀୟ ପ୍ଲାନେଟାରିୟମ ଓ ସାଇନ୍ସ ପାର୍କ ନିର୍ମାଣ ପାଇଁ...

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ ଖାଦ୍ୟ

ଭିଟାମିନ୍‌ ‘ଇ’ : ଭିଟାମିନ୍‌-‘ଇ’ର ରହିଛି ଅତି ଫଳପ୍ରଦ ଆଣ୍ଟିଅକ୍ସିଡାଣ୍ଟ ବା ପ୍ରତିଜାରକ ପ୍ରଭାବ। ତେଣୁ ଏହା ଅତ୍ୟନ୍ତ କ୍ଷତିକାରୀ ମୁକ୍ତମୂଳକ ବା ପ୍ରିରେଡିକାଲଗୁଡ଼ିକ ଅକାମୀ...

Leave a comment

Your email address will not be published. Required fields are marked *