Posted inପୁରୀ

ପୁରୀରେ ବ୍ରିଟିଶ ଅମଳର ହାତଚାଳିତ ଇଞ୍ଜିନ

ପୁରୀ ଅଫିସ, ୧।୮: ପୁରୀ ସହରରେ ରହିଛି ବ୍ରିଟିଶ ଅମଳର ହାତଚାଳିତ ଇଞ୍ଜିନ। ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ନିକଟ ଏକ ପରିତ୍ୟକ୍ତ ଘରେ ପଡ଼ିରହିଛି ଏହି ଐତିହାସିକ କୀର୍ତ୍ତିରାଜି। ସୋମବାର ଓଡ଼ିଶା ହାଇକୋର୍ଟ ଅତିଥି ଭବନ ଶିଳାନ୍ୟାସ ସମୟରେ ଏହା ନଜରକୁ ଆସିଛି। ବ୍ରିଟିଶମାନଙ୍କ ସଙ୍କେତ ସ୍ବରୂପ ଏହି କୀର୍ତ୍ତିରାଜି ଆଜି ବି ଅକ୍ଷୁଣ୍ଣ ରହିଛି। ବ୍ରିଟିଶ ଅମଳର ଏହି ହାତ ତିଆରି ଇଞ୍ଜିନକୁ ନେଇ ଲୋକଙ୍କ ମଧ୍ୟରେ କୌତୂହଳ ଜାତ ହୋଇଛି। ଏ ସମ୍ପର୍କରେ ଜାଣିବା ପରେ ସହରବାସୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ବୁଦ୍ଧିଜୀବୀ, ଗବେଷକମାନେ ଏହାକୁ ବୁଲି ଦେଖୁଥିବା ନଜରକୁ ଆସିଛି। ଦୀର୍ଘଦିନ ଧରି ଏହା ପରିତ୍ୟକ୍ତ ଅବସ୍ଥାରେ ରହିଥିଲେ ସୁଦ୍ଧା ଲୁହାରେ କଳଙ୍କି ଲାଗିନାହିଁ।
ସୂଚନା ଅନୁଯାୟୀ, ବ୍ରିଟିଶ ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀ ଓ ଗଭର୍ନରମାନେ ପୁରୀ ବୁଲି ଆସିବା ବେଳେ ରାଜଭବନରେ ବିଶ୍ରାମ କରୁଥିଲେ। ଗଭର୍ନରଙ୍କୁ ବିଦ୍ୟୁତ ଯୋଗାଇବା ଉଦ୍ଦେଶ୍ୟରେ ବିଟ୍ରିଶ ସରକାର ଏହି ହାତଚାଳିତ ଇଞ୍ଜିନ ବ୍ୟବସ୍ଥା ଆରମ୍ଭ କରିଥିଲେ। ବ୍ରିଟିଶ ରାଜତ୍ୱର ଅନ୍ତ ଘଟିଥିଲେ ମଧ୍ୟ ଏଠାରେ ଏହି ପୁରାତନ କୀର୍ତ୍ତିରାଜି ଶୋଭାବର୍ଦ୍ଧନ କରୁଛି। ଏହାକୁ ଐତିହ୍ୟର ମାନ୍ୟତା ଦେବା ଲାଗି ସ୍ଥାନୀୟ ବୁଦ୍ଧିଜୀବୀ, ଶିକ୍ଷାବିତ୍‌ ଓ ଗବେଷକମାନେ ଦାବି କରିଛନ୍ତି। ସର୍ବୋଦୟ ନେତା ତଥା ଆଇନଜୀବୀ ଶିବପ୍ରସାଦ ମିଶ୍ର କହିଛନ୍ତି, ଏହା ପୁରୀ ପାଇଁ ଗୌରବ। ଏହାକୁ ନେତାଜୀ ସଂଗ୍ରହାଳୟରେ ସ୍ଥାନ ଦିଆଯାଉ। ଯଦ୍ଦ୍ବାରା ସଂଗ୍ରହାଳୟକୁ ଆସୁଥିବା ପର୍ଯ୍ୟଟକ, ଗବେଷକ, ଯୁବପିଢି, ଛାତ୍ରୀଛାତ୍ରମାନେ ଏ ସମ୍ପର୍କରେ ଅବଗତ ହୋଇପାରିବେ। ସେହିପରି ସାମାଜିକ କର୍ମୀ ପ୍ରସନ୍ନ କୁମାର ଦାଶ କହିଛନ୍ତି, ବିଟ୍ରିଶ ରାଜତ୍ୱ ସମୟରେ ନିର୍ମାଣ ହୋଇଥିବା ଏହି ହାତଚାଳିତ ଲୌହ ଇଞ୍ଜିନକୁ ସୁରକ୍ଷିତ ଭାବେ ରଖାଯିବା ଉଚିତ। ଆଗାମୀ ପୀଢି ଲାଗି ଏହା ବହୁ ଉପାଦେୟ ହେବ। ଯୁବପିଢି ଏହାର ଐତିହ୍ୟ ସମ୍ପର୍କରେ ଜାଣିବାକୁ ପାଇବେ। ତେବେ ଏହା କାହା ଅଧୀନରେ ରହିଛି, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ଜିଇଡି ସଂସ୍ଥା ଅଧୀନରେ ରହିଥିବା କୁହାଯାଉଛି। ଜିଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ଏହାକୁ ଯତ୍ନର ସହ ସାଇତି ରଖିବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


All Right Reserved By Dharitri.Com

ମାଟିରେ ମିଶିଲା ଲଙ୍ଗୁଳି ମଠ

ପୁରୀ ଅଫିସ, ୨୮ା୮:ମାଟିରେ ମିଶିଛି ଲଙ୍ଗୁଳି ମଠ। ଶ୍ରୀମନ୍ଦିର ମେଘନାଦ ପାଚେରି ନିକଟରେ ଥିବା ଏହି ପୁରାତନ ମଠକୁ ମଙ୍ଗଳବାର ସମ୍ପୂର୍ଣ୍ଣ ଭାବେ ଧୂଳିସାତ୍‌ କରିଦେଇଛି...

ଚିକିତ୍ସା ପରେ ଫେରିବେ ଆଣ୍ଡାମାନର ନାବିକ: ୨୬ ଦିନ ସମୁଦ୍ର ପାଣି ପିଇ ବଞ୍ଚିଥିଲେ

ବ୍ରହ୍ମଗିରି/କୃଷ୍ଣପ୍ରସାଦ, ୨୭ା୧୦(ଡି.ଏନ୍‌.ଏ.): ଅଥଳ ସମୁଦ୍ର ମଧ୍ୟରେ ହେଲା ସାମୁଦ୍ରିକ ଝଡ଼। ବୋଟ୍‌ରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଦିଗହରା ହୋଇ ପହଞ୍ଚିଲେ ମ୍ୟାନ୍‌ମାର ଉପକୂଳରେ। ସାଙ୍ଗରେ ଥିଲେ...

ପୁରୀ ହେବ ଐତିହ୍ୟ ସହର: ଐତିହ୍ୟସ୍ଥଳୀରେ ଲାଗିପାରିନି ନାମଫଳକ

ପୁରୀ ଅଫିସ, ୫।୧: ପୁରୀ ହେବ ବିଶ୍ୱ ଐତିହ୍ୟ ସହର। ପର୍ଯ୍ୟଟନ ଭିତ୍ତିଭୂମି ସଜଡ଼ାଯିବ। ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା କରାଯିବ।...

ଆଜିଠୁ ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା

ପୁରୀ ଅଫିସ, ୧୦ା୮: ଶ୍ରାବଣ ଶୁକ୍ଳ ଦଶମୀ ତିଥି ଅର୍ଥାତ୍‌ ଶନିବାରଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଝୁଲଣ ଯାତ୍ରା। ୭ ଦିନ ବ୍ୟାପୀ ଏହି ଝୁଲଣ...

ସିଂହଦ୍ୱାର ସମ୍ମୁଖ ଭିଡିଓ ଭାଇରାଲ: ମହିଳା ଭକ୍ତ-ପୋଲିସ ଧସ୍ତାଧସ୍ତି

ପୁରୀ ଅଫିସ, ୨୩ା୧୧: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଘଟିଛି ଏକ ଅଭାବନୀୟ ଘଟଣା। ଆଉ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛିି। କେତେଜଣ ମହିଳା...

୧୪ ଦଫା ଦାବିରେ ନିମାପଡ଼ା-ଗୋପ ସୁରକ୍ଷା ମଞ୍ଚ ପକ୍ଷରୁ ବ୍ଲକ ସମ୍ମୁଖରେ ବିକ୍ଷୋଭ

ନିମାପଡ଼ା,୨୧।୮(ଡି.ଏନ୍‌.ଏ.): ନିମାପଡ଼ା-ଗୋପ ସୁରକ୍ଷା ମଞ୍ଚ ପକ୍ଷରୁ ୧୪ ଦଫା ଦାବି ନେଇ ବୁଧବାର ନିମାପଡ଼ା ବ୍ଲକ ଅଫିସ ସମ୍ମୁଖରେ ସୁରକ୍ଷା ମଞ୍ଚର ବହୁ କର୍ମକର୍ତ୍ତା ଓ...

ଶ୍ରୀମନ୍ଦିର ସୁରକ୍ଷା ଜୋନ: ଭଙ୍ଗାଗଲା ରମାମଣି ଲଜ୍‌

ପୁରୀ ଅଫିସ,୧୨ା୧: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଜୋର୍‌ ଧରିଛି ଉଚ୍ଛେଦ ଅଭିଯାନ। ପ୍ରଶାସନ ପକ୍ଷରୁ ଶୁକ୍ରବାର ଉତ୍ତର ଏବଂ ପଶ୍ଚିମ ଦ୍ୱାର ନିକଟରେ ୬ଟି ଘରୋଇ...

ମକର ସଂକ୍ରାନ୍ତି: ଶ୍ରୀମନ୍ଦିରରେ ପ୍ରବଳ ଭିଡ

ପୁରୀ ଅଫିସ, ୧୫।୧: ବୁଧବାର ପବିତ୍ର ମକର ସଂକ୍ରାନ୍ତି। ଶ୍ରୀ ମନ୍ଦିରରେ ପାଳିତ ହେଉଛି ମହାପ୍ରଭୁଙ୍କ ମକର ନୀତି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର...

Leave a comment

Your email address will not be published. Required fields are marked *