Posted inଜାତୀୟ

ମୋଟରଯାନ ବିଲ୍‌ ରାଜ୍ୟ ସଭାରେ ଗୃହୀତ: ତ୍ରୁଟି ସଂଶୋଧନ ପାଇଁ ଲୋକ ସଭାକୁ ପୁଣି ଯିବ: ଡ୍ରାଇଭିଂ ଲାଇସେନ୍ସ ପାଇଁ ଆଧାର ଜରୁରୀ

ନୂଆଦିଲ୍ଲୀ,୧ା୮(ପି.ଟି.): ସଡ଼କ ନିରାପତ୍ତା ବୃଦ୍ଧି ଲାଗି ଅଣାଯାଇଥିବା ମୋଟରଯାନ (ସଂଶୋଧନ) ବିଲ୍‌ ବୁଧବାର ରାଜ୍ୟ ସଭାରେ ଗୃହୀତ ହୋଇଛି। ଡ୍ରାଇଭିଂ ଲାଇସେନ୍ସ ପାଇଁ ଏଥିରେ ଆଧାରକୁ ବାଧ୍ୟତାମୂଳକ କରାଯାଇଛି। ଏଥିସହିତ ଟ୍ରାଫିକ୍‌ ନିୟମର ଉଲ୍ଲଂଘନ ପାଇଁ ଦଣ୍ଡବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଦୁର୍ଘଟଣାରେ ମୃତ୍ୟୁ ହେଲେ ୫ ଲକ୍ଷ ଏବଂ ଗୁରୁତର ଆହତ ହେଲେ ୨.୫ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ। ଗତ ୨୩ ତାରିଖରେ ଏହି ବିଲ୍‌ ଲୋକ ସଭାରେ ଗୃହୀତ ହୋଇଥିଲା। ତେବେ ଏଥିରେ ଟାଇପ୍‌ଗତ ଭୁଲ୍‌ ଥିବାରୁ ଏହାକୁ ପୁଣି ଥରେ ଲୋକ ସଭାକୁ ପଠାଯିବ।
ସଭାରେ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ୩ଟି ସଂଶୋଧନ ସହ ଆଣିଥିବା ଏହି ବିଲ୍‌ ସପକ୍ଷରେ ୧୦୮ ଭୋଟ ପଡିଥିବାବେଳେ ବିପକ୍ଷରେ ୧୩ଟି ଭୋଟ ଯାଇଥିଲା। ଷୋଡ଼ଶ ଲୋକ ସଭାରେ ବିଲ୍‌ ଗୃହୀତ ହୋଇଥିଲେ ହେଁ ରାଜ୍ୟ ସଭାରେ ପାରିତ ହୋଇ ନ ପାରିବାରୁ ତାହା ରଦ୍ଦ ହୋଇଯାଇଥିଲା। ବୁଧବାର ଏହା ଉପରେ ଆଲୋଚନା କରି ଗଡ଼କରୀ କହିଥିଲେ, କେନ୍ଦ୍ର ସରକାର ରାଜ୍ୟଗୁଡିକର କୌଣସି ଅଧିକାର ଉପରେ ହସ୍ତକ୍ଷେପ କରିବେ ନାହିଁ। ଅଫିସର ନିଯୁକ୍ତିଠାରୁ ଆରମ୍ଭ କରି ଯାନ ପଞ୍ଜୀକରଣ ଦେୟ ଏବଂ ପର୍‌ମିଟ ଦେୟ ଧାର୍ଯ୍ୟ କରିବା ଅଧିକାର ରାଜ୍ୟର ରହିବ। ରାଜ୍ୟ ରାଜସ୍ବରୁ ଗୋଟିଏ ହେଲେ ଟଙ୍କା କେନ୍ଦ୍ର ସରକାର ନେବେନାହିଁ ବୋଲି ଗଡ଼କରୀ ସ୍ପଷ୍ଟ କରିଦେଇଥିଲେ।
ଦେଶରେ ୨୨ରୁ ୨୫ ଲକ୍ଷ ଡ୍ରାଇଭର ଅଭାବ ରହିଛି। ଏହାର ପୂରଣ ଲାଗି ସରକାର ତାଲିମ କେନ୍ଦ୍ର ଖୋଲିବାକୁ ଯୋଜନା କରୁଛନ୍ତି। ପ୍ରତି ତାଲିମ କେନ୍ଦ୍ର ପାଇଁ ସରକାର ୧ କୋଟି ଟଙ୍କା ଲେଖାଏ ସବ୍‌ସିଡି ଯୋଗାଇଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଗଡ଼କରୀ କହିଥିଲେ। ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ବ୍ୟବସ୍ଥା କମ୍ପ୍ୟୁଟରୀକରଣ ହେବ। ଯେକେହି, ସେ ମନ୍ତ୍ରୀ ହୁଅନ୍ତୁ କି ଏମ୍‌ପି, ଅନ୍‌ଲାଇନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଲାଇସେନ୍ସ ପାଇବେ। ରାଜ୍ୟ ପରିବହନ ନିଗମଗୁଡିକର ବସ୍‌ ଚଳାଚଳରେ କେନ୍ଦ୍ର ହସ୍ତକ୍ଷେପ କରିବେ ନାହିଁ। ଅଧିକାଂଶ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ପରିବହନ ବ୍ୟବସ୍ଥା କ୍ଷତିରେ ଚାଲୁଥିବାବେଳେ ଏଥିରେ ବିଦେଶୀ ପୁଞ୍ଜିନିବେଶ ପାଇଁ କେନ୍ଦ୍ର ଉଦ୍ୟମ କରୁଛି। ଏହା କେବଳ ମୋଟରଯାନ ଆଇନ ନୁହେଁ ସଡକ ସୁରକ୍ଷା ବିଲ୍‌। ଏହା କାର୍ଯ୍ୟକାରୀ ହେଲେ ଦୁର୍ଘଟଣା ହ୍ରାସ ପାଇବ ବୋଲି ପରିବହନ ମନ୍ତ୍ରୀ କହିଥିଲେ। ରାଜ୍ୟଗୁଡିକ ସହ ପରାମର୍ଶ କରି ଏକ ଜାତୀୟ ପରିବହନ ନୀତି ପ୍ରଣୟନ ଲାଗି ବିଲ୍‌ରେ ପ୍ରସ୍ତାବ ରହିଛି। ନୂଆ ଗାଡି ଡିଲରଙ୍କ ପାଖରେ ପଞ୍ଜୀକୃତ ହେବ ଏବଂ ପଞ୍ଜୀକରଣ କର୍ତ୍ତୃପକ୍ଷଙ୍କ ପାଖକୁ ଗ୍ରାହକଙ୍କୁ ଦୌଡ଼ିବାକୁ ପଡିବ ନାହିଁ।
ବ୍ୟବସ୍ଥା ଅନୁଯାୟୀ ଜରୁରିକାଳୀନ ଯାନକୁ ବାଟ ନ ଛାଡିଲେ ୧୦ ହଜାର ଏବଂ ଅଯୋଗ୍ୟ ଘୋଷିତ ହେବା ସତ୍ତ୍ୱେ ଗାଡି ଚଳାଇଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଡ୍ରାଇଭିଂ ଲାଇସେନ୍ସ ଉଲ୍ଲଂଘନ ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ବିଲ୍‌ରେ ରହିଥିବାବେଳେ ଅଧିକ ବେଗରେ ଚଳାଚଳ ପାଇଁ ୧୦୦୦ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି। ସେହିପରି ବିନା ବୀମାରେ ଗାଡ଼ି ଚଳାଇଲେ ୨୦୦୦ ଟଙ୍କା ଓ ବିନା ହେଲ୍‌ମେଟରେ ଗାଡ଼ି ଚଳାଇଲେ ୧୦୦୦ ଟଙ୍କା ଜରିମାନା ସହ ଲାଇସେନ୍ସକୁ ୩ ମାସ ପାଇଁ ନିଲମ୍ବିତ ରଖାଯିବ। ନାବାଳକ ସଡ଼କ ନିୟମ ଉଲ୍ଲଂଘନ କଲେ ଏଥିପାଇଁ ଅଭିଭାବକ କିମ୍ବା ଗାଡ଼ି ମାଲିକଙ୍କୁ ଦାୟୀ କରାଯିବ ଏବଂ ଯାନର ପଞ୍ଜୀକରଣ ରଦ୍ଦ ହେବ। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ପାଇଁ ପୂର୍ବରୁ ୧୦୦ ଟଙ୍କା ଜରିମାନା ଥିବାବେଳେ ତାହାକୁ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶର ଅବମାନନା କଲେ ୨୦୦୦ ଟଙ୍କା ଜରିମାନା ଦେବାକୁ ହେବ।


All Right Reserved By Dharitri.Com

ଦିଲ୍ଲୀରେ ଲାଗିଲା ପ୍ରଥମ ସ୍ମଗ୍‌ ଟାଓ୍ବାର

ନୂଆଦିଲ୍ଲୀ: ସମଗ୍ର ଦେଶରେ ବାୟୁ ପ୍ରଦୂଷଣ ସାରା ଦେଶରେ ବଡ଼ ସମସ୍ୟା ହୋଇଥିବାବେଳେ ଦିଲ୍ଲୀର ସ୍ଥିତି ସବୁଠାରୁ ସଙ୍ଗିନ୍‌। ପ୍ରଦୂଷଣ ଜନିତ ରୋଗ ଓ ମୃତ୍ୟୁହାର...

ମନ୍ତ୍ରୀପଦରୁ ଇସ୍ତଫା ଦେଲେ ସିଦ୍ଧୁ

ଚଣ୍ଡିଗଡ଼,୧୪।୭: କ୍ରିକେଟରରୁ ରାଜନେତା ହୋଇଥିବା କଂଗ୍ରେସର ନବଜୋତ ସିଂ ସିଦ୍ଧୁ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି। ରବିବାର ଟୁଇଟ୍‌ କରି ସେ ଏହି ସୂଚନା ଦେଇଛନ୍ତି। ପୂର୍ବତନ...

ମୃତ ପୁଅର ପ୍ରେମିକାଙ୍କୁ ବିବାହ ଦେଲେ ମା’

ମିରଠ,୮।୧୨: ଉତ୍ତର ପ୍ରଦେଶ ମିରଠରୁ ଏମିତି ଏକ ଘଟଣା ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୁଅ ମରିଯିବା ପରେ ତାଙ୍କ ପ୍ରେମିକାକୁ ଝିଅ ଭାବେ...

ଶତ୍ରୁଙ୍କୁ କଡ଼ା ଜବାବ ଦେବ ଓ୍ବେଷ୍ଟର୍ଣ୍ଣ କମାଣ୍ଡ

ନୂଆଦିଲ୍ଲୀ,୮।୯: ଭାରତ-ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ପରିସ୍ଥିତିକୁ ଦେଖି ବାୟୁସେନା ସବୁ ମୁହୂର୍ତ୍ତର ସାମ୍ନା କରିବାକୁ ପ୍ରସ୍ତୁତ ହୋଇ ରହିଛି। ବାୟୁସେନା ଏବେ ଉଚ୍ଚସ୍ତରୀୟ...

ଖଲିସ୍ତାନ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ଆଇଏସ୍‌ଆଇର ଷଡ଼ଯନ୍ତ୍ର: ସତର୍କ ସୂଚନା ଜାରି କଲା ଗୋଇନ୍ଦା ବିଭାଗ

ନୂଆଦିଲ୍ଲୀ,୨୬।୧୨: ପଞ୍ଜାବରେ ଖଲିସ୍ତାନ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଷଡ଼ଯନ୍ତ୍ର ରଚିଛି। ଏନେଇ ଆଇଏସ୍‌ଆଇ ପକ୍ଷରୁ କେତେକ ଆତଙ୍କବାଦୀ ସଂଗଠନ...

କଶ୍ମୀରରେ କଟକଣା ହ୍ରାସ ସତ୍ତ୍ୱେ ଦୋକାନ ଖୋଲିବାକୁ ବ୍ୟବସାୟୀ ନାରାଜ

ଶ୍ରୀନଗର,୬-୯:ଭାରତ କଶ୍ମୀରର ସ୍ବାୟତ୍ତତା ପ୍ରତ୍ୟାହାର କରି ହଜାର ହଜାର ସଂଖ୍ୟକ ଅତିରିକ୍ତ ସାମରିକ ବଳ ମୁତୟନ ଓ ବହୁ ନେତାଙ୍କୁ ଗୃହବନ୍ଦୀ କରିବାର ମାସକ ପରେ...

ଡିସେମ୍ବର ୧୩ : ସଂସଦ ଭବନ ଆକ୍ରମଣକୁ ପୂରିଲା ୧୮ ବର୍ଷ; ପାକିସ୍ତାନରେ ମାଷ୍ଟରମାଇଣ୍ଡ ଆଝାର

ନୂଆଦିଲ୍ଲୀ,୧୩।୧୨: ସଂସଦ ଭବନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଶୁକ୍ରବାର ୧୮ ବର୍ଷ ପୂରିଛି । ୨୦୦୧ ଡିସେମ୍ବର ୧୩ ପୂର୍ବାହ୍ନ ୧୧ଟା ୨୮ରେ ୫...

ଅଗଷ୍ଟ ତୃତୀୟ ସପ୍ତାହରେ ରୁଷ ଯିବେ ଯୋଗୀ

ଲକ୍ଷ୍ନୌ,୩୦।୭: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଗଷ୍ଟ ତୃତୀୟ ସପ୍ତାହରେ ରୁଷ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ତାଙ୍କର ଏହି ୨ ଦିନିଆ ଗସ୍ତରେ...

Leave a comment

Your email address will not be published. Required fields are marked *