ଅପରେଶନ ପରୀ: ୨ ନାବାଳିକା ଉଦ୍ଧାର

ପାରାଦୀପ,୧ା୮(ସ୍ବ.ପ୍ର.): ଅପରେଶନ ପରୀ ମାଧ୍ୟମରେ ପାରାଦୀପ ଆଦର୍ଶ ଥାନା ଓ ଅଭୟଚାନ୍ଦପୁର ଥାନା ଅଞ୍ଚଳରୁ ପୋଲିସ ୨ ନାବାଳିକାଙ୍କୁ ଉଦ୍ଧାର କରିଛି। ଏଥିସହିତ ସେମାନଙ୍କୁ ଅପହରଣ କରିଥିବା ନାବାଳକ ଦ୍ୱୟ ମଧ୍ୟ ଧରା ପଡ଼ିଛନ୍ତି। ଅଭୟଚାନ୍ଦପୁର ପୋଲିସ ସୂଚନା ଅନୁସାରେ, ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ସେହି ଗ୍ରାମର ୧୭ ବର୍ଷର ନାବାଳକ ନେଇ ଫେରାର ହୋଇ ଯାଇଥିଲେ। ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଅପହରଣ ସହ ବଳାତ୍କାର ଅଭିଯୋଗ କରାଯାଇଥିଲା। ପୋଲିସ ୫୭/୧୯ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଉଦ୍ଧାର କରିବା ପରେ ଉଭୟଙ୍କ ଡାକ୍ତରୀ ମାଇନା କରାଇଛି। ଉଭୟ ନାବାଳିକାନାବାଳକ ହୋଇଥିବାରୁ ସେମାନଙ୍କୁ ଶିଶୁଯତ୍ନ ଅନୁଷ୍ଠାନରେ ଥଇଥାନ କରାଯିବ ବୋଲି ଥାନା ଅଧିକାରୀ ଯୁଗୋଳ କିଶୋର ଦାସ କହିଛନ୍ତି। ସେହିପରି ପାରାଦୀପ ମଡେଲ ଥାନା ଅଞ୍ଚଳରେ ଗତବର୍ଷ ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ସେତେବେଳେ ଅପହରଣ କରିଥିବା ଅଭିଯୁକ୍ତ ନାବାଳକ ଥିଲେ। ସେହି ୨ ଜଣଙ୍କୁ ବୁଧବାର ପୋଲିସ ଉଦ୍ଧାର କରିଛି। ନାବାଳିକା ଜଣଙ୍କ ଏବେ ୯ ମାସର ଗର୍ଭବତୀ ଅଛନ୍ତି। ଅଭିଯୁକ୍ତ ନାବାଳକଙ୍କ ବୟସ ୧୮ ଟପିଯାଇଛି। ଉଭୟଙ୍କୁ ଡାକ୍ତରୀମାଇନା ପରେ ଶିଶୁଯତ୍ନ ଅନୁଷ୍ଠାନକୁ ପଠାଯିବ ବୋଲି ଥାନା ଅଧିକାରୀ ରଜନୀକାନ୍ତ ସାମଲ କହିଛନ୍ତି। ଝିଅ ଗର୍ଭବତୀ ଥିବା ଜାଣିବା ପରେ ପରିବାର ଲୋକେ ନେବାକୁ ଅମଙ୍ଗ ହେଉଛନ୍ତି। ଏହାକୁ ନେଇ ପୋଲିସ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି।


All Right Reserved By Dharitri.Com

ରେଳଧାରଣା ନିକଟରୁ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର

ତିର୍ତ୍ତୋଲ,୧୦।୧୧(ଡି.ଏନ୍‌.ଏ.): ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟକ-ପାରାଦୀପ ରେଳଧାରଣାର ବନ୍ଧବାଟି ଲେବୁଲ କ୍ରସିଂ ନିକଟରୁ ରବିବାର ସକାଳେ ଜଣେ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର...

୩୪ ଘରୋଇ ସ୍କୁଲକୁ ମିଳିଲା ସିଓଆର୍‌

ଜଗତ୍‌ସିଂହପୁର ଅଫିସ୍‌,୨୦।୩: ଚଳିତବର୍ଷ ଜଗତ୍‌ସିଂହପୁର ଜିଲାର ୩୪ ବେସରକାରୀ ପ୍ରାଥମିକ ବିଦ୍ୟାଳୟକୁ ସିଓଆର୍‌ (ସାର୍ଟିଫିକେଟ୍‌ ଅଫ ରେକଗ୍‌ନାଇଜେଶନ୍‌) ମିଳିଛି। ସେଥିମଧ୍ୟରୁ ସର୍ବାଧିକ ବାଲିକୁଦା ଓ ସର୍ବନିମ୍ନ...

ବିରିଡ଼ିକୁ ଫେରିବେ ୧୫୧୯ ପ୍ରବାସୀ

ବାଲିଆ,୭ା୫ : ବିରିଡ଼ି ବ୍ଲକର ୨୧ ପଞ୍ଚାୟତକୁ ଫେରିବା ପାଇଁ ୧୫୧୯ଜଣ ପ୍ରବାସୀ ଓଡ଼ିଆ ନାମ ପଞ୍ଜୀକରଣ କରିଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।...

ଅଖିଳ ଭାରତ ଡାକ କର୍ମଚାରୀ ସଂଘ କଟକ ଦକ୍ଷିଣ ମଣ୍ଡଳର ସମ୍ମିଳନୀ :ଦରମା ବୃଦ୍ଧି, ଖାଲି ପଦବୀ ପୂରଣ ଦାବି ଜୋର

ଜଗତ୍‌ସିଂହପୁର ଅଫିସ,୯ା୧୨: ଭାରତୀୟ ଡାକ ସେବାରେ କାର୍ଯ୍ୟରତ ୩ୟ ଶ୍ରେଣୀ, ପୋଷ୍ଟ ମ୍ୟାନ, ଏମ୍‌ଟିଏସ୍‌ ଏବଂ ଜିଡିଏସ୍‌ କର୍ମଚାରୀଙ୍କୁ ଦିଆଯାଉଥିବା ଦରମା ସନ୍ତୋଷଜନକ ନୁହେଁ। ତେଣୁ...

ରାସ୍ତା ମଝିରେ ବିଦ୍ୟୁତ୍‌ ଖୁଣ୍ଟ

ନାଉଗାଁ, ୨୯।୨ (ସ୍ବ.ପ୍ର.): ଜନସାଧାରଣଙ୍କୁ ସହଜ ଓ ସୁବିଧାରେ ବିଦ୍ୟୁତ୍‌ ସେବା ଯୋଗାଇଦେବା ସକାଶେ ନାଉଗାଁ ବ୍ଲକରେ ସେସୁ ଓ ଏନ୍‌ଜେନ୍‌ କମ୍ପାନୀ ଦାୟିତ୍ୱ ନେଇଛନ୍ତି।...

ଟିଏମ୍‌ସି ତଥ୍ୟ ଇ-ଅଫିସ ମାଧ୍ୟମରେ ଦିଅ  

ଜଗତ୍‌ସିଂହପୁର ଅଫିସ,୨୪ା୫: କରୋନା ସଂକ୍ରମଣ ବଢ଼ୁଥିବାରୁ ପ୍ରତ୍ୟହ ଜିଲାକୁ ପ୍ରବାସୀଙ୍କ ଆଗମନ ହେଉଛି। ସେମାନଙ୍କୁ ଜିଲାର ବିଭିନ୍ନ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର (ଟିଏମ୍‌ସି)ରେ ରଖାଯାଉଛି। କିନ୍ତୁ ଟିଏମ୍‌ସିରେ...

କୋହଳ ହେଲା ଉକ୍‌ଡାଉନ ନିୟମ: ଜବରଦଖଲରେ ଥିବା ଦୋକାନ ବନ୍ଦ ରହିବ

ଜଗତ୍‌ସିଂହପୁର ଅଫିସ, ୨୭ା୪: ନିକଟରେ ରାଜ୍ୟ ସରକାର ଲକ୍‌ଡାଉନ୍‌ ନିୟମରେ କେତେକ କୋହଳ କରିଛନ୍ତି। ବିଶେଷକରି କେତେକ ଦୋକାନ, ବଜାର ଖୋଲା ରଖିବା ସଂକ୍ରାନ୍ତରେ ଘୋଷଣା...

ବର୍ଷାରେ ଭାସିଗଲା ଖୁସି : ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି

ପାରାଦୀପ,୨୭।୮(ସ୍ବ.ପ୍ର.): ପାରାଦୀପରେ ରବିବାର ସର୍ବାଧିକ ୮୯ ମିମି ବର୍ଷା ହୋଇଛି। ଏଥିରେ ନୋଳିଆ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ୟାପକ ଭାବେ କ୍ଷୟକ୍ଷତି ହୋଇଛି। ସ୍କୁଲ...

Leave a comment

Your email address will not be published. Required fields are marked *