Posted inଜାତୀୟ

ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ୩୩କୁ ବୃଦ୍ଧି: କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ,୧ା୮ : କେନ୍ଦ୍ର କ୍ୟାବିନେଟ ବୁଧବାର ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ୩୩କୁ ବୃଦ୍ଧି କରିଛି। ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ ବାଦ୍‌ ଦେଇ ଏହି ସଂଖ୍ୟା ପୂର୍ବରୁ ୩୦ ଥିବାବେଳେ ଏବେ ଏଥିରେ ଆଉ ୩ ବୃଦ୍ଧି କରାଯାଇଛି। ଏ ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ ମିଳିଥିବା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି। କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ଜାଭଡେକର କହିଛନ୍ତି, ସୁପ୍ରିମକୋର୍ଟରେ ସିଜେଆଇଙ୍କ ସମେତ ୩୧ ବିଚାରପତି କାର୍ଯ୍ୟରତ ଅଛନ୍ତି। ବିଚାରପତି ବୃଦ୍ଧି ପାଇଁ ଉଦ୍ଦିଷ୍ଟ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ ହେଲେ ଏହି ସଂଖ୍ୟା ୩୪ (ସିଜେଆଇଙ୍କୁ ମିଶାଇ)କୁ ବୃଦ୍ଧି ପାଇବ। ବିଚାରପତିଙ୍କ ସଂଖ୍ୟା ୨୫ରୁ ୩୦କୁ ବୃଦ୍ଧି କରିବା ପାଇଁ ସୁପ୍ରିମକୋର୍ଟ (ବିଚାରପତିଙ୍କ ସଂଖ୍ୟା) ଆଇନ, ୧୯୫୬ ଶେଷଥର ଲାଗି ୨୦୦୯ରେ ସଂଶୋଧନ ହୋଇଥିଲା। ସିଜେଆଇ ରଞ୍ଜନ ଗୋଗୋଇ ସର୍ବୋଚ୍ଚ ଅଦାଲତରେ ଅଧିକ ସଂଖ୍ୟ ବିଚାରପତିଙ୍କୁ ନିଯୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ। ବିଚାରପତି ନିଯୁକ୍ତିରେ ମନ୍ଥରତା ଯୋଗୁ ବହୁ ମାମଲା ଗଡ଼ୁଛି ବୋଲି ସେ ଦର୍ଶାଇଥିଲେ। ଏହା ପରେ କ୍ୟାବିନେଟ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ପ୍ରକାଶ ଯେ, ସୁପ୍ରିମକୋର୍ଟରେ ୧୧,୫୯,୩୩୧ ମାମଲା ଗଡ଼ୁଛି ବୋଲି ରାଜ୍ୟ ସଭାରେ ଜୁଲାଇରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଆଇନ ମନ୍ତ୍ରଣାଳୟ ପକ୍ଷରୁ ଉତ୍ତର ରଖାଯାଇଥିଲା।


All Right Reserved By Dharitri.Com

ଆଖୁ ଜମିରେ କାମ କରିବା ଲାଗି ୩ ବର୍ଷରେ କଢ଼ାଯାଇଛି ୪ ହଜାରରୁ ଅଧିକ ମହିଳାଙ୍କ ଗର୍ଭାଶୟ: ସରକାର ଦେଲେ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୯।୬: ମହାରାଷ୍ଟ୍ର ବିଡ୍‌ ଜିଲାରେ ଆଖୁ ଜମିରେ କାମ କରିବା ପାଇଁ ମହିଳାଙ୍କ ଗର୍ଭାଶୟ କଢ଼ାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଏହାର ତଦନ୍ତ ପାଇଁ...

ଉତ୍ତର ଦେଉନି ବିକ୍ରମ ଲ୍ୟାଣ୍ଡର: ଯୋଗାଯୋଗର ସମ୍ଭାବନା କ୍ଷୀଣ

ଶ୍ରୀହରିକୋଟା,୧୬।୯ : ଇସ୍ରୋର ଚନ୍ଦ୍ରୟାନ-୨ ମିଶନରେ ଲ୍ୟାଣ୍ଡର ବିକ୍ରମ ସହିତ ଯୋଗାଯୋଗ ସମ୍ଭବ ହୋଇପାରୁନି। ନାସା ବିକ୍ରମ ପାଖକୁ ପଠାଇଥିବା ବାର୍ତ୍ତାର ଉତ୍ତର ଏପର୍ଯ୍ୟନ୍ତ ମିଳିନି।...

ଭାଜପା ମୁଖ୍ୟ କାର୍ଯ୍ୟାଳୟକୁ ଆସିଲା ଜେଟଲୀଙ୍କ ପାର୍ଥିବ ଶରୀର

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କର ଶନିବାର ପରଲୋକ ହୋଇଛି। ଶେଷ ଦର୍ଶନ ପାଇଁ ରବିବାର ସକାଳେ ତାଙ୍କ ପାର୍ଥିବ...

ଗଙ୍ଗା ପ୍ରଦୂଷଣ: ମୋଦି ସରକାର ଆଣିବେ ନୂଆ ଆଇନ; ୫ ବର୍ଷ ଜେଲ୍‌ ସହିତ ହୋଇପାରେ ୫୦ କୋଟି ଜରିମାନା

ନୂଆଦିଲ୍ଲୀ,୧୭।୧୧: ଗଙ୍ଗା ପ୍ରଦୂଷଣ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ନୂଆ ଆଇନ ଆଣିବେ। ଏନେଇ ଶୀତ ଅଧିବେଶନରେ ପ୍ରସ୍ତାବ ଅଣାଯିବାର ସମ୍ଭାବନା ରହିଛି।...

କରୋନା ପରୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ପୁଡୁଚେରୀ,୨୩।୪: ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣ ସ୍ବାମୀ ଗୁରୁବାର କରୋନା ଟେଷ୍ଟ କରିଛନ୍ତି। ତାଙ୍କ ସହ ବିଧାନସଭା ବାଚସ୍ପତି ଭିପି ଶିବକୋଲୁଣ୍ଡୁ, ବିଧାନସଭାର ସମସ୍ତ ମନ୍ତ୍ରୀ,ବିଧାୟକ...

ଚନ୍ଦ୍ରପୃଷ୍ଠର ସାନି ଫଟୋ ଜାରିକଲା ଇସ୍ରୋ

ଚେନ୍ନାଇ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପୁନର୍ବାର ଚନ୍ଦ୍ରର ପୃଷ୍ଠଭାଗ ଓ ଏଠାରେ ଥିବା ମୃତ ଆଗ୍ନେୟଗିରି ମୁଖ (କ୍ରେଟର)ର ଫଟୋ ପ୍ରକାଶ କରିଛି।...

ମଧ୍ୟାହ୍ନ ଭୋଜନ: ୮୧ ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବଣ୍ଟାଗଲା ମାତ୍ର ୧ ଲିଟର କ୍ଷୀର

ସୋନଭଦ୍ର,୨୯।୧୧: ଉତ୍ତର ପ୍ରଦେଶ ସୋନଭଦ୍ରର ଏକ ପ୍ରାଇମେରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ସମୟରେ ଏକ ଚକିତ ଘଟଣା ଘଟିଛି। ସ୍କୁଲରେ ୮୧ ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରେ...

ବିବାହରେ ମନ୍ତ୍ର ବଦଳରେ ପଢ଼ାଗଲା ଆମେ ଭାରତବାସୀ…

କାଙ୍କେର,୨୭।୨: ବିବାହରେ ମନ୍ତ୍ର ପାଠ କରାଯାଇଥାଏ। ତେବେ ଛତିଶଗଡ଼ କାଙ୍କେରରେ ଏକ ଏକ ବିବାହ ଉତ୍ସବରେ ମନ୍ତ୍ର ବଦଳରେ ଆମେ ଭାରତବାସୀ ପାଠ କରାଯାଇ କନ୍ୟା-ବର...

Leave a comment

Your email address will not be published. Required fields are marked *