ବିପଦପୂର୍ଣ୍ଣ ଅବସ୍ଥାରେ ୩୩ କେ.ଭି ଲାଇନ ମରାମତି: ସୁରକ୍ଷା ସରଞ୍ଜାମ ବିନା କାର୍ଯ୍ୟ କରୁଛନ୍ତି ଠିକା ଶ୍ରମିକ

ଯାଜପୁର ରୋଡ,୧।୮(ନି.ପ୍ର): ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କୁ ଆବଶ୍ୟକ ସୁରକ୍ଷା ଉପକରଣ ଯୋଗାଇବା ପାଇଁ ନିୟମ ରହିଛି। କିନ୍ତୁ ନେସ୍କୋ ୟୁନିଟିରେ ଠିକା ଶ୍ରମିକଙ୍କୁ ବିନାସୁରକ୍ଷା ଉପକରଣରେ ବିପଦପୂର୍ଣ୍ଣ କାମରେ ଲଗାଉଛନ୍ତି। ଏପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଯାଜପୁରରୋଡ ବିଦ୍ୟୁତ ବିଭାଗ ଅଧିନରେ ପୌରାଞ୍ଚଳର ଚୋରଦାଠାରୁ ନହକା ପର୍ଯ୍ୟନ୍ତ ୩୩କେ.ଭି ହାଇଭୋଲଟେଜ୍‌ ଲାଇନ ମରାମତି କାର୍ଯ୍ୟରେ। ଅଧିକାଂଶ ଖୁଣ୍ଟ ନିମ୍ନମାନର ହୋଇଥିବାରୁ ସାମାନ୍ୟ ବର୍ଷା ପବନରେ ବଙ୍କା ହୋଇଯାଉଛି। ଏପରି କି ଅଧିକାଂଶ ଖୁଣ୍ଟରେ ଶଙ୍ଖ ଫାଟିଯିବା ସହ ତାର ଛିଣ୍ଡିବା ନିତିଦିନଆ ଘଟଣାରେ ପରିଣତ ହୋଇଛି। ଫଳରେ ବିଦ୍ୟୁତ ସେବା ଘଣ୍ଟାଘଣ୍ଟା ଧରି ବ୍ୟାହତ ରହୁଛି। ନେସ୍କୋ ୟୁଟିଲିଟି ପକ୍ଷରୁ ଠିକାଦାର ମାଧ୍ୟମରେ ଠିକା ଶ୍ରମିକ ଦ୍ୱାରା କାର୍ଯ୍ୟ କରାଯାଉଛି। ସେମାନଙ୍କୁ କୌଣସି ସୁରକ୍ଷା ଉପକରଣ ନ ଯୋଗାଇ ୩୦ଫୁଟରୁ ଊର୍ଦ୍ଧ୍ୱ ଉଚ୍ଚ ଖୁଣ୍ଟ ଉପରେ ଚଢାଇ ବିପଦ ସଙ୍କୁଳ ଅବସ୍ଥାରେ କାର୍ଯ୍ୟ କରାଯାଉଛି। ହ୍ୟାଣ୍ଡ ଗ୍ଲୋବ୍‌ସ, ସୁରକ୍ଷା ବେଲ୍ଟ, ଯୋତା ଓ ହେଲମେଟ ନ ଯୋଗାଇ କାର୍ଯ୍ୟରେ ନିୟୋଜିତ କରାଯାଉଛି। ରାତ୍ରିରେ କାର୍ଯ୍ୟ କରିବା ସମୟରେ ଟର୍ଚ୍ଚ ଲାଇଟ ମଧ୍ୟ ଯୋଗାଇ ଦିଆଯାଉ ନାହିଁ। ଶ୍ରମିକମାନେ ପରିବାର ପ୍ରତିପୋଷଣ କରିବା ପାଇଁ କମ୍‌ ଦରମାରେ କାର୍ଯ୍ୟ କରୁଛନ୍ତି। ସରକାର ଧାର୍ଯ୍ୟ କରିଥିବା ଦରମା ଅନୁସାରେ ସେମାନଙ୍କୁ ଠିକାଦାର ପାଉଣା ଦେଉନାହାନ୍ତି। ଏପରି କି କୈାଣସି ଦୁର୍ଘଟଣାରେ ମୃତ୍ୟୁହେଲେ ଠିକାଦାର କ୍ଷତି ପୂରଣ ମଧ୍ୟ ଦେଉ ନାହାନ୍ତି। ଏହି ଶ୍ରମିକମାନେ ନେସ୍କୋ ୟୁଟିଲିଟିର କର୍ମଚାରୀ ହୋଇ ନ ଥିବାରୁ ସେମାନଙ୍କୁ କ୍ଷତିପୂରଣ ମିଳିପାରୁ ନାହିଁ। ଠିକାଦାରମାନେ ଶ୍ରମିକମାନଙ୍କ ଭବିଷ୍ୟନିଧି ପାଣ୍ଠିର ବ୍ୟବସ୍ଥା କରୁନାହାନ୍ତି। ଏଥିପ୍ରତି ଶ୍ରମ ବିଭାଗ ଦୃଷ୍ଟି ଦେବାସହ ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସମାଜସେବୀ ପବିତ୍ର ମହାନ୍ତି ଦାବି କରିଛନ୍ତି।


All Right Reserved By Dharitri.Com

ପ୍ରେସର ବୋମା ବିସ୍ଫୋରଣରେ ଯବାନ ଶହୀଦ

ମାଲକାନଗିରି,୩୧ା୭ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡ଼ା ଜିଲାର ପଦଲି ଗ୍ରାମ ନିକଟରେ ମାଓବାଦୀଙ୍କ ପ୍ରେସର ବୋମା ବିସ୍ଫୋରଣରେ ଜଣେ ସିଆରପିଏଫ ଯବାନ ଶହୀଦ...

ଓକିଲଙ୍କ ଆନ୍ଦୋଳନ ସ୍ଥଗିତ: ମଙ୍ଗଳବାର ଖୋଲିବ ସରକାରୀ କାର୍ଯ୍ୟାଳୟ

ବରଗଡ଼ ଅଫିସ,୧୪।୧୦: ପଶ୍ଚିମ ଓଡ଼ିଶାର ଯେକୌଣସି ସ୍ଥାନରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବରଗଡ଼ ଜିଲା ଓକିଲ ସଂଘ ଚଳାଇଥିବା ଅର୍ଥନୈତିକ ଅବରୋଧ ଏବଂ...

ଏଟିଏମକୁ୍‌ ଭାଙ୍ଗି ଟଙ୍କା ଲୁଟ୍‌ ଉଦ୍ୟମ ବିଫଳ

କଳିଙ୍ଗନଗର,୧୪|୮(ଡି.ଏନ୍‌.ଏ.)- ଦାନଗଦୀସ୍ଥିତ ୟୁକୋ ବ୍ୟାଙ୍କ ଏଟିଏମ୍‌କୁ ସୋମବାର ବିଳମ୍ବିତ ରାତିରେ ଦୁବୃର୍ତ୍ତମାନେ ଭାଙ୍ଗି ଟଙ୍କା ଲୁଟ୍‌ ଉଦ୍ୟମ କରି ବିଫଳ ହୋଇଥିବା ଜଣାପଡିଛି। ଏ ନେଇ...

ନାବାଳିକାଙ୍କୁ ବଳାତ୍କାର

ଅନୁଗୋଳ ଅଫିସ୍‌, ୨୨ା୭: ଅନୁଗୋଳରେ ଲଜ୍ଜା। ପରିବାର ସହ ଶୋଇଥିବା ଜଣେ ୮ ବର୍ଷୀୟା ନାବାଳିକାଙ୍କୁ ଉଠାଇ ନେଇ ଦୁର୍ବୃତ୍ତ କରିଛନ୍ତି ବଳାତ୍କାର। ଶନିବାର ବିଳମ୍ବିତ...

କୋରିଆ କାର୍‌ଭାନ୍‌

ଭୁବନେଶ୍ୱର, ୨୪।୯(ବ୍ୟୁରୋ): କୋରିଆ ରିପ୍ଲବିକ୍‌ ରାଷ୍ଟ୍ରଦୂତଙ୍କ ଦ୍ୱାରା ପ୍ରତିବର୍ଷ ଭାରତର ଦୁଇଟି କିମ୍ବା ତିନୋଟି ରାଜ୍ୟରେ ଆୟୋଜିତ ହେଉଥିବା ‘କୋରିଆ କାରଭାନ୍‌’ କାର୍ଯ୍ୟକ୍ରମ ଚଳିତବର୍ଷ ମନ୍ଦିରମାଳିନୀ...

ଆସନ୍ତା ଶିକ୍ଷାବର୍ଷରୁ ପିଜି ପାଠ୍ୟକ୍ରମ ପାଇଁ ହେବ ଏକକ ପ୍ରବେଶିକା ପରୀକ୍ଷା: ମନ୍ତ୍ରୀ

ଭୁବନେଶ୍ୱର, ୧୦ା୧୨(ବ୍ୟୁରୋ)- ପିଜି ପାଠ୍ୟକ୍ରମ ପାଇଁ ଆସନ୍ତା ଶିକ୍ଷା ବର୍ଷରୁ ରାଜ୍ୟରେ ଏକକ ପ୍ରବେଶିକା ପରୀକ୍ଷା ହେବ। ଏହା ସହିତ ଜୁନ୍‌ ୧୫ ସୁଦ୍ଧା ସବୁ...

୭୧୦ ଶିଶୁ, ୧୭୩ ଗର୍ଭବତୀଙ୍କୁ ଦିଆଯିବ ଟିକା

ଫୁଲବାଣୀ ଅଫିସ, ୩୦ା୧୧ -କନ୍ଧମାଳ ଜିଲାରେ ମିଶନ ଇନ୍ଦ୍ରଧନୁଷ୍‌ ୨.୦ କାର୍ଯ୍ୟକ୍ରମ ଆସନ୍ତା ୨ତାରିଖରୁ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମ ୪ଟି ପର୍ଯ୍ୟାୟରେ ଜିଲାରେ କାର୍ଯ୍ୟକାରୀ...

ଘରୋଇ ଛାତ୍ରୀଛାତ୍ରଙ୍କୁ ମିଳୁନି ପାଠ୍ୟପୁସ୍ତକ, ପାଠପଢ଼ା ବ୍ୟାହତ

ଚିଲିକା,୨୧ା୮(ଡି.ଏନ.ଏ.): ଚଳିତ ଶିକ୍ଷାବର୍ଷର ଚାରିମାସ ବିତି ଯାଇଥିଲେ ସୁଦ୍ଧା ଛାତ୍ରୀଛାତ୍ରଙ୍କୁ ଏ ପର୍ଯ୍ୟନ୍ତ ସରକାରୀ ପାଠ୍ୟପୁସ୍ତକ ମିିଳିପାରୁ ନ ଥିବା ଅଭିଯୋଗ ହେଉଛି। ଫଳରେ ପିଲାମାନେ...

Leave a comment

Your email address will not be published. Required fields are marked *