ବ୍ୟାଙ୍କିଙ୍ଗ୍‌ ସିଷ୍ଟମରେ ନଗଦ ସଙ୍କଟ

ନୂଆଦିଲ୍ଲୀ,୧୬।୫:   ଦେଶରେ ସାଧାରଣ ନିର୍ବାଚନ କାରଣରୁ କେନ୍ଦ୍ର ସରକାର ଖର୍ଚ୍ଚ କମାଇ ଦେଇଛନ୍ତି। ଫଳରେ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ଲିକ୍ୟୁଡିଟି(ନଗଦ) କମିଗଲାଣି। ଏବେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ୪୦,୮୫୯ କୋଟି ଟଙ୍କାର ନଗଦ ସଙ୍କଟ ଦେଖାଦେଇଛି। ପୂର୍ବବର୍ଷ ଏହି ଅବଧିରେ ୧୫,୮୫୭ କୋଟି ଟଙ୍କା ବଳକା ଥିଲା ବୋଲି ବ୍ଲୁମବର୍ଗ ଏକ ରିପୋର୍ଟ ପ୍ରକାଶ କରିଛି।

ଏସ୍‌ବିଆଇର ମୁଖ୍ୟ ଅର୍ଥନୀତିଜ୍ଞ ସୌମ୍ୟକାନ୍ତି ଘୋଷ ଉକ୍ତ ରିପୋର୍ଟକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, ସରକାର ଏପ୍ରିଲରେ ଖର୍ଚ୍ଚ ସମ୍ପୂର୍ଣ୍ଣ ବନ୍ଦ କରିଦେଲେ। ଏହି କାରଣରୁ ଏବେ ବ୍ୟାଙ୍କିଙ୍ଗ୍‌ ସିଷ୍ଟମରେ ଅପ୍ରତ୍ୟାଶିତ ଭାବେ ନଗଦ ସଙ୍କଟ ଦେଖାଦେଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ରେପୋ ରେଟ୍‌ ହ୍ରାସ କରିଥିଲେ ମଧ୍ୟ ଏହି କାରଣରୁ ଲୋକେ ଏହାର ଫାଇଦା ପାଇଲେ ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଅର୍ଥନୀତିରେ ଅଭିବୃଦ୍ଧି ଲାଗି ଆର୍‌ବିଆଇ ଗତ ଦୁଇଟି ମୁଦ୍ରାନୀତିରେ ରେପୋ ରେଟ୍‌କୁ ୦.୨୫% ହିସାବରେ ଦୁଇଥର ବୃଦ୍ଧି କରିଥିଲେ। କିନ୍ତୁ ନଗଦ ସଙ୍କଟ କାରଣରୁ ବ୍ୟାଙ୍କଗୁଡ଼ିକ ଋଣ ଉପରେ ସୁଧ ହାର ହ୍ରାସ କରିବାରେ ଅସମର୍ଥ ହେଲେ। କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କର ବରିଷ୍ଠ ଅର୍ଥନୀତିଜ୍ଞ ଉପାସନା ଭରଦ୍ୱାଜ କହିଛନ୍ତି, ଏପ୍ରିଲରେ ବ୍ୟାଙ୍କିଙ୍ଗ ସିଷ୍ଟମରେ ନଗଦ ଅଭାବ ଚକିତ କରିଛି। ସରକାର ଖର୍ଚ୍ଚ ହ୍ରାସ କରିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ଆସନ୍ତା ୨ ସପ୍ତାହ ଭିତରେ ସିଷ୍ଟମରେ ନଗଦ ହ୍ରାସ ଆହୁରି ବଢ଼ିବ  ବୋଲି ତାଙ୍କର ମତ। ତେବେ ଏପ୍ରିଲ ତୁଳନାରେ ଏବେ ନଗଦ ସ୍ଥିତି ଅଧିକ ଉନ୍ନତ ହୋଇଛି। ଗତ ମାସରେ ଏହା ୧.୪୯ ଲକ୍ଷ କୋଟି ଟଙ୍କା ପହଞ୍ଚତ୍ୟାଇଥିଲା। ଏହାପରେ ଆର୍‌ବିଆଇ ବ୍ୟାଙ୍କିଙ୍ଗ ସିଷ୍ଟମରେ ଅଧିକ ନଗଦ ବଢ଼ାଇଥିଲେ। କେନ୍ଦ୍ରରେ ନୂଆ ସରକାର ଆସିବା ପରେ ଜୁନ୍‌ରୁ ସ୍ଥିତି ସ୍ବାଭାବିକ ହେବା ଆରମ୍ଭ କରିବ ବୋଲି ଘୋଷ ପ୍ରକାଶ କରିଛନ୍ତି। ଭରଦ୍ୱାଜ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। ନୂଆ ସରକାର ଖର୍ଚ୍ଚ କରିବା ଆରମ୍ଭ କରିବା ମାତ୍ରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ନଗଦ ବଳକା ହେବ। ମେ ୧୩ରେ କେନ୍ଦ୍ରର ବଳକା ପରିମାଣ ୪୪,୩୧୫ କୋଟି ଟଙ୍କା ଥିଲା। ଅନ୍ୟପକ୍ଷରେ ଗତବର୍ଷ ଏହି ସମୟରେ ଏହା ଶୂନ ଥିଲା। କେନ୍ଦ୍ର ନିକଟରେ ଏତେ ପରିମାଣ ନଗଦ ରହିବା ଅର୍ଥ ଏହା ଖର୍ଚ୍ଚ କାଟ କରିଛି। ଏପ୍ରିଲ ୩୦ ସୁଦ୍ଧା ବଳକା ୭୯,୪୦୦ କୋଟି ଟଙ୍କା ଥିଲା। କେୟାର ରେଟିଙ୍ଗସ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ମଦନ ସବନବୀସ୍‌ କହିଛନ୍ତି, ନଗଦ ସଙ୍କଟ ଦୀର୍ଘ ସମୟ ପର୍ଯ୍ୟନ୍ତ ଜାରି ରହିଲେ ସରକାରୀ ବଣ୍ଡ ସୁଧ ହାର ବୃଦ୍ଧି ପାଇବା ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ଆର୍‌ବିଆଇ ପକ୍ଷରୁ ରେପୋ ରେଟ୍‌ ହ୍ରାସର କୌଣସି ଫାଇଦା ମିଳିବ ନାହିଁ। ବର୍ତ୍ତମାନ ଋଣ ଅଭିବୃଦ୍ଧି ଜମାଠାରୁ ବହୁ ଅଧିକ ହୋଇଗଲାଣି। ଏହି କାରଣରୁ ମଧ୍ୟ ବ୍ୟାଙ୍କିଙ୍ଗ ସିଷ୍ଟମରେ ନଗଦ ସଙ୍କଟ ଦେଖାଦେଇଛି। ସେ କହିଛନ୍ତି, ଆର୍ଥିକ ବର୍ଷ ୨୦୧୮ ପରେ ଏପ୍ରିଲ ୨୬ ସୁଦ୍ଧା ବ୍ୟାଙ୍କଗୁଡ଼ିକର ଋଣ ଅଭିବୃଦ୍ଧି ୧୩ ପ୍ରତିଶତ ଥିଲା ବେଳେ ଜମା ୯.୭% ରହିଛି। ଅନ୍ୟପକ୍ଷରେ ଆର୍‌ବିଆଇ ସିଷ୍ଟମରେ ଅଧିକ ନଗଦ ପହଞ୍ଚାଇବା ଲକ୍ଷ୍ୟରେ ଓପନ ମାର୍କେଟ ଅପରେଶନ୍ସ(ଓଏମ୍‌ଓ) ଜରିଆରେ ସରକାରୀ ବଣ୍ଡ କିଣିଛି। ଆର୍‌ବିଆଇ ଡଲାର-ଟଙ୍କା ଅଦଳବଦଳ ଜରିଆରେ ମଧ୍ୟ ବ୍ୟାଙ୍କିଙ୍ଗ ସିଷ୍ଟମରେ ୧୦ ବିଲିୟନ ଡଲାର ଭାରତୀୟ ଟଙ୍କା ବଜାରରେ ପ୍ରବେଶ କରାଇଛି।


All Right Reserved By Dharitri.Com

ଏଫ୍‌ଡିଆଇ ନୀତି କୋହଳ, ଆଖୁ ଚାଷୀଙ୍କୁ ସହାୟତା

ନୂଆଦିଲ୍ଲୀ,୨୯-୮: ଦେଶରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ(ଏଫ୍‌ଡିଆଇ) ବୃଦ୍ଧି ପାଇଁ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ବୁଧବାର ଏଫ୍‌ଡିଆଇ ନୀତିକୁ କୋହଳ କରିଛନ୍ତି।...

ଡିସେମ୍ବରରେ ଫ୍ୟାକ୍ଟ୍ରି ଉତ୍ପାଦନରେ ଉନ୍ନତି

ନୂଆଦିଲ୍ଲୀ,୩-୧: ଦେଶ ମଧ୍ୟରେ ଲାଗି ରହିଥିବା ମାନ୍ଦାବସ୍ଥା ଯୋଗୁ ଫ୍ୟାକ୍ଟ୍ରିଗୁଡିକର କାର୍ଯ୍ୟକଳାପ ପ୍ରଭାବିତ ହେବା ସହ ଉତ୍ପାଦନ ମଧ୍ୟ କମ୍‌ ରହୁଥିଲା। ହେଲେ ଚଳିତ ବର୍ଷ...

ନିବେଶକଙ୍କ ସମ୍ପତ୍ତି ୩.୯୮ ଲକ୍ଷ କୋଟି ବଢିଲା

ନୂଆଦିଲ୍ଲୀ,୧୦।୪: ଗୁରୁବାର ଭାରତୀୟ ଶେୟାର ବଜାରରେ କାରବାର ଉନ୍ନତ ରହିବା ଯୋଗୁ ନିବେଶକଙ୍କ ସମ୍ପତ୍ତି ୩.୯୮ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଥିବା ଜଣାପଡିଛି। ସରକାର...

୭୫ ଟଙ୍କା ଛୁଇଁଲା ପେଟ୍ରୋଲ, ଡିଜେଲ ୬୬

ନୂଆଦିଲ୍ଲୀ,୧୦-୧୨:ସୋମବାର ନୂଆଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୫ ଟଙ୍କା ଛୁଇଁଥିବା ବେଳେ ଡିଜେଲ ଦର ୬୬ ଟଙ୍କା ଛୁଇଁଛି। ଗତ ଏକ ବର୍ଷ ମଧ୍ୟରେ...

ରାସନ କାର୍ଡଧାରୀଙ୍କୁ ମିଳିପାରେ ୧ କେଜି ଚିନି

ନୂଆଦିଲ୍ଲୀ,୪-୬: କେନ୍ଦ୍ର ସରକାର ସାର୍ବଜନୀନ ବିତରଣ ପ୍ରଣାଳୀ ଅର୍ଥାତ ରାସନ କାର୍ଡ ଜରିଆରେ ଶସ୍ତା ଦରରେ ୧୬.୩ କୋଟି ଅତିରିକ୍ତ ପରିବାରଙ୍କୁ ୧ କେଜି ଚିନି...

କଗ୍ନିଜାଣ୍ଟର ପୂର୍ବତନ ସିଓଓଙ୍କ ବିରୋଧରେ ୩୫ ଲକ୍ଷର ଜରିମାନା

ନୂଆଦିଲ୍ଲୀ,୧୭-୯: ଆମେରିକାର ପୁଞ୍ଜି ବଜାର ନିୟାମକ ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ କମିଶନ(ଏସ୍‌ଇସି) କଗ୍ନିଜାଣ୍ଟର ପୂର୍ବତନ ମୁଖ୍ୟ ପରିଚାଳନା ଅଧିକାରୀ(ସିଓଓ) ଶ୍ରୀଧର ତିରୁମ୍ବେଗଦମଙ୍କୁ ଜଣେ ଭାରତୀୟଙ୍କୁ ଲାଞ୍ଚ...

୩ରେ ଧର୍ମଘଟକୁ ଉହ୍ଲାଇବ ବିଏମ୍‌ଏସ୍‌

ନୂଆଦିଲ୍ଲୀ,୨୯-୧୨: ଘରୋଇକରଣ,ପୁଞ୍ଜି ପ୍ରତ୍ୟାହର ଏବଂ ବେକାରି ଭଳି ପ୍ରସଙ୍ଗ ଆଧାରରେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ୍‌) ଜାନୁୟାରୀ ୩ରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି। ପ୍ରତି ଜିଲାର...

୮.୬୫%କୁ ବୃଦ୍ଧି ପାଇଲା ଇପିଏଫ୍‌ ସୁଧ ହାର, ୬ କୋଟି ପିଏଫ୍‌ ଆକାଉଣ୍ଟଧାରୀଙ୍କୁ ଫାଇଦା

ନୂଆଦିଲ୍ଲୀ,୨୪-୯: ଦୀର୍ଘ ୭ ମାସ ଧରି ଅପେକ୍ଷା କରିବା ପରେ କେନ୍ଦ୍ର ସରକାର ଶେଷରେ ମଙ୍ଗଳବାର ଆର୍ଥିକ ବର୍ଷ ୨୦୧୮-୧୯ ଲାଗି ଇପିଏଫ୍‌ ସୁଧ ହାର...

Leave a comment

Your email address will not be published. Required fields are marked *