Posted inଖେଳ

ବିସିସିଆଇ- କ୍ରୀଡ଼ା ମନ୍ତ୍ରଣାଳୟ ଶୀତଳ ଯୁଦ୍ଧ: ଆଶଙ୍କାରେ ଦକ୍ଷିଣ ଆଫ୍ରିକା ଏ’ ଦଳର ଭାରତ ଗସ୍ତ

ନୂଆଦିଲ୍ଲୀ,୧।୮(ପି.ଟି.)- ଆସନ୍ତା ଅଗଷ୍ଟ ଓ ସେପ୍ଟେମ୍ବରରେ ଦକ୍ଷିଣ ଆଫ୍ରିକା ଏ’ ଓ ମହିଳା ଦଳର ଆଗାମୀ ଭାରତ ଗସ୍ତ ନେଇ ଆଶଙ୍କା ସୃଷ୍ଟି ହୋଇଛି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟଠାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏପର୍ଯ୍ୟନ୍ତ ଭଜିଟିଂ ସାଇଡ ବା ଭ୍ରମଣ କରିବା ସ୍ଥାନ ନେଇ କ୍ଲିୟରାନ୍ସ ଲେଟର ବା ଅନୁମୋଦନ ପତ୍ର ପାଇ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ସାଧାରଣତଃ ଯେଉଁ ଦଳ ଭାରତ ଗସ୍ତରେ ଆସିଥାଏ ବିସିସିଆଇ କାର୍ଯ୍ୟସୂଚୀ ଓ ଭ୍ରମଣକାରିବା ସ୍ଥାନ ବା ଭେନ୍ୟୁ ନେଇ ଆନୁଷ୍ଠାନିକ ଭାବେ ସୂଚନା ଦେଇଥାଏ। ଯାହା ଫଳରେ ଭିଜା ପାଇବାର ପ୍ରକ୍ରିୟା ବେଶ୍‌ ସହଜ ହୋଇଥାଏ। ଏହାପରେ କ୍ଲିୟରାନ୍ସ ଲେଟର ବା ଅନୁମୋଦନ ପତ୍ର ୩୦ କିମ୍ବା ୪୦ଦିନ ମଧ୍ୟରେ ମିଳିଯାଇଥାଏ। କିନ୍ତୁ ଏପର୍ଯ୍ୟନ୍ତ କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଚିଠି ମିଳିନାହିଁ।
ମାର୍ଚ୍ଚରୁ ଏ ନେଇ ଆବେଦନ କରାଯାଇଛି ବୋଲି ବୋର୍ଡ ସ୍ପଷ୍ଟ କରିଛି। ବୋର୍ଡ ଏହି ଚିଠିକୁ ଅପେକ୍ଷା କରିଥିବା ବେଳେ ଆମେ କୌଣସି ଅବେଦନ ପତ୍ର ପାଇନାହୁଁ ବୋଲି କ୍ରୀଡ଼ା ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି। କ୍ଲିୟରାନ୍ସ ଲେଟର ମନ୍ତ୍ରଣାଳୟ ତରଫରୁ ଦକ୍ଷିଣ ଆଫ୍ରିକା ସ୍ଥିତ ଭାରତୀୟ ଦୂତାବାସକୁ ଦିଆଯାଇଥାଏ। ଏହା ଫଳରେ ଭିଜା ପାଇବା ପ୍ରକ୍ରିୟା ସହଜ ହୋଇଥାଏ। ତେବେ ଏଥିରେ ବିଳମ୍ବ ହେବାରୁ ସବୁ ସମସ୍ୟା ଉପୁଜିଛି। ଏହାର କାରଣ କ’ଣ ଆମେ ଜାଣିନାହୁଁ ବୋଲି ଅଧିକାରୀ ଜଣକ କହିଛନ୍ତି। ପୁଣି ବିସିସିଆଇ ତରଫରୁ ଆମେ କୌଣସି ସୂଚନା ପାଇନାହୁଁ ବୋଲି ଅନ୍ୟ ଏକସୂତ୍ରରୁ ଜଣାଯାଇଛି। ଏ ସଂକ୍ରାନ୍ତରେ ଗଣମାଧ୍ୟମକୁ ଯିବା ବଦଳରେ ମନ୍ତ୍ରଣାଳୟ ଆସି ଯୋଗାଯୋଗ କରିବା ଉଚିତ୍‌ ବୋଲି ଜଣେ ଅଧିକାରୀ କହିଛନ୍ତି।
ବିସିସିଆଇକୁ ଜାତୀୟ ନିଶା ନିବାରଣ ସଂସ୍ଥା (ନାଡ଼ା) ଅଧୀନକୁ ଆଣିବାକୁ ମନ୍ତ୍ରଣାଳୟ ଚାହୁଁଛି। ତେବେ ବିସିସିଆଇ ସ୍ବାଧୀନ ଭାବେ ନାଡ଼ା ସହ ୬ ମାସିଆ ପରୀକ୍ଷାମୂଳକ ନିୟମରେ କାର୍ଯ୍ୟକରିବାକୁ ଗତ ମାର୍ଚ୍ଚ ୧୮ ତାରିଖରେ ନିଷ୍ପତ୍ତି ନେଇଥିଲା। ଏଥିସହିତ ଜାତୀୟ ସ୍ପୋଟର୍‌ସ ଫେଡେରେଶନ (ଏନ୍‌ଏସ୍‌ଏଫ୍‌) ହିସାବରେ ନାଡା ଅଧୀନକୁ ଆସିବାକୁ ଅମଙ୍ଗ ହୋଇଥିଲା। ଫଳରେ ମନ୍ତ୍ରଣାଳୟ ଓ ବିସିସିଆଇ ମଧ୍ୟରେ ମୁକାବିଲାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ସବୁ ଏନ୍‌ଏସ୍‌ଏଫ୍‌ ଗୋଟିଏ ସରକାରଙ୍କ ନାଡ଼ା ଅଧୀନକୁ ଆସିବା ଉଚିତ ବୋଲି ମନ୍ତ୍ରଣାଳୟର ଅଧିକାରୀ କହିଛନ୍ତି। ବିସିସିଆଇ ନାଡ଼ା ସହ ଅଲଗା ବୁଝାମଣା ପତ୍ର କରିପାରିବ ନାହିଁ ବୋଲି ସେ କହିଛନ୍ତି। ମନ୍ତ୍ରଣାଳୟ ଓ ବିସିସିଆଇ ମଧ୍ୟରେ ଚାଲିଥିବା ଏହି ଶୀତଳ ଯୁଦ୍ଧ ଦକ୍ଷିଣ ଆଫ୍ରିକା ଏ’ ଦଳର ଭାରତ ଗସ୍ତକୁ ଅନିଶ୍ଚିତତାକୁ ଟାଣି ନେଇଛି ବୋଲି କୁହାଯାଉଛି।


All Right Reserved By Dharitri.Com

Posted inଖେଳ View All

ଆମିସଙ୍କ ନାମରେ ପ୍ରଥମ ବିଶ୍ୱକପ୍‌ ଶତକ

ନୂଆଦିଲ୍ଲୀ, ୨୩।୫- ଆଇସିସି ବିଶ୍ୱକପ୍‌ ଆସନ୍ତା ୩୦ରୁ ବ୍ରିଟେନରେ ଆରମ୍ଭ ହେବ। କ୍ରିକେଟ ବିଶ୍ୱକପ୍‌ର ଏହାହେବ ଦ୍ୱାଦଶ ସଂସ୍କରଣ। ଏହା ମଧ୍ୟରେ ବିଶ୍ୱକପ୍‌ରେ ଅନେକ ରେକର୍ଡ...

ଝିଲ୍ଲୀଙ୍କୁ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର, ୨୧।୧୨(କ୍ରୀଡ଼ା ପ୍ରତିନିଧି) ଓଡ଼ିଶାର ପ୍ରତିଭା ସମ୍ପନ୍ନ ଭାରୋତ୍ତୋଳିକା ଝିଲ୍ଲୀ ଦଳବେହେରା ଶୁକ୍ରବାର ସମ୍ମାନଜନକ ଏକଲବ୍ୟ ପୁରସ୍କାର ଗ୍ରହଣ କରିଛନ୍ତି। ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବଲ...

ହ୍ୟାଟ୍ରିକ ଛକା ଲଗାଇଲେ ରୋହିତ

ବିଶାଖାପାଟଣା,୫।୧୦: ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟର ପ୍ରଥମ ଭଳି ଦ୍ୱିତୀୟ ଇନିଂସ(୧୨୭)ରେ ମଧ୍ୟ ଭାରତୀୟ ଦଳର ଓପନର ରୋହିତ ଶର୍ମା ଶତକ ଲଗାଇଛନ୍ତି।...

ପ୍ରୋ କବାଡ଼ି ଲିଗ୍‌: ବେଙ୍ଗଲ୍‌, ଜୟପୁର ବିଜୟୀ

ଜୟପୁର, ୨୬।୯(ପି.ଟି.)- ଏଠାରେ ଚାଲିଥିବା ପ୍ରୋ କବାଡ଼ି ଲିଗ୍‌ରେ ବୁଧବାର ଅନୁଷ୍ଠିତ ମ୍ୟାଚ୍‌ ଗୁଡିକରେ ବେଙ୍ଗଲ ଓ୍ବାରିୟର୍ସ ଓ ଜୟପୁର ପିଙ୍କ ପାନ୍ଥର୍ସ ବିଜୟୀ ହୋଇଛନ୍ତି।...

କଳିଙ୍ଗରେ ଫିଫା ଓ୍ବାଲର୍‌ଡ ଟୁର୍‌ କ୍ୱାଲିଫାୟର

ଭୁବନେଶ୍ୱର,୨୯।୭(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୩ ଓ ୪ ତାରିଖରେ ଫିଫା ଓ୍ବାଲର୍‌ଡ ଟୁର କ୍ୱାଲିଫାୟର ରାଉଣ୍ଡ ଖେଳାଯିବ। ଦେଶର କ୍ରୀଡ଼ା ରାଜଧାନୀ...

ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଆବେଦନ ତାରିଖ ଘୁଞ୍ଚିବ

ଭୁବନେଶ୍ୱର, ୨୮।୩ (କ୍ରୀଡ଼ା ପ୍ରତିନିଧି)- କରୋନା ଭାଇରସ ସଂକ୍ରମଣ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରିଛି। ସଂକ୍ରମଣକୁ କିପରି ରୋକାଯାଇ ପାରିବ ଏବଂ ଏଥିରୁ...

ପ୍ରଧାନମନ୍ତ୍ରୀଙ୍କ ଭାରତ ଲକ୍ଷ୍ମୀ ଅଭିଯାନକୁ ମହିଳା କ୍ରୀଡ଼ାବିତ୍‌ଙ୍କ ସମର୍ଥନ

ନୂଆଦିଲ୍ଲୀ,୨୭।୧୦(ପି.ଟି.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଭାରତ ଲକ୍ଷ୍ମୀ’ ଅଭିଯାନକୁ ଦେଶର ମହିଳା କ୍ରୀଡ଼ାବିତ୍‌ମାନେ ସମର୍ଥନ କରିଛନ୍ତି। ମହିଳା ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ, ଅଭିଜ୍ଞ ମହିଳା...

ବାର୍ଟିଙ୍କୁ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ

ପ୍ୟାରିସ, ୯ା୬ (ଏଏଫ୍‌ପି)- ଫ୍ରେଞ୍ଚ ଓପନ୍‌ ସିଙ୍ଗଲ୍ସ ଟାଇଟଲ ଜିତି ଆସଲେ ବାର୍ଟି ଅଷ୍ଟ୍ରେଲିଆର ଦୀର୍ଘ ୪୬ବର୍ଷ ପ୍ରତୀକ୍ଷାର ପରିସମାପ୍ତି ଘଟାଇଛନ୍ତି। ଶନିବାର ଏକ ଏକତରଫା...

Leave a comment

Your email address will not be published. Required fields are marked *