କନ୍ନଡ଼ ଫିଲ୍ମରେ ସୁନୀଲ ସେଟ୍ଟୀଙ୍କ ଡେବ୍ୟୁ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁନୀଲ ସେଟ୍ଟୀ ଲମ୍ବା ସମୟ ପରେ ଫିଲ୍ମ ଜଗତକୁ ଫେରିଛନ୍ତି। ଅଭିନେତାଙ୍କ ଅପ୍‌ କମିଂ ଫିଲ୍ମରେ ଥିବା ତାଙ୍କ ଫାଷ୍ଟ ଲୁକ୍‌ ବୁଧବାର ରିଲିଜ୍‌ ହୋଇଛି। ଏହି ଫାଷ୍ଟ ଲୁକ୍‌କୁ ଦେଖି ପ୍ରଶଂସକ ବେଶ୍‌ ପସନ୍ଦ କରିଛନ୍ତି। ସୁନୀଲ ପ୍ରଥମ ଥର ପାଇଁ କନ୍ନଡ଼ ଫିଲ୍ମରେ ପାଦ ରଖିବାକୁ ଯାଉଥିବା ବେଳେ ଫିଲ୍ମ ‘ପହଲଓ୍ବାନ’ରୁ ସେ ଡେବ୍ୟୁ କରୁଥିବା ଜଣାପଡ଼ିଛି। ଏଥିରେ ସେ ସରକାର ଚରିତ୍ରରେ ଅଭିନୟ କରୁଥିବା ବେଳେ କନ୍ନଡ଼ର ସୁପରଷ୍ଟାର କିଚ୍ଚା ସୁଦୀପ ଓ ଆକାଂକ୍ଷା ସିଂହଙ୍କ ସହ ନଜରକୁ ଆସିବେ। ଏଥିସହ ଏହି ଫିଲ୍ମର ନୂଆ ଗୀତକୁ ସୁନୀଲ ସେଟ୍ଟୀ ଟୁଇଟରରେ ଶେୟାର କରିଛନ୍ତି। ଏଥିରେ ସେ ସୁଦୀପଙ୍କ ସହ ଡ୍ୟାନ୍ସ କରୁଥିବା ବେଳେ ୫ଶହ ଡ୍ୟାନସ୍‌ରଙ୍କୁ ନେଇ ଏହି ଗୀତଟି ତିଆରି କରାଯାଇଛି। ଫିଲ୍ମଟି ହିନ୍ଦୀ, କନ୍ନଡ଼, ତାମିଲ, ତେଲୁଗୁ ଓ ମାଲାୟାଲମ ଭାଷାରେ ରିଲିଜ୍‌ କରାଯିବାକୁ ଥିବା ବେଳେ ଏହା ୧୨ ସେପ୍ଟେମ୍ବରରେ ପରଦାକୁ ଆସିବ ବୋଲି ଜଣାପଡ଼ିଛି।


All Right Reserved By Dharitri.Com

‘ଲାଲ କପ୍ତାନ’ର ପୋଷ୍ଟର ରିଲିଜ୍‌: ଦଶାନନ ଅବତାରରେ ସୈଫ୍‌

ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ଲାଲ କପ୍ତାନ’ର ଏକ ନୂଆ ପୋଷ୍ଟର ରିଲିଜ୍‌ ହୋଇଯାଇଛି। ଦଶହରାର ଗୋଟିଏ ଦିନ ପୂର୍ବରୁ ରିଲିଜ୍‌ ହୋଇଥିବା ଏହି...

ତାମିଲ ଫିଲ୍ମ ‘କ୍ୟାଥୀ’ର ହିନ୍ଦୀ ରିମେକ୍‌: କାର୍ତ୍ତି ଓ୍ବାଲେ ଚରିତ୍ରରେ ନଜର ଆସିବେ ଅଜୟ!

ବଲିଉଡ୍‌ରେ ସାଉଥ୍‌ ସିନେମାର ହିନ୍ଦୀ ରିମେକ୍‌ କିଛି ନୂଆ କଥା ନୁହେଁ। ଏହି ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଥିବା ବେଳେ ଏଥିରେ ବଲିଉଡ୍‌ର...

ଶୁଟିଂ ଅନୁଭୂତି ରୋମାଞ୍ଚକର

ଲକ୍ଷ୍ନୌ: ‘ଗୁଲାବୋ ସିତାବୋ’ରେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସହ ଶୁଟିଂସେଟ୍‌ ଅନୁଭୂତି ରୋମାଞ୍ଚକର ବୋଲି ବ୍ୟକ୍ତ କରିଛନ୍ତି ଅଭିନେତା ଆୟୁଷ୍ମାନ୍‌ ଖୁରାନା। ସେ ଅତ୍ୟନ୍ତ ଆହ୍ଲାଦିତ...

ଦେଖା ହେଲା ପ୍ରେମ ହେଲା

ପ୍ରେମ କେତେବେଳେ କେଉଁଠି ହୁଏ ତାହା ଆକଳନ କରିବା କଷ୍ଟକର। ତେବେ ଅନେକ ସମୟରେ ପ୍ରଥମ ଦେଖାରେ ହିଁ ପ୍ରେମ ହୋଇଯାଏ। ସେହି ପ୍ରେମକୁ ଆଗେଇ...

ଜନ ସଂରକ୍ଷଣକୁ ନେଇ ସଚେତନ କରିବାକୁ ଅଣ୍ଟା ଭିଡିଛନ୍ତି ବଲିଉଡ୍‌ କଳାକାର

ମୁମ୍ବାଇ: ତାପମାତ୍ରା ବୃଦ୍ଧି ସାଙ୍ଗକୁ ଜନସଂଖ୍ୟା ବୃଦ୍ଧି ଭୂତଳ ଜଳସ୍ତର ହ୍ରାସର ପ୍ରମୁଖ କାରଣ ଭାବେ ଉଭା ହୋଇଛି। ଏପରିସ୍ଥଳରେ ଜଳ ସଂରକ୍ଷଣର ମହତ୍ତ୍ୱ ନ...

ବଲିଉଡ୍‌ରେ ଦେଶାତ୍ମବୋଧକ ଫିଲ୍ମ

ମୁମ୍ବାଇ: ଦେଶ ସ୍ବାଧୀନ ଉପରେ ହେଉ ବା ଦେଶଭକ୍ତିକୁ ନେଇ ବଲିଉଡ୍‌ରେ ଏଭଳି ବହୁ ଫିଲ୍ମ ତିଆରି କରାଯାଇଛି। ଯାହା ଆଜି ବି ହୃଦୟସ୍ପର୍ଶୀ ଓ...

ବିବାହର ୨ ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେବାକୁ ଚାହୁଁଛନ୍ତି ଏହି ନାୟିକା

ମୁମ୍ବାଇ: ବଲିଉଡ୍‌ କପୁଲଙ୍କ ବିବାହ ଯେତିକି ଚର୍ଚ୍ଚାରେ ଥାଏ ତା’ଠାରୁ ଅଧିକ ଚର୍ଚ୍ଚାରେ ଥାଏ ଏମାନଙ୍କ ବିଚ୍ଛେଦ। ୨୦୧୭ରେ ବିବାହ କରିଥିବା ବଲିଉଡ୍‌ ନାୟିକା ଅମୃତା...

କାହାର ପାଦ ଛୁଇଁଲେ ବରୁଣ

ମୁମ୍ବାଇ: ଜଣାଶୁଣା ଫିଲ୍ମ ନିର୍ମାତା ଡେଭିଡ ଧଓ୍ବନଙ୍କ ପୁଅ ହେଉଛନ୍ତି ବରୁଣ ଧଓ୍ବନ। ନିଜ ଅଭିନୟ ପାଇଁ ସେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ବେଶ୍‌ ପରିଚିତ। ହେଲେ...

Leave a comment

Your email address will not be published. Required fields are marked *