ଲୋକଙ୍କ କାମରେ ଲାଗୁନି ଶିଶୁ ପାର୍କ: ଜିଲାପାଳଙ୍କୁ ଆନନ୍ଦପୁର ପ୍ରେସ୍‌ କ୍ଲବ ପକ୍ଷରୁ ଦାବିପତ୍ର

ଆନନ୍ଦପୁର,୩୧।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁରବାସୀଙ୍କ ଦୀର୍ଘ ଦିନର ଦାବି ପରେ ବିଆର୍‌ଜିଏଫ୍‌ (ପଛୁଆ ଅଞ୍ଚଳ ଅନୁଦାନ ପାଣ୍ଠି) ଯୋଜନାରେ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏକ ଶିଶୁ ପାର୍କ ନିର୍ମାଣ କରାଯାଇଥିଲା। ଏହି ପାର୍କ ନିର୍ମାଣ କାର୍ଯ୍ୟ ଶେଷ ହୋଇ ଚଳିତବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଆନନ୍ଦପୁର ପୌରପରିଷଦ ପକ୍ଷରୁ ଉଦ୍‌ଘାଟନ କରାଯାଇଥିଲା। ହେଲେ ଅଦ୍ୟାବଧି ଏହି ପାର୍କ ବ୍ୟବହାର ନିମନ୍ତେ ଖୋଲାଯାଇ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।
ଅନ୍ୟପକ୍ଷରେ ଶିଶୁ ପାର୍କରେ ହୋଇଥିବା ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଘଟଣାକୁ ନେଇ ଆନନ୍ଦପୁର ପ୍ରେସ୍‌ କ୍ଲବ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି। ପାର୍କ ଖୋଲାଯିବା ସହ ଏହାର ନିର୍ମାଣ କାର୍ଯ୍ୟରେ ହୋଇଥିବା ବ୍ୟାପକ ଅନିୟମିତତାର ତଦନ୍ତ ଦାବିରେ ଆନନ୍ଦପୁର ପ୍ରେସ୍‌ କ୍ଲବ ପକ୍ଷରୁ ବୁଧବାର ଜିଲାପାଳଙ୍କ ଉଦ୍ଦେଶ୍ୟରେ ଉପଜିଲାପାଳ ରବୀନ୍ଦ୍ର କୁମାର ସାହୁଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଏ ନେଇ ଆଗାମୀ ୧୫ ଦିନ ମଧ୍ୟରେ ପ୍ରଶାସନ ଉଚିତ୍‌ ପଦକ୍ଷେପ ଗ୍ରହଣ ନ କଲେ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆନନ୍ଦପୁର ପ୍ରେସ୍‌ କ୍ଲବ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି। ଏଥିରେ କ୍ଲବ ସଭାପତି ଗୋପାଳକୃଷ୍ଣ ରାଉତ, ସମ୍ପାଦକ ସନ୍ତୋଷ କୁମାର ରାଉତ, ବରିଷ୍ଠ ଖବରଦାତା ସୁବାସ ମହାପାତ୍ର, ନାରାୟଣ ପଣ୍ଡା, ଲୋକନାଥ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।


All Right Reserved By Dharitri.Com

ବେଆଇନ୍‌ ବାଲି ଚାଲାଣ: ୨ ଟ୍ରାକ୍ଟର ଜବତ

ଆନନ୍ଦପୁର,୩୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ତହସିଲ ପକ୍ଷରୁ ଆନନ୍ଦପୁର ଥାନା ଶାଳବଣି ଗ୍ରାମରେ ଶୁକ୍ରବାର ଚଢ଼ାଉ କରାଯାଇ ବେଆଇନ ବାଲି ଚାଲାଣ କରୁଥିବା ଦୁଇଟି ଟ୍ରାକ୍ଟର...

ବିଭିନ୍ନ ଦାବି ନେଇ ଦିଆଯିବ ଧାରଣା

ଯୋଡ଼ା, ୩୧।୫ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହର ଏକ ଖଣିପ୍ରବଣ ଉପାନ୍ତ ଅଞ୍ଚଳ। ଏହି ଅଞ୍ଚଳରୁ କେନ୍ଦ୍ର ଓ ରାଜ୍ୟ ସରକାର ହଜାର ହଜାର କୋଟି...

ପ୍ରସ୍ତାବିତ ପାଉଁଶ ଇଟା କାରଖାନାକୁ ବିରୋଧ: ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ଗ୍ରାମବାସୀ

ପାଟଣା ,୨୩।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ତହସିଲ ତଥା ପାଟଣା ରାଜସ୍ବ ନିରୀକ୍ଷକ ଅନ୍ତର୍ଗତ ଟାଇଁସିରା ମୌଜାରେ ପ୍ରସ୍ତାବିତ ଏକ ପାଉଁଶ ଇଟା କାରଖାନା ନିର୍ମାଣକୁ...

କୃଷି ବିଭାଗ କର୍ମଚାରୀ ବୋଲି ପରିଚୟ ଦେଇ ଶିକ୍ଷକଙ୍କଠାରୁ ୪ ଲକ୍ଷ ଠକେଇ

ହାଟଡିହୀ,୨୮ା୧(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଗେଡମା ଗ୍ରାମର ଜଣେ ଅବସରପ୍ରାପ୍ତ ଶିକ୍ଷକ ୪ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି। ଏନେଇ ନନ୍ଦିପଦା ଥାନାରେ ଏକ...

ବୈତରଣୀ ଶୈବ୍ୟା କାବେରୀ ଘାଟରେ ବୋଇତ ବନ୍ଦାଣ ଉତ୍ସବ: ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ

ପାଟଣା,୧୨।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଦେଇ ଯାଇଥିବା ବୈତରଣୀ ନଦୀର ରାଜନଗରସ୍ଥିତ ଶୈବ୍ୟା କାବେରୀ ଘାଟ ଓ ପାଟଣାସ୍ଥିତ ବୈତରଣୀ ତୀର୍ଥ ଘାଟରେ ମଙ୍ଗଳବାର...

କେନ୍ଦୁଝରରେ ଆଉ ୩ କରୋନା ପଜିଟିଭ୍‌ ଚିହ୍ନଟ, ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଲା

କେନ୍ଦୁଝର,୩୧ା୫(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଆଉ ୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ରବିବାର ସୂଚନା ଦିଆଯାଇଛି। ଏହାକୁ ମିଶାଇ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ...

ରକ୍ତଭଣ୍ଡାରରେ ରକ୍ତର ଅଭାବ: ଭରଣା ଉଦ୍ଦେଶ୍ୟରେ ରକ୍ତଦାନ କାର୍ଯ୍ୟକ୍ରମ

ରକ୍ତଭଣ୍ଡାରରେ ରକ୍ତର ଅଭାବ: ଭରଣା ଉଦ୍ଦେଶ୍ୟରେ ରକ୍ତଦାନ କାର୍ଯ୍ୟକ୍ରମ ପାଟଣା,୧୫ା୪(ସ୍ବ.ପ୍ର.): କରୋନା ସଂକ୍ରମଣ ପାଇଁ ଏବେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ କେନ୍ଦୁଝର ଜିଲା ରକ୍ତଭଣ୍ଡାରରେ...

ସଡ଼କ ଦୁର୍ଘଟଣାରେ ଜଣେ ମୃତ

ଚମ୍ପୁଆ,୧୫ା୧(ଡି.ଏନ.ଏ):  ଚମ୍ପୁଆ ଏନଏସି ଅନ୍ତର୍ଗତ ବସାସାହିର ଅନତି ଦୂରରେ ଗତ ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ମୟୂରଭଞ୍ଜ...

Leave a comment

Your email address will not be published. Required fields are marked *