ବିଦ୍ୟୁତ ବିଭାଗର ମନମାନି : ବିନା ସୂଚନାରେ ସଂଯୋଗ ବିଚ୍ଛିନ୍ନ, ଉପଭୋକ୍ତା ମହଲରେ ଅସନ୍ତୋଷ

ଆନନ୍ଦପୁର,୩୧।୭(ସ୍ବ.ପ୍ର.) : କେନ୍ଦୁଝର ଜିଲା ଆନନ୍ଦପୁର ବିଦ୍ୟୁତ୍‌ ବିଭାଗର ମନମାନି ଯୋଗୁ ଉପଭୋକ୍ତା ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି। ବିନା ସୂଚନାରେ ବାରମ୍ବାର ବିଦ୍ୟୁତ୍‌ କାଟ, ସାମାନ୍ୟ ପତ୍ର ହଲିଲେ ଲାଇନ୍‌ ସଂଯୋଗ ବିଚ୍ଛିନ୍ନ ପରେ ଏବେ ବିଲ୍‌ ଉପଭୋକ୍ତାଙ୍କ ଚିନ୍ତାର କାରଣ ସାଜିଛି। ମାସିକିଆ କରାଯାଉଥିବା ମିଟର୍‌ ରିଡିଂ ନିୟମିତ କରାନଯାଇ କେବଳ ମାସେ ୧୦ ଦିନ ତ ଆଉ କେତେବେଳେ ୨୦ଦିନର ରିଡିଂ ନିଆଯାଇ ଉପଭୋକ୍ତାଙ୍କୁ ବିଲ୍‌ ଦିଆଯାଉଛି। ଆଉ କେତେବେଳେ ଦୁଇ ମାସର ବିଲ୍‌ ଏକ ସଙ୍ଗରେ ଦିଆଯାଉଛି। ଫଳରେ ଉପଭୋକ୍ତାଙ୍କ ଉପରେ ବିଦ୍ୟୁତ ବିଲ୍‌ର ବୋଝ ବଢ଼ିଯାଉଛି ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ ଆଇନଜୀବୀ ଲକ୍ଷ୍ମୀଧର ମିଶ୍ର ଏବଂ ଅବସରପ୍ରାପ୍ତ ସୈନିକ ମୁରଲୀଧର ମିଶ୍ର। ଉପଭୋକ୍ତାଙ୍କ କହିବା ଅନୁଯାୟୀ, ଅଧିକ ଦିନର ବିଲ୍‌ ଏକା ସାଙ୍ଗରେ ଦେବା ଫଳରେ ୟୁନିଟ୍‌ ପିଛା ରେଟ୍‌ ବୃଦ୍ଧି ପାଉଛି। ଯାହା ପଇଠ କରିବା କଷ୍ଟକର ହୋଇପଡୁଛି। ଏହାକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଉଛି। ଅନ୍ୟପକ୍ଷରେ ତଦନ୍ତ କରି ପଦକ୍ଷେପ ନେବେ ବୋଲି ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ଚିତ୍ତରଞ୍ଜନ ମିସ୍ତ୍ରୀ କହିଛନ୍ତି।


All Right Reserved By Dharitri.Com

ନିମ୍ନମାନର ମଧ୍ୟାହ୍ନଭୋଜନ: ଖାଉନାହାନ୍ତି ଛାତ୍ରୀ

କବିସୂର୍ଯ୍ୟନଗର,୧୧ା୯- କବିସୂର୍ଯ୍ୟନଗର ବାଳିକା ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସରକାର ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇଦେଉଥିବାବେଳେ ଏଠାରେ ଛାତ୍ରୀମାନେ ଘରୁ ଆଣି...

ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ରାୟଗଡା ଅଫିସ, ୮।୧୦-ଜେକେ କାଗଜ କାଳ ପକ୍ଷରୁ ଦୁର୍ଗାପୂଜା ପାଳନ କରାଯାଉଛି। ଦଶମୀରେ ମା’ଙ୍କ ଦର୍ଶନ କରିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ୫ଜଣ...

ଧାନ ରୋଇଲେ ଜିଲାପାଳ

ଛତ୍ରପୁର,୩୦ା୭(ଡି.ଏନ.ଏ.): ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ପୂର୍ବାହ୍ନରେ ଖଲ୍ଲିକୋଟ ବ୍ଲକ ମଥୁରା ପଞ୍ଚାୟତ ଅଧିନ ଭରସା ଗଁାରେ ଥିବା ଜମିରେ ଧାନ ଗଛ...

ଚିକିତ୍ସାରେ ଅର୍ଥ ସାଜିଛି ବାଧକ: ସରକାରୀ ସହାୟତା ଅପେକ୍ଷାରେ ହରିହର

ଖଣ୍ଡପଡ଼ା,୨୪।୧୦(ସ୍ବ.ପ୍ର.): ଅର୍ଥ ଅଭାବରୁ ଆବଶ୍ୟକ ଚିକିତ୍ସା ପାଇପାରୁ ନାହାନ୍ତି। ଘରେ ରୋଗଶଯ୍ୟାରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଏପରିସ୍ଥଳେ ସରକାରୀ ସହାୟତାକୁ ଆଶାକରି ରହିଛନ୍ତି ନୟାଗଡ...

ଘରଭଡ଼ା, ମେଡିକାଲ ଆଲାଉନ୍ସ ଟଙ୍କା ଆତ୍ମସାତ୍‌ ଅଭିଯୋଗ:  ସରକାରୀ କ୍ୱାର୍ଟର୍ସରେ ରହି କର୍ମଚାରୀ ନେଉଛନ୍ତି ଭଡ଼ା

ବ୍ରହ୍ମପୁର ଅଫିସ,୨୪ା୧୦-ବ୍ରହ୍ମପୁର ମହାନଗର ନିଗମରେ ଲକ୍ଷ ଲକ୍ଷ ଟଙ୍କା ଆମତ୍ସାତ ଅଭିଯୋଗ ହୋଇଛି । ବୁଧବାର ବିଜିପୁର ସନ୍ତୋଷୀ ମା’ମନ୍ଦିର କଲ୍ୟାଣ ମଣ୍ଡପରେ ଆୟୋଜିତ ଖବରଦାତା...

ସରକାରୀ ସ୍କୁଲ ବନ୍ଦକୁ ବିରୋଧ

ବ୍ରହ୍ମପୁର ଅଫିସ୍‌,୧୮ା୬-କମ୍‌ ଉପସ୍ଥାନ ଦର୍ଶାଇ ଗଞ୍ଜାମ ଜିଲାର ୪୭ ସରକାରୀ ସ୍କୁଲକୁ ଚଳିତ ବର୍ଷ ବନ୍ଦ କରିବାକୁ ନିର୍ଦ୍ଦେଶ ହୋଇଛି । ଏହାକୁ ମାନବ ଅଧିକାର...

ଲୋକଙ୍କ ସମସ୍ୟା ବୁଝିବାକୁ ୯ କି.ମି. ଚାଲିଲେ ବିଡିଓ

ଦଶପଲ୍ଲା,୨୨ା୧୦(ଡି.ଏନ.ଏ.): ରାଜ୍ୟ ସରକାର ଚଳିତମାସ ୨ ତାରିଖରୁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ୫-ଟି ଆଧାରରେ ରାଜନେତାଠାରୁ ଆରମ୍ଭ କରି ଉଚ୍ଚ ପଦାଧିକାରୀଙ୍କ ପର୍ଯ୍ୟନ୍ତ...

ଦିବ୍ୟାଙ୍ଗ, ବୟୋଜ୍ୟେଷ୍ଠଙ୍କୁ ସହାୟତା

ବାଲେଶ୍ୱର ଅଫିସ, ୩୦।୪-ଚଳିତ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଦିବ୍ୟାଙ୍ଗ ଓ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ମତଦାନରେ ଛାତ୍ର ସ୍ବେଚ୍ଛାସେବୀମାନେ ସହାୟତା କରିଛନ୍ତି। ପ୍ରତ୍ୟେକ ବୁଥ୍‌ରେ ୨ଜଣ ଛାତ୍ର...

Leave a comment

Your email address will not be published. Required fields are marked *