ଶ୍ରୀମନ୍ଦିର ସୂଚନା କେନ୍ଦ୍ର ହେବ ଯାତ୍ରୀ ସହାୟତା କେନ୍ଦ୍ର

ପୁରୀ ଅଫିସ, ୩୧ା୭: ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତିଦିନ ଶ୍ରୀମନ୍ଦିରକୁ ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି। ତେବେ ଶ୍ରୀମନ୍ଦିର ସମେତ ପୁରୀ ସହରର ଆଖପାଖ ଏବଂ ଜିଲାର ଅନ୍ୟ କେତେକ ଦର୍ଶନୀୟସ୍ଥଳ ସମ୍ପର୍କରେ ଜାଣିବାକୁ ଚାହିଁଥାନ୍ତି। ସେମାନେ ଘରୋଇ ଟୁର୍‌ ଅପରେଟର କିମ୍ବା ଅନ୍ୟ ଲୋକଙ୍କ ସହଯୋଗ ନେଉଥିବାବେଳେ ଏଥିପାଇଁ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି। ତେଣୁ ପୁରୀକୁ ଆସୁଥିବା ଦର୍ଶନାର୍ଥୀମାନେ କିପରି ଶୃଙ୍ଖଳିତ ଭାବେ ଠାକୁରଙ୍କୁ ଦର୍ଶନ କରି ଭଲ ଅନୁଭୂତି ସାଉଣ୍ଟି ଫେରିବେ ତା’ ଉପରେ ଗୁରୁତ୍ୱ ଦେଇଛି ଜିଲା ପ୍ରଶାସନ। ଏଥିପାଇଁ ଭିଜିଟର୍ସ ଫେସିଲିଟେଶନ ସେଣ୍ଟର ବା ଯାତ୍ରୀ ସହାୟତା କେନ୍ଦ୍ର ଖାଲିବାକୁ ନିଷ୍ପତ୍ତି ନେଇଛି। ଏହି କେନ୍ଦ୍ରର ସହାୟକମାନେ ଶ୍ରୀମନ୍ଦିର ସମେତ ଅନ୍ୟ ସ୍ଥାନର ମହତ୍ତ୍ୱ ଏବଂ ସେଠାକୁ ବୁଲିଯିବା ସମ୍ପର୍କରେ ଯାତ୍ରୀମାନଙ୍କୁ ସୂଚନା ଦେଇପାରିବେ। ଘରୋଇ ଅନୁଷ୍ଠାନକୁ ଏହାର ପରିଚାଳନା ଦାୟିତ୍ୱ ଦେବାକୁ ଆଲୋଚନା ହୋଇଥିବା ବେଳେ ୨୪ ଘଣ୍ଟିଆ ସେବା ମିଳିବ। ପ୍ରଶାସନ ପକ୍ଷରୁ ନିଯୁକ୍ତ ଜଣେ ଅଧିକାରୀ ଏହାର ତଦାରଖ କରିବେ। ତେବେ ଦୀର୍ଘବର୍ଷ ହେଲା ଶ୍ରୀମନ୍ଦିରକୁ ଆସୁଥିବା ଯାତ୍ରୀଙ୍କୁ ସେବା ଦେଉଥିବା ଯାତ୍ରୀ ପଣ୍ଡା ଏବଂ ଧୂଳିଆ ଚିନ୍ତିତ ହୋଇପଡିଛନ୍ତି। ସେମାନେ ଯାତ୍ରୀଙ୍କୁ ଶ୍ରୀମନ୍ଦିର ଓ ଅନ୍ୟ ଦର୍ଶନୀୟ ସ୍ଥାନ ବୁଲାଇ ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ହେଲେ ପ୍ରଶାସନର ଏହି ନିଷ୍ପତ୍ତିକୁ ନେଇ ସେମାନଙ୍କ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ସେବାୟତ ଏହାକୁ ବିରୋଧ କରିଛନ୍ତି।
ଜିଲା ପ୍ରଶାସନ ପକ୍ଷରୁ ଏ ନେଇ ହୋଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଚାରିଧାମ ମଧ୍ୟରୁ ପୁରୀ ଅନ୍ୟତମ। ଏହା ହିନ୍ଦୁ ଭକ୍ତମାନଙ୍କର ଏହି ପବିତ୍ର ସ୍ଥଳ। ପ୍ରତ୍ୟହ ମହାପ୍ରଭୁଙ୍କୁ ଦର୍ଶନ କରିବା ଲାଗି ଶ୍ରୀମନ୍ଦିରକୁ ୩୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଆସିଥାନ୍ତି। ଶ୍ରୀମନ୍ଦିର ବ୍ୟତୀତ ଏହାର ଆଖପାଖରେ ପୁରୀ ବେଳାଭୂମି, କୋଣାର୍କ ମନ୍ଦିର, ଚିଲିକା ହ୍ରଦ ଏବଂ ଐତିହ୍ୟ ଗଁା ରଘୁରାଜପୁର ପ୍ରଭୃତି ପ୍ରମୁଖ ଦର୍ଶନୀୟ ସ୍ଥାନ ରହିଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିସାରିବା ପରେ ଯାତ୍ରୀମାନେ ଏହିସବୁ ସ୍ଥାନକୁ ବୁଲି ଯାଇଥାନ୍ତି। ଯାତ୍ରୀମାନେ ଘରୋଇ ଟୁର୍‌ ଅପରେଟର କିମ୍ବା ସ୍ଥାନୀୟ ଲୋକଙ୍କଠାରୁ ଶ୍ରୀମନ୍ଦିର ଏବଂ ଅନ୍ୟ ଦର୍ଶନୀୟ ସ୍ଥାନକୁ ଯିବା ଲାଗି ସବିଶେଷ ବୁଝିଥାନ୍ତି। ତେଣୁ ଏହି ଯାତ୍ରୀମାନଙ୍କୁ ସବୁ ପ୍ରକାର ସହଯୋଗ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ଯାତ୍ରୀ ସହାୟତା କେନ୍ଦ୍ରର ପରିକଳ୍ପନା କରାଯାଇଛି। କେନ୍ଦ୍ରରେ ଯେ କେହି ପହଞ୍ଚତ୍ ସହାୟତା ପାଇପାରିବେ। ସ୍ଥାନଗୁଡ଼ିକ ସମ୍ପର୍କର ସୂଚନା, ଏହାର ମହତ୍ତ୍ବ, ନିକଟସ୍ଥ ଦର୍ଶନୀୟ ସ୍ଥାନ କ’ଣ, ବୁଲିବା, ରହଣି ନିମନ୍ତେ ସୁବିଧା, ମନ୍ଦିରର ଦର୍ଶନ ବ୍ୟବସ୍ଥା ଆଦି ସହଜରେ ଜାଣିହେବ। ଏଥିଲାଗି ଶ୍ରୀମନ୍ଦିର ସୂଚନା କେନ୍ଦ୍ରକୁ ଯାତ୍ରୀ ସହାୟତା କେନ୍ଦ୍ର କରିବା ଲାଗି ଯୋଜନା ହୋଇଛି। ଏହାକୁ କାର୍ଯ୍ୟକାରୀ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ଆଶାୟୀ ଏଜେନ୍ସିଙ୍କଠାରୁ ଦରଖାସ୍ତ ଆହ୍ବାନ କରାଯାଇଥିଲା। ଏହି ନିଷ୍ପତ୍ତିକୁ ପରିଚାଳନା କମିଟି ସଦସ୍ୟ ତଥା ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସମହାପାତ୍ର ବିରୋଧ କରିଛନ୍ତି। ସେ କହିଛନ୍ତି, ଏ ନେଇ ପରିଚାଳନା କମିଟିରେ କୌଣସି ପ୍ରକାର ଆଲୋଚନା କରାଯାଇ ନାହିଁ। ଶ୍ରୀମନ୍ଦିର କୌଣସି ଦର୍ଶନୀୟ ସ୍ଥାନ ନୁହେଁ। ଏହାର ସ୍ବତନ୍ତ୍ର ପରମ୍ପରା, ଐତିହ୍ୟ ଓ ସେବାପୂଜା ରହିଛି। ଦର୍ଶନ ବ୍ୟବସ୍ଥା ମଧ୍ୟରେ କୌଳିକ ପଣ୍ଡାମାନେ କାହିଁ କେବେଠାରୁ ଯାତ୍ରୀ ପରିଚର୍ଯ୍ୟା କରିଆସୁଛନ୍ତି ଏବଂ ଆଗକୁ ମଧ୍ୟ କରିବେ। ଜିଲା ପ୍ରଶାସନ ଯଦି ଏଥିରେ ହସ୍ତକ୍ଷେପ କରେ ତା’ହେଲେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ। ଏ ସମ୍ପର୍କରେ ଜିଲାପାଳ ବଲୱନ୍ତ ସିଂ କହିଛନ୍ତି, ବର୍ତ୍ତମାନ ଯେଉଁ ସୂଚନା କେନ୍ଦ୍ର ରହିଛି ତାକୁ ଆହୁରି ସୁଦୃଢ କରିବାକୁ ପଡିବ। ଏହି କେନ୍ଦ୍ରରେ ଆହୁରି ୩/୪ ଜଣଙ୍କୁ ନିଯୁକ୍ତି ପାଇଁ ବିଜ୍ଞାପନ କରାଯାଇଛି ବୋଲି କହିଥିଲେ।


All Right Reserved By Dharitri.Com

ଛତ୍ରପୁର ହସ୍ପିଟାଲରେ ରାଜ୍ୟସ୍ତରୀୟ ସ୍ବାସ୍ଥ୍ୟ ମନିଟରିଂ ଟିମ୍‌

ଛତ୍ରପୁର,୨୬ା୪(ଡି.ଏନ.ଏ.)- ଗଞ୍ଜାମ ଜିଲା ହେଡକ୍ୱାର୍ଟରରେ ଥିବା ଛତ୍ରପୁର ହସ୍ପିଟାଲକୁ ୨୦୧୮-୧୯ରେ କାୟାକଳ୍ପ ପ୍ରଶଂସନୀୟ ପୁରସ୍କାର ମିଳିଥିଲା। ଏହି ପୁରସ୍କାର ପରେ ଭାରତ ସରକାରଙ୍କଠାରୁ ନ୍ୟାଶନାଲ କ୍ୱାଲିଟି...

ଜୀବନ ସମ୍ପର୍କ କାର୍ଯ୍ୟକ୍ରମର ଶୁଭାରମ୍ଭ: ଯୋଗଦେଲେ ସୁନାବେଡାର ଆଦିବାସୀ

ନୂଆପଡା ଅଫିସ,୧୦ା୮ ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟରେ ସଭାଗୃହରେ ଜିଲାପାଳ ମଧୁସ୍ମିତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଦିବାସୀ ଜନଜାତି ଚକୋଟିଆ ଭୁଞ୍ଜିଆଙ୍କ ଉନ୍ନତି ସକାଶେ ଜୀବନ...

ରାଜ୍ୟରେ ନବୀନଙ୍କ ଉପଯୁକ୍ତ ବିକଳ୍ପ ସୃଷ୍ଟି ହୋଇନାହାନ୍ତି: ମହମ୍ମଦ ମୋକିମ

ଦେଶରେ ମୋଦି ଓ ରାଜ୍ୟରେ ନବୀନଙ୍କ ପ୍ରଚଣ୍ଡ ହାୱା। ୨୦୧୯ ସାଧାରଣ ନିର୍ବାଚନରେ କେନ୍ଦ୍ରରେ ମୋଦିଙ୍କ ନେତୃତ୍ୱାଧୀନ ଭାଜପା ଦ୍ୱିତୀୟ ଥର କ୍ଷମତାସୀନ ହୋଇଥିବାବେଳେ ରାଜ୍ୟରେ...

ଟ୍ରାକ୍ଟର ଚକାତଳେ ଶ୍ରମିକଙ୍କ ଜୀବନଗଲା

ଦାରିଙ୍ଗବାଡ଼ି,୨୮।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ବାଡ଼ାବାଙ୍ଗା ପଞ୍ଚାୟତ ରାଜେନପାଙ୍ଗା ଗ୍ରାମ ନିକଟରେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ...

ବଡ଼ଭାଇ କୁରାଢ଼ି ଚୋଟରେ ସାନଭାଇ ମୃତ

ପୋଲସରା,୨୯ା୧୧- ଗଞ୍ଜାମ ଜିଲା ପୋଲସରା ବ୍ଲକ ବେଲଙ୍ଗା ପଞ୍ଚାୟତ ମନଶିଳା ଗ୍ରାମର ପଣ୍ଡିତ ନାହାକଙ୍କ ମବଡ଼ପୁଅ କେଶବ ତାଙ୍କ ସାନ ଭାଇ କୁନାଙ୍କୁ ଗୁରୁବାର ସକାଳେ...

ଦୁର୍ଘଟଣା ପରେ ଡ଼ମ୍ପର ଚାଳକଙ୍କୁ ମାଡ଼ ମାରିବା ଘଟଣା : ୭ ଗ୍ରାମବାସୀଙ୍କୁ ଗିରଫ କଲା ପୋଲିସ

ରାଇରଙ୍ଗପୁର,୨୯ା୮(ଡି.ଏନ୍‌.ଏ)- ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅଞ୍ଚଳରେ ମଙ୍ଗଳବାର ଘଟିଥିବା ଏକ ଦୁର୍ଘଟଣାକୁ ନେଇ ଡମ୍ଫର ଚାଳକ ବିଶ୍ୱନାଥ ହଁାସଦାଙ୍କୁ ମାଡ଼ ମାରିବା ଓ ଲୁହାଖଣି...

ପୋଲିସ ହେପାଜତରୁ କଏଦୀ ଚମ୍ପଟ

ହିନ୍ଦୋଳ, ୭।୮(ଡି.ଏନ.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ କୋର୍ଟ ପରିସରରୁ ବୁଧବାର ଜଣେ ବିଚାରାଧୀନ କଏଦୀ ପୋଲିସ ସୁରକ୍ଷା ବଳୟ ଭାଙ୍ଗି ଚମ୍ପଟ ମାରିଛନ୍ତି। ସେ ହେଲେ...

ନାବାଳିକା ବଳାତ୍କାର ଘଟଣା: ମାମୁଙ୍କୁ ମାଡ଼,୩ ଗିରଫ

ଅନୁଗୋଳ ଅଫିସ, ୫।୮: ଅନୁଗୋଳ ସହର ବସ୍‌ଷ୍ଟାଣ୍ଡ ନିକଟରେ ଗତ ୨୧ ତାରିଖରେ ବଳାତ୍କାର ଶିକାର ହୋଇଥିବା ୮ ବର୍ଷୀୟା ନାବାଳିକାଙ୍କ ସମ୍ପର୍କୀୟଙ୍କୁ ମାଡ଼ ମାରିବା ଅଭିଯୋଗରେ...

Leave a comment

Your email address will not be published. Required fields are marked *