ତୃପ୍ତି ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣା : ପ୍ରତିବାଦରେ ଟାୟାର ଜାଳି ରାସ୍ତା ଅବରୋଧ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର,୩୧।୭(ବ୍ୟୁରୋ): ରସୁଲଗୁଡ଼ସ୍ଥିତ ତୃପ୍ତି ହୋଟେଲ ମାଲିକ ବୁଲୁ ସାମନ୍ତରାୟଙ୍କୁ ମଙ୍ଗଳବାର ରାତିରେ ଆକ୍ରମଣ କରି ସୁନାଚେନ୍‌, ବ୍ରେସଲେଟ୍‌ ଓ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ। ଏହାର ପ୍ରତିବାଦ ସହ ଅଭିଯୁକ୍ତଙ୍କ ଗିରଫ ଦାବିରେ ବୁଧବାର ପୂର୍ବାହ୍ନରେ ସ୍ଥାନୀୟ ବାସିନ୍ଦା ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଫଳରେ ଭୁବନେଶ୍ୱର-କଟକ, ଭୁବନେଶ୍ୱର ପୁରୀ ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଉଭୟପଟୁ ଆସୁଥିବା ଶତାଧିକ ଗାଡ଼ିମୋଟର ଦୀର୍ଘ ସମୟ ଧରି ଅଟକି ରହିଛି।

ସୂଚନାଯୋଗ୍ୟ, ତୃପ୍ତି ହୋଟେଲ ମାଲିକ ବୁଲୁ ରାତି ପ୍ରାୟ ସାଢ଼େ ୧୨ଟାରେ ହୋଟେଲ ବନ୍ଦ କରି ପାଲାମଣ୍ଡପ ନିକଟସ୍ଥ ଘରକୁ ଫେରୁଥିଲେ। ଘରଠାରୁ ଅଳ୍ପ ଦୂରରେ ଏକ ପଲସର ବାଇକରେ ୩ ଜଣ ଦୁର୍ବୃତ୍ତ ମୁହଁରେ କଳାକପଡ଼ା ବାନ୍ଧି ଆଙ୍କ ଆଗରେ ଅଟକି ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବନ୍ଧୁକ ବାହାର କରି ବୁଲୁଙ୍କୁ ଦେଖାଇଥିଲେ। ଏହି ସମୟରେ ବୁଲୁ ବାଇକ୍‌ ଛାଡ଼ି ଦୌଡ଼ିବାରୁ ମାରଣାସ୍ତ୍ରରେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଏଥିରେ ତାଙ୍କ ବେକ, ହାତ, ପେଟ ଓ ଜଙ୍ଘରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।


All Right Reserved By Dharitri.Com

ଅନନ୍ତନାଗରେ ଓଡ଼ିଆ ଯବାନ ଶହୀଦ ଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର,୧୯।୬(ବ୍ୟୁରୋ): ଜମ୍ମୁ କଶ୍ମୀରର ଅନନ୍ତନାଗରେ ଓଡ଼ିଆ ଯବାନ ଅଜିତ ସାହୁ ଶହୀଦ ହେବା ଘଟଣାରେ ଗଭୀର ଶୋକପ୍ରକାଶ କରିଛନ୍ତିମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ନିନ୍ଦା...

ପୌରାଞ୍ଚଳରେ କରୋନା ମୁକାବିଲା: ରାଜ୍ୟ ସରକାରଙ୍କ ପକ୍ଷରୁ ୨୧ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର,୨୨।୩(ବ୍ୟୁରୋ): ପୌରାଞ୍ଚଳରେ କରୋନା ମୁକାବିଲା ନିମନ୍ତେ ରାଜ୍ୟ ସରକାର ୨୧ କୋଟି ୧୦ଲକ୍ଷ ଚଙ୍କା ମଞ୍ଜୁର କରିଛନ୍ତି। ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ...

ଗତବର୍ଷ ଅପେକ୍ଷା ବଢ଼ିଛି ଧାନ ସଂଗ୍ରହ: ଧାର୍ଯ୍ୟ ଲକ୍ଷ୍ୟର ୭୯% ଧାନ ସଂଗ୍ରହ ସରିଛି

ଭୁବନେଶ୍ୱର,୪।୨(ବ୍ୟୁରୋ): ସାରା ରାଜ୍ୟରେ ଚଳିତ ଖରିଫ୍‌ ଧାନ ସଂଗ୍ରହ କାର୍ଯ୍ୟ ପୂର୍ଣ୍ଣମାତ୍ରାରେ ଚାଲିଛି। ଫେବୃୟାରୀ ୩ ତାରିଖ ସୁଦ୍ଧା ରାଜ୍ୟ ସରକାରଙ୍କ ଦ୍ବାରା ୩୯ ଲକ୍ଷ...

ଧାନ କିଣାରେ ମଧ୍ୟସ୍ଥ ଉଚ୍ଛେଦ

ଭୁବନେଶ୍ୱର,୨୦-୧୧(ବ୍ୟୁରୋ):ପଶ୍ଚିମ ଓଡ଼ିଶାର ୭ଟି ଜିଲାର ୮୫୧ ପ୍ୟାଡି ପ୍ରୋକ୍ୟୁରମେଣ୍ଟ ସେଣ୍ଟର(ପିପିସି) ମଧ୍ୟରୁ ୩୪୭ଟି କେନ୍ଦ୍ରରୁ ଧାନ କ୍ରୟ ପାଇଁ ଟୋକନ୍‌ ଦିଆଯାଇସାରିଛି। ଏହିପରି ଭାବେ ଚଳିତ...

ରାଜ୍ୟ ସରକାର ସିଏଏକୁ ସମର୍ଥନ କରୁଛନ୍ତି, ଏନ୍‌ଆର୍‌ସିକୁ ନୁହେଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ସାରା ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧୀ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଥିବା ବେଳେ ପ୍ରଥମ ଥର ପାଇଁ ଏନେଇ ପ୍ରତିକ୍ରିୟା ରଖିଛନ୍ତି...

ପୁଣି ୪ କରୋନା ପଜିଟିଭ: ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ହେଲା ୫୪

ଭୁବନେଶ୍ୱର,୧୨।୪: (ବ୍ୟୁରୋ)- ରାଜ୍ୟରେ ପୁଣି ୪କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଁଚିଛି।ଶନିବାର ୪ଜଣଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା...

ଅଧ୍ୟାପିକାଙ୍କୁ ବଞ୍ଚାଇଦେଲେ ଆର୍‌ପିଏଫ୍‌ କନ୍‌ଷ୍ଟେବଳ: ଖସି ପଡି ଟ୍ରେନ ତଳକୁ ଯିବା ପୂର୍ବରୁ ଉଦ୍ଧାର କଲେ ସୁବ୍ରତ

ଭୁବନେଶ୍ୱର,୧୬ା୨(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେଶନରେ ଜଣେ ଅଧ୍ୟାପିକା ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଟ୍ରେନ୍‌ ତଳକୁ ଖସିଯିବାବେଳେ ଦେବଦୂତ ସାଜି ତାଙ୍କ ଜୀବନ ବଞ୍ଚାଇଛନ୍ତି ଜଣେ ଆର୍‌ପିଏଫ୍‌...

ଶିକ୍ଷାର ଉନ୍ନତି ପାଇଁ ଭାରତକୁ ସହଯୋଗ କରିବ ଚାଇନା

ଭୁବନେଶ୍ୱର, ୨୩।୭(ବ୍ୟୁରୋ): ଚାଇନାର କନସୁଲ୍‌ ଜେନେରାଲ୍‌ ଝା ଲିଉ ଓ ତାଙ୍କର ପତ୍ନୀ ଝେଙ୍ଗ ହୁଇକୁନ୍‌ ସୋମବାର ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ ପରିଦର୍ଶନ କରିଛନ୍ତି। ସାଇ...

Leave a comment

Your email address will not be published. Required fields are marked *