ଫନୀରେ କ୍ଷତିଗ୍ରସ୍ତ ବିଦ୍ୟାଳୟର ମରାମତି: କେନ୍ଦ୍ରକୁ ୯୬ କୋଟି ଟଙ୍କା ସହାୟତା ମାଗିଲା ରାଜ୍ୟ

ଭୁବନେଶ୍ୱର, ୩୧ା୭(ବ୍ୟୁରୋ):  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ ଶାସ୍ତ୍ରୀ ଭବନଠାରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ୍‌ଙ୍କ ସହ ମାଧ୍ୟମିକ ଶିକ୍ଷା ସମ୍ବନ୍ଧ ନେଇ ବ୍ୟାପକ ଆଲୋଚନା କରିଛନ୍ତି। ବାତ୍ୟା ଫନୀରେ କ୍ଷତିଗ୍ରସ୍ତ ହୋଇଥିବା ବିଦ୍ୟାଳୟଗୁଡ଼ିକର ମରାମତି ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ୯୬ କୋଟି ଟଙ୍କା ସହାୟତା ପ୍ରଦାନ ନିମନ୍ତେ ମନ୍ତ୍ରୀ ଦାଶ ଅନୁରୋଧ କରିଛନ୍ତି। ଏତଦ୍‌ବ୍ୟତୀତ ମନ୍ତ୍ରୀ ଦାଶ ସର୍ବଭାରତୀୟ ସ୍ତରରେ ଏକକ ଓଟିଇଟି ପରୀକ୍ଷା ପ୍ରଚଳନ କରିବା, ମଧ୍ୟାହ୍ନଭୋଜନରେ ବୃଦ୍ଧି କରାଯାଇଥିବା ପାରିଶ୍ରମିକ ବାବଦରେ ମୁଣ୍ଡପିଛା ପ୍ରତି ପାଚିକା ସହାୟକଙ୍କୁ ୬୦୦ ଟଙ୍କା ଅଧିକ ପ୍ରଦାନ କରିବାକୁ ଦାବି ଜଣାଇଥିଲେ। ପ୍ରାଥମିକ ଶିକ୍ଷକମାନଙ୍କର ଆବଶ୍ୟକ ଯୋଗ୍ୟତା ପାଇଁ ଅବଧି ସୀମାକୁ ୨୦୨୦ ମାର୍ଚ୍ଚ ୩୧ ତାରିଖକୁ ବୃଦ୍ଧି କରିବାକୁ ଦାବି ଉପସ୍ଥାପନ କରିଛନ୍ତିି।
ଭାରତ ସରକାରଙ୍କ ଦ୍ବାରା ଧାର୍ଯ୍ୟ କରାଯାଇଥିବା ନୂତନ ଶିକ୍ଷାନୀତି-୨୦୧୯ ଉପରେ ବିଭିନ୍ନ ଅନୁଷ୍ଠାନର ପ୍ରତିକ୍ରିୟା ସଂଗ୍ରହ ପାଇଁ ଥିବା ଅବଧିକୁ ବୃଦ୍ଧିକରିବା ନିମନ୍ତେ ମଧ୍ୟ ଅନୁରୋଧ କରିଛନ୍ତି। କେନ୍ଦ୍ରୀୟ ଶିକ୍ଷକ ଶିକ୍ଷା ଓ ସମଗ୍ର ଶିକ୍ଷା ଯୋଜନାରେ କେନ୍ଦ୍ର ସରକାରଙ୍କ ଅଂଶଧନ ବାବଦକୁ ୨୨୯୧.୫୩ ଲକ୍ଷ ଅନୁଦାନ ଦେବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି। ଓଡ଼ିଶା ସ୍କୁଲ ଏଜୁକେଶନ୍‌ ପ୍ରୋଗ୍ରାମ ଅଥରିଟି ଅନ୍ତର୍ଗତ ବିଆର୍‌ସି କୋଅର୍ଡିନେଟର ପାଇଁ ଅତିରିକ୍ତ ଖର୍ଚ୍ଚ ୧୦୬୭. ୭୯ ଲକ୍ଷ ଟଙ୍କା ଦେବାକୁ ମନ୍ତ୍ରୀ ଦାଶ କେନ୍ଦ୍ରମନ୍ତ୍ରୀଙ୍କଠାରେ ଦାବି ଉପସ୍ଥାପନ କରିଛନ୍ତି।


All Right Reserved By

ଜି.ଉଦୟଗିରି ବିଧାୟକଙ୍କ ମନ୍ତବ୍ୟକୁ ଭାଜପାର ବିରୋଧ

ଫୁଲବାଣୀ ଅଫିସ, ୧୩ା୧୦-ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ଏକ ସଭାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ସେ କହୁଛନ୍ତି, ଯେଉଁମାନେ ତାଙ୍କୁ ଭୋଟ...

ପଶ୍ଚିମବଙ୍ଗରେ ଡାକ୍ତରଙ୍କୁ ମାଡ଼ ଘଟଣା :ଏମ୍‌କେସିଜିରେ ଜେଡିଏର କାମ ବନ୍ଦ, ରୋଗୀ ହଇରାଣ

ବ୍ରହ୍ମପୁର ଅଫିସ,୧୮ା୬-ପଶ୍ଚିମବଙ୍ଗର ଜୁନିୟର ଡ଼ାକ୍ତରଙ୍କୁ ଆକ୍ରମଣ ଘଟଣାର ଆନ୍ଦୋଳନ ଏବେ ବ୍ୟାପିବାରେ ଲାଗିଛି। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ମଧ୍ୟ ଜୁନିୟର ଡ଼ାକ୍ତର ଏସୋସିଏଶନ୍‌ (ଜେଡିଏ) ତରଫରୁ...

୧୭ ବର୍ଷରେ ଖର୍ଚ୍ଚ ହେଲାଣି ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା :କାମରେ ଲାଗୁନି ସ୍ଲୁଇସ ଗେଟ୍‌

ନାଉଗାଁ,୨୮ା୭(ସ୍ବ.ପ୍ର.): ଅନିୟମିତ ବର୍ଷା ଯୋଗୁ ଚଳିତବର୍ଷ ନାଉଗାଁ ବ୍ଲକ ଅଞ୍ଚଳରେ ଚାଷ କାର୍ଯ୍ୟ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛି। କେଉଁଠି ତଳି ଘେରା ଫାଟି ଆଁ...

ଶେରଗଡ଼ର ଦେବାଶିଷଙ୍କୁ ରୌପ୍ୟ ପଦକ

ଶେରଗଡ଼,୭ା୧୦(ଡି.ଏନ.ଏ.)- କେରଳରେ ଅନୁଷ୍ଠିତ ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଗଞ୍ଜାମ ଜିଲା ଶେରଗଡ ବ୍ଲକ ଶେରଗଡ଼ ଗ୍ରାମର ଦେବାଶିଷ ମହାନ୍ତି ରୌପ୍ୟ ପଦକ ହାସଲ କରିଛନ୍ତି। ପ୍ରତିଯୋଗିତାରେ...

ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଦାବିପତ୍ର

ବାରିପଦା ଅଫିସ,୫ା୧୦- ମୟୂରଭଞ୍ଜ ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଉପସଭାପତି ଉପତ୍ଳ କୁମାର ଭଦ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଶୁକ୍ରବାର ଜିଲା ଶିକ୍ଷା...

ପଶ୍ଚିମ, ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି: ୧୩ ଜିଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୩।୬(ବ୍ୟୁରୋ): ସୋମବାର ରାଜ୍ୟର ୧୩ଟି ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ...

ମିଠାଦୋକାନ ଉପରକୁ ବୋମାମାଡ଼ ଘଟଣା: ୪୮ ଘଣ୍ଟା ବିତିଲା, ଅଭିଯୁକ୍ତଙ୍କ ପତ୍ତା ପାଉନି ପୋଲିସ

କଟକ ଅଫିସ,୨୭ା୭: ବାଦାମବାଡି ଥାନା ଅନ୍ତର୍ଗତ ଖାନ୍‌ନଗର ଅଞ୍ଚଳରେ ଥିବା ନାଥସାହୁ ମିଠା ଦୋକାନ ଉପରେ ବୁଧବାର ବୋମାମାଡ ହୋଇଥିଲା। ଏହି ଘଟଣାକୁ ୪୮ ଘଣ୍ଟା...

ଲାଠିପଡ଼ା ମଡେଲ ଡିଗ୍ରୀ କଲେଜରେ ଅବ୍ୟବସ୍ଥା: ପ୍ରତିବାଦରେ ଛାତ୍ରମାନଙ୍କ ଧାରଣା

ନୟାଗଡ଼ ଅଫିସ,୨୧ା୯: ନୟାଗଡ଼ ଜିଲା ସଦର ବ୍ଲକ ଲାଠିପଡ଼ାସ୍ଥିତ ଜିଲାର ଏକମାତ୍ର ସରକାରୀ ମଡେଲ ଡିଗ୍ରୀ କଲେଜରେ ଲାଗି ରହିଛି ଅବ୍ୟବସ୍ଥା। ବିଭିନ୍ନ ସମୟରେ ଏ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *