ଏନ୍‌ପିସିଡିସିଏସ୍‌ର ପ୍ରଥମ ଟାସ୍କଫୋର୍ସ ବୈଠକ:  ୨୦୨୧ ସୁଦ୍ଧା ସବୁ ଜିଲାରେ ଆଇସିୟୁ ସେବା

ଭୁବନେଶ୍ୱର, ୩୧ା୭(ବ୍ୟୁରୋ): କର୍କଟ, ମଧୁମେହ, କାର୍ଡିଓ ଭାସ୍କୁଲାର ଏବଂ ହୃଦ୍‌ଘାତର ନିରାକରଣ ଓ ନିୟନ୍ତ୍ରଣ ପାଇଁ କାର୍ଯ୍ୟକାରୀ ହେଉଥିବା ଜାତୀୟ ଯୋଜନା (ଏନ୍‌ପିସିଡିସିଏସ୍‌) ଟାସ୍କଫୋର୍ସର ପ୍ରଥମ ରାଜ୍ୟସ୍ତରୀୟ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଟାସ୍କଫୋର୍ସ ଅଧ୍ୟକ୍ଷ ତଥା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନା ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଥିଲା। ବର୍ତ୍ତମାନ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁ ଅନେକ ଲୋକ କର୍କଟ, ମଧୁମେହ, ହୃଦ୍‌ଘାତ ଭଳି ଅଣସଂକ୍ରମିତ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହାର ନିୟନ୍ତ୍ରଣ, ନିରାକରଣ ଓ ଚିକିତ୍ସା ପାଇଁ ବୈଠକରେ କେତେକ ନିଷ୍ପତ୍ତି ଗ୍ରହଣ କରାଯାଇଛି। ନିଷ୍ପତ୍ତି ଅନୁଯାୟୀ ୨୦୨୦ ମାର୍ଚ୍ଚ ସୁଦ୍ଧା ୧୯ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ସୁବିଧା ଉପଲବ୍ଧ ହେବ ଏବଂ ଅବଶିଷ୍ଟ ୧୧ ଜିଲାରେ ଏହା ୨୦୨୧ ସୁଦ୍ଧା କାର୍ଯ୍ୟକାରୀ ହେବ।
ଚଳିତ ଆର୍ଥତ୍କ ବର୍ଷରେ ବୟସ୍କ ଲୋକଙ୍କ ଚିକିତ୍ସାଲାଗି ଥିବା ୧୦ ଶଯ୍ୟା ବିଶିଷ୍ଟ ଜେରିଆଟିକ ୱାର୍ଡ ୧୩ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସମ୍ପ୍ରସାରିତ ହେବ। ବର୍ତ୍ତମାନ ୮ ଜିଲାରେ ଏହି ସୁବିଧା ଉପଲବ୍ଧ। ଏହି ଜାତୀୟ ଯୋଜନାରେ ବଧିରମାନଙ୍କ ଲାଗି କେବଳ କନ୍ଧମାଳ ଜିଲାରେ ଶବ୍ଦ ନିରୋଧୀ କୋଠରି ଥିବାବେଳେ ଆସନ୍ତା ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ଏହା ୩୦ ଜିଲାକୁ ସମ୍ପ୍ରସାରିତ ହେବ। ସେହିଭଳି ଚଳିତ ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ଏସ୍‌ସିବି ମେଡିକାଲ କଲେଜ ହସ୍ପିଟାଲ ଇଏନ୍‌ଟି ବିଭାଗରେ ଦୁଇଟି ଟେମ୍ପୋରାଲ ବୋନ୍‌ ପରୀକ୍ଷାଗାର ପ୍ରତିଷ୍ଠା କରାଯିବ। ମେଡିକାଲ ଅଫିସର ଓ ଷ୍ଟାଫ୍‌ ନର୍ସମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ସମସ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଡେ’ କେୟାର କେମୋଥେରାପି ସେବା ପ୍ରଦାନ କରାଯିବ। ବର୍ତ୍ତମାନ ଏହା ୨୬ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉପଲବ୍ଧ ରହିଛି। ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ଓ ଝାରସୁଗୁଡା ଜିଲା ମୁଖ୍ୟ ଚିକିତ୍ସାଳୟରେ କର୍କଟରୋଗୀଙ୍କ ଉପଶମ ସେବା ଉପଲବ୍ଧ ହେବ। ପରବର୍ତ୍ତୀ ସମୟରେ ଏହା ସମସ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଖୋଲାଯିବ। ଏଥିପାଇଁ କର୍ମଚାରୀଙ୍କୁ କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରରେ ତାଲିମ ଦିଆଯିବ। ବର୍ତ୍ତମାନ ୧୩ ଜିଲାରେ ତମାଖୁ ମୁକ୍ତି କେନ୍ଦ୍ର କାର୍ଯ୍ୟ କରୁଥିବାବେଳେ ଚଳିତ ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ସମସ୍ତ ଜିଲାକୁ ସମ୍ପ୍ରସାରିତ ହେବ। ଏହି ଟାସ୍କଫୋର୍ସ ବୈଠକରେ ଜାତୀୟ ଗ୍ରାମ୍ୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ମେଡିକାଲ ନିଗମର ଏମ୍‌ଡି ୟାମିନୀ ଷଡ଼ଙ୍ଗୀ, ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ସ୍ବତନ୍ତ୍ର ସଚିବ ଡା. ବି.କେ. ବ୍ରହ୍ମା ଓ ଡା. ହରପ୍ରସାଦ ପଟ୍ଟନାୟକଙ୍କ ସମେତ ବହୁ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ।


All Right Reserved By Dharitri.Com

ନିରଞ୍ଜନ ସେଠୀଙ୍କୁ ଶ୍ରେଷ୍ଠ ପ୍ରଶାସକ ସମ୍ମାନ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଶା ପ୍ରତିଭା ପୂଜା ସଂସଦ ପକ୍ଷରୁ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କୁ...

ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ପ୍ୟାକେଜ: ପନିପରିବା ବିହନ ବଣ୍ଟନ

ପାଟକୁରା,୭।୧୦(ଡିଏନଏ)- ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକର ବେଡାରୀ ଗ୍ରାମ ପଞ୍ଚାୟତରେ ସୋମବାର ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ପ୍ୟାକେଜ ପନିପରିବା ବିହନ ବଣ୍ଟନ କରାଯାଇଛି।...

ସ୍କୁଲ ଓ ଗଣଶିକ୍ଷା ବିଭାଗର ନୂଆ ନିଷ୍ପତ୍ତି: ଇଂରାଜୀ, ଗଣିତ, ବିଜ୍ଞାନକୁ ଗୁରୁତ୍ୱ; ୪୫ ମିନିଟ ପରିବର୍ତ୍ତେ ଏଣିକି ଦେଢ଼ ଘଣ୍ଟା ପଢ଼ାଯିବ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): ଶିକ୍ଷାର ଉନ୍ନତି ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ଏକ ନୂଆ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ସ୍କୁଲରେ...

ନୀଳମାଧବଜୀଉଙ୍କ ଓଢ଼ଣ ଲାଗି ବେଶ

ଖଣ୍ଡପଡା,୩।୧୨(ସ୍ବ.ପ୍ର.)-ସୋମବାର ଓଢଣ ଷଷ୍ଠୀ ତିଥି ଅବସରରେ କଣ୍ଟିଲୋ ଶ୍ରୀନୀଳମାଧବ ଜୀଉଙ୍କ ଓଢଣ ଲାଗି ବେଶ ଆରମ୍ଭ ହୋଇଛି । ମନୁଷ୍ୟ ଶୀତ ଦାଉରୁ ରକ୍ଷାପାଇବା ପାଇଁ...

ମାର୍କଣ୍ଡିର ଦୁଃଖ ଅସମ୍ପୂର୍ଣ୍ଣ ବ୍ରିଜ୍‌

ବ୍ରହ୍ମପୁର ଅଫିସ୍‌,୩୦ା୧୦- ରଙ୍ଗେଇଲୁଣ୍ଡା ବ୍ଲକ ମାର୍କଣ୍ଡି ପଞ୍ଚାୟତର ଦୁଃଖ ପାଲଟିଛି ଅସଂପୂର୍ଣ୍ଣ ବ୍ରିଜ୍‌। ଏହି ବ୍ରିଜ୍‌ର କାମ ସମ୍ପୂର୍ଣ୍ଣ କରିବା ପାଇଁ ଜନପ୍ରତିନିଧି ଠାରୁ ପ୍ରଶାସକ...

ଭତ୍ତା ପାଇଁ ଏପ୍ରିଲରୁ ଆଧାର ଜରୁରୀ

ଭୁବନେଶ୍ୱର,୨ା୧(ବ୍ୟୁରୋ) : ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଶନ ପାଇବାକୁ ଓ ଧାନ ବିକିବା ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯାଇଛି। ଏବେ ଜାତୀୟ ସାମାଜିକ ସହାୟତା...

ତହସିଲ ଆଗରେ ଆଦିବାସୀଙ୍କ ମେଳି

ଜଳେଶ୍ୱର, ୨୨।୧(ସ୍ବ.ପ୍ର.)-ଜଳେଶ୍ୱର ତହସିଲ ଅନ୍ତର୍ଗତ ଆରୁହା ପଞ୍ଚାୟତର ନିମପୁରଠାରେ ସରକାରୀ ସ୍ଥାନକୁ ଜବରଦଖଲ କରି ରହିଥିବା ଆଦିବାସୀମାନେ ସେମାନଙ୍କ ନାମରେ ନାମିତ କରିବା ଲାଗି ଦାବି...

ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ସଚିବ: କର୍ତ୍ତୃପକ୍ଷଙ୍କ ସହ କାର୍ଯ୍ୟର ସମୀକ୍ଷା

ଅନୁଗୋଳ ଅଫିସ, ୧୧।୧୨-ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବ ହରପ୍ରସାଦ ପଟ୍ଟନାୟକ, ନର୍ସିଂ ନିର୍ଦ୍ଦେଶକ ଡାକ୍ତର ସୁଶୀଲ କୁମାର କର ଓ...

Leave a comment

Your email address will not be published. Required fields are marked *