Posted inଜାତୀୟ

‘ନ୍ୟାୟିକ ପଦବୀ ପୂରଣଠାରୁ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ’

ନୂଆଦିଲ୍ଲୀ,୩୧ା୭(ପି.ଟି.) : ସାରା ଦେଶର ନ୍ୟାୟିକ ବ୍ୟବସ୍ଥାରେ ବହୁସଂଖ୍ୟକ ବିଚାରପତି ପଦବୀ ଖାଲି ପଡ଼ିଛି। ସେହି ପଦବୀଗୁଡ଼ିକ ପୂରଣ କରିବାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଦେଶରେ କିଛି ଥାଇ ନ ପାରେ। ୨୪ ହାଇକୋର୍ଟ ଏବଂ ୩୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ସୁପ୍ରିମକୋର୍ଟ ମଙ୍ଗଳବାର ଏହି ଟିପ୍ପଣୀ ଦେଇଛନ୍ତି।
ଅଦାଲତ ଗତବର୍ଷ ଅକ୍ଟୋବର ୨୨ରେ କହିଥିଲେ, ହାଇକୋର୍ଟ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ନିମ୍ନ ଅଦାଲତଗୁଡ଼ିକରେ ୫,୦୦୦ରୁ ଊର୍ଦ୍ଧ୍ୱ ନ୍ୟାୟିକ ଅଧିକାରୀ ପଦବୀ ଖାଲିପଡ଼ିଛି। ଜୁନ୍‌ ୩୦ ସୁଦ୍ଧା କେତେ ପଦବୀ ଖାଲି ଅଛି ବୋଲି ଏହା ପୂର୍ବରୁ ସୁପ୍ରିମକୋର୍ଟ ରିପୋର୍ଟ ମାଗିଥିଲେ। ଏଥିପାଇଁ ୨୯ ରାଜ୍ୟ ଓ ୭ କେନ୍ଦ୍ରଶାସିତ ଅଞ୍ଚଳର ଆଇନ ସଚିବ ଏବଂ ରେଜିଷ୍ଟ୍ରାର୍‌ ଜେନେରାଲମାନେ ମଙ୍ଗଳବାର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ କୋର୍ଟରୁମ୍‌ରେ ହାଜର ହୋଇଥିଲେ। ଖଣ୍ଡପୀଠରେ ସାମିଲ ଥିବା ଜଷ୍ଟିସ୍‌ ଦୀପକ ଗୁପ୍ତା ଓ ଅନିରୁଦ୍ଧ ବୋଷ କହିଥିଲେ, ଦେଶରେ ବିଚାରପତି ନିଯୁକ୍ତିଠାରୁ କିଛି ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଆବଶ୍ୟକ ହେଲେ ଆମେ ସାରା ଦିନ ମାମଲାଗୁଡ଼ିକର ଶୁଣାଣି କରିବୁ। ସେହିପରି ନିର୍ଦ୍ଧାରିତ ସମୟ ପୂର୍ବରୁ କାର୍ଯ୍ୟ ଶେଷ କରିବା ପାଇଁ ପ୍ରଧାନ ବିଚାରପତି କେତେକ ରାଜ୍ୟକୁ କହିଥିଲେ।


All Right Reserved By Dharitri.Com

ପଞ୍ଚକୁଲା ହିଂସା: ହନିପ୍ରୀତଙ୍କୁ ଜାମିନ

ଚଣ୍ଡିଗଡ଼,୬।୧୧: ୨୦୧୭ର ବହୁ ଚର୍ଚ୍ଚିତ ପଞ୍ଚକୁଲା ହିଂସା ମାମଲାରେ ଆତ୍ମଘୋଷିତ ବାବା ଗୁରମିତ ସିଂହଙ୍କ ପୋଷ୍ୟକନ୍ୟା ହନିପ୍ରୀତ ସିଂହଙ୍କୁ ବୁଧବାର ଜାମିନ ମିଳିଛି। ଜାମିନ ମିଳିବାର...

ଏଡ଼ିସି ବ୍ୟାଙ୍କ ମାନହାନି ମାମଲା: ରଣଦୀପ୍‌ ସୁରଜଓ୍ବାଲାଙ୍କୁ ଜାମିନ୍‌

ନୂଆଦିଲ୍ଲୀ,୧୮।୧୨:ଏଡ଼ିସି ବ୍ୟାଙ୍କ ମାନହାନି ମାମଲାରେ କଂଗ୍ରେସ ପ୍ରବକ୍ତା ରଣଦୀପ୍‌ ସୁରଜଓ୍ବାଲାଙ୍କ ଜାମିନ୍‌ ବୁଧବାର ମଞ୍ଜୁର ହୋଇଛି। ୧୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ମେଟ୍ରୋପଲିଟନ୍‌ କୋର୍ଟ...

ସ୍ମାର୍ଟଫୋନ୍‌ ବ୍ୟବହାର ଉପରେ କଟକଣା ଲଗାଇଲା ଭାରତୀୟ ନୌସେନା

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ନୌସେନା ପକ୍ଷରୁ ସ୍ମାର୍ଟଫୋନ୍‌ ବ୍ୟବହାର ଉପରେ କଟକଣା ଲଗାଯାଇଛି। ନୌସେନା ଯବାନ ଏଣିକି ଯୁଦ୍ଧପୋତ ଏବଂ ନାଭାଲ୍‌ ବେସ୍‌ରେ ସ୍ମାର୍ଟଫୋନ୍‌, ସୋସିଆଲ୍‌ ମିଡ଼ିଆ...

ଥରିଲା ଲଦାଖ

ଲଦାଖ,୧୨।୧: ରିକ୍ଟର ସ୍କେଲରେ ୫.୩ ତୀବ୍ରତାର ଏକ ଭୁକମ୍ପ ରବିବାର ଲଦାଖରେ ଅନୁଭୂତ ହୋଇଥିବା ସୂଚନା ମିଳିଛି। ଏହା ସକାଳ ପ୍ରାୟ ୧୦ଟା ୫୪ରେ ଅନୁଭୂତ...

ଆଇପିଏସ୍‌ ରାଜୀବ କୁମାରଙ୍କୁ ଶକ୍ତ ଧକ୍କା

ନୂଆଦିଲ୍ଲୀ,୧୭।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟତର ଥିବା ତଥା କୋଲକତା ପୋଲିସର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କୁ ଶକ୍ତ ଧକ୍କା ଲାଗିଛି। ସାରଦା...

କେମିତି ସମୟ କାଟୁଛନ୍ତି ମୁଫତି, ଅବଦୁଲ୍ଲା

ଶ୍ରୀନଗର,୧୮।୮: ପାଖାପାଖି ୧୨ ଦିନ ହେବ ନଜରବନ୍ଦୀ ଅଛନ୍ତି ଜମ୍ମୁ-କଶ୍ମୀରର ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଓ ମେହେବୁବା ମୁଫତି। ହେଲେ ଏବେ ସେମାନେ...

ଦିଲ୍ଲୀ ଦଙ୍ଗା ନେଇ ବିବାଦୀୟ ମନ୍ତବ୍ୟ: ଇରାନ ରାଷ୍ଟ୍ରଦୂତଙ୍କୁ ସମନ ଜାରି

ନୂଆଦିଲ୍ଲୀ,୩।୩: ଦିଲ୍ଲୀ ଦଙ୍ଗା ନେଇ ଇରାନ ବହିର୍ବ୍ୟାପାର ମନ୍ତ୍ରୀ ଜାଭେଦ୍‌ ଜାରିଫ୍‌ ଟୁଇଟ୍‌ କରି ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ଭାରତ ପକ୍ଷରୁ ଦିଲ୍ଲୀରେ...

୧୦ବର୍ଷ ପୁରୁଣା ମାମଲାର ବିଚାର ଶୀଘ୍ର କରାଯିବ: ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ,୨୦।୧୧: ଦେଶର ବିଭିନ୍ନ କୋର୍ଟରେ ପଡ଼ିରହିଥିବା ମାମଲାଗୁଡ଼ିକର ବିଚାର ଶୀଘ୍ର କରିବାକୁ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ବୁଧବାର ଲୋକସଭାରେ କହିଛନ୍ତି। ୧୦ ବର୍ଷ ଧରି ପଡ଼ିରହିଥିବା...

Leave a comment

Your email address will not be published. Required fields are marked *