ଖଣି ଦୁର୍ଘଟଣା ମୃତକଙ୍କ ପରିବାରକୁ ସହାୟତା ରାଶି ଦେଲେ ରାଜ୍ୟ ସରକାର: ଅଧିକ କ୍ଷତିପୂରଣ ପାଇଁ ଆଲୋଚନା ହେବ

ଅନୁଗୋଳ ଅଫିସ, ୩୧।୭-ଅନୁଗୋଳ ଜିଲା ତାଳଚେରସ୍ଥିତ ଭରତପୁର କୋଇଲା ଖଣି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ ଶ୍ରମିକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷିତ ସହାୟତା ରାଶି ମଙ୍ଗଳବାର ପ୍ରଦାନ କରାଯାଇଛି। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ସୁଶାନ୍ତ ସିଂ ମୃତକଙ୍କ ପରିବାରକୁ ଭେଟି ରାଜ୍ୟ ସରକାରଙ୍କ ପ୍ରଦତ୍ତ ୫ ଲକ୍ଷ ଟଙ୍କା ଲେଖାଏର ଚେକ୍‌ ପ୍ରଦାନ କରିଥିଲେ। ଏଥିସହ ସମ୍ପୃକ୍ତ ପରିବାରଗୁଡ଼ିକୁ କିପରି ଅଧିକ କ୍ଷତିପୂରଣ ପ୍ରଦାନ କରାଯାଇପାରିବ ସେ ନେଇ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ଓ କେନ୍ଦ୍ର ସରକାରଙ୍କ ଅଧିକାରୀମାନଙ୍କ ସହ କଥା ହେବେ ବୋଲି ମନ୍ତ୍ରୀ ସିଂ ପ୍ରତିଶ୍ରୁତି ଦେଇଥିଲେ।
ଏହି ସହାୟତା ପ୍ରଦାନ ପାଇଁ ଆସିଥିବା ମନ୍ତ୍ରୀ ସିଂ ପ୍ରଥମେ ଅନୁଗୋଳ ସର୍କିଟ ହାଉସରେ ପହଞ୍ଚି ସେଠାରେ ଜିଲାପାଳ ମନୋଜ କୁମାର ମହାନ୍ତି, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ସହ ଆଲୋଚନା କରିଥିଲେ। ଏହାପରେ ସେ ମୃତକଙ୍କ ପରିବାର ଲୋକଙ୍କୁ ଭେଟିବାକୁ ତାଳଚେର ଗସ୍ତ କରିଥିଲେ। ମନ୍ତ୍ରୀ ସିଂ ପ୍ରଥମେ କୁକୁଡ଼ାଙ୍ଗ ଗାଁରେ ପହଞ୍ଚି ମୃତ ଶ୍ରମିକ ପିପୁନ ବିଶ୍ୱାଳଙ୍କ ପରିବାରକୁ ଭେଟି ସହାୟତା ରାଶି ପ୍ରଦାନ କରିଥିଲେ। ପରେ ଗୋବରା ଅଞ୍ଚଳର ମୃତ ସୁପରଭାଇଜର ରଶ୍ମିରଞ୍ଜନ ବେହେରା, ଲକେଇପଶିର ମୃତ ସିକ୍ୟୁରିଟି ଗାର୍ଡ ରମେଶ ଦାସ ଓ ପରେ ଶିବରାମପୁରର ମୃତ ପମ୍ପ ଖଲାସୀ ରାଜକିଶୋର ମହାପାତ୍ରଙ୍କ ପରିବାରକୁ ଚେକ୍‌ ପ୍ରଦାନ କରିଥିଲେ। ଏହି ସହାୟତା ରାଶି ପ୍ରଦାନ ସମୟରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଉପସ୍ଥିତ ଥିଲେ। ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ, ତାଳଚେର ଖଣିରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଏକ ଦୁଃଖଦ ଘଟଣା। ମୃତକଙ୍କ ପରିବାର ପାଖକୁ ଯାଇ ଏହି ସହାୟତା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଇଛନ୍ତି। ଏଥିସହ ଅନ୍ୟ ସମସ୍ୟା ସମ୍ପର୍କରେ ବୁଝିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଯେଉଁ ଖଣି, ଫ୍ୟାକ୍ଟ୍ରିରେ ଏପରି ଦୁର୍ଘଟଣା ଘଟୁଛି ତୁରନ୍ତ ତାହାର ସମାଧାନ କରାଯିବା ସହ କ୍ଷତିପୂରଣ ପ୍ରଦାନ କରାଯାଉଛି। ତାଳଚେର ଭରତପୁରରେ ଥିବା ଏମ୍‌ସିଏଲ୍‌ର କୋଇଲା ଖଣି କେନ୍ଦ୍ର ସରକାରଙ୍କ ଅଧୀନରେ ରହିଛି। ତେବେ ଦାୟିତ୍ୱରେ ଥିବା ସମ୍ପୃକ୍ତ ଅଧିକାରୀମାନଙ୍କୁ ଡାକି ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିବା ମନ୍ତ୍ରୀ କହିଛନ୍ତି।


All Right Reserved By Dharitri.Com

ବିନା ହେଲ୍‌ମେଟରେ ଚାଲିବନି ବାଇକ୍

ସଜନାଗଡ଼, ୧।୧(ଡି.ଏନ.ଏ.)-ବିନା ହେଲ୍‌ମେଟରେ ବାଇକ୍‌ ଚାଲିବନି କି ଚୋରି ମଧ୍ୟ ହୋଇପାରିବନି। ଏପରି ଏକ ଅଭିନବ ଉପାୟ ଅବଲମ୍ବନ କରି ନୀଳଗିରି ବଜାରରେ ନନ୍ଦିଘୋଷ ପ୍ରୋଜେକ୍ଟର...

ଘୋଡ଼ାହାଡ଼ ନଦୀଗଣ୍ଡରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଦିଗପହଣ୍ଡି,୩୦।୧୨(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ନୂଆଗଡ଼ ଗ୍ରାମ ନିକଟସ୍ଥ ଘୋଡ଼ାହାଡ଼ ନଦୀଗଣ୍ଡରୁ ସୋମବାର ପୂର୍ବାହ୍ନରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି।...

ଓଏସ୍‌ଆର୍‌ଟିସି ଗ୍ୟାରେଜରେ ଶତାଧିକ ଗହମ ବସ୍ତା: ତାଲା ପକାଇଲେ ଯୋଗାଣ ବିଭାଗ ଅଧିକାରୀ

ଓଡ଼ଗାଁ,୩।୧(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ଅଫିସ ସାମ୍ନାରେ ଥିବା ଓଏସ୍‌ଆର୍‌ଟିସି ଗ୍ୟାରେଜ ନବ ନିର୍ମିତ ଅଫିସ କୋଠରି ଭିତରେ ଶତାଧିକ ଗହମ ବସ୍ତା ଥିବା...

ସ୍ବାମୀ ଆଗରେ ସ୍ତ୍ରୀ ଉପରେ ଚଢ଼ିଗଲା ଟ୍ରକ୍‌

ଗୋପ, ୨୮ା୧୨(ଡିି.ଏନ୍‌.ଏ):ଗୋପ-ବାଲିଘାଇ ରାସ୍ତାର ମଦରଙ୍ଗ ଛକଠାରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀ ଆଗରେ ସ୍ତ୍ରୀ ଉପରେ ଏକ ବାଲିବୋଝେଇ ଟ୍ରକ ଚଢ଼ିଯିବାରୁ ଘଟଣାସ୍ଥଳରେ...

‘ଯବାନମାନେ ହିଁ ପ୍ରକୃତ ସ୍ବାଧୀନତା ସଂଗ୍ରାମୀ’

ନୟାଗଡ଼ ଅଫିସ,୧୫।୮-୧୯୪୭ ମସିହା ଅଗଷ୍ଟ ୧୫। ୭୨ ବର୍ଷ ତଳେ ଏହି ଦିନ ଆମ ଦେଶ ଚାଖିଥିଲା ସ୍ବାଧୀନତାର ସ୍ବାଦ। ଗୁରୁବାର ଦେଶ ପାଳନ କରିବ...

ମଧ୍ୟାହ୍ନଭୋଜନ ଯାଞ୍ଚ କଲେ ବିଧାୟକ

ଛେଣ୍ଡିପଦା,୩।୧୨(ସ୍ବ.ପ୍ର)-ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ମଙ୍ଗଳବାର ଛେଣ୍ଡିପଦା ବ୍ଲକ ବ୍ରାହ୍ମଣବିଲ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନ ଯାଇଥିଲେ। ଏହି ଅବସରରେ ଏକ ନୂତନ ଶ୍ରେଣୀ...

ଇଟାଭାଟି ଶ୍ରମିକ, ମାଲିକ ସଂଘର ବିକ୍ଷୋଭ

ବାଲେଶ୍ୱର ଅଫିସ, ୩୧।୧୨-ବାଲେଶ୍ୱର ଜିଲା ଇଟାଭାଟି ଶ୍ରମିକ ଓ ମାଲିକ ସଂଘ ପକ୍ଷରୁ ସୋମବାର ପୂର୍ବାହ୍ନରେ ୫ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଓ ମାଲିକ ମିଳିତ ଭାବେ...

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀକୁଁ ଦିବ୍ୟାଙ୍ଗକଁର ଗୁହାରି: ରୁଜ୍‌ଗାର ଦିଅ ନଚେତ୍‌ ମରବାକେ ଅନୁମତି ଦିଅ

ଲାଠୋର, ୨୩ା୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ କୁଇବାହାଲ ପଁଚେତ୍‌ ଅଧୀନ ବାଞ୍ଜିପାଲି ଗଁାର ଦିବ୍ୟାଙ୍ଗ ସୁରେନ୍ଦ୍ର ତାଣ୍ଡି। ମୋତେ ରୁଜ୍‌ଗାର ଯୁଗେଇ ଦିଆଯାଉ, ନାଇଁ...

Leave a comment

Your email address will not be published. Required fields are marked *