ବଢୁଛି ଚୋରି: ସାହି ଜଗିବ ଠେଙ୍ଗା

ବନ୍ତଳା,୩୧।୭(ଡି.ଏନ.ଏ.)-ଅନୁଗୋଳ ଜିଲା ବନ୍ତଳା ଥାନା ଅଞ୍ଚଳରେ ଚୋରି ଘଟଣା ବୃଦ୍ଧି ପାଉଛି। ପୋଲିସ ଗ୍ରାମାଞ୍ଚଳବାସଙ୍କ ଧନଜୀବନ ରକ୍ଷା ଉପରେ ଗୁରୁତ୍ୱ ଦେଉ ନ ଥିବାରୁ ଗଁା ଲୋକେ ଏଣିକି ନିଜେ ରାତି ଉଜାଗର ହୋଇ ସାହି ଜଗିବାକୁ ବିଭିନ୍ନ ସ୍ଥାନରେ ବୈଠକ କରି ନଷ୍ପତ୍ତି ନେଉଥିବା ଜଣାପଡ଼ିଛି। ପୋକତୁଙ୍ଗା ରଣେଶ୍ୱର ଛକ ସାହିରେ ମଙ୍ଗଳବାର ଏ ନେଇ ଏକ ସାଧାରଣ ବୈଠକ ବସିଥିଲା। ସାହି ସଭାପତି ପ୍ରଫୁଲ୍ଲ ଦେହୁରୀ, ସମ୍ପାଦକ ପ୍ରସନ୍ନ ପ୍ରଧାନଙ୍କ ନେତୃତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏକ ସପ୍ତାହ ମଧ୍ୟରେ ସାହିର ଚତୁଃପାର୍ଶ୍ୱରେ ଚୋରି ବୃଦ୍ଧି ପାଉଥିବାରୁ ସାହିବାସିନ୍ଦାଙ୍କୁ ସୁରକ୍ଷା ଦେବା ପାଇଁ ଗଁା ଲୋକେ ରାତ୍ର ସମୟରେ ଠେଙ୍ଗା ପାଳି କରିବେ। ରାତି ୧୦ଟାରୁ ଭୋର ୪ ଟା ପର୍ଯ୍ୟନ୍ତ ପ୍ରତିଦିନ ୪ ଜଣ ଲେଖାଏ ଠେଙ୍ଗା ଧରି ସୁରକ୍ଷା ଦେବା ସହିତ ହ୍ବୁସିଲ ବଜାଇବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏଥିସହିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରାଯାଇ ସମାଧାନ କରିବା ସହିତ ଠେଙ୍ଗା ପାଳି ବିଷୟରେ ସ୍ଥାନୀୟ ପୋଲିସକୁ ମଧ୍ୟ ଜଣାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ଜଗବନ୍ଧୁ ଦେହୁରୀ, ରଞ୍ଜିତ ପ୍ରଧାନ, ବସନ୍ତ ସାହୁ, ଗୁହାଳୁ ଦେହୁରୀ, ସୁରେଶ ପ୍ରଧାନ, ବାପୁନ ଦେହୁରୀ, ପ୍ରଶାନ୍ତ ପ୍ରଧାନ, ସରୋଜ ପ୍ରଧାନ, ନଗେଶ ଦେହୁରୀ, ଲମ୍ବୋଦର ଦେହୁରୀ, ବତିଷ୍ଠ ପ୍ରଧାନଙ୍କ ସମେତ ୧୦୦ ପରିବାରର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ।


All Right Reserved By

ଅପହର୍ତ୍ତାଙ୍କ କବଳରୁ ମୁକୁଳିଲେ ଯୁବକ

ବାରିପଦା ଅଫିସ,୧୯ା୯- ମୟୂରଭଞ୍ଜ ଜିଲା ଦେଉଳି ନିକଟରେ ବୁଧବାର ଟାଉନ ପୋଲିସ ଚଢ଼ାଉ କରି ଅପହର୍ତ୍ତାଙ୍କ କବଳରୁ ଜଣେ ଯୁବକଙ୍କୁ ଉଦ୍ଧାର କରିଛି। ଯୁବକ ଜଣକ...

ପୋଷ୍ଟର ଲଗାଇବାକୁ ବିରୋଧ କରିବାରୁ ଆକ୍ରମଣ

ଭଦ୍ରକ ଅଫିସ, ୨୩।୪ – ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲପୁର ଗ୍ରାମରେ ରବିବାର ନିର୍ଦ୍ଦିଷ୍ଟ ଏକ ଦଳର ପୋଷ୍ଟର ଲଗାଇବାକୁ ବିରୋଧ କରିବାରୁ ଏକ...

ଭଦ୍ରକ ହେବ ସ୍ମାର୍ଟସିଟି: ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ

ଭଦ୍ରକ ଅଫିସ, ୨୭।୬- ଭଦ୍ରକ ସହରକୁ ସ୍ମାର୍ଟସିଟି କରାଯିବା ପାଇଁ ନବନିର୍ବାଚିତ ବିଧାୟକ ସଞ୍ଜୀବ ମଲ୍ଲିକ ଭୋଟରଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସହର ସାରା ଅଧିକାଂଶ ରାସ୍ତାକଡ଼...

ଅଗଷ୍ଟରୁ ବଦଳିବ ବ୍ରହ୍ମପୁର ଟ୍ରାଫିକ ବ୍ୟବସ୍ଥାର ଚିତ୍ର : କାର୍ଯ୍ୟକ୍ଷମ ହେବ ଇଣ୍ଟିଗ୍ରେଟେଡ ଟ୍ରାଫିକ ସିଷ୍ଟମ

ବ୍ରହ୍ମପୁର ଅଫିସ,୧୪ା୭-ବ୍ରହ୍ମପୁରରେ ସୁଧୁରିବ ଟ୍ରାଫିକ ବ୍ୟବସ୍ଥା । ଅଗଷ୍ଟରୁ ବଦଳିବ ଏହାର ଚିତ୍ର । ଅଗଷ୍ଟ ଶେଷ ସୁଦ୍ଧା ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଇଣ୍ଟିଗ୍ରେଟେଡ...

ଜି.ଉଦୟଗିରି ବିଧାନସଭାରେ ବିଜେଡିର ବାଜିମାତ: ସାଲୁଗା ପ୍ରଧାନ ୧୧୨୬୧ଭୋଟରେ ବିଜୟୀ

ଜି.ଉଦୟଗିରି, ୨୪।୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ୮୩(ଏସ୍‌ଟି) ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ସାଲୁଗା ପ୍ରଧାନ ବିଜୟୀ ହୋଇଛନ୍ତି। ସାଲୁଗା ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଶ୍ୟାମଘନ...

ହୁକିଂ ତାରରେ ଲାଗି ନାବାଳକଙ୍କ ମୃତ୍ୟୁ: ଘଟଣାସ୍ଥଳରେ ଉତ୍ତେଜନା

ଭଞ୍ଜନଗର,୧୫।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଚୁନାପଲ୍ଲୀଠାରେ ଫସଲ ସୁରକ୍ଷା ପାଇଁ ବିଛା ହୋଇଥିବା ହୁକିଂ ତାରରେ ଲାଗି ରବିବାର ଜଣେ ନାବାଳକଙ୍କ ମୃତ୍ୟୁ...

ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର ପ୍ରସଙ୍ଗ:ବିବାଦୀୟ ହେବାକୁ ଚାହୁଁନି ପ୍ରଶାସନ

ପୁରୀ ଅଫିସ, ୨୩ା୮:ମେଘନାଦ ପାଚେରିକୁ ଲାଗି ରହିଥିବା ସରକାରୀ ଓ ବେସରକାରୀ ନିର୍ମାଣ ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଛି। କେବଳ କେତେକ ମନ୍ଦିର ଓ ମଠକୁ...

ଶଯ୍ୟା ଅଭାବ, ଚଟାଣରେ ରୋଗୀ

କଟକ ଅଫିସ, ୩୧।୮ – କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଏବଂ ହସ୍ପିଟାଲ (ଏସ୍‌ସିବି)ରେ ଦିନକୁ ଦିନ ସମସ୍ୟା ବଢିବାରେ ଲାଗିଛି। ଏହି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *