ଏଇ ଭାରତରେ

କଶ୍ମୀରର ମହମ୍ମଦ ଅଲି ଭଟ୍ଟ ୨୩ ବର୍ଷ ପରେ ନିର୍ଦ୍ଦୋଷରେ ହୋଇ ଜେଲ୍‌ରୁ ମୁକୁଳିବା ପରେ ପରିବାରରେ କୌଣସି ସଦସ୍ୟ ନ ଥିଲେ ତାଙ୍କୁ ସ୍ବାଗତ କରିବାକୁ। ଏମିତି ଏକ ଖବର ଏବେ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି। ଯେତେବେଳେ ସେ ରାଜସ୍ଥାନ ଓ ଦିଲ୍ଲୀ ଜେଲରେ ବନ୍ଦୀ ଥିଲେ ସେତେବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇ ଯାଇଥିଲା। ଭଟ୍ଟଙ୍କ ସମେତ ଅନ୍ୟ ଦୁଇଜଣଙ୍କୁ ୧୯୯୬ରେ କାଠମାଣ୍ଡୁରୁ ପୋଲିସ ଗିରଫ କରିଥିଲା। ଏହା ସହ ରାଜସ୍ଥାନ ପୋଲିସ ଦୌସାରେ ଏକ ବସ୍‌ରେ ହୋଇଥିବା ବିସ୍ଫୋରଣ ମାମଲାରେ ମଧ୍ୟ ଏମାନଙ୍କର ସମ୍ପୃକ୍ତି ଦର୍ଶାଇଥିଲା। ଗୋଟିଏ ପଟେ ଲଜପତ୍‌ ନଗର ବୋମା ବିସ୍ଫୋରଣ ମାମଲାରେ ଏମାନଙ୍କୁ ୨୦୧୨ ନଭେମ୍ବରରେ କୋର୍ଟ ଦୋଷମୁକ୍ତ କରିଥିଲେ। ହେଲେ ରାଜସ୍ଥାନ ବସ୍‌ ବୋମା ବିସ୍ଫୋରଣ ମାମଲାର ବିଚାର ପାଇଁ ସେମାନଙ୍କୁ ପୁଣି ଜେଲ୍‌ରେ ରହିବାକୁ ପଡ଼ିଥିଲା। ଗତ ସପ୍ତାହରେ ଏହାର ଶୁଣାଣି ହେବା ସହ ୩ ଜଣ ଦୋଷମୁକ୍ତ ହୋଇ ମୁକୁଳିଛନ୍ତି। ହେଲେ ଇତିମଧ୍ୟରେ ଭଟ୍ଟ ତାଙ୍କ ପରିବାରର ଗୋଟିଏ ପୁଅ ହୋଇଥିବା ବେଳେ ୨୦୧୨ରେ ମା’ ଓ ୨୦୧୫ରେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଯାଇଛି। ଏବେ ସେ ସମ୍ପୂର୍ଣ୍ଣ ଏକା ବୋଲି କହିବା ସହ ମାତାପିତାଙ୍କ କବର ପାଖରେ ବସି କାନ୍ଦିବା ଛଡ଼ା ତାଙ୍କର ଆଉ କୌଣସି ଉପାୟ ନାହିଁ ବୋଲି କହିଛନ୍ତି।


All Right Reserved By Dharitri.Com

ଖବରଦାତାଙ୍କ ଦୁଃଖ

ଅଲେଖ ଚନ୍ଦ୍ର ମିଶ୍ର ଅଶୀ ଦଶକର କଥା। ସେତେବେଳର କଟକ ଜିଲା ଜଗତ୍‌ସିଂହପୁର ସବ୍‌ଡିଭିଜନ ଅନ୍ତର୍ଗତ ବିରିଡି ବ୍ଲକ୍‌ ଅଞ୍ଚଳରେ ଘଟିଥିଲା ଏକ ବୀଭତ୍ସ, ଲୋମହର୍ଷଣକାରୀ...

ଏଇ ଭାରତରେ

ଲିଙ୍ଗ ଅସମାନତା ମାନସିକତାରୁ ସମାଜରେ କନ୍ୟାଭ୍ରୂଣ ଓ ଶିଶୁ ହତ୍ୟା ବଳବତ୍ତର ରହିଛି। ଏଥିପାଇଁ କଡ଼ା ଆଇନ ପ୍ରଣୟନ କରାଯାଇ ଦଣ୍ଡବିଧାନର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ...

ଭଲ ବିଭକ୍ତ ଖରାପ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ସମୟ ସା ସାତଟା। ପ୍ରାୟ ଦେଢ଼ଘଣ୍ଟା ପୂର୍ବରୁ ସୂର୍ଯ୍ୟ ଡୁବିଗଲେଣି। ରାଜଧାନୀର ଅସ୍ତାଚଳରେ ଉଜ୍ଜ୍ୱଳ ସ୍ବର୍ଣ୍ଣାଭ ଆଲୋକରେ ଉଦ୍ଭାସିତ ହେଲାଣି...

ମୋ ଘର

ଅଲେଖ ଚନ୍ଦ୍ର ମିଶ୍ର ଚାରିକାନ୍ଥ ଓ ଛପର ଦ୍ୱାରା ଆବଦ୍ଧ କ୍ଷେତ୍ର ଗୃହ, ବାସସ୍ଥାନ, ବସାଘର ବା ଭଡ଼ାଘର ହୋଇପାରେ (ହାଉସ)। କିନ୍ତୁ ଘର (ହୋମ୍‌)...

ଏଇ ଭାରତରେ

ଥରେ ଜଣେ ଲୋକପ୍ରିୟ ଚଳଚ୍ଚିତ୍ର ଅଭିନେତା କହିଥିଲେ ‘ଯଦି ତୁମ ପାଖରେ କୌଣସି କାର୍ଯ୍ୟ କରିବାର ଦକ୍ଷତା ରହିଛି ତେବେ ତାହା ତୁମେ ମାଗଣାରେ କର...

ବୌଦ୍ଧତନ୍ତ୍ରରେ ଦାରୁଦିଅଁ

ଡ. ଭାଗ୍ୟଲିପି ମଲ୍ଲ ଜଗନ୍ନାଥ ଦାରୁଦେବତା। କାଠରେ ଗଢ଼ା ତାଙ୍କ ଦେହ। ପୁଣି ବିଶ୍ୱାବସୁ ଶବର ପୂଜିତ ଠାକୁର। ତେଣୁ ପ୍ରଥମତଃ ସେ ବନବାସୀ ମଣିଷଙ୍କ...

ଏଇ ଭାରତରେ

ସଂଶୋଧିତ ମୋଟର ଯାନ ଅଧିନିୟମ ଲାଗୁ ହେବା ପରେ ପ୍ରଶାସନ ଓ ଗାଡି ଚାଳକ ପୂରା ଚଳଚଞ୍ଚଳ ହୋଇପଡିଛନ୍ତି। ତା’ ଭିତରେ ଘଟିଯାଉଛି ଅନେକ ଅଜବ...

ଉତ୍ତରାଧିକାର

ଆକାର ପଟେଲ ୧୯୪୮ ମସିହାରେ ହିନ୍ଦୁ କୋଡ୍‌ ବିଲ୍‌ ଉପସ୍ଥାପନ କରିବା ଅବସରରେ ବି.ଆର୍‌. ଆମ୍ବେଡ଼କର କହିଥିଲେ ଯେ, ଏହି ବିଲ୍‌ ଦ୍ୱାରା ଯେଉଁ ମୌଳିକ...

Leave a comment

Your email address will not be published. Required fields are marked *