ବର୍ଷାରେ ଭୁଶୁଡିଲା ପୋଲ, ଯାତାୟାତ ବାଧାପ୍ରାପ୍ତ: ଯୋଗାଯୋଗରୁ ବିଚ୍ଛିନ୍ନ କଛାରପଡାବାସୀ

ଜୁନାଗଡ,୩୦।୭(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକରେ ଗତ ରବିବାର, ସୋମବାର ୨ ଦିନ ଧରି ଲଗାଣ ବର୍ଷାରେ ଚାରିଆଡେ ଜଳମଗ୍ନ ହୋଇଥିଲା। ଏଥିଯୋଗୁ ନାଳ(ଯୋର), ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲା। ଫଳରେ ଜୁନାଗଡ ବ୍ଲକ ଗୌଡଛେଣ୍ଡିଆ-କଛାରପଡାକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟର ଏକ ନାଳର ପୋଲ ମଙ୍ଗଳବାର ମଧ୍ୟାହ୍ନରେ ହଠାତ ଭୁଷୁଡି ପଡିଥିଲା। ଫଳରେ କଛାରପଡାଠାରୁ ଗୌଡଛେଣ୍ଡିଆକୁ ଯାନବାହନ ଚଳାଚଳ ବନ୍ଦ ରହିଛି। ପଛପଟେ ହାତୀନଦୀ ଓ ଆଗପଟେ ଏହି ନାଳ ଥିବାରୁ ପଡାବାସୀ ଯୋଗାଯୋଗରୁ ବିଚ୍ଛିନ୍ନ ହୋଇଛନ୍ତି। ବର୍ତ୍ତମାନ ଅତି ଜରୁରୀ କାମ ପାଇଁ ବିପଦସଙ୍କୁଳ ଅବସ୍ଥାରେ ପଡାବାସୀ ନାଳରେ ପାର ହୋଇ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦୀର୍ଘଦିନ ହେବ ଏହି ପୋଲ ରକ୍ଷଣାବେକ୍ଷଣ ଅଭାବରୁ ବିପଦସଙ୍କୁଳ ଅବସ୍ଥାରେ ରହିଥିଲା। ଏଠାରେ ଏକ ନୂତନ ପୋଲ ନିର୍ମାଣ କରିବା ପାଇଁ ପଡାବାସୀ ସ୍ଥାନୀୟ ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିବା ପଡାବାସୀ ଅଭିଯୋଗ କରିଛନ୍ତି । କଛାରପଡା-ଗୌଡଛେଣ୍ଡିଆ ଅଢେଇ କି.ମି. ରାସ୍ତାକୁ ଗତ କିଛିଦିନ ତଳେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସାମିଲ କରାଯାଇଛି। ଜୈନିକ ଠିକାଦାର ବର୍ତ୍ତମାନ ରାସ୍ତା କାମ ଆରମ୍ଭ କରି ମାଟି ଓ ମୋରୁମ ପକାଉଛନ୍ତି। ତେବେ ଏହି ପୋଲ ନିର୍ମାଣ ପାଇଁ କୌଣସି ଇଷ୍ଟିମେଣ୍ଟ ନ ଥିବା ଜଣାପଡିଛି। ଏହାକୁ ନେଇ କଛରାପଡାବାସୀ ଏବେ ଚିନ୍ତାରେ ରହିଛନ୍ତି। ଏହି ପଡାରେ ଥିବା ପ୍ରାଥମିକ ବିଦ୍ୟାଳୟ କମ୍‌ ଛାତ୍ରୀଛାତ୍ର ଯୋଗୁ ଗତ କିଛିଦିନ ତଳେ ବନ୍ଦ ହୋଇଯାଇଛି। ଫଳରେ ଏଠାକାର ଛାତ୍ରୀଛାତ୍ର ଅଢେଇ କି.ମି. ଦୂର ଗୌଡଛେଣ୍ଡିଆ ପ୍ରାଥମିକ ବିଦ୍ୟାଳୟକୁ ପଢିବାକୁ ଯାଉଛନ୍ତି। ଏବେ ପୋଲ ଭୁଶୁଡିଯିବାରୁ ଛୋଟ ପିଲାମାନେ କିପରି ନାଳ ପାର ହୋଇ ସ୍କୁଲକୁ ଯିବେ ତାହାକୁ ନେଇ ସ୍ଥାନୀୟ ଅଭିଭାବକ ମଧ୍ୟରେ ଚିନ୍ତାର କାରଣ ପାଲଟିଛି। ଏପଟେ ପୋଲ ଭୁଶୁଡିବା ଖବର ପାଇ ଗୌଡଛେଣ୍ଡିଆ ସରପଞ୍ଚ ମଞ୍ଜୁଳା ହାତୀ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏ ନେଇ ଗ୍ରାମ୍ୟ ଉନ୍ନ ବିଭାଗର କନିଷ୍ଟ ଯନ୍ତ୍ରୀ ଭଗବାନ ଗୌଡଙ୍କୁ ପଚାରିବାରୁ ବୁଧବାର ଘଟଣାସ୍ଥଳ ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି କହିଥିଲେ।


All Right Reserved By Dharitri.Com

ଡମ୍ପର ଧକ୍କାରେ ବ୍ୟକ୍ତିଙ୍କ ଜୀବନଗଲା: କ୍ଷତିପୂରଣ ଦାବିରେ ମୃତଦେହ ରଖି ଗ୍ରାମବାସୀଙ୍କ ଧାରଣା

ରାଜନଗର,୧୨।୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର-ପଟ୍ଟାମୁଣ୍ଡାଇ ବ୍ଲକ ବାଲିପାଟଣା ଗ୍ରାମର ବନମାଳୀ ଓଝାଙ୍କ ବଡ଼ପୁଅ ଶରତ (୪୫)ଙ୍କ ଉପରେ ରବିବାର ପୂର୍ବାହ୍ନରେ ଏକ ଡମ୍ପର ଚଢ଼ିଯିବାରୁ ତାଙ୍କର...

ଆହାର କେନ୍ଦ୍ରରେ ଖାଦ୍ୟ ନିଅଣ୍ଟ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କୁ ଘେରିଲେ ଲୋକେ

ବରଗଡ଼ ଅଫିସ,୧୩।୧୧- ବରଗଡ଼ ସହରର ଆହାର କେନ୍ଦ୍ରରେ ବୁଧବାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୈାହାନ ମଧ୍ୟାହ୍ନ ଭୋଜନ କରିଥିଲେ। ତେବେ ବହୁ...

ଅଧା ବାଟରେ ଶ୍ରୀଜୀଉ

ନୀଳଗିରି, ୧୪।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରିର ପ୍ରସିଦ୍ଧ ବାହୁଡ଼ା ଯାତ୍ରାରେ ଶନିବାର ରଥରେ ବିଜେ ଶ୍ରୀଜୀଉ ଭକ୍ତଙ୍କ ଗହଳରେ ବଡ଼ଦାଣ୍ଡରେ ଆସି ଅଧାବାଟରେ ଅଟକିଛନ୍ତି। ରବିବାର ଯଥା...

୧୯ବର୍ଷ ହେଲା ତଣ୍ଡ ଗଣୁଛନ୍ତି ହିତାଧିକାରୀ

କଟକ ଅଫିସ,୨୭ା୭: ମର୍କତନଗର ସେକ୍ଟର-୧୩ରେ ଜମି କିଣିଥିବା ହିତାଧିକାରୀ ଏବେ ବି ତଣ୍ଡ ଗଣୁଛନ୍ତି। ଜମି କିଣିବାକୁ ଇତିମଧ୍ୟରେ ୧୯ବର୍ଷ ପୂରଣ ହେଲାଣି। ବର୍ଗଫୁଟ ୫୦ପଇସା...

ରାଜ୍ୟରେ ବଢ଼ିଚାଲିଛି ମହିଳା ବିରୋଧୀ ହିଂସା, କେବେ ପ୍ରତିଷ୍ଠା ହେବ ଫାଷ୍ଟଟ୍ରାକ୍‌ କୋର୍ଟ: ଭାଜପା

ଭୁବନେଶ୍ୱର,୧୭।୧୨(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ମହିଳା ବିରୋଧୀ ହିଂସା ବଢ଼ିବାରେ ଲାଗିଛି। ଅପରାଧୀଙ୍କର ପୋଲିସ ପ୍ରତି ଆଉ ଭୟ ନାହିଁ। ଏସବୁ ହିଂସାର ବିଚାର ପାଇଁ...

ବାଲିଯାତ୍ରାକୁ ମିଳିବ ସରକାରୀ ମାନ୍ୟତା

ଭୁବନେଶ୍ୱର,୧।୧୧(ବ୍ୟୁରୋ): କଟକ ବାଲିଯାତ୍ରାକୁ ସରକାରୀ ମାନ୍ୟତା ଦିଆଯିବ। ଏହାକୁ ରାଜ୍ୟସ୍ତରୀୟ ପର୍ବ ଭାବେ ପାଳନ କରାଯି। ସରକାରଙ୍କ ନଗର ଉନ୍ନୟନ, ସଂସ୍କୃତ ବିଭାଗ ପକ୍ଷରୁ ଆର୍ଥିକ...

ଜରପଡା ଶିବ ମନ୍ଦିରରୁ ଚୋରି

ଛେଣ୍ଡିପଦା,୨୭।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଜରପଡା ଧବଳେଶ୍ବର ଶିବ ମନ୍ଦିରରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଶିବ ମନ୍ଦିରରୁ ଦାନ...

ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ: ଜଣେ ଗୁରୁତର

ପୁରୁଷୋତ୍ତମପୁର,୧୯।୯(ଡି.ଏନ.ଏ.):ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବାଘଳା ପଞ୍ଚାୟତର କୁଶପୁର ଗ୍ରାମରେ ଗୁରୁବାର ରନ୍ଧନ ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩ଟି ପରିବାରର ଘର...

Leave a comment

Your email address will not be published. Required fields are marked *