କାମାକ୍ଷାନଗର କଲେଜରେ ଆରମ୍ଭ ହେବ ଇଗ୍ନୋ ପାଠ୍ୟକ୍ରମ

କାମାକ୍ଷାନଗର, ୩୦।୭(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର କଲେଜରେ ଆରମ୍ଭ ହୋଇଥିବା ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ପକ୍ଷରୁ ଚଳିତ ଶିକ୍ଷାବର୍ଷରୁ ଆରମ୍ଭ ହେବ ଶିକ୍ଷାଦାନ। ଏ ନେଇ ମଙ୍ଗଳବାର ପୂର୍ବାହ୍ନରେ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପାଠ୍ୟକ୍ରମକୁ ବ୍ୟାପକ କରିବାକୁ ସମସ୍ତଙ୍କ ସହଯୋଗ ଲୋଡ଼ା ବୋଲି କହିଛନ୍ତି ଆହ୍ବାନ ଦେଇଛନ୍ତି ଭୁବନେଶ୍ବର ଶାଖା ସହକାରୀ ଆଞ୍ଚଳିକ ନିର୍ଦ୍ଦେଶକ ଡା. ସନ୍ତୋଷ କୁମାର ପାଣିଗ୍ରାହୀ।
ଦେଶରେ ଶିକ୍ଷାକ୍ଷେତ୍ରରେ ବିପ୍ଳବ ସୃଷ୍ଟି କରିଛି ଇଗ୍ନୋ। ଏହି ପାଠ୍ୟକ୍ରମରେ ନାମ ଲେଖାଇଥିବା ହଜାର ହଜାର ଶିକ୍ଷତ ଯୁବତୀଯୁବକ ଆତ୍ମନିର୍ଭରଶୀଳ ହୋଇ ପାରୁଛନ୍ତି। ଏଥିପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଜାତୀୟ ସ୍ବାସ୍ଥ୍ୟ ମିଶନ,ଭାରତ ଦକ୍ଷତା ବିକାଶ ଅନୁଷ୍ଠାନ ସହ ସହବନ୍ଧିତ ହୋଇ ଶିକ୍ଷା ଜାରି ରହିଛି। ଅନୁସୂଚିତ ଜାତି ଏବଂ ଜନଜାତିର ଛାତ୍ରୀଛାତ୍ରଙ୍କୁ ସମ୍ପୂର୍ଣ୍ଣ ମାଗଣା ଶିକ୍ଷା ଦିଆଯିବାର ବ୍ୟବସ୍ଥା କରାଯାଇଛି। ସମେସ୍ତ ଏହାର ସୁଯୋଗ ନେଲେ ଏହି ପାଠ୍ୟକ୍ରମର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରିବ। ଅଧିକରୁ ଅଧିକ ଶିକ୍ଷିତ ସୃଷ୍ଟି ହୋଇପାରିବେ ବୋଲି ଡା. ପାଣିଗ୍ରାହୀ ସୂଚନା ଦେଇଥିଲେ।
କାମାକ୍ଷାନଗର ଶିକ୍ଷାକେନ୍ଦ୍ର ସଂଯୋଜକ ଡା. ଶ୍ରୀବତ୍ସ କୁମାର ସାହୁ ଆଲୋଚନାରେ ଭାଗନେଇ ବିଭିନ୍ନ ବିଭାଗ ସମ୍ପର୍କରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷା ସ୍ମିତାରାଣୀ ପାତ୍ର, ପୂର୍ବତନ ସଂଯୋଜକ ଦୁର୍ଗାଚରଣ ବିଶ୍ବାଳ, ଡା. ରାମଚନ୍ଦ୍ର ସାହୁ, ସହ ସଂଯୋଜକ ପ୍ରମୋଦ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।


All Right Reserved By Dharitri.Com

କମୁନି ହାତୀପଲ ଉତ୍ପାତ

ପରଜଙ୍ଗ, ୨୬।୮(ଡି.ଏନ.ଏ.)  ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ହାତୀ ଉପଦ୍ରବ କମୁନାହିଁ। ନରହନ୍ତା ଦନ୍ତା ଆତଙ୍କରେ ଅଞ୍ଚଳବାସୀ ତ୍ରାହି ତ୍ରାହି ଡାକିଲେଣି। ଶନିବାର...

ନୀଳାଚଳ କାରଖାନାରେ ଫୁସ୍‌ଫୁସ୍‌ ଜନିତ ରୋଗରେ ଆକ୍ରାନ୍ତ ମାମଲା: ଏସ୍‌ଆର୍‌ଏଲ୍‌ ତଥ୍ୟ ଭୁଲ ଥିଲା

ଯାଜପୁର ଅଫିସ, ୯ା୬- କଳିଙ୍ଗନଗର ଶିଳ୍ପାଞ୍ଚଳସ୍ଥିତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ(ଏନ୍‌ଆଇଏନ୍‌ଏଲ୍‌)ରେ କାର୍ଯ୍ୟରତ ୪୦ବର୍ଷରୁ କମ୍‌ ନିୟମିତ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୭୮ପ୍ରତିଶତ ଫୁସ୍‌ଫୁସ୍‌ ଜନିତ...

ପିଏମ୍‌ଏଜିଓ୍ବାଇରେ ୨୦ ଗ୍ରାମ ଚିହ୍ନଟ

ଢେଙ୍କାନାଳ ଅଫିସ, ୧୪।୩ ଢେଙ୍କାନାଳ ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ଶୁକ୍ରବାର ଜିଲା ଉନ୍ନୟନ ସମନ୍ବୟ ଓ ପର୍ଯ୍ୟାଲୋଚନା କମିଟି (ଦିଶା) ବୈଠକ ଅନୁଷ୍ଠିତ ହୋଇଯାଇଛି।...

ସମସ୍ୟା ବୁଝିଲେ ଜେଏମ୍‌ଏଫ୍‌ସି: ଦଳିତ ସାହିରେ ଜଳିବ ବିଜୁଳି

ଭୁବନ, ୨୩।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଭୁବନ ବ୍ଲକ ଗଡ଼ନୃସିଂହପ୍ରସାଦ ଗ୍ରାମର ଦଳିତ ସାହିରେ ଖୁବ୍‌ଶୀଘ୍ର ଜଳିବ ବିଜୁଳି। ବିଦ୍ୟୁତ୍‌ ସଂଯୋଗରୁ ବଞ୍ଚତ୍ତ ୩୫ ଦଳିତ ପରିବାରର ଭାଗ୍ୟ...

ଆଜିଠାରୁ ମାଟ୍ରିକ ଖାତାଦେଖା: ସାନିଟାଇଜ ହେଲା ମୂଲ୍ୟାୟନ କେନ୍ଦ୍ର

ଢେଙ୍କାନାଳ ଅଫିସ,୨୫ା୫- ଢେଙ୍କାନାଳ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ସକାଳ ୯ଟାରୁ ମାଟ୍ରିକ ଖାତାଦେଖା ଆରମ୍ଭ ହେବ। ଏଥିପାଇଁ ଅଗ୍ନିଶମ ସେବା ସଂସ୍ଥା...

ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ

ଭୁବନ, ୪।୯(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଅଧୀନ ୧ନଂ. ଓ୍ବାର୍ଡରେ ରହୁଥିବା ଜ୍ଞାନରଞ୍ଜନ ପତି(୪୦)ଙ୍କ ମୃତଦେହକୁ ପୋଲିସ ମଙ୍ଗଳବାର ରାସ୍ତାପାର୍ଶ୍ୱରୁ ଉଦ୍ଧାର କରିଛି। ମୃତକଙ୍କ ବାପା...

ଢେଙ୍କାନାଳରେ ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ

ଢେଙ୍କାନାଳ ଅଫିସ,୨୪ା୫: ଜିଲାରେ ରବିବାର ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ସୁରଟ ଫେରନ୍ତା। ତାଙ୍କ ବୟସ ୩୫ ବର୍ଷ। ସେ...

ଘଟଣାସ୍ଥଳ ପରିଦର୍ଶନ କରିବେ ଜିଲାପାଳ

ଅନୁଗୋଳ ଅଫିସ୍‌, ୧୦।୨: ଅନୁଗୋଳ ଜିଲାରେ ସରକାରଙ୍କ ‘ଖୁସି’ ଯୋଜନା ଦିଗହରା ହୋଇଯାଇଥିବା ନେଇ ଗତ ୮ ତାରିଖ ‘ଧରିତ୍ରୀ’ରେ ରିପୋର୍ଟ ପ୍ରକାଶ ପାଇବା ପରେ ଜିଲା...

Leave a comment

Your email address will not be published. Required fields are marked *