ନାଥୁରାମଙ୍କୁ ନେଇ ପୁଣି କଂଗ୍ରେସ-ଭାଜପା ମୁହାଁମୁହିଁ

ଭୁବନେଶ୍ୱର, ୩୦।୭(ବ୍ୟୁରୋ):ସୋମବାର ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀକୁ ନେଇ ଉଭୟ କଂଗ୍ରେସ ଏବଂ ଭାଜପା ମୁହାଁମୁହିଁ ହୋଇଥିଲେ। କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କ ପ୍ରସଙ୍ଗ ଉଠାଇ ପରୋକ୍ଷରେ ଭାଜପା ଓ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଥିଲେ। ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ ମଧ୍ୟ ନରସିଂହଙ୍କୁ କଡା ଜବାବ ଦେଇଥିଲେ। ଏହାକୁ ନେଇ ବିଧାନସଭା ଶୂନ୍ୟକାଳରେ ଉଭୟ ଦଳଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା। ମଙ୍ଗଳବାର ମଧ୍ୟ ଏ ପ୍ରସଙ୍ଗକୁ ନେଇ ଭାଜପା ଏବଂ କଂଗ୍ରେସ ପରସ୍ପରକୁ ଆକ୍ଷେପ ଏବଂ ପ୍ରତିଆକ୍ଷେପ କରିଥିଲେ। କିଛିସମୟ ପାଇଁ ଗୃହରେ ଉତ୍ତେଜନା ଦେଖାଯାଇଥିଲା।


All Right Reserved By Dharitri.Com

ଭେଣ୍ଡିଂ ଜୋନ୍‌ରେ ଜଳିଗଲା ୮ ଦୋକାନ

ଭୁବନେଶ୍ୱର,୨।୪ (ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଏଜି ଛକ ନିକଟ ଭେଣ୍ଡିଂଜୋନ୍‌ରେ ବୁଧବାର ରାତି ପ୍ରାୟ ୯ଟାରେ ନିଆଁ ଲାଗି ୮ ଦୋକାନ ଜଳିଯାଇଛି। ଖବର ପାଇ ଅଗ୍ନିଶମ...

୬୪ ବର୍ଷରେ ପୁରୁଣାଷ୍ଟେଶନ ବଜାର ଦୁର୍ଗାପୂଜା: ଏଥର ତୋରଣରେ ଔରଙ୍ଗାବାଦର ଅଜନ୍ତା-ଏଲୋରା ଗୁମ୍ଫା

କଟକ ରୋଡ : ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ହେଉଛି ରାଜଧାନୀ। ବିଭିନ୍ନ ପୂଜାମଣ୍ଡପରେ ଆରମ୍ଭ ହୋଇଛି ତୋରଣ। ମୃଣ୍ମୟୀ ମୂର୍ତ୍ତି ତିଆରିରେ ଲାଗିଛନ୍ତି ଶିଳ୍ପୀ...

ପଲ୍ୟୁସନ ଚେକିଂ କୋହଳ ନିଷ୍ପତ୍ତି: ମାସେ ଯାଏ ହେବନି ଯାଞ୍ଚ, ଲୋକଙ୍କୁ ଅଯଥାରେ ହଇରାଣ ନ କରିବାକୁ ପରାମର୍ଶ

ଭୁବନେଶ୍ୱର,୬।୯(ବ୍ୟୁରୋ): ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ସେପ୍ଟେମ୍ବର ୧ରୁ ସାରା ଦେଶରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କଠାରୁ ବହୁଗୁଣା ଜରିମାନା ଆଦାୟ କରାଯାଉଛି।...

ସ୍ୟାଟ୍‌କୁ ନେଇ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି: ଜଣିକିଆ ଖଣ୍ଡପୀଠରେ ହେବ ମାମଲାର ଶୁଣାଣି

କଟକ ଅଫିସ, ୬।୧୨ :ସ୍ୟାଟ୍‌(ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ) ଉଚ୍ଛେଦ ଉପରେ କେନ୍ଦ୍ର ମୋହର ଲଗାଇବା ପରେ ଏହା ଏକପ୍ରକାର ଅଚଳ ହୋଇପଡ଼ିଛି। ସ୍ୟାଟ୍‌ରେ ଅଚଳାବସ୍ଥା ଯୋଗୁ ଏଠାରେ...

୮ ଓଏଏସ୍‌ ଅଧିକାରୀଙ୍କୁ ଅତିରିକ୍ତ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର,୧୨।୨(ବ୍ୟୁରୋ):ରାଜ୍ୟ ସରକାର ୮ ଜଣ ଓଏଏସ୍‌ (ସୁପରିୟର ଆଡମିନିଷ୍ଟ୍ରେଟିଭ ଗ୍ରେଡ) ଅଫିସରଙ୍କୁ ସ୍ପେଶାଲ ସେକ୍ରେଟାରି ର଼୍ୟାଙ୍କକୁ ପଦୋନ୍ନତି ଦେଇଛନ୍ତି। ଏ ନେଇ ମଙ୍ଗଳବାର ସାଧାରଣ ପ୍ରଶାସନ...

ସମବାୟ ସଂସ୍ଥା ଦ୍ୱାରା କୃଷି ଋଣ ପ୍ରଦାନ ପାଇଁ ପ୍ରସ୍ତୁତ ହେବ ରୋଡ୍‌ ମ୍ୟାପ୍‌: ରଣେନ୍ଦ୍ର

ଭୁବନେଶ୍ୱର,୨୯।୧୦(ବ୍ୟୁରୋ)- ରାଜ୍ୟରେ ସମବାୟ ସଂସ୍ଥା ମାଧ୍ୟମରେ ଋଣ ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏକ ରୋଡ଼ ମ୍ୟାପ୍‌ ପ୍ରସ୍ତୁତ କରାଯିବ । କୃଷି କ୍ଷେତ୍ରରେ...

ଆଜି ଯୁକ୍ତ୨ ସ୍ପଟ୍‌ ସିଲେକ୍ସନ ମେରିଟ୍‌ ଲିଷ୍ଟ

ଭୁବନେଶ୍ୱର, ୧୯ା୭(ବ୍ୟୁରୋ)- ଯୁକ୍ତ୨ ପ୍ରଥମ ବର୍ଷରେ ନାମଲେଖା ପାଇଁ ଦୁଇଟି ପର୍ଯ୍ୟାୟ ନାମଲେଖା ଶେଷ ହୋଇଯାଇଛି। ଶନିବାର ସ୍ପଟ୍‌ ସିଲେକ୍ସନ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ।...

ଗ୍ରାମାଞ୍ଚଳରେ ସଚେତନତା ଜୋର୍‌ଦାର କରିବାକୁ ପରାମର୍ଶ

ଭୁବନେଶ୍ୱର,୧୯।୩ (ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଜୋର୍‌ଦାର ପ୍ରୟାସ ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଅଧିକାଂଶ ସରକାରୀ ଏବଂ ଘରୋଇ ସଂସ୍ଥା ମଧ୍ୟ...

Leave a comment

Your email address will not be published. Required fields are marked *