Posted inଜାତୀୟ

ବିଚାରପତି ଦଣ୍ଡାଦେଶ ଶୁଣାଇବା ବେଳେ କୋର୍ଟରେ ବିଷ ପିଇ ଆତ୍ମହତ୍ୟା କଲେ ଅଭିଯୁକ୍ତ

ଜୟପୁର,୩୦।୭:ରାଜସ୍ଥାନର କୋଟାରେ ଜଣେ ଯୁବକ କୋର୍ଟଙ୍କ ଦଣ୍ଡାଦେଶ ଶୁଣିବା ମାତ୍ରେ ହିଁ ବିଷ ପିଇ ଦେଇଥିବା ଜଣାପଡ଼ିଛି। ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନାଯୋଗ୍ୟ, ଉକ୍ତ ସହରର ଡାବରି ଗଁ।ରେ ରହୁଥିବା ଗୋବିନ୍ଦଙ୍କ ଉପରେ ଯୁବତୀଙ୍କୁ ର୍ଦୁବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ପୋକ୍‌ସୋ ଆକ୍ଟ ଅନୁସାରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା ବେଳେ ଯୁବକ ଜଣକ ଜାମିନରେ ଥିଲେ। ସୋମବାର ଏହି ମାମଲାର ଶୁଣାଣି ସମୟରେ ସେ କୋର୍ଟରେ ହାଜର ହୋଇଥିଲେ। ଏହି ମାମଲାରେ କୋର୍ଟ ଗୋବିନ୍ଦଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଏହା ଶୁଣିବା ମାତ୍ରେ ଗୋବିନ୍ଦ ପୂର୍ବରୁ ସାଙ୍ଗରେ ଆଣିଥିବା ବିଷକୁ ପିଇ ଦେଇଥିଲେ। ଏନେଇ ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଛି।


All Right Reserved By Dharitri.Com

ବିହାରରେ ଘାତକ ସାଜିଛି ମସ୍ତିଷ୍କ ଜ୍ୱର: ଗଲାଣି ୧୪୦ ନିରୀହ ଶିଶୁଙ୍କ ଜୀବନ

ପାଟଣା, ୨୧।୬: ବିହାରରେ ମସ୍ତିଷ୍କ ଜ୍ୱର ବା ଆକ୍ୟୁଟେ ଏନ୍ସେଫାଲାଇଟିସ ସିଣ୍ଡ୍ରୋମ ଯୋଗୁ ଏଯାଏ ୧୪୦ ଜଣ ନିରୀହ ଶିଶୁଙ୍କ ମୃତ୍ୟୁ ଘଟିଛି। କେବଳ ମୁଜାଫରପୁରରେ...

ଅନନ୍ତନାଗରେ ସର୍ଚ୍ଚ ଅପରେଶନ୍‌: ୨ ଆତଙ୍କବାଦୀ ନିହତ

ଶ୍ରୀନଗର,୨୫।୪: ଦକ୍ଷିଣ କଶ୍ମୀର ଅନନ୍ତନାଗ ଜିଲାରେ ସୁରକ୍ଷାବଳଙ୍କ ସର୍ଚ୍ଚ ଅପରେଶନ୍‌ରେ ଗୁରୁବାର ୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ବେଜ୍‌ବିହାର ଅଞ୍ଚଳରେ କେତେକ ଆତଙ୍କବାଦୀ ଲୁଚିଥିବା...

ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର: ଏସ୍‌ଆଇଟି ଗଠନ ପାଇଁ ସୁପ୍ରିମ୍‌କୋର୍ଟରେ ଆବେଦନ; ଜୟା ବଚ୍ଚନ ଏବଂ ସ୍ବାତୀ ମାଲିଓ୍ବାଲଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ,୭।୧୨: ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର ସପକ୍ଷରେ ମତାମତ ଦେଇଥିବା ରାଜ୍ୟ ସଭା ଏମ୍‌ପି ଜୟା ବଚ୍ଚନ ଏବଂ ଦିଲ୍ଲୀ ମହିଳା କମିଶନ ମୁଖ୍ୟ ସ୍ବାତୀ ମାଲିଓ୍ବାଲଙ୍କ ପାଇଁ...

ମୁକୁଳିବେ ନଜରବନ୍ଦୀ ଥିବା ଜମ୍ମୁ-କଶ୍ମୀରର ୩ ନେତା

ନୂଆଦିଲ୍ଲୀ,୧୦।୧୦: ବିଭିନ୍ନ ସର୍ତ୍ତ ଆଧାରରେ ଜମ୍ମୁ-କଶ୍ମୀରରେ ନଜରବନ୍ଦୀ ଥିବା ୩ ନେତା ଗୁରୁବାର ମୁକୁଳିବେ ବୋଲି ଜଣାପଡିଛି। ବୁଧବାର ଏସମ୍ପର୍କରେ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।...

କଂଗ୍ରେସ ନେତାଙ୍କୁ ସୋନିଆଙ୍କ ନିର୍ଦ୍ଦେଶ:ମତଭେଦ ଭୁଲି ବୟାନ ଦେବାରୁ ବିରତ ରୁହନ୍ତୁ

ନୂଆଦିଲ୍ଲୀ, ୬।୯: ମଧ୍ୟ ପ୍ରଦେଶରେ କଂଗ୍ରେସରେ ଲାଗି ରହିଥିବା ମଦଭେଦକୁ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଚିନ୍ତିତ ଅଛନ୍ତି। ସମସ୍ତ ମତଭେଦ ଭୁଲି ସାର୍ବଜନୀନ...

କାଗଜବିହୀନ ହେବ ଲୋକ ସଭା

ନୂଆଦିଲ୍ଲୀ,୧ା୮(ପି.ଟି.): ଆଗାମୀ ଅଧିବେଶନରୁ ଲୋକ ସଭା କାଗଜବିହୀନ ହେବ ବୋଲି ବାଚସ୍ପତି ଓମ୍‌ ବିର୍ଲା ବୁଧବାର ଘୋଷଣା କରିଛନ୍ତି। ଏହାଦ୍ୱାରା ବହୁକୋଟି ଟଙ୍କାର ରାଜସ୍ବ ସଞ୍ଚୟ...

ଆତଙ୍କବାଦ ବିରୋଧରେ ଏକାଠି ଲଢିବ ଭାରତ-ଜର୍ମାନୀ

ନୂଆଦିଲ୍ଲୀ,୧।୧୧: ଭାରତ ଓ ଜର୍ମାନୀ ଏକାଠି ମିଶି ଆତଙ୍କବାଦ ଓ ଉଗ୍ରବାଦ ବିରୋଧରେ ଲଢିବେ। ଏହାସହ ପରିବେଶ ସୁରକ୍ଷା ଦିଗରେ ମଧ୍ୟ କାମ କରିବେ। ଦିଲ୍ଲୀରେ...

ମୋଦି କ୍ୟାବିନେଟରେ ସାମିଲ ହୋଇପାରନ୍ତି କାମାଥ, ଦାସଗୁପ୍ତା

ନୂଆଦିଲ୍ଲୀ,୧୮ା୧(ଆଇଏଏନ୍‌ଏସ୍‌): ବ୍ରିକ୍ସ ବ୍ୟାଙ୍କ ଅଧ୍ୟକ୍ଷ କେ.ଭି. କାମାଥ ଏବଂ ଭାଜପାର ରାଜ୍ୟ ସଭା ସଦସ୍ୟ ସ୍ବପନ ଦାସଗୁପ୍ତାଙ୍କୁ ଖୁବ୍‌ଶୀଘ୍ର କେନ୍ଦ୍ର କ୍ୟାବିନେଟରେ ସାମିଲ କରାଯାଇପାରେ। ଏହି...

Leave a comment

Your email address will not be published. Required fields are marked *