ବନୀକରଣ ପାଇଁ ରାଜ୍ୟ ସରକାର କାମ୍ପା ପାଣ୍ଠିରୁ ପାଇଛନ୍ତି ୨୬୪୪ କୋଟି, ଖର୍ଚ୍ଚ କରିଛନ୍ତି ୨୫୪୮ କୋଟି

ଭୁବନେଶ୍ୱର, ୩୦।୭(ବ୍ୟୁରୋ): କ୍ଷତି ପୂରକ ବନୀକରଣ ପାଣ୍ଠି ପରିଚାଳନା ଏବଂ ଯୋଜନା କର୍ତ୍ତୃପକ୍ଷ(କାମ୍ପା) ୨୦୦୯ରୁ ରାଜ୍ୟରେ କାର୍ଯ୍ୟକାରୀ ହେଉଛି। ସେବେଠାରୁ ରାଜ୍ୟକୁ କେନ୍ଦ୍ର ସରକାର ଆଡ୍‌ହକ୍‌ କାମ୍ପା ପାଣ୍ଠିରୁ ୨୬୪୪ କୋଟି ୧୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ୨୦୦୯-୧୦ରେ କେନ୍ଦ୍ର ସରକାର ଏହି ଯୋଜନାରେ ୧୩୧.୬ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ୨୦୧୦-୧୧ରେ ୧୪୦.୧୮କୋଟି, ୨୦୧୧-୧୨ରେ ୧୭୬.୯କୋଟି, ୨୦୧୨-୧୩ରେ ୨୦୫.୮୩କୋଟି, ୨୦୧୩-୧୪ରେ ୧୮୦କୋଟି, ୨୦୧୫-୧୬ରେ ୩୨୨କୋଟି, ୨୦୧୬-୧୭ରେ ୪୭୩କୋଟି ଏବଂ ୨୦୧୭-୧୮ରେ ୪୭୭ କୋଟି ଟଙ୍କା ପ୍ରଦାନ କରିଛନ୍ତି। ସେଥିରୁ ୨୦୧୯ ଜୁନ୍‌ ୨ ସୁଦ୍ଧା ୨୫୪୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୨୦୦୯-୧୦ରୁ ୨୦୧୭-୧୮ ମଧ୍ୟରେ ଏହି ଅର୍ଥରେ ୨ଲକ୍ଷ ୯୪ ହାଜାର ୫୫ ହେକ୍ଟର ବନୀକରଣ କରାଯାଇଥିବା ବେଳେ ୭ଲକ୍ଷ ୪୪ ହଜାର ୭୮୪ହେକ୍ଟରରେ ବାଉଁଶ ଓ ୧ ଲକ୍ଷ ୭୯ହଜାର ଅନ୍ୟାନ୍ୟ ଜଙ୍ଗଲ ସୃଷ୍ଟି କରାଯାଇଛି। ଏଥିସହିତ ୨୪୮ ବନାଞ୍ଚଳ କାର୍ଯ୍ୟାଳୟ, ୨୯୭ ବାସଗୃହ, ୧୬୯୯ ବନରକ୍ଷୀଙ୍କ ପାଇଁ ବାସଗୃହ ଓ ୩୯ ମେଗା ନର୍ସରି ସୃଷ୍ଟି କରାଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ କାମ୍ପା ପାଣ୍ଠିରୁ ୬୧୬ କୋଟି ୯୪ ଲକ୍ଷ ଟଙ୍କାର ବାର୍ଷିକ ଯୋଜନା ଖର୍ଚ୍ଚ କରାଯାଇଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମଙ୍ଗଳବାର ବିଧାନସଭାର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବେଳେ ଏହି ସୂଚନା ଦେଇଛନ୍ତି। ବିଜେଡି ସଭ୍ୟ ପ୍ରମୋଦ ମଲିକ ମୂଳ ପ୍ରଶ୍ନରେ କହିଥିଲେ, କାମ୍ପା ଯୋଜନା କାର୍ଯ୍ୟକାରୀ ହେବାଠାରୁ କେନ୍ଦ୍ର ସରକାର କେତେ ଟଙ୍କା ଦେଇଛନ୍ତି, କେତେ ଖର୍ଚ୍ଚ ହୋଇଛି, ଚଳିତ ଆର୍ଥିକ ବର୍ଷରେ କେତେ ଟଙ୍କା ଖର୍ଚ୍ଚ ପାଇଁ ଅର୍ଥ ମଞ୍ଜୁର ହୋଇଛି। କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ, ନରସିଂହ ମିଶ୍ର, ବିଜେଡି ସଭ୍ୟ ପ୍ରୀତିରଞ୍ଜନ ଘଡ଼ାଇ, ଅତନୁ ସବ୍ୟସାଚୀ ନାୟକ, ରମେଶ ଚନ୍ଦ୍ର ସାଏ, ବଦ୍ରୀ ନାରାୟଣ ପାତ୍ର ପ୍ରମୁଖ ଅତିରିକ୍ତ ପ୍ରଶ୍ନରେ କାମ୍ପା ଯୋଜନା ଅର୍ଥରେ କେଉଁଠି ନୂଆ ଜଙ୍ଗଲ କରାଯାଇଛି । ବଲାଙ୍ଗୀର ଜିଲାର ଭିମପାହାଡ଼ରେ ଏକ ଡିୟର ପାର୍କ କରିବାର ବ୍ୟବସ୍ଥା ଅଛି କି? କଟକ, ଭୁବନେଶ୍ୱରରେ ପ୍ରଦୂଷଣ ବଢ଼ୁଛି। ଖାଲି ପଡ଼ିଥିବା ସରକାରୀ ଜାଗାରେ ବୃକ୍ଷରୋପଣ କରିବାର ଯୋଜନା ଅଛି କି?ହେନ୍ତାଳବନର ପୁନରୁଦ୍ଧାର, ସିମିଳିପାଳରେ ଇକୋ ଟ୍ୟୁରିଜମ୍‌ ଓ ବାନ୍ଧଗଡ଼ ଜଙ୍ଗଲ ସୁରକ୍ଷା କରିବା ନେଇ ପଚାରିଥିଲେ। ମନ୍ତ୍ରୀ କହିଥିଲେ ଯେ, ଫନୀରେ ଚନ୍ଦକା, ନନ୍ଦନକାନନ ଓ ଭୁବନେଶ୍ୱର ସହରରେ ବହୁ ଗଛ ନଷ୍ଟ ହୋଇଛି। ନୂଆ ବନୀକରଣ କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଜଙ୍ଗଲରେ ରହୁଥିବା ଆଦିବାସୀମାନଙ୍କ ଜୀବନଜୀବିକା ପାଇଁ ସହାୟତା ଯୋଗାଇ ଦିଆଯାଉଛି। ରାଜ୍ୟରେ ୨୦୦୯ରୁ ଆଡ୍‌ହକ୍‌ କାମ୍ପା ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରାଯାଉଛି ବୋଲି ମନ୍ତ୍ରୀ କହିଥିଲେ।


All Right Reserved By

ବର୍ଷାରେ ରାସ୍ତା ଧୋଇଗଲା

ଢେଙ୍କାନାଳ ଅଫିସ, ୨୧।୮-ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବେରୁଆଁପାଳ-ତର୍କାବେଡା ଗ୍ରାମ ରାସ୍ତା ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଧୋଇଯାଇଛି। ଫଳରେ ଅଞ୍ଚଳବାସୀ ଗମନାଗମନରେ ନାହିଁ ନ ଥିବା...

ଅଗଷ୍ଟରେ ଆସିବେ ଆନ୍ନାକୋଣ୍ଡା, ନାଇହର୍ନ କୁମ୍ଭୀର, ଜିରାଫ

ନରାଜ,୨୩।୭(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସନ୍ତା ଅଗଷ୍ଟ ଶେଷ ସୁଦ୍ଧା ଅନେକ ନୂଆ ଅତିଥି ଆସିବେ। ସେଥିରୁ ଚେନ୍ନାଇର କ୍ରୋକୋଡାଇଲ ବ୍ୟାଙ୍କସ ଟ୍ରଷ୍ଟ ଚେନ୍ନାଇରୁ ଏକ...

ନୟାପଲ୍ଲୀ ଥାନା ଅଞ୍ଚଳରେ ଯୁବକଙ୍କ ମୃତଦେହ ମିଳିବା ଘଟଣା: ପାହାଳରୁ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨।୬(ବ୍ୟୁରୋ): ନୟାପଲ୍ଲୀ ଥାନା ରେଣ୍ଟାଲ କଲୋନୀ ନିକଟସ୍ଥ ହର୍ଟିକଲ୍‌ଚର କ୍ୟାମ୍ପସ ଭିତରେ ଜଣେ ଯୁବକଙ୍କ ହତ୍ୟା କରି ଫିଙ୍ଗିଦେବା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ପାହାଳରୁ ରବିବାର...

ଭାସିଗଲା ଭୁଟୁଭୁଟି : ଉଦ୍ଧାର କଲା ଓଡ୍ରାଫ୍‌ ଟିମ୍‌

ଆରଡ଼ି,୧୨।୮(ଡି.ଏନ୍‌.ଏ.): ଭଦ୍ରକ ଜିଲାର ଶୈବପୀଠ ଆରଡ଼ି ନିକଟସ୍ଥ ମୁଆଁ ଘାଟରେ କାଉଡ଼ିଆମାନେ ଭର୍ତ୍ତି ହୋଇ ଏକ ଭୁଟୁଭୁଟିରେ ଯାଉଥିବା ବେଳେ ପ୍ରାୟ ଦେଢ କିମି ପର୍ଯ୍ୟନ୍ତ...

ମିନିଷ୍ଟାଡ଼ିୟମ୍‌ ପରିଦର୍ଶନ କଲେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ

ବାଲେଶ୍ୱର ଅଫିସ, ୩।୯-ବାଲେଶ୍ୱର ବିଜୁ ଛାତ୍ର ଜନତା ଦଳ ତରଫରୁ ଜିଲାସଭାପତି ସିମନ ଦାସ ମହାପାତ୍ରଙ୍କ ନେତୃତ୍ୱରେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ...

ଗାଁ ସାଥୀ କ୍ରିୟାନୁଷ୍ଠାନ କମିଟିର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ନୂଆଗାଁ,୨୭।୮(ଡି.ଏନ.ଏ.)-ନୟାଗଡ ଜିଲା ନୂଆଗାଁ ବ୍ଲକ ଗାଁ ସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ସୋମବାର ନୂଆଗାଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ।...

ଜାତୀୟ ରାଜପଥରେ ଗ୍ୟାରେଜ: ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ, ଘଟୁଛି ଦୁର୍ଘଟଣା

ଝୁମ୍ପୁରା ୨୯।୮ (ଡି.ଏନ.ଏ.)-୨୦ନଂ ଜାତୀୟ ରାଜପଥର ଝୁମ୍ପୁରା ଥାନା ପଛ ପାଖରେ ଜାତୀୟ ରାଜପଥର ଅଧିକୃତ ଜାଗା ଉପରେ ହିଁ ଗଢି ଉଠିଥିବା ଗ୍ୟାରେଜ ଯୋଗୁଁ...

ରାସ୍ତାକଡ଼ରେ ଡିମିରି ଫଳର ପସରା

କେନ୍ଦୁଝର,୨୮।୫(ସ୍ବ.ପ୍ର.)-ବନବାସୀ ବର୍ଷ ତମାମ ଜଙ୍ଗଲ ଉପରେ ନିର୍ଭର କରି ବିଭିନ୍ନ ପ୍ରକାରର ଫଳମୂଳ ଓ କୋଳି ଆଦି ସଂଗ୍ରହ କରିଥାନ୍ତି। ଖରାଦିନେ ଗଛରେ ଡିମିରି ଫଳ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *