ସ୍ତ୍ରୀଙ୍କୁ ମାରି କୂଅରେ ପକାଇବା ଘଟଣା: ଅଭିଯୁକ୍ତ ସ୍ବାମୀଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ

ଅନୁଗୋଳ ଅଫିସ, ୩୦।୭:୨୦୧୬ ମସିହା ନଳଚନ୍ଦ୍ରପୁର ଗାଁରେ ଘଟିଥିବା ନବବଧୂ ହତ୍ୟା ଘଟଣାରେ ମଙ୍ଗଳବାର ରାୟ ପ୍ରକାଶ ପାଇଛି। ହତ୍ୟାକାରୀ ସ୍ବାମୀକୁ ୫ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ଅନାଦେୟ ହେଲେ ଅଧିକ ୬ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଜିଲା ଓ ଦୌରା ଜଜ୍‌ ଅଶାନ୍ତ କୁମାର ଦାଶ।
ପ୍ରକାଶ ଯେ, ୨୦୧୬ ମସିହା ଜାନୁୟାରୀ ୨୦ ତାରିଖରେ ଧନେଶ୍ୱର ଭୁକ୍ତା ନିଜ ନବବିବାହିତ ସ୍ତ୍ରୀଙ୍କୁ ମାରି କୂଅରେ ପକାଇ ଦେଇଥିବା ବଅଁରପାଳ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାରକରି ପୋଲିସ ଅଭିଯୁକ୍ତ ଧନେଶ୍ୱରଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲା। ଏ ନେଇ ଥାନାରେ ୬/୧୬ ରେ ମାମଲା ରୁଜୁ ହୋଇଥିଲା। ଏହି ଘଟଣାରେ ୧୭ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣ ଆଧାରରେ ମାନ୍ୟବର ଜିଲା ଓ ଦୌରା ଜଜ୍‌ ମଙ୍ଗଳବାର ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ତରଫରୁ ବରିଷ୍ଠ ଓକିଲ ମହେନ୍ଦ୍ର ବସ୍ତିଆ ଏହି କେସ୍‌ ପରିଚାଳନା କରିଥିଲେ।


All Right Reserved By Dharitri.Com

ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଫୁଲବାଣୀ ଅଫିସ, ୩୧ା୮-ଫୁଲବାଣୀ ସହର ଡାମିଗାଁ ପାଖ ସାଲୁଙ୍କି ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପାରିପାର୍ଶ୍ୱିକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି...

ପିଲାଙ୍କୁ ଆକୃଷ୍ଟ କରୁଛି ଖେଳ ଉପକରଣ, ଉପସ୍ଥାନ ହାର ବଢୁଛି

ନୟାଗଡ଼ ଅଫିସ,୨୨।୯-ବିଦ୍ୟାଳୟ ପରିସରରେ ଥିବା ଖେଳପଡ଼ିଆରେ ବିଭିନ୍ନ ଖେଳ ଉପକରଣରେ ପିଲାମାନେ ମନଭରି ଖେଳିବା ଦୃଶ୍ୟ କିଛିଦିନ ହେଲା ଦେଖିବାକୁ ମିଳୁଛି। ଏବେ ଆମ ସରକାରୀ...

ଦରକାରୀ କାଗଜପତର ଦାଖଲକରି ହତାଶ: ଭତାରୁ ବହୁତ୍‌ ଦୂରେ ହକ୍‌ଦାର ହିତାଧିକାରୀ

ଲାଠୋର, ୧୦ା୬ (ଡି.ଏନ୍‌.ଏ):  ସରକାର ୬୦ ବଛର୍‌ରୁ ଅଧ୍‌କା ବଏସ୍‌ର ବୁଢ଼ାବୁଢ଼ିମାନକୁ ମାସିକ ୫ଶହ ଟଁକା ଭତା ଯୁଗେଇ ଦେଉଛନ୍‌। ସେନ୍‌ତା ୮୦ ବଛର୍‌ରୁ ଅଧ୍‌କା...

ଆଜିଠୁ ଜାତୀୟ ସରସମେଳା

ଢେଙ୍କାନାଳ ଅଫିସ, ୧୪।୧୦: ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉପଲକ୍ଷେ ସ୍ଥାନୀୟ ମହିଷାପାଟ ପଡ଼ିଆରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି ଜାତୀୟସ୍ତରୀୟ ସରସମେଳା। ଏହି ମେଳା ସୋମବାରଠାରୁ ଆରମ୍ଭ...

ପଁଚେତ୍‌ର ସମସିଆ ବାବ୍‌ଦେ ବିଡିଓକୁଁ ଦାବିପତର

ଜାମଟିକ୍ରା, ୨।୭ (ଡି.ଏନ୍‌.ଏ.): ଅତାବିରା ବ୍ଲକ ଅମଲିପାଲି ପଁଚେତ୍‌ର ପାଖାପାଖି ୭୦ ଭାଗ୍‌ ଲୋକ ଅନୁସୂଚୀତ ଜାତି ଆର ଜନଜାତି ବରଗର ଆଏ। ୧୨ଟା ଓ୍ବାର୍ଡକେ...

ଝିଙ୍କ ଶିକାରକୁ ଯାଇ ଜଣେ ମୃତ, ଜଣେ ଗୁରୁତର:ଖବରକୁ ଅସ୍ବୀକାର କଲେ ଗ୍ରାମବାସୀ

ମାଲକାନଗିରି,୧୪ା୭(ଡି.ଏନ.ଏ./ସ୍ବ.ପ୍ର.)- ମାଲକାନଗିରିର ଜିଲା ସଦର ବ୍ଲକ ଅନ୍ତର୍ଗତ ଝରାପାଲି ଗ୍ରାମର ୫ଜଣ ବ୍ୟକ୍ତି ଶନିବାର ନିକଟସ୍ଥ ଜଙ୍ଗଲର ଏକ ଗୁମ୍ଫାକୁ ଝିଙ୍କ ଶିକାର କରିବାକୁ ଯାଇ...

ଶାଶୁଙ୍କୁ ବୋହୂ ମାଡ଼ ମାରିବା ଘଟଣା: ଥାନାରେ ସମାଧାନ ହେଲା ମାମଲା

ପରଜଙ୍ଗ, ୧୦।୮(ଡି.ଏନ୍‌.ଏ.) – ଢେଙ୍କାନାଳ ପରଜଙ୍ଗ ଥାନା ଗେହ୍ଲେଇକାଟେଣୀ ଗ୍ରାମର ବୃଦ୍ଧା ପାରେଇ ନାୟକଙ୍କୁ ବୋହୂ ସବିତା ଗଁା ଦାଣ୍ଡରେ ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ...

ନାମ ଲେଖା ପାଇଁ ଲଟେରି

ଆନନ୍ଦପୁର, ୫।୯(ସ୍ବ.ପ୍ର.)- ଆନନ୍ଦପୁର କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ପାଇଁ ଛାତ୍ରୀଛାତ୍ରଙ୍କ ଆବେଦନ ଫର୍ମର ଲଟେରି ଉଠାଣ ଆରମ୍ଭ ହୋଇଛି। ଏହି ଲଟେରି ବୁଧବାର ଓ ଗୁରୁବାର...

Leave a comment

Your email address will not be published. Required fields are marked *